ଶତାଧିକ ବିଜେଡି କର୍ମୀଙ୍କୁ ନେଇ ପଟ୍ଟାମୁଣ୍ଡାଇ ବ୍ଲକ ସ୍ତରୀୟ ବିଶାଳ ସମାବେଶ



ଆସନ୍ତା ସାଧାରଣ ନିର୍ବାଚନ ପାଇଁ ରାଜନଗର ନିର୍ବାଚନମଣ୍ଡଳୀ ବିଜେଡି ପକ୍ଷରୁ ପଟ୍ଟାମୁଣ୍ଡାଇ ବ୍ଲକର ୧୯ ପଂଚାୟତକୁ ନେଇ ଏକମିଳିତ ବିଶାଳ କର୍ମୀ ସମାବେଶ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ପଟ୍ଟାମୁଣ୍ଡାଇ ବ୍ଲକ ଚନ୍ଦନନଗର ପଂଚାୟତ ବନ୍ତୋ ଠାରେ ପଟ୍ଟାମୁଣ୍ଡାଇ ବ୍ଲକ ବିଜେଡି ସଭାପତି କିଶୋର ସାହୁଙ୍କ ପୌରହିତ୍ୟରେ ଆୟୋଜିତ ବିଶାଳ ସମାବେଶରେ କେନ୍ଦ୍ରାପଡ଼ା ଲୋକସଭା ବିଜେଡି ପ୍ରାର୍ଥୀ ପୂର୍ବତନ ବିଧାୟକ ଅଂଶୁମାନ ମହାନ୍ତି ଓ ରାଜନଗର ବିଧାୟକ ତଥା ବିଧାନସଭା ବିଜେଡି ପ୍ରାର୍ଥୀ ଧ୍ରୁବ ସାହୁ ମିଳିତ ରଣ ହୁଙ୍କାର ଦେଇ ଜନସେବା ଓ ବିକାଶ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ବିଜେଡିର ଏକମାତ୍ର ପରିଚୟ ହୋଇଥିବାରୁ ଏହି ବିକାଶଧାରାକୁ ଶୀର୍ଷରେ ପହଁଚାଇବା ପାଇଁ ଲୋକସଭା ଓ ବିଧାନସଭାରେ ଡବଲ ଶଙ୍ଖ ଚି଼ହ୍ନରେ ଭୋଟ ଦେଇ ବିଜେଡି ପ୍ରାର୍ଥୀଙ୍କୁ ବିପୁଳ ଭୋଟରେ ବିଜୟୀ କରିବା ସହିତ ନବୀନ ପଟ୍ଟନାୟକଙ୍କ ହାତମୁଠାକୁ ଟାଣ କରିବା ପାଇଁ ଉପସ୍ଥିତ ନେତା କର୍ମୀ ସମର୍ଥକଙ୍କୁ ବିଜୟ ମନ୍ତ୍ର ଦେଇଥିଲେ । ଏହି ବିଶାଳ ସମାବେଶରେ ପଟ୍ଟାମୁଣ୍ଡାଇ ବ୍ଲକ ଅଧ୍ୟକ୍ଷ ପ୍ରଦ୍ୟୁମ୍ନ ସାମନ୍ତରାୟ, ଉପାଧ୍ୟକ୍ଷା ଜୟନ୍ତୀ ସ୍ୱାଇଁ, ଜିଲ୍ଲା ପରିଷଦ ସଦସ୍ୟ ରଞ୍ଜନ ବିଶ୍ୱାଳ, ବରିଷ୍ଠ ନେତା ନିମାଇ କର, ଯଦୁମଣି ଦାସ, ସୁରେନ୍ଦ୍ର ପଣ୍ଡା,ପ୍ରଦୀପ ପ୍ରଧାନ, ପଂଚାନନ ଧଳ, ସରପଂଚ ସର୍ବଶ୍ରୀ ବନୋଜ ସେଠୀ, ନରେଶ ମଲିକ, ଦମୟନ୍ତୀ ସାମନ୍ତରାୟ, ସଂଗ୍ରାମ ବାରିକ, ଅନିଲ ଲେଙ୍କା, ଲଷ୍ମୀପ୍ରିୟା ଷଢଙ୍ଗୀ, ମମତା ସାମଲ, ପ୍ରିୟବ୍ରତ ଓଝା, ବୁଦ୍ଧିରାମ ବେହେରା, ପୂର୍ବତନ ସରପଂଚ ମିନତୀ ପାତ୍ର, ବିରଂଚି ନାରାୟଣ ଦାଶ, କଳାକର ପ୍ରଧାନ, ଧରଣୀଧର ଭୂୟାଁ, ମାଗୁଣି ଲେଙ୍କା ଯୁବନେତା ପ୍ରତାପ ସେଠୀ, ରାମ ଚନ୍ଦ୍ର ରାଉତ, ଅରକ୍ଷିତ ସାହୁ, ଅଜାମ୍ବର ପ୍ରଧାନ, କିଶୋର ସ୍ୱାଇଁ, ପୂର୍ଣ୍ଣ ଚନ୍ଦ୍ର ସିଂହ, ସଂଗ୍ରାମ ସ୍ୱାଇଁ, ସୁବ୍ରତ ରାଉଳ, ସୂର୍ଯ୍ୟକାନ୍ତ ରାଉତ,ଶଶିକାନ୍ତ ପଣ୍ଡା, ମାନସ ମଲ୍ଲିକ ପ୍ରମୁଖ ଭାଷଣ ଦେଇ ଉଭୟ ଲୋକସଭା ଓ ବିଧାନସଭା ପ୍ରାର୍ଥୀ ଅଂଶୁମାନ ଓ ଧ୍ରୁବ ଭାଇଙ୍କୁ ବିପୁଳ ଭୋଟରେ ବିଜୟୀ କରିବାକୁ ଶପଥ ନେବାକୁ ନିବେଦନ କରିଥିଲେ । ପଟ୍ଟାମୁଣ୍ଡାଇ ବ୍ଲକ ସ୍ତରୀୟ ମିଳିତ ବିଶାଳ ସମାବେଶ ପରେ ପଟ୍ଟାମୁଣ୍ଡାଇ ବ୍ଲକରେ ବିଜେଡି ସ୍ଥିତି ଅଧିକ ମଜଭୁତ ହେବା ସହିତ ବିରୋଧୀଙ୍କ ନିଦ ହଜାଇ ଦେଇଛି ।


Next Post

ରାଜ୍ୟ ସରକାରଙ୍କ ପକ୍ଷରୁ କେନ୍ଦ୍ରାପଡା ଅର୍ବାନ ବ୍ୟାଙ୍କର ନିର୍ଦ୍ଦେଶକ ମନୋନୀତ

Thu Apr 4 , 2024
କେନ୍ଦ୍ରାପଡ଼ା, ୪/୦୪: ରାଜ୍ୟସରକାରଙ୍କ ସୁପାରିଶ କ୍ରମେ ରାଜ୍ୟ ସମବାୟ ନିବନ୍ଧକ କେନ୍ଦ୍ରାପଡା ଅର୍ବାନ ବ୍ୟାଙ୍କ ପରିଚାଳନା ପରିଷଦର ନିର୍ଦ୍ଦେଶକ ଭାବେ ବର୍ଷିୟାନ ସମାଜସେବୀ ଶଙ୍କର୍ଷଣ ପଣ୍ଡା ଓ ବରିଷ୍ଠ ଆଇନଜୀବୀ ଧିରେନ କୁମାର ସାହୁଙ୍କୁ ମନୋନୀତ କରିଛନ୍ତି । ରାଜ୍ୟ ସମବାୟ ସମୂହର ନିବନ୍ଧକଙ୍କ ପକ୍ଷରୁ ଏଥିନେଇ ବିଧିବଦ୍ଧ ଭାବେ କେନ୍ଦ୍ରାପଡା ଅର୍ବାନ ବ୍ୟାଙ୍କ ସିଇଓଙ୍କୁ ଜଣାଇ ଦିଆଯାଇଛି । ଓଡିଶା ସମବାୟ ଆଇନ-୧୯୬୨ର ଧାରା ୩୧(୧) ଅନୁ୍‌ଯାୟୀ ରାଜ୍ୟ […]

KANIKA