ପଟ୍ଟାମୁଣ୍ଡାଇ : ଅଳପୁଆ ଅଗ୍ନିକାଣ୍ଡ ରେ ଏକ ବଖରା ଘର ଓ ଗୁହାଳ ଭଶ୍ମିଭୁତ , ୫ ଛେଳି ଜୀବନ୍ତ ଦଗ୍ଧ

ପଟ୍ଟାମୁଣ୍ଡାଇ : ଅଳପୁଆ ଅଗ୍ନିକାଣ୍ଡ ରେ ଏକ ବଖରା ଘର ଓ ଗୁହାଳ ଭଶ୍ମିଭୁତ , ୫ ଛେଳି ଜୀବନ୍ତ ଦଗ୍ଧ


କଳ୍ପତରୁ ନାୟକ ପଟ୍ଟାମୁଣ୍ଡାଇ ଥାନା ଅନ୍ତର୍ଗତ ଅଳପୁଆ ପଂଚାୟତ ଦୀନବନ୍ଧୁ ସେଠୀଙ୍କ ଘରେ ଗତକାଲି ବିଳମ୍ବିତ ରାତିରେ ଆକସ୍ମିକ ଅଗ୍ନିକାଣ୍ଡ ଘଟି ଏକ ବଖରା ଘର ଓ ଗୁହାଳ ଭଶ୍ମିଭୁତ ହେବା ସହିତ ଆସବାବପତ୍ର ଚାଉଳ ବିରି ପୋଡି ନଷ୍ଟ ହୋଇଯାଇଛି । ଏଥି ସହିତ ଅଗ୍ନିକାଣ୍ଡରେ ପୋଡି ହୋଇ ୫ଛେଳି ଜୀବନ୍ତ ଦଗ୍ଧ ହୋଇଥିବାବେଳେ ଗୋଟିଏ ଗାଈ ମଧ୍ୟ ଆହତ ହୋଇଛି । ଗୁହାଳକୁ ଲାଗି ରହିଥିବା ଘରେ ଚାଉଳ, ବିରି ବସ୍ତା ଓ ଆସବାବ ପତ୍ର ପୋଡି ପାଉଁଶ ହୋଇଛି । ଏହି ଅଗ୍ନିକାଣ୍ଡରେ ପ୍ରାୟ ଲକ୍ଷାଧିକ ଟଙ୍କାର ସମ୍ପତି ନଷ୍ଟ ହୋଇଥିବା ଅନୁମାନ କରାଯାଉଛି । ପଟ୍ଟାମୁଣ୍ଡାଇରୁ ଦମକଳ ଗାଡି ପହଁଚି ନିଆଁକୁ ଆୟତ କରିଥିଲା । ଦୀନବନ୍ଧୁ ଅତ୍ୟନ୍ତ ଗରିବ ଶ୍ରେଣୀର ଲୋକ ହୋଇଥିବା ବେଳେ ଅଗ୍ନିକାଣ୍ଡରେ ସବୁ କିଛି ହରାଇ ଥିବାରୁ ପରିବାର ପ୍ରତିପୋଷଣ ଚିନ୍ତାରେ ଦୀନବନ୍ଧୁ ସଂପୂର୍ଣ୍ଣ ଭାଙ୍ଗି ପଡିଛନ୍ତି । ଅଗ୍ନି ବିପନ୍ନ ପରିବାରକୁ ସମସ୍ତ ସରକାରୀ ସହାୟତା ଯୋଗାଇ ଦେବା ପାଇଁ ସାଧାରଣରେ ଦାବୀ ହେଉଛି । ଅଗ୍ନିକାଣ୍ଡର ପ୍ରକୃତ କାରଣ ଜଣା ପଡ଼ିନାହିଁ । ଅନ୍ୟପକ୍ଷରେ ପୂର୍ବ ଶତ୍ରୁତାକୁ ନେଇ ଅଗ୍ନିକାଣ୍ଡ ଘଟିଥିବା ସନ୍ଦେହ କରି ଦୀନବନ୍ଧୁ ଙ୍କ ପତ୍ନୀ ନଳିନୀ ସେଠୀ ଚଉଦକୁଲାଟ ଫାଣ୍ଡି ରେ ଲିଖିତ ଅଭିଯୋଗ କରିଛନ୍ତି ।

Warning
Warning
Warning
Warning

Warning.