ପଟ୍ଟାମୁଣ୍ଡାଇ ବ୍ଲକରେ ବିଶ୍ୱ ଓଡ଼ିଆ ସମ୍ମିଳନୀ -୨୦୨୪ : ମୁଖ୍ୟମନ୍ତ୍ରୀଙ୍କ ଭାଷା ବିପ୍ଳବ ଭାଷାସଂସ୍କୃତିକୁ ଶକ୍ତିଶାଳୀ କରିବ



ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉଦ୍ୟମକ୍ରମେ ସାରା ରାଜ୍ୟର କୋଣ ଅନୁକୋଣରେ ବିଶ୍ୱ ଓଡ଼ିଆ ସମ୍ମିଳନୀ ଆୟୋଜିତ ହେଉଛି । ମୁଖ୍ୟମନ୍ତ୍ରୀଙ୍କ ଭାଷା ବିପ୍ଳବ ଓଡ଼ିଆ ଭାଷା ସଂସ୍କୃତି ଓ ସାହିତ୍ୟ କୁ ଶକ୍ତିଶାଳୀ ଓ ଅଧିକ ରୁଦ୍ଧିମନ୍ତ କରିବ ଅନ୍ୟଥା ଭାଷା ଦୁର୍ବଳ ହେଲେ ଆମ ଗୌରବମୟ ସଂସ୍କୃତି ଓ ପରମ୍ପରା ପରମ୍ପରା ଦିଗହରା ହୋଇପଡ଼ିବାର ଆଶଙ୍କା ରହିଛି ବୋଲି ପଟ୍ଟାମୁଣ୍ଡାଇ ବ୍ଲକ ସମ୍ମିଳନୀ କକ୍ଷରେ ଆୟୋଜିତ ବିଶ୍ୱ ଓଡ଼ିଆ ସମ୍ମିଳନୀରେ ଯୋଗ ଦେଇ ଅତିଥିମାନେ ପ୍ରକାଶ କରିଛନ୍ତି । ପଟ୍ଟାମୁଣ୍ଡାଇ ବିଡ଼ିଓ ଶୁଭ୍ରାଂଶୁ ସାହୁଙ୍କ ପୌରହିତ୍ୟରେ ବିଶ୍ୱ ଓଡ଼ିଆ ସମ୍ମିଳନୀ -୨୦୨୪ ପାଳନ ଅବସରରେ ଆୟୋଜିତ ବର୍ଣ୍ଣାଢ୍ୟ ଉତ୍ସବରେ ସଂସ୍କୃତିପ୍ରେମୀ ପଟ୍ଟାମୁଣ୍ଡାଇ ବ୍ଲକ ଅଧ୍ୟକ୍ଷ ପ୍ରଦ୍ୟୁମ୍ନ ସାମନ୍ତରାୟ ମୁଖ୍ୟଅତିଥି, ବିଶିଷ୍ଟ କବି ଶିକ୍ଷାବିତ ସଚିତ୍ର ବେହୁରା ମୁଖ୍ୟ ବକ୍ତା, ବ୍ଲକ ଉପାଧ୍ୟକ୍ଷା ଜୟନ୍ତୀ ସ୍ୱାଇଁ, ଅଧ୍ୟାପକ ନାଟ୍ୟକାର ଗୋଲକ ମହାରଣା ସମ୍ମାନିତଅତିଥି ଭାବେ ଯୋଗ ଦେଇ ଭାଷା ଭିତିିକ ରାଜ୍ୟ ଓଡ଼ିଆର ମହାନ ସଂସ୍କୃତି,ଐତିହ୍ୟ ଓ ପରମ୍ପରାକୁ ବଜାୟ ରଖିବା ପାଇଁ ଓଡ଼ିଆ ଭାଷାର ସୁରକ୍ଷା ପ୍ରଚାର ପ୍ରସାର ପାଇଁ ସବୁ ସ୍ତରରେ ନିଷ୍ଠାପର ଉଦ୍ୟମ କରାଯିବାକୁ ପରାମର୍ଶ ଦେଇଥିଲେ । ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ସୁଧାଂଶୁ ଶେଖର ପ୍ରଧାନ ସ୍ୱାଗତ ଭାଷଣ ଦେଇ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଦେଇଥିଲେ । ଅଧ୍ୟାପକ ବିରଜାନନ୍ଦ ମହାନ୍ତି, କବି ବ୍ରଜବନ୍ଧୁ ଦାଶ, କବି ଆଡ଼ଭୋକେଟ ରାମକୃଷ୍ଣ ଦାଶ, କବି ମନୋଜ ଶତପଥୀ, କବି ଇଂ ତପନ ପାତ୍ର କବି ଗୌରାଙ୍ଗ ମହାନ୍ତି, ଲେଖକ ମାନଗୋବିନ୍ଦ ସ୍ୱାଇଁ ଓ ଯୁବ ସମାଜସେବୀ କିଶୋର ସ୍ୱାଇଁ ଦେବାଶିଷ ପ୍ରଧାନ ପ୍ରମୁଖ ଓଡ଼ିଆ ଭାଷାର ସୁରକ୍ଷା ପ୍ରଚାର ପ୍ରସାର ଉପରେ ନିଜସ୍ୱ ମତାମତ ଉପସ୍ଥାପନ କରିଥିଲେ । ସବିତା ଦେଉରୀଙ୍କ ଟିମ ଓଡିଶୀ ନୃତ୍ୟ, ଭଜନ ଓ ପାଲା ପରିବେଷଣ କରିଥିଲେ । ଏଇ ଅବସରରେ ବହୁ କବି ସାହିତ୍ୟିକ, ସମାଜସେବୀଙ୍କୁ ଉତରୀୟ ପ୍ରଦାନ କରି ସମ୍ବର୍ଦ୍ଧିତ କରାଯାଇଥିଲୋ । ଶେଷରେ ନଳିନୀକାନ୍ତ ସ୍ୱାଇଁ ଧନ୍ୟବାଦ ଦେଇଥିଲେ । ଏହି ସମ୍ମିଳନୀରେ ବହୁ କବି, ସାହିତ୍ୟିକ, ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ, ଲୋକପ୍ରତିନିଧି ଓ ଗଣମାଧ୍ୟମ ପ୍ରତିନିଧି ଯୋଗ ଦେଇଥିଲେ ।


Discover more from

Subscribe now to keep reading and get access to the full archive.

Continue reading