
ଗତ କାଲି କଳିଙ୍ଗ ଷ୍ଟାଡିୟମଠାରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଧବଳେଶ୍ଵର ନୋଡାଲ ୟୁପି ସ୍କୁଲ୍ ଏବଂ ଲୋକନାଥପୁର ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ସମେତ ପଟ୍ଟାମୁଣ୍ଡାଇ ବ୍ଲକର ମାତ୍ର ଦୁଇଟି ବିଦ୍ୟାଳୟକୁ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ମିଳିଥିବା ବେଳେ ଦୁଇ ପ୍ରଧାନଶିକ୍ଷକ ଯଥାକ୍ରମେ ପ୍ରଭାକର ପରିଡ଼ା ଓ ଶୁଭା°ଶୁ କୁମାର ଦାସଙ୍କୁ ଉଭୟ ସ୍କୁଲ ଓ ପ୍ରଧାନଶିକ୍ଷକଙ୍କୁ ପୁରସ୍କାର ଅର୍ଥରାଶି,ଟ୍ରଫି ଓ ମାନପତ୍ର ଇତ୍ୟାଦି ପ୍ରଦାନ କରିଅଛନ୍ତି।
ଏହି ଅବସରରେ କଳିଙ୍ଗ ଷ୍ଟାଡିୟମଠାରେ ମାଧ୍ୟମିକ ଶିକ୍ଷା ବିଭାଗର ସହକାରୀ ନିର୍ଦେଶକ ହିମାଂଶୁ ଓଝା, ମୋସ୍କୁଲର ସହକାରୀ ନିର୍ଦେଶକ ମୋନାଲିସା ପଣ୍ଡା,କେନ୍ଦ୍ରାପଡା ଜିଲ୍ଲା ଶିକ୍ଷାଧିକାରୀ ଶୁଭଲକ୍ଷ୍ମୀ ନାୟକ, ଜିଲ୍ଲା ବିଜ୍ଞାନ ପରିଦର୍ଶକ ନିଶିଥ ବାରିକ,ପଟ୍ଟାମୁଣ୍ଡାଇ ବ୍ଲକ ଶିକ୍ଷା ଅଧିକାରୀ ହରିହର ଦଳାଇ, ବିଆରସି ଚନ୍ଦ୍ର ଶେଖର ତ୍ରିପାଠୀ, ସିଆରସିସି ମଳୟ କୁମାର ଜେନା ଓ ସଞ୍ଜୟ କୁମାର ସାହୁ ମିଳିତ ଭାବରେ ସମ୍ବର୍ଦ୍ଧନା ପତ୍ର ସହ ପୁରସ୍କାର ସମ୍ପର୍କିତ ସମସ୍ତ ଜିନିଷ ପ୍ରଦାନ କରି କରିଥିଲେ। ଏହି ଖବର ପାଇବାପରେ ପଟ୍ଟାମୁଣ୍ଡାଇ ଅଞ୍ଚଳରେ ଖୁସିର ଲହରୀ ଖେଳିଯିବା ସଙ୍ଗେ ସଙ୍ଗେ ଦୁଇ କୃତି ଶିକ୍ଷକଙ୍କୁ ବିଭିନ୍ନ ମହଲରୁ ଅଭିନନ୍ଦନ ଓ ଶୁଭେଚ୍ଛା ଜ୍ଞାପନ କରାଯାଇଛି ।











