ପୋଖରୀରୁ ଯୁବକଙ୍କ ମୃତ ଦେହ ଉଦ୍ଧାର


କେନ୍ଦ୍ରାପଡା ଜିଲାର ପଟ୍ଟାମୁଣ୍ଡାଇ ଗ୍ରାମାଂଚଳ ଥାନା ଅଧିନ କଖାରୁଣି ଦଳିତ ସାହି ପୋଖରୀରୁ ଜଣେ ଯୁବକର ମୃତ ଦେହ ଉଦ୍ଧାର କରାଯାଇଛି । ସେ ଗତ କାଲି ଶନିବାର ରାତିରୁ ନିଖୋଜ ଥିଲେ ମଧ୍ୟ ପୋଲିସ୍ ନିକଟରେ କୌଣସି ସୂଚନା ଦିଆଯାଇ ନଥିବାରୁ ରବିବାର ପାଣିରେ ଭାସୁଥିବା କେତେକ ଲୋକେ ଦେଖିଥିଲେ । ପରେ ଦମକଳ ବାହିନୀ ପହଁଞ୍ଚି ମୃତଦେହ ଉଦ୍ଧାର କରିଥିଲେ । ସେ କଖାରୁଣି ଗ୍ରାମର ପତିତ ପାବନ ମଳିକଙ୍କ ପୁଅ ରାମାକାନ୍ତ ମଳିକ (୩୭)ବୋଲି ଉପସ୍ଥିତ ଗ୍ରାମାବାସୀ କହିଛନ୍ତି । ପଟ୍ଟାମୁଣ୍ଡାଇ ଗ୍ରାମାଂଚଳ ପୋଲିସ ପହଁଚି ତଦନ୍ତ ଜାରି ରଖିଛି ।

ଗତ କାଲି ରାତିରୁ ରାମାକାନ୍ତ ଘରକୁ ନଫେରିବାରୁ ପରିବାର ଲୋକେ ବହୁତ ଖୋଜାଖୋଜି କରି ତାଙ୍କୁ ପାଇନଥିଲେ । ଏଥିପ୍ରତି କେହି ଗୁରୁତ୍ୱ ଦେଇନଥିଲେ କି ପୋଲିସ୍‌କୁ ଖବର ଦେଇନଥିଲେ । ରବିବାର ସକାଳେ ଗ୍ରାମର କେତେଜଣ ଲୋକେ ଶୌଚ ହେବାକୁ ଫୋଖରୀ ହୁରାକୁ ଯାଇଥିବା ବେଳେ ଯୁବକର ମୃତ ଶରୀର ଭାସୁଥିବା ଦେଖି ପୋଲିସ୍‌କୁ ଜଣାଇଥିଲେ । ପଟ୍ଟାମୁଣ୍ଡାଇ ଦମକଳ ବାହିନୀ ସେଠାରେ ପହଁଚି ମୃତଦେହ ଉଦ୍ଧାର କରିଥିବା ବେଳେ ଗ୍ରାମାଂଚଳ ପୋଲିସ୍ ଶବ ଜବତ କରି ତଦନ୍ତ ଜାରି ରଖିଛି । ସେହିପରି ଘଟଣା ସମ୍ପର୍କରେ ବହୁ କଥା ଶୁଣିବାକୁ ମିଳୁଛି । ତେବେ ଶବ ବ୍ୟବଚ୍ଛେଦ ପରେ ମୃତ୍ୟୁର ପ୍ରକୃତ କାରଣ ଜଣାପଡିବ ବୋଲି ପୋଲିସ କହିଛି ।


Discover more from

Subscribe now to keep reading and get access to the full archive.

Continue reading