ଗାଧୋଇବାବେଳେ ଭାସି ଯାଇ ନିଖୋଜ ଥିବା ୨ ଅଣଓଡିଆ ଶ୍ରମିକଙ୍କ ମୃତ ଦେହ ଉଦ୍ଧାର 


କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଳକ ଅନ୍ତର୍ଗତ ଶାସନ ପଂଚାୟତ ନିମପୁର ଗ୍ରାମର ବ୍ରାହ୍ମଣୀ ନଦୀ ତୁଠରେ ଗତ ୨ ତାରିଖ ଦିନ ୧୨ ଟା ବେଳେ ରଙ୍ଗ କାମ କରୁଥିବା ୨ ଜଣ ଅଣଓଡିଆ ଶ୍ରମିକ ଗାଧୋଇବା ପାଇଁ ବ୍ରାହ୍ମଣୀ ନଦୀକୁ ଯାଇ   ଗୋଡ ଖସି  ଯିବାରୁ ସେମାନେ ନଦୀ ସୁଅରେ ଭାସି ଯାଇ ନିଖୋଜ ହୋଇ ଯାଇଥିଲେ ।  ଖବର ପାଇ ପଟ୍ଟାମୁଣ୍ଡାଇ ଦମକଳ ବାହିନୀ ବୋଟ ସହ ନିଖୋଜ ଅଣଓଡ଼ିଆ ଶ୍ରମିକଙ୍କୁ ଖୋଜାଖୋଜି କରିଥିଲେ ହେଁ ସେମାନଙ୍କର କୌଣସି ପତ୍ତା ମିଳାପାରିନଥିଲା ।  ନଦୀ ସୁଅଭାସି ଯାଇ ନିଖୋଜ ହୋଇଥିବା ୨ଜଣ ଯୁବକ  ଉତ୍ତରପ୍ରଦେଶ  ଆଗ୍ରା ଜିଲ୍ଲାର ଅଜିତ କୁଅଁର(୨୦) ଓ ଜାଭେଦ ଖାଁ(୨୨)ଙ୍କ ମୃତ ଦେହ ଆଜି ନଦୀ ନିକଟବର୍ତ୍ତୀ ଅଂଚଳରୁ ଉଦ୍ଧାର କରାଯାଇଛି । ସ୍ଥାନୀୟ ପୋଲିସ ମୃତ ଦେହ ଉଦ୍ଧାର କରି ବ୍ୟବଛେଦ ପାଇଁ ପଠାଇବା ସହିତ ଏକ ଅପମୃତ୍ୟ ମାମଲା ରୁଜୁ କରି ତଦନ୍ତ ଚଳାଇଛି ।
ପ୍ରକାଶ ଯେ ଗତ ୨ ତାରିଖରେ ଆଗ୍ରାର ୭ ଜଣ ଯୁବକ  ପଟ୍ଟାମୁଣ୍ଡାଇ ଅଞ୍ଚଳରେ ଏକ କଂପାନୀର ରଙ୍ଗ ୱାଲିଂ କାମ ସାରି ମାରୁତି ଭ୍ୟା‌ନ ଯୋଗେ କଟକ ଫେରୁଥିଲେ । ମଧ୍ୟାହ୍ନ ଗୋଟାଏ ବେଳେ ଏମାନେ ନିମପୁର ଘାଟ ସ୍ପର ନିକଟରେ ଗଧୋଇବା ପାଇଁ ଗାଡିକୁ  ରଖି ୬ଜଣ ଯୁବକ ସ୍ପର ନିକଟରେ ଗାଧାଉଥିଲେ । ନଦୀର ସୁଅ ଯୋଗୁଁ ଉଭୟ ଅଥଳ ପାଣି ଭିତରେ ନିଖୋଜ ହୋଇଯାଇଥିଲେ।  ସ୍ଥାନୀୟ ଲୋକମାନେ ଦମକଳ ବାହିନୀ ଓ ପୋଲିସକୁ ଖବର ଦେଇଥିଲେ। ନଦୀ ମଧ୍ୟରେ ଦମକଳ ବାହିନୀ ବହୁତ ଖୋଜାଖୋଜି କରିଥିଲେ ମଧ୍ୟ  ସେମାନଙ୍କର କୌଣସି ପତ୍ତା ମିଳିପାରିନଥିଲା ।

Next Post

କିଡ୍‌ନୀ ରୋଗ ଚିକିତ୍ସା ପାଇଁ ଅର୍ଥବାଧକ, ଅର୍ଥ ପାଇଁ ଜିଲ୍ଲା ପ୍ରଶାସନକୁ ଗୁହାରୀ

Mon Mar 4 , 2024
କେନ୍ଦ୍ରାପଡା, ୪/୨୪ : କେନ୍ଦ୍ରାପଡ଼ା ପୌରାଞ୍ଚଳ ଅନ୍ତର୍ଗତ କମାରଖଣ୍ଡି ଗ୍ରାମର ସୁଦର୍ଶନ ବେହେରାଙ୍କ ପୁତ୍ର ପ୍ରଦୀପ ବେହେରା ଦୀର୍ଘ ୧ବର୍ଷ ହେବ କିଡ୍‌ନୀ ରୋଗରେ ଆକ୍ରାନ୍ତ ହୋଇ ଦୁଇଟିଯାକ କିଡ୍‌ନୀ ନଷ୍ଟ ହୋଯାଇଛି । ଯାହାଫଳରେ ସପ୍ତାହକୁ ଦୁଇଥର ଡାଇଲିସିସ୍ ହେଉଅଛି । ଗତ କିଛିଦିନ ତଳେ ଦୁଇଥର ଅସ୍ତ୍ରୋପଚାର କରାଯାଇଛି । ରାଜ୍ୟ ସରକାରଙ୍କର ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ କାର୍ଡ ଥିଲେ ମଧ୍ୟ ୫ଲକ୍ଷରୁ ଉର୍ଦ୍ଧ୍ୱରୁ ଅଧିକ ଟଙ୍କା […]

KANIKA