ରାଜ୍ୟରେ ଆଉ ୨୨ଟି ନୂଆ ଏନଏସି ଘୋଷଣା କଲେ ମୁଖ୍ୟମନ୍ତ୍ରୀ


ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟର ୧୩ଟି ଜିଲ୍ଲାରେ ୨୨ଟି ନୂତନ ବିଜ୍ଞପିତ ଅଞ୍ଚଳ ପରିଷଦ ଗଠନ ଏବଂ ଗଞ୍ଜାମର ଭଞ୍ଜନଗର ଏନଏସିକୁ ମୁନିସିପାଲିଟିକୁ ଉନ୍ନୀତ କରାଯିବା ବିଷୟ ଘୋଷଣା କରିଛନ୍ତି ।

ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ଅନୁଯାୟୀ ବୌଦ୍ଧ ଜିଲାର ମନମୁଣ୍ଡା, ପୁରୁଣା କଟକ ଓ ବାଉଁଶୁଣି , ବଲାଙ୍ଗିରର ଲୋଇସିଂହା ଓ ସିନ୍ଧେକେଲା, ବରଗଡର ସୋହେଲା, ବାଲେଶ୍ୱରର ବାଲିଆପାଳ ଓ ଖଇରା, ଭଦ୍ରକର ଧାମରା, ଢେଙ୍କାନାଳର ରାସୋଳ, ଜଗତସିଂହପୁରର କୁଜଙ୍ଗ କଳାହାଣ୍ଡିର ନର୍ଲା ଓ ମଦନପୁର ରାମପୁର ରହିଛି । ସେହିପରି ଖୋର୍ଦ୍ଧାର ବୋଲଗଡ, ନୟାଗଡ଼ର ଶରଣକୁଳ, ପୁରୀର ସାକ୍ଷୀଗୋପାଳ ଓ କାକଟପୁର ,ସମ୍ବଲପୁରର ରେଙ୍ଗାଲି ଓ ବାମଣ୍ଡା ଏବଂ ସୁବର୍ଣ୍ଣପୁର ଜିଲାର ସୁବଳୟା ,ଉଲୁଣ୍ଡା ଓ ରାମପୁର ଆଦି ସ୍ଥାନକୁ ବିଜ୍ଞାପିତ ଅଞ୍ଚଳ ପରିଷଦ ମାନ୍ୟତା ପ୍ରଦାନ କରାଯାଇଛି ।


Next Post

ପଟ୍ଟାମୁଣ୍ଡାଇରେ କଂଗ୍ରେସକୁ ସଶକ୍ତ କରିବା ପାଇଁ ନେତାଙ୍କ ବୈଠକ

Wed Mar 13 , 2024
କେନ୍ଦ୍ରାପଡ଼ା ଜିଲ୍ଲା କଂଗ୍ରେସ ସଭାପତି ପୂର୍ବତନ ବିଧାୟକ ଅଂଶୁମାନ ମହାନ୍ତି ନିଜର ସମର୍ଥକଙ୍କ ସହିତ ବିଜେଡିରେ ସାମିଲ ହେବା ପରେ ପଟ୍ଟାମୁଣ୍ଡାଇ କଂଗ୍ରେସରେ ନେତୃତ୍ୱ ସଂକଟ ସୃଷ୍ଟି ହୋଇଛି । ପି ସି ସି ସଭାପତି ଶରତ ପଟନାୟକଙ୍କ ନିର୍ଦେଶରେ କଂଗ୍ରେସର ପୁରୁଣା ବରିଷ୍ଠ ନେତାମାନେ ଏକାଠି ହୋଇ କଂଗ୍ରେସ ସଂଗଠନକୁ ସଜାଡ଼ିବା ଆରମ୍ଭ କରିଛନ୍ତି । ଏଇ ପରିପ୍ରେକ୍ଷୀରେ ପଟ୍ଟାମୁଣ୍ଡାଇ ମଙ୍ଗଳା ମଣ୍ଡପ ଠାରେ ପୁରୁଣା କଂଗ୍ରେସ ନେତାମାନେ […]