ପିସିସି ସଭାପତିଙ୍କ କୁଶପୁତ୍ତଳିକା ଦାହ


କେନ୍ଦ୍ରାପଡ଼ା ୧୭/୭ କଂଗ୍ରେସ ଦଳର ପ୍ରଭାବଶାଳୀ ନେତା, ପୂର୍ବତନ ବିଧାୟକ ଚିରଞ୍ଜୀବ ବିଶ୍ବାଳ ଓ କଟକ ବାରବାଟି ବିଧାୟକ ମହମ୍ମଦ ମୋକୀମଙ୍କୁ ଦଳରୁ ନିଲମ୍ବନ କରାଯିବା ପରେ କେନ୍ଦ୍ରାପଡା କଂଗ୍ରେସରେ ଏକ ପ୍ରକାର କମ୍ପନ ସୃଷ୍ଟି ହୋଇଛି। ଏହି ଘଟଣାକୁ ବିରୋଧ କରି କେନ୍ଦ୍ରାପଡ଼ା ଜିଲ୍ଲା ଯୁବ କଂଗ୍ରେସ ସଭାପତି ସତ୍ୟପ୍ରିୟ ସାମଲଙ୍କ ନେତୃତ୍ୱରେ କେନ୍ଦ୍ରାପଡ଼ା ଜିଲ୍ଲାପାଳ ଅଫିସ ସମ୍ମୁଖରେ ପିସିସି ସଭାପତି ଶରତ ପଟ୍ଟନାୟକଙ୍କ କୁଶପୁତ୍ତଳିକା ଦାହ କରାଯାଇଛି । ଜିଲ୍ଲା ଯୁବ କଂଗ୍ରେସ ସଭାପତି ଶ୍ରୀ ସାମଲ କହିଛନ୍ତି ପ୍ରେଦେଶ କଂଗ୍ରେସ କମିଟିର ପୁର୍ବତନ କାର୍ଯ୍ୟକାରି ସଭାପତି ପୁର୍ବତନ ବିଧାୟକ ଶ୍ରୀ ବିଶ୍ବାଳ ଓ ବାରବାଟି ବିଧାୟକ ମୋକୀମଙ୍କୁ ଦଳରୁ ନିଳମ୍ୱନ କରିବା ଅତ୍ୟନ୍ତ ଦୁର୍ଭାଗ୍ୟ ଜନକ ଘଟଣା । ଓଡ଼ିଶାର କଂଗ୍ରେସ ଦଳକୁ ତଳିତଳାନ୍ତ କରିବାପାଇଁ ପିସିସି ସଭାପତିଙ୍କ ସୁଚିନ୍ତିତ ଯୋଜନା ବୋଲି ସେ କହିଛନ୍ତି । ନିଖିଳ ଭାରତ କଂଗ୍ରେସ କମିଟି ତୁରନ୍ତ ଏହି ନିଳମ୍ୱନ ଆଦେଶକୁ ପ୍ରତ୍ୟାହର କରିବାପାଇଁ କେନ୍ଦ୍ରାପଡ଼ା ଜିଲ୍ଲା ଯୁବ କଂଗ୍ରେସ ଦାବି କରିଛି । ଏହି କାର୍ଯ୍ୟକ୍ରମରେ ଆଳି ଯୁବ କଂଗ୍ରେସ ସଭାପତି ରାଜମୋହନ ସ୍ୱାଇଁ, କ୍ଷୀରୋଦ ବେହୁରା, ଓଁକାର ମହାନ୍ତି, ଦେବାଶିଷ ମହାନ୍ତି, ଅକ୍ଷୟ ନାୟକ, ସତ୍ୟବ୍ରତ ଦାସ, ଅଜୟ ଜେନା, ଦେବାଶିଷ ପଣ୍ଡା, ସେକ୍ ସକିରି, ସେକ କୁନା, ରୀଙ୍କୁ ଭୁଁୟା, ଅଜୟ ପରିଡ଼ା, ଶୁଭମ ପରିଡ଼ା ବହୁ ଯୁବ କଂଗ୍ରେସ ନେତା ଓ କର୍ମୀ ଉପସ୍ଥିତ ଥିଲେ।


Next Post

ଦିହୁଡିପୁର ସମିତିସଭ୍ୟ ପାଇଁ ବିଜେଡି ସମର୍ଥିତ ପ୍ରାର୍ଥୀଙ୍କ ନାମାଙ୍କନପତ୍ର ଦାଖଲ

Mon Jul 17 , 2023
କେନ୍ଦ୍ରାପଡା  ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଲକ ଦିହୁଡିପୁର ପଂଚାୟତର ସମିତିସଭ୍ୟ ପଦବୀ ପାଇଁ ଉପନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି । ଏଥି ପାଇଁ ସ୍ଥାନୀୟ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି ଚୂଡାନ୍ତ କରାଯାଇଛି । ଏହି ପଂଚାୟତର କଂଗ୍ରେସ ସମର୍ôଥତ ସମିତି ସଭ୍ୟା ପୁଷ୍ପଲତା ସ୍ୱାଇଁଙ୍କ ଅକାଳ ବିୟୋଗ ଯୋଗୁଁ ଉପନିର୍ବାଚନ ଅନୁଷ୍ଠିତ ହେଉଛି । ଦିହୁଡିପୁର ସମିତିସଭ୍ୟ ପଦବୀ ହାସଲ ପାଇଁ ଶାସକ ବିଜେଡି, ବିରୋଧୀ କଂଗ୍ରେସ ଓ ବିଜେପି […]

KANIKA