ଏନ ସି ସି କମାଣ୍ଡିଙ୍ଗ ଅଫିସରଙ୍କ ପଟ୍ଟାମୁଣ୍ଡାଇ କଲେଜ ପରିଦର୍ଶନ

ଏନ ସି ସି କମାଣ୍ଡିଙ୍ଗ ଅଫିସରଙ୍କ ପଟ୍ଟାମୁଣ୍ଡାଇ କଲେଜ ପରିଦର୍ଶନ


ଏନସିସି ୱାନ ଓଡିଶା ଗାର୍ଲସ ବାଟାଲିୟନର ଲେଫ୍ଟନାଂଟ କର୍ଣ୍ଣଲ ବିକାଶ ମଣ୍ଡଳ ପଟ୍ଟାମୁଣ୍ଡାଇ କଲେଜକୁ ସ୍ୱତନ୍ତ୍ର ପରିଦର୍ଶନରେ ଆସି କଲେଜ ଏନସିସି ବାଳିକା ଶାଖାର ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ତଦାରଖ କରିଥିଲେ । ତାଙ୍କ ସହିତ ଏସଏମ ବିରାଜ ସାବ, ଏସ ପ୍ରଧାନ ଯୋଗ ଦେଇ ବାଳିକା ଏନସିସି କ୍ୟାଡ଼େଟ ମାନଙ୍କ ସହିତ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରି ସେମାନଙ୍କ ସ୍କିଲ ଓ ଉଇଲ ପାୱାର ବଢ଼ାଇକୁ ପରାମର୍ଶ ଦେଇଥିଲେ । କଲେଜ ଅଧ୍ୟକ୍ଷ ପ୍ରଫେସର ଦିଲ୍ଲୀପ ଭୂୟାଁ ଓ ଏନସିସି ବାଳିକା ଶାଖା ଲେଫ୍ଟନାଂଟ ଆରଏଲ ମଧୁସ୍ମିତା ପରିଡା କଲେଜକୁ ସ୍ୱାଗତ କରିବା ସହିତ ବିଭିନ୍ନ କାର୍ଯ୍ୟକ୍ରମ ବୁଲାଇ ଦେଖାଇଥିଲେ ।