କେନ୍ଦ୍ରାପଡ଼ା ୫/୩: ପ୍ରବାଦ ପୁରୁଷ, ଆଧୁନିକ ଓଡିଶାର ନିର୍ମାଣ ତଥା ଓଡିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୟାନନ୍ଦ ପଟ୍ଟନାୟକଙ୍କ ୧୦୮ତମ ଜନ୍ମ ଜୟନ୍ତୀ ଉପଲକ୍ଷେ ଜିଲ୍ଲାସ୍ତରୀୟ ପଞ୍ଚାୟତିରାଜ ଓ ଲୋକସେବା ଦିବସ ସମାରୋହ ଆଜି ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ପାଳିତ ହୋଇଯାଇଛି । ଜିଲ୍ଲା ପରିଷଦ ଅଧ୍ୟକ୍ଷା ଗୀତାଞ୍ଜଳୀ ସେଠୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସମାରୋହରେ ପୂର୍ବତନ ମନ୍ତ୍ରୀ ତଥା କେନ୍ଦ୍ରାପଡା ବିଧାୟକ ଶଶିଭୂଷଣ ବେହେରା ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ(ରାଜସ୍ୱ) ନିଲୁ ମହାପାତ୍ର, ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ରାଜେନ୍ଦ୍ର କୁମାର ପଣ୍ଡା, ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ଅଶୋକ କୁମାର ପ୍ରତିହାରୀ, ଡେରାବିଶ ବିଡିଓ ଦାଶରଥି ଜେନା ଓ କେନ୍ଦ୍ରାପଡା ବିଡିଓ ବନ୍ଦନା ଖଟୁଆ ପ୍ରମୁଖ ଯୋଗ ଦେଇଥିଲେ । ପ୍ରବାଦ ପୁରୁଷ ବିଜୁବାବୁ ଗ୍ରାମାଞ୍ଚଳରେ ବସବାସ କରୁଥିବା ଅବହେଳିତ ସ୍ତରରେ ଥିବା ଜନସାଧାରଣଙ୍କୁ ପ୍ରଶାସନିକ ସୁବିଧା ସୁଯୋଗ ଓ ରାଜ୍ୟ ସରକାରଙ୍କ ଦ୍ୱାରା କାର୍ଯ୍ୟକାରୀ କରାଯାଉଥିବା ଜନମଙ୍ଗଳ କାର୍ଯ୍ୟକ୍ରମର ସଫଳତା ପହଞ୍ଚାଇବା ଉଦ୍ଦେଶ୍ୟରେ ଓଡିଶାର ୧୩ଟି ଜିଲ୍ଲାକୁ ୩୦ ଜିଲ୍ଲାରେ ପୁଃନଗଠନ କରିବା ଏବଂ ମହିଳାମାନଙ୍କୁ ପଞ୍ଚାୟତ ନିର୍ବାଚନରେ ଶତକଡା ୩୩ ଭାଗ ସଂରକ୍ଷଣ ପ୍ରଦାନ ଭଳି ଐତିହାସିକ ନିଷ୍ପତ୍ତି ନେଇଥିଲେ ବୋଲି ମୁଖ୍ୟ ଅତିଥି ମତବ୍ୟକ୍ତ କରିଥିଲେ । ମହାତ୍ମା ଗାନ୍ଧୀଙ୍କ ଗ୍ରାମ ସଭାରୁ ଅନୁପ୍ରାଣିତ ହୋଇ ବିଜୁବାବୁ ତ୍ରିସ୍ତରୀୟ ପଞ୍ଚାୟତ ବ୍ୟବସ୍ଥା ପ୍ରଣୟନ କରିଥିଲେ ବୋଲି ସେ କହିଥିଲେ । ଗ୍ରାମପଞ୍ଚାୟତ ହେଉ ଅବା ପଞ୍ଚାୟତ ସମିତି ସେଠାକୁ ଆସୁଥିବା ଆର୍ôଥକ ଅନୁଦାନକୁ ଶହେ ପ୍ରତିଶତ ସଫଳ ବିନିଯୋଗ କରି ଜନମଙ୍ଗଳ କାର୍ଯ୍ୟକ୍ରମକୁ ଲୋକାପିମୁଖି କରିବାକୁ ସଂକଳ୍ପ ନେବା ଆଜିର ଦିବସରେ ତାଙ୍କ ପାଇଁ ସଠିକ ଶ୍ରଦ୍ଧାଞ୍ଜଳୀ ହେବ ବୋଲି ସେ ଆହ୍ୱାନ ଦେଇଥିଲେ । ବିଜୁବାବୁ ଗାଁ କୁ କାମ ଓ ମାକୁ ସମ୍ମାନ ପ୍ରତି ଅଙ୍ଗିକାର ଥିଲେ । କେନ୍ଦ୍ରାପଡା ଥିଲା ବିଜୁ ଙ୍କ କର୍ମ ଭୂମି । କଳିଙ୍ଗ ବୀର, ଆଧୁନିକ ଓଡିଶାର ନିର୍ମାତା ବିଶିଷ୍ଟ ସ୍ୱାଧିନତା ସଂଗ୍ରାମୀ ତଥା ଓଡିଶାର ପୂର୍ବତମ ମୁଖ୍ୟମନ୍ତ୍ରୀଙ୍କୁ ଇଣ୍ଡୋନେସିଆ ସରକାରଙ୍କ ଦ୍ୱାରା ପ୍ରଦତ “ଭୂମିପୁତ୍ର” ଆଖ୍ୟା ତାଙ୍କର ଅଦମ୍ୟ ସାହସ ଓ ଅସାଧାରଣ ବ୍ୟକ୍ତିତ୍ୱର ପରିଚୟ ଦିଏ ବୋଲି ଜିଲ୍ଲାପରିଷଦ ଅଧ୍ୟକ୍ଷା ମତବ୍ୟକ୍ତ କରିଥିଲେ । ସମାରୋହ ପ୍ରାରମ୍ଭରେ ପ୍ରଦୀପ ପ୍ରଜ୍ୱଳନ ସହ ବିଜୁବାବୁଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରି ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିଥିଲେ ଅତିଥିମାନେ । ଏହାପରେ ବନ୍ଦେ ଉତ୍କଳ ଜନନୀ ସଙ୍ଗୀତ ଗାନ କରାଯାଇଥିଲା । ଉପସ୍ଥିତ ଅତିଥି, ଜିଲ୍ଲାପରିଷଦ ସଭ୍ୟ/ସଭ୍ୟା, ବ୍ଲକର ଅଧ୍ୟକ୍ଷ, ଅଧ୍ୟକ୍ଷା, ସରପଞ୍ଚ ଓ ଜିଲ୍ଲା ସ୍ତରୀୟ ଅଧିକାରୀମାନେ ବିଜୁବାବୁଙ୍କ ଗାରୀମାମୟ କାର୍ଯ୍ୟାବଳୀର ସ୍ମୃତି ଚାରଣ କରିଥିଲେ । ଜିଲ୍ଲାପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ଶ୍ରୀ ପଣ୍ଡା ଦିବସ ପାଳନର ଅଭିମୁଖ୍ୟ ବର୍ଣ୍ଣନା କରିବା ସହ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ । ଜିଲ୍ଲା ସ୍ତରୀୟ ବିଜୁ ପଟ୍ଟନାୟକ ପଞ୍ଚାୟତ ସଶକ୍ତିକରଣ ପୁରସ୍କାର ଭାବେ ରାଜନଗର ଗ୍ରାମ ପଞ୍ଚାୟତ (ରାଜନଗର ବ୍ଲକ) ପ୍ରଥମ ସ୍ଥାନ ଅଧିକାର କରି ୧.୫୦ଲକ୍ଷ, ରାଜନଗର ବ୍ଲକରେ ମହିଷାସୁର ଗ୍ରାମ ପଞଦଚାୟତ ଦ୍ୱିତୀୟ ସ୍ଥାନ ଅଧିକାର କରି ୧.୨୫ଲକ୍ଷ ଏବଂ ଡେରାବିଶ ବ୍ଲକର ଏକ ଲକ୍ଷ ଟଙ୍କାର ଗୋଲରହାଟ ଗ୍ରାମ ପଞ୍ଚାୟତର ଏକ ଲକ୍ଷ ଟଙ୍କାର ପୁରସ୍କାର ପାଇଥିଲେ । ସେହିପରି ଭିଡିଓ ଡକୁମେଣ୍ଟେସନ ଆଳି ବ୍ଲକ ପ୍ରଥମ, ମହାକାଳପଡା ବ୍ଲକ ଦ୍ୱିତୀୟ ଓ କେନ୍ଦ୍ରାପଡା ବ୍ଲକ ତୃତୀୟ ସ୍ଥାନ ଅଧିକାର କରି ପ୍ରମାଣ ପତ୍ର ଓ ଟ୍ରଫି ଗ୍ରହଣ କରିଥିଲେ । ଗ୍ରାମ ପଞ୍ଚାୟତରେ କାର୍ଯ୍ୟକାରୀ ସଫଳ ଯୋଜନାକୁ ଫଟୋଗ୍ରାଫୀ କରି ଲିପପ୍ଲେଟ କରିବା ଓ ପୁସ୍ତକରେ ସନିବେସିତ କରିବାରେ ଆଳି ବ୍ଲକର ନିଆଳ ଗ୍ରାମ ପଞ୍ଚାୟତ ପ୍ରଥମ, ଡେରାବିଶ ବ୍ଲକର ଚାଟରା ଚକ୍ରୋଡା ଗ୍ରାମ ପଞ୍ଚାୟତର ଦ୍ୱିତୀୟ ଓ ରାଜକନିକା ବ୍ଲକର କଣ୍ଟାପଡା ଗ୍ରାମ ପଞ୍ଚାୟତ ତୃତୀୟ ହୋଇ ପ୍ରାମାଣ ପତ୍ର ଓ ଟ୍ରଫି ଅତିଥିମାନଙ୍କଠାରୁ ଗ୍ରହଣ କରିଥିଲେ ।
kanikanews.in
Next Post
କେନ୍ଦ୍ରାପଡା ସ୍ୱୟଂଶାସିତ ମହାବିଦ୍ୟାଳୟରେ ନୂଆଓ ଛାତ୍ରବୃତ୍ତି ପ୍ରଦାନ କର୍ମଶାଳା ଅନୁଷ୍ଠିତ
Tue Mar 5 , 2024
କେନ୍ଦ୍ରାପଡ଼ା ୫/୩: କେନ୍ଦ୍ରାପଡା ସ୍ୱୟଂଶାସିତ ମହାବିଦ୍ୟାଳୟରେ ଛାତ୍ରଛାତ୍ରୀମାନଙ୍କ ନିମନ୍ତେ ନୂଆ-ଓ ଛାତ୍ରବୃତ୍ତି ପ୍ରଦାନ ଉତ୍ସବ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଅଛି । ଉକ୍ତ ଉତ୍ସବରେ ଅଧ୍ୟକ୍ଷତା କରି ମହାବିଦ୍ୟାଳୟର ଅଧ୍ୟକ୍ଷ ସ୍ୱାଗତ ସହିତ ଅତିଥିମାନଙ୍କର ପରିଚୟ ପ୍ରଦାନ କରିଥିଲେ । ମୁଖ୍ୟ ଅତିଥି ଭାବେ ଯୋଗଦାନ କରି କେନ୍ଦ୍ରାପଡାର ବିଧାୟକ ଶଶୀଭୂଷଣ ବେହେରା ଛାତ୍ରଛାତ୍ରୀମାନେ ପାଇଥିବା ଛାତ୍ର ବୃତ୍ତିକୁ ସଦୁପଯୋଗ କରି ଉଚ୍ଚଶିକ୍ଷାରେ ଆହୁରି ଆଗକୁ ଯାଇ ପାରିବେ ବୋଲି ମତବ୍ୟକ୍ତ […]

You May Like
- 2 years ago
ସାଇବର ଅପରାଧ ରୋକିବାକୁ ଗଡିଲା ସଚେତନତା ରଥ
- 1 year ago
ମଜୁରି ବୃଦ୍ଧି ଯୋଗୁ ଅଣନିଃଶ୍ୱାସୀ ଚାଷୀ