କିଡ୍‌ନୀ ରୋଗ ଚିକିତ୍ସା ପାଇଁ ଅର୍ଥବାଧକ, ଅର୍ଥ ପାଇଁ ଜିଲ୍ଲା ପ୍ରଶାସନକୁ ଗୁହାରୀ


କେନ୍ଦ୍ରାପଡା, ୪/୨୪ : କେନ୍ଦ୍ରାପଡ଼ା ପୌରାଞ୍ଚଳ ଅନ୍ତର୍ଗତ କମାରଖଣ୍ଡି ଗ୍ରାମର ସୁଦର୍ଶନ ବେହେରାଙ୍କ ପୁତ୍ର ପ୍ରଦୀପ ବେହେରା ଦୀର୍ଘ ୧ବର୍ଷ ହେବ କିଡ୍‌ନୀ ରୋଗରେ ଆକ୍ରାନ୍ତ ହୋଇ ଦୁଇଟିଯାକ କିଡ୍‌ନୀ ନଷ୍ଟ ହୋଯାଇଛି । ଯାହାଫଳରେ ସପ୍ତାହକୁ ଦୁଇଥର ଡାଇଲିସିସ୍ ହେଉଅଛି । ଗତ କିଛିଦିନ ତଳେ ଦୁଇଥର ଅସ୍ତ୍ରୋପଚାର କରାଯାଇଛି । ରାଜ୍ୟ ସରକାରଙ୍କର ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ କାର୍ଡ ଥିଲେ ମଧ୍ୟ ୫ଲକ୍ଷରୁ ଉର୍ଦ୍ଧ୍ୱରୁ ଅଧିକ ଟଙ୍କା ଖର୍ଚ୍ଚ ହୋଇସାରିଛି । ଶ୍ରୀ ବେହେରା ଏକ ଘରୋଇ ଶିକ୍ଷାନୁଷ୍ଠାନରେ ଶିକ୍ଷକତା କରୁଥିଲେ । କିନ୍ତୁ ନିଜର ଦେହ ଅସୁସ୍ଥତା ଯୋଗୁଁ ଶିକ୍ଷକତା କରିପାରୁନାହାଁନ୍ତି । ଶ୍ରୀ ବେହେରାଙ୍କ ପିଲାଟି ଦିନରୁ ବାପାଙ୍କୁ ହରାଇଥିବା ବେଳେ ମା’ ମୂଲ କରି ପରିବାର ପୋଷଣ କରନ୍ତି । ନିଜ ମା’, ପତ୍ନୀ ଓ ଦୁଇଟି ସନ୍ତାନଙ୍କୁ ଭରଣପୋଷଣ କରିବା ପାଇଁ ବହୁ କଷ୍ଟ କରିବାକୁ ପଡୁଛି । ଓଳିଏ ଖାଇଲେ ଓଳିଏ ଉପାଷରେ ରହିବାକୁ ପଡୁଛି । ମା’ ମଧ୍ୟ ରୋଗାକ୍ରାନ୍ତ ହୋଇଥିବାରୁ ପରିବାର ପାଳନ ପୋଷଣ କରିବା ସହିତ ଚିକିତ୍ସା କରିବା ପାଇଁ ଅର୍ଥ ବାଧକ ସାଜିଛି । ଚିକିତ୍ସା ନିମନ୍ତେ ଅଧିକ ଖର୍ଚ୍ଚାନ୍ତ ହେଉଥିବାରୁ ଚିକିତ୍ସା ପାଇଁ ଆଜି ଜିଲ୍ଲା ପ୍ରଶାସନ ଓ ମୁଖ୍ୟମନ୍ତ୍ରୀଙ୍କୁ ପତ୍ର ମାଧ୍ୟମରେ ଅନୁରୋଧ କରିଛନ୍ତି ।


Next Post

ରାଜଶ୍ରୀର ପ୍ରମୂଖ କର୍ମକର୍ତ୍ତାମାନେ ଗୋଟିଏ ମଞ୍ଚରେ ସମ୍ବର୍ଦ୍ଧିତ

Mon Mar 4 , 2024
କେନ୍ଦ୍ରାପଡା -୪/ ୩ – ଜିଲ୍ଲାର ଅଗ୍ରଣୀ ଅନୁଷ୍ଠାନ ରାଜଶ୍ରୀ କଳା ଓ ସାହିତ୍ୟ ସଂସଦର ପ୍ରମୂଖ କର୍ମକର୍ତ୍ତା ଗଣ ଗୋଟିଏ ମଞ୍ଚରେ ସମ୍ବର୍ଦ୍ଧିତ ହେବା ଅନୁଷ୍ଠାନ ପାଇଁ ଗୌରବର ବିଷୟ । ସାରସ୍ୱତ ପ୍ରତିଷ୍ଠାନ କୈବଲ୍ୟ ସାହିତ୍ୟ ସଂସଦ ଆନୁକୂଲ୍ୟରେ ଭୁବନେଶ୍ୱର ବୁଦ୍ଧ ମନ୍ଦିର ପରିସରରେ ପ୍ରାୟୋଜିତ “ଲୋକ ଗଳ୍ପ ମହୋତ୍ସବ ଓ ସାରସ୍ୱତ ସମାରୋହ’ ରେ ପ୍ରାୟୋଜିତ ସାରସ୍ୱତ ସମ୍ମିଳନୀରେ ଅନୁଷ୍ଠାନର ପ୍ରତିଷ୍ଠାତା ଡଃ ସଂଗ୍ରାମ କେଶରୀ […]

You May Like