ନିମ୍ନମାନର ଔଷଧ କାରବାରକୁ ନେଇ ବଢୁଛି ଜନଅସନ୍ତୋଷ: ନିଦ୍ରାରେ ଭେଷଜ ବିଭାଗ


କେନ୍ଦ୍ରାପଡ଼ା ଜିଲାର ପଟ୍ଟାମୁଣ୍ଡାଇ ଅଂଚଳରେ ନିମ୍ନମାନର ଔଷଧ କାରବାର ଛତୁ ଫୁଟିବା ଭଳି ଔଷଧ ଦୋକାନ ଗଢ଼ି ଉଠୁଛି । ଏ ନେଇ ଜିଲା ଭେଷଜ ବିଭାଗ ଚୁପ୍ ବସିଥିବା ବାରମ୍ବାର ଅଭିଯୋଗ ହୋଇଆସୁଥିଲା । ଜିଲା ଭେଷଜ ବିଭାଗ ପକ୍ଷରୁ ସମୟାନୁଯାଇ ଏବଂ ନିୟମିତ ଚଢ଼ାଉ ନକରାଯିବା ନେଇ ଜନସାଧାରଣଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । କାଁ ଭାଁ ଜିଲ୍ଲା ଭେଷଜ ବିଭାଗ ପକ୍ଷରୁ କରାଯାଉଥିବା ଚଢ଼ାଉ ଲୋକ ଦେଖାଣିଆ ବୋଲି ବୁଦ୍ଧିଜୀବୀ ମହଲରେ ଆଲୋଚନା ହେଉଛି । ବିଭାଗୀୟ କର୍ମଚାରୀମାନେ କେଉଁ ଛଅ ମାସରେ ଥରେ କେବଳ ଦିବା ସମୟରେ ସହରର ଜଣାଶୁଣା ନାମିଦାମୀ ଦୋକାନରେ ଚଢ଼ାଉ କରି କିଛି କାଗଜପତ୍ର ଯାଂଚ କରି ଔଷଧର ମାନ ପରୀକ୍ଷା ପାଇଁ ଆଂଟିବାୟୋଟିକ, କଫ୍ ସିରପ ଗୋଟିଏ ଗୋଟିଏ ଜବତ କରି ଫେରିଯାଉଥିବା ବେଳେ ଅନ୍ୟ ସମୟରେ ଚଢ଼ାଉ ଆଦୌ କରାଯାଉନାହିଁ । ଯାହାଫଳରେ ଗ୍ରାମାଂଚଳରେ ଛତୁ ଫୁଟିଲା ପରି ଏକାଧିକ ବେନାମୀ ଔଷଧ ଦୋକାନ ଷ୍ଟ୍ରକ ପଏଂଟ ଖୋଲାଯାଇ ବେପାର ଚାଲିଛି । ତେବେ ଗ୍ରାମାଂଚଳରେ ଔଷଧ ମାନ ତଦନ୍ତ କରିବା କଗଜପତ୍ର ଯାଂଚ ନିତ୍ୟାନ୍ତ ଜରୁରୀ ହୋଇପଡିଥିବା ବେଳେ ଜିଲା ଭେଷଜ ବିଭାଗ ପକ୍ଷରୁ ଲୋକ ଦେଖାଣିଆ ଅଦିନିଆ ଯାଂଚ ଧର୍ମକୁ ଆଖିଠାର ସଦୃଶ । ଏନେଇ ଅନେକ ଥର ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରସାରିତ କରାଯାଉଥିଲେ ମଧ୍ୟ ସେସବୁକୁ ଗ୍ରାମଂଚଳରେ ଗଢ଼ି ଉଠିଥିବା ଔଷଧ ଦୋକାନ ମାଲିକମାନେ ଅଣଦେଖା କରି ଚାଲିଛନ୍ତି । ଏପରିକି ଜିଲା ଭେଷଜ ବିଭାଗ ମଧ୍ୟ ଏସବୁକୁ ଅଣଦେଖା କରୁଥିବାର ଅନୁମେୟ ହେଉଛି । ବିଭାଗର କୋହଳ ମନୋଭାବ ଲାଗି ଦୋକାନ ମାଲିକମାନେ ବେଖାତିର କରି ମନଇଚ୍ଛା ମିସ୍‌ବ୍ରାଣ୍ଡଡେଡ୍ ବା ବେନାମି ଔଷଧ ବିକ୍ରି କରୁଛନ୍ତି । ଏପରିକି ଗ୍ରାହକ ଅଭିଯୋଗ କଲେ ମଧ୍ୟ ଏହାକୁ ନଜର ଅନ୍ଦାଜ କରାଯାଉଛି । ତବେ ଜିଲାପ୍ରାସାଶନ ଏ ଦିଗରେ ଦୃଷ୍ଟିଦେବା ସହିତ ସହରା ଅଂଚଳ ଓ ଗ୍ରାମାଂଚଳରେ ନିୟମିତ ବ୍ୟବଧାନରେ ଚଢ଼ାଉ ଜୋରଦାର କରାଯାଉ ବୋଲି ଅଂଚଳବାସୀ ଦାବୀ କରିଛନ୍ତି । ଏବାଦାରେ ଭେଷଜ ନିରୀକ୍ଷକ ପ୍ରଦୋସ ସାହୁଙ୍କୁ ଯୋଗାଯୋଗ କରିବାରେ କଟକ ହେଡ କ୍ୱାଟରରୁ କେନ୍ଦ୍ରାପଡା ହେଡ୍ କ୍ୱାଟର ୭୦ କିମି ହୋଇଥିବା ବେଳେ କଟକ ଜିଲାର ଛୋଟ ବଜାର ଛାଡି ୧୧ ଟି ସହରର ଔଷଧ ଦୋକାନ ଓ କେନ୍ଦ୍ରାପଡା ଜିଲ୍ଲାର ୯ ବ୍ଲକର ପ୍ରାୟ ୧୫ ରୁ ୨୦ ସହରର ଔଷଧ ଦୋକାନ ଅଛି । ୨ ଟି ଜିଲା ଚାର୍ଜରେ ଥିବାରୁ ସବୁ ସମୟରେ ସବୁ ସ୍ଥାନରେ ଠିକ୍ ସମୟରେ ପହଁଚି ହେଉନାହିଁ । ଗତ ଜୁନ ୭ରେ ପଟ୍ଟାମୁଣ୍ଡାଇ ସହରରେ ତନଖି କରି କାଗଜପତ୍ର ଯାଂଚ କରିବା ସହ ଔଷଧର ମାନ ପରୀକ୍ଷା ପାଇଁ ଲାବ୍ରୋଟରି ପଠାଯାଇଛି । ଆଗକୁ ତନଖି ଜାରି ରହିବ ବୋଲି ସେ କହିଛନ୍ତି ।


Discover more from

Subscribe now to keep reading and get access to the full archive.

Continue reading