ପଟ୍ଟାମୁଣ୍ଡାଇ : ଅଳପୁଆ ଅଗ୍ନିକାଣ୍ଡ ରେ ଏକ ବଖରା ଘର ଓ ଗୁହାଳ ଭଶ୍ମିଭୁତ , ୫ ଛେଳି ଜୀବନ୍ତ ଦଗ୍ଧ



କଳ୍ପତରୁ ନାୟକ ପଟ୍ଟାମୁଣ୍ଡାଇ ଥାନା ଅନ୍ତର୍ଗତ ଅଳପୁଆ ପଂଚାୟତ ଦୀନବନ୍ଧୁ ସେଠୀଙ୍କ ଘରେ ଗତକାଲି ବିଳମ୍ବିତ ରାତିରେ ଆକସ୍ମିକ ଅଗ୍ନିକାଣ୍ଡ ଘଟି ଏକ ବଖରା ଘର ଓ ଗୁହାଳ ଭଶ୍ମିଭୁତ ହେବା ସହିତ ଆସବାବପତ୍ର ଚାଉଳ ବିରି ପୋଡି ନଷ୍ଟ ହୋଇଯାଇଛି । ଏଥି ସହିତ ଅଗ୍ନିକାଣ୍ଡରେ ପୋଡି ହୋଇ ୫ଛେଳି ଜୀବନ୍ତ ଦଗ୍ଧ ହୋଇଥିବାବେଳେ ଗୋଟିଏ ଗାଈ ମଧ୍ୟ ଆହତ ହୋଇଛି । ଗୁହାଳକୁ ଲାଗି ରହିଥିବା ଘରେ ଚାଉଳ, ବିରି ବସ୍ତା ଓ ଆସବାବ ପତ୍ର ପୋଡି ପାଉଁଶ ହୋଇଛି । ଏହି ଅଗ୍ନିକାଣ୍ଡରେ ପ୍ରାୟ ଲକ୍ଷାଧିକ ଟଙ୍କାର ସମ୍ପତି ନଷ୍ଟ ହୋଇଥିବା ଅନୁମାନ କରାଯାଉଛି । ପଟ୍ଟାମୁଣ୍ଡାଇରୁ ଦମକଳ ଗାଡି ପହଁଚି ନିଆଁକୁ ଆୟତ କରିଥିଲା । ଦୀନବନ୍ଧୁ ଅତ୍ୟନ୍ତ ଗରିବ ଶ୍ରେଣୀର ଲୋକ ହୋଇଥିବା ବେଳେ ଅଗ୍ନିକାଣ୍ଡରେ ସବୁ କିଛି ହରାଇ ଥିବାରୁ ପରିବାର ପ୍ରତିପୋଷଣ ଚିନ୍ତାରେ ଦୀନବନ୍ଧୁ ସଂପୂର୍ଣ୍ଣ ଭାଙ୍ଗି ପଡିଛନ୍ତି । ଅଗ୍ନି ବିପନ୍ନ ପରିବାରକୁ ସମସ୍ତ ସରକାରୀ ସହାୟତା ଯୋଗାଇ ଦେବା ପାଇଁ ସାଧାରଣରେ ଦାବୀ ହେଉଛି । ଅଗ୍ନିକାଣ୍ଡର ପ୍ରକୃତ କାରଣ ଜଣା ପଡ଼ିନାହିଁ । ଅନ୍ୟପକ୍ଷରେ ପୂର୍ବ ଶତ୍ରୁତାକୁ ନେଇ ଅଗ୍ନିକାଣ୍ଡ ଘଟିଥିବା ସନ୍ଦେହ କରି ଦୀନବନ୍ଧୁ ଙ୍କ ପତ୍ନୀ ନଳିନୀ ସେଠୀ ଚଉଦକୁଲାଟ ଫାଣ୍ଡି ରେ ଲିଖିତ ଅଭିଯୋଗ କରିଛନ୍ତି ।

← Back

Thank you for your response. ✨


Next Post

ପଟ୍ଟାମୁଣ୍ଡାଇ ସ୍ୱାସ୍ଥ୍ୟକେନ୍ଦ୍ର ଜାତୀୟକୃମି ନାଶକ ଦିବସ

Sat Feb 10 , 2024
କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ସବଡିଭିଜନ ହସ୍ପିଟାଲ ପକ୍ଷରୁ ଜାତୀୟ କୃମି ନାଶକ ଦିବସ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ପଟ୍ଟାମୁଣ୍ଡାଇ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଆୟୋଜିତ ସ୍ୱତନ୍ତ୍ର ଉତ୍ସବରେ ପଟ୍ଟାମୁଣ୍ଡାଇ ସବ ଡିଭିଜନ ହସ୍ପିଟାଲ ଭାରପ୍ରାପ୍ତ ଚିକିତ୍ସାଧିକାରୀ ଡ଼ା ନିରାକାର ପରିଡା ଉତମ ସ୍ୱାସ୍ଥ୍ୟ ରକ୍ଷା ପାଇଁ କୃମିକୁ ସମୂଳେ ବିନାଶ କରିବା ଉପରେ ଗୁରୁତ୍ୱଆରୋପ କରିବା ସହିତ ପିଲାମାନେ କିପରି କୃମି ନାଶକ ଔଷଧ ସେବନ […]

KANIKA