
ପଟ୍ଟାମୁଣ୍ଡାଇ କଲେଜ ରେଡକ୍ରସ ଓ ରେଡରିବନ କ୍ଲବ ପକ୍ଷରୁ ଏଡ଼ସ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଉପଲକ୍ଷେ କଲେଜ ଅଧ୍ୟକ୍ଷ ପ୍ରଫେସର ଦିଲ୍ଲୀପ ଭୂୟାଁଙ୍କ ପୌରହିତ୍ୟରେ ଆୟୋଜିତ ସଚେତନତା ସଭାରେ ପ୍ରାଧ୍ୟାପକ ସର୍ବେଶ୍ୱର ସାହୁ ଓ ପ୍ରାଧ୍ୟାପକ ଡ଼ ଫକୀର ଚରଣ ପ୍ରଧାନ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ସମଗ୍ର ବିଶ୍ୱରେ ଆତଙ୍କ ସୃଷ୍ଟି କରିଥିବା ଏଡ଼ସ ରୋଗର କାରଣ ଓ ନିରାକରଣ ସମ୍ପର୍କରେ ସଚେତନତା ସୃଷ୍ଟି କରିଥିଲେ । ଏନ ସି ସି ବାଳିକା ଶାଖା ଲେଫ୍ଟନାଂଟ ଅଧ୍ୟାପିକା ଆର ଏଲ ମଧୁସ୍ମିତା ପରିଡା, ପୁରୁଷ ଶାଖା ଲେଫ୍ଟନାଂଟ ଅଧ୍ୟାପକ ଜିତେନ୍ଦ୍ର ମଲ୍ଲିକ ଅତିଥି ଭାବେ ଯୋଗ ଦେଇ ଏଡ଼ସ ସମ୍ପର୍କରେ ସଚେତନତା ସୃଷ୍ଟି କରିଥିଲେ । ରେଡକ୍ରସ କାର୍ଯ୍ୟକ୍ରମ ଅଧିକାରୀ ଅଧ୍ୟାପକ ସରୋଜକାନ୍ତ ନାୟକ ଅତିଥିପରିଚୟ ପ୍ରଦାନ କରିଥିଲେ । ଅଧ୍ୟାପକ ରଞ୍ଜନ ବେହୁରା, ଅଧ୍ୟାପକ ପ୍ରଦ୍ୟୁମ୍ନ ପ୍ରଧାନ ଓ ଅଧ୍ୟାପକ ସୁଭାଶିଷ ମିଶ୍ର କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ସଭା ପୂର୍ବରୁ ଏନ ସି ସି ଛାତ୍ରଛାତ୍ରୀମାନେ ପ୍ଲାୃ କାର୍ଡ ଧର ବିଭିନ୍ନ ସ୍ଲୋଗାନ ଦେଇ ସ୍ଥାନୀୟ ଅଂଚଳ ପରିକ୍ରମା କରି ଏଡ଼ସ ରୋଗ ସମ୍ପର୍କରେ ଜନସଚେତନତା ସୃଷ୍ଟି କରିଥିଲେ ।











