ବିଜୁ ପରିବାର ପକ୍ଷରୁ ସାମାଜିକ ଗଣମାଧ୍ୟମର ବନ୍ଧୁ ମିଳନ ଅନୁଷ୍ଠିତ



କେନ୍ଦ୍ରାପଡ଼ା, ୧୩ା୪: କେନ୍ଦ୍ରାପଡା ବିଜୁ ପରିବାର ପକ୍ଷରୁ କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଶ୍ୟାମସୁନ୍ଦରପୁର ଗ୍ରାମପଞ୍ଚାୟତ କଲୟାଣ ମଣ୍ଡପରେ ସାମାଜିକ ଗଣମାଧ୍ୟମର ପ୍ରତିନିଧିମାନଙ୍କୁ ନେଇ ଏକ ବନ୍ଧୁମିଳନ କାର୍ଯ୍ୟକ୍ରମ ଆଜି ଜିଲ୍ଲା ବିଜୁଛାତ୍ର ଜନତାଦଳର ସଭାପତି ପ୍ରଦୀପ କୁମାର ସାହୁଙ୍କ ନେତୃତ୍ୱରେ ଅନୁଷ୍ଠିତ ହୋଇଯାଇଛି । ରାଜ୍ୟ ବିଜେଡି ଯୁଗ୍ମ ସମ୍ପାଦକ ରାଜେଶ ପଣ୍ଡାଙ୍କ ପୈାରହିତ୍ୟରେ ଅନୁଷ୍ଠିତ ଏହି ବୈଠକରେ କେନ୍ଦ୍ରାପଡା ଲୋକସଭା ସଂସଦ ପ୍ରାର୍ଥୀ ଅଂଶୁମାନ ମହାନ୍ତି ଯୋଗଦେଇ ଆଗାମୀ ନିର୍ବାଚନରେ ସାମାଜିକ ଗଣମାଧ୍ୟମର ବହୁ ଦାୟୀତ୍ୱ ରହିଥିବା ବେଳେ ସେମାନେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବେ ବୋଲି ମତବ୍ୟକ୍ତ କରିିଥିଲେ । ଶ୍ରୀ ମହାନ୍ତି କହିଥିଲେ ଯେ ସବୁ ପ୍ରତିନିଧିମାନେ ଏଥିରେ ସହଯୋଗ କରିବା ସହ ନବୀନ ସରକାରଙ୍କ ସଫଳତା ବିଷୟରେ ଲୋକମାନଙ୍କୁ ସଚେତନତା କରିବା ଏବଂ ପ୍ରତିପକ୍ଷଙ୍କୁ ଉଚିତ ଜବାବ ଦେବା ଆବଶ୍ୟକ । କେନ୍ଦ୍ରାପଡା ସଂସଦୀୟ କ୍ଷେତ୍ର ଯେପରି ପ୍ରାର୍ଥୀ ଶ୍ରୀ ମହାନ୍ତିଙ୍କୁ ସମଗ୍ର ରାଜ୍ୟରେ ସର୍ବାଧିକ ଭୋଟ ବ୍ୟବଧାନରେ ବିଜୟୀ କରି ଏକ ରେକର୍ଡ ସୃଷ୍ଟି କରେ ସେଥିପ୍ରତି ଉଚିତ ଧ୍ୟାନ ଦେବାକୁ ରାଜ୍ୟ ଯୁଗ୍ମ ସମ୍ପାଦକ ଶ୍ରୀ ପଣ୍ଡା ଆହ୍ୱାନ ଦେଇଥିଲେ । ଏହି ବୈଠକରେ ଜିଲ୍ଲାର ୯ଟି ବ୍ଲକ ଏବଂ ୨ଟି ପୈାରାଞ୍ଚଳର ସମସ୍ତ ସକ୍ରୀୟ କାର୍ଯ୍ୟକର୍ତ୍ତା ଯୋଗଦେଇ ବହୁ ମୂଲ୍ୟବାନ ପରାମର୍ଶ ଦେଇଥିଲେ । ବୈଠକରେ ବିଜୁ ଛାତ୍ରଜନତାଦଳର ଡିଜିଟାଲ ସମ୍ପାଦକ ରାଜେଶ ମହାନ୍ତି, ପୂର୍ବତନ ବ୍ଲକ ଅଧ୍ୟକ୍ଷ ପ୍ରଦୀପ୍ତ ମହାନ୍ତି, ଦେବାଶିଷ କୁବେର, ସ୍ୱରୂପ ରାଉତରାୟ, ସୁଦିପ୍ତ କର, ରତିକାନ୍ତ ସାମଲ, ଅମରିନ ସାହାଦତ୍‌, ସୁଦିପ୍ତ କେଶରୀ ସାମଲ, ସିପ୍ରା ଦାସ, ରାଜଶ୍ରୀ ମେକାପ ଦାସ, ଚିତ୍ତରଞ୍ଜନ ଦାସ, କେଦାର ବେହେରା, ସୁମନ୍ତ ରାଉତ, ମନୋଜ ନାୟକ, ପ୍ରଦୀପ ପ୍ରଧାନ, ପ୍ରକାଶ ଦାସ, ମୁସ୍ତାକ ଅଲ୍ଲୀ, ଦୀପକ ବେହେରା, ବିକାଶ ଦଳାଇ, ମନୋଜ ମଲ୍ଲିକ, ଜ୍ଞାନରଞ୍ଜନ ବେହେରା, ପ୍ରଶାନ୍ତ ସାମନ୍ତରାୟ, ବିଜୟ ମଣ୍ଡଳ, ଲିଙ୍କନ ଦାସ, ଅରଜିତ ଲେଙ୍କା ପ୍ରମୁଖ ଯୋଗଦେଇ ନେଇଥିଲେ ।


Discover more from

Subscribe now to keep reading and get access to the full archive.

Continue reading