ଦରମା ପ୍ରଦାନ ଦାବୀରେ ସଫେଇ କର୍ମଚାରୀଙ୍କ ପୌରପରିଷଦ ସମ୍ମୁଖରେ କାମ ବନ୍ଦ ଆନ୍ଦୋଳନ



ଦରମା ପ୍ରଦାନ ଦାବୀରେ ପଟ୍ଟାମୁଣ୍ଡାଇ ପୌରପରିଷଦ କାର୍ଯ୍ୟାଳୟ ସମ୍ମୁଖରେ ସଫେଇ କର୍ମଚାରୀମାନେ ସଫେଇ କାମ ବନ୍ଦ କରି ଆନ୍ଦୋଳନ କରିଛନ୍ତି । ଦୀର୍ଘ ଦିନ ଧରି ସେମାନଙ୍କର ବର୍ଦ୍ଧିତ ଦରମା ପାଇ ନଥିବା ଓ ପ୍ରତି ମାସର ଦରମା ନିର୍ଧାରିତ ସମୟରେ ପାଉନଥିବାରୁ ଅସନ୍ତୋଷ ପ୍ରକାଶକରି ଶୁକ୍ରବାର ପ୍ରାୟ ୫୦ରୁ ଉର୍ଦ୍ଧ୍ୱ ସଫେଇ କର୍ମଚାରୀ କାମ ବନ୍ଦକରି ପୌରପରିଷଦ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଥିଲେ ।
ପ୍ରକାଶ ଯେ ପଟ୍ଟାମୁଣ୍ଡାଇ ପୌରପରିଷଦ ପରିମଳ ବ୍ୟବସ୍ଥାରେ ଚନ୍ଦନ ଏଜେନ୍ସି ନାମକ ଏକ ଘରେଇ ସଂସ୍ଥାକୁ ସଫେଇ ଦାୟିତ୍ୱ ଦିଆଯାଇଥବା ବେଳେ ଏହି ସଂସ୍ଥା ଅଧୀନରେ ୫୦ରୁ ଊର୍ଦ୍ଧ୍ୱ ସଫେଇ କର୍ମଚାରୀ ନିୟୋଜିତ ଅଛନ୍ତି । ଏମାନଙ୍କୁ ପଟ୍ଟାମୁଣ୍ଡାଇ ସହରସମେତ ପୌରପରିଷଦର ୨୦ଟି ୱାର୍ଡ ସଫେଇ କରନ୍ତି । ଏଜେନ୍ସି ପକ୍ଷରୁ ୭ହଜାର ଟଙ୍କା ଲେଖଏଁ ଦରମା ପ୍ରଦାନ କରାଯାଉଥିବା ବେଳେ ସଂସ୍ଥା ସେମାନଙ୍କୁ ଉଚିତ ସମୟରେ ଦରମା ଦେଉନାହିଁ । ଅପରପକ୍ଷରେ ବର୍ଦ୍ଧିତ ଦରମା ଦେବାରେ ଟାଳଟୁଳ ନୀତି ଅବଲମ୍ବନ କରୁଛି । ଫଳରେ ଆଜି ଅଲେଖ ଗୋଛାୟତ ଓ ରାମ ଦାସଙ୍କ ନେତୃତ୍ୱରେ ସମସ୍ତ ସଫେଇ କର୍ମଚାରୀ କାମ ବନ୍ଦ କରି ଦାବୀ ପୂରଣ ନହେବା ପର୍ଯ୍ୟନ୍ତ ଏହି ଆନ୍ଦୋଳନ ଚାଲୁ ରହିବ ବୋଲି ସଫେଇ କର୍ମଚାରୀ ମାନେ ଚେତାବନୀ ଦେଇଛନ୍ତି । ଯାହାଫଳରେ ସମଗ୍ର ପଟ୍ଟାମୁଣ୍ଡାଇ ସହର ଓ ୱାର୍ଡ ଗୁଡିକରେ କୁଢ଼ କୁଢ଼ ଅଳିଆ ଆବର୍ଜନା ପଡ଼ିରହିଛି ।


Discover more from

Subscribe now to keep reading and get access to the full archive.

Continue reading