କେନ୍ଦ୍ରାପଡା ମହାବିଦ୍ୟାଳୟ ବାଣିଜ୍ୟ ବିଭାଗ ପୁରାତନ ଛାତ୍ରଛାତ୍ରୀଙ୍କ ସମ୍ମିଳନୀ


କେନ୍ଦ୍ରାପଡ଼ା,୨୮ା୧: କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟ ବାଣିଜ୍ୟ ବିଭାଗ ପୁରାତନ ଛାତ୍ରଛାତ୍ରୀମାନଙ୍କ ଏକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଏହି ସମ୍ମିଳନୀରେ ବାଣିଜ୍ୟ ବିଭାଗ ମୁଖ୍ୟ ପ୍ରଫେସର ୱାଇ. ପଦ୍ମାବତୀ ଅଧ୍ୟକ୍ଷତାକରି ସ୍ୱାଗତ ଅଭିଭାଷଣ ପ୍ରଦାନ କରିଥିଲେ । କଲେଜ ଅଧ୍ୟକ୍ଷ ପ୍ରଫେସର ଅଶୋକ କୁମାର ଦାସ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହି ଶିକ୍ଷାନୁଷ୍ଠାନର ସର୍ବାଙ୍ଗିନ ଉନ୍ନତି ପାଇଁ ପୁରାତନ ଛାତ୍ରଛାତ୍ରୀମାନେ ସହଯୋଗର ହାତ ବଢାଇବାକୁ ଆହ୍ୱାନ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ପୂର୍ବତନ ଅଧ୍ୟକ୍ଷ ପ୍ରଫେସର ବିନ୍ଦୁମିତ୍ର ବଳ, ପ୍ରାକ୍ତନ ବିଭାଗୀୟ ମୁଖ୍ୟ ଡ. ଗିରିଶ ଚନ୍ଦ୍ର ପାତ୍ର, ପ୍ରଫେସର କୈଳାସ ଚନ୍ଦ୍ର ଲେଙ୍କା, ଡ. ବୀରେନ ରାଉତ, ପ୍ରଫୁଲ୍ଲ ଚନ୍ଦ୍ର ରାଉତ ପ୍ରମୁଖ ଯୋଗଦେଇ ପୁରାତନ ଛାତ୍ରଛାତ୍ରୀମାନଙ୍କୁ ବାଣିଜ୍ୟ ବିଭାଗର ଉନ୍ନତି ପାଇଁ ବଳିଷ୍ଠ ଭୂମିକା ଗ୍ରହଣ କରିବାକୁ ପରାମର୍ଶ ଦେଇଥିଲେ । ପୁରାତନ ଛାତ୍ରଛାତ୍ରୀମାନଙ୍କୁ ନେଇ ପୁରାତନ ଛାତ୍ର ସଂଗଠନ ନାମରେ ଏକ ଅନୁଷ୍ଠାନକୁ ପଞ୍ଜିକୃତ କରାଯିବାକୁ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା । ଶେଷରେ ଅଧ୍ୟାପକ ଡ. ସୁରେଶ ଚନ୍ଦ୍ର ଦାସ ଧନ୍ୟବାଦ ଅର୍ପଣ କରିଥିଲେ । ବିଭାଗର ଅଧ୍ୟାପକ ବିକାଶ କୁମାର ନାୟକ, ମନୋଜ ପ୍ରଧାନ, ଆର୍ଯ୍ୟସ୍ମୀତା କର, ରଞ୍ଜିତା ଗଡସରା ପ୍ରମୁଖ ଉପସ୍ଥିତ ଥିଲେ । ଏହି କାର୍ଯ୍ୟକ୍ରମରେ ପୁରାତନ ଛାତ୍ର ବିଭବ କୁମାର ମହାନ୍ତି, ସୁବାଶିଷ ଦାଶ, ବିକାଶ କୁମାର ଜେନା ପ୍ରମୁଖ ପରିଚାଳନା କରିଥିଲେ ।


Discover more from

Subscribe now to keep reading and get access to the full archive.

Continue reading