ରାଜ୍ୟ ଦେବୋତ୍ତର କମିଶନରଙ୍କ ଶ୍ରୀବଳଦେବଜୀଉଙ୍କ ମନ୍ଦିର ପରିଦର୍ଶନ


କେନ୍ଦ୍ରାପଡ଼ା, ୧୩ା୪: ଓଡିଶା ରାଜ୍ୟ ଦେବୋତ୍ତର କମିଶନର ଲଲାଟେନ୍ଦୁ ଜେନା ଏକ ଦିନିକିଆ କେନ୍ଦ୍ରାପଡା ଗସ୍ତରେ ଆସି ତୁଳସୀକ୍ଷେତ୍ରର ଆରାଧ୍ୟ ପ୍ରଭୁ ଶ୍ରୀବଳଦେବଜୀଉଙ୍କ ମନ୍ଦିର ପରିଦର୍ଶର୍ନ କରିବା ସହ ଶ୍ରୀଜୀଉଙ୍କୁ ଦର୍ଶନ କରିଛନ୍ତି । କମିଶନର ଶ୍ରୀ ଜେନା ମନ୍ଦିର ବେଢା ପରିକ୍ରମା କରିବା ସହ ଦେବୋତ୍ତର କାର୍ଯ୍ୟାଳୟରେ ପହଞ୍ଚି ଶ୍ରୀଜୀଉଙ୍କ ମନ୍ଦିରର ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର ସମୀକ୍ଷା କରିଥିଲେ । ଏଥିସହିତ ସେବାୟତଙ୍କ ପାଇଁ ଉଦ୍ଦିଷ୍ଟ ବୀମା ଯୋଜନା ସହ ଅନ୍ୟାନ୍ୟ ଯୋଜନା ସମ୍ପର୍କରେ ଆଲୋଚନା କରିଥିଲେ । ଏହି ପରିଦର୍ଶନ ସମୟରେ ଦେବୋତ୍ତର ଟ୍ରଷ୍ଟବୋର୍ଡର ନିର୍ବାହୀ ଅଧିକାରୀ ବଳଭଦ୍ର ପତ୍ରୀ, ସଦସ୍ୟ ରଞ୍ଜନ କୁମାର ପୃଷ୍ଟି ଓ ବଳରାମ ସୁଆରଙ୍କ ସମେତ ମନ୍ଦିରର ସେବାୟତମାନେ ଉପସ୍ଥିତ ଥିଲେ ।


Next Post

ଆଳି ତଟବନ୍ଧର ଗଞ୍ଜା -ସାତଘରିଆ ବଗି ବନ୍ଧ ରାସ୍ତା ଟେଣ୍ଡର ପରେବି ଆରମ୍ଭ ହେଉନି

Sun Apr 14 , 2024
କେନ୍ଦ୍ରାପଡ଼ା, ୧୩ା୪: କେନ୍ଦ୍ରାପଡା ଜିଲ୍ଲାର ରାଜକନିକା ବ୍ଲକ ଅଧିନ ଗଞ୍ଜା-ସାତଘରିଆ ବଗିବନ୍ଧ ରାସ୍ତା ଅତ୍ୟନ୍ତ ଶୋଚନୀୟ ହୋଇପଡିଥିବା ବେଳେ ସେହି ରାସ୍ତାରେ ଯାତାୟତ କରିବାରେ ଅଞ୍ଚଳବାସୀ ବହୁ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ବ୍ଲକ ସଦର ମହକୁମା ରାଜକନିକାକୁ ଯିବା ପାଇଁ ଲୋକମାନେ ଏହି ରାସ୍ତାକୁ ଦୈନିକ ବ୍ୟବହାର କରିଥାନ୍ତି । କିନ୍ତୁ ରାସ୍ତା ସାରା ଗାଢ ହୋଇଯାଇଥିବା ବେଳେ ସାମାନ୍ୟ ବର୍ଷାରେ ସେହି ରାସ୍ତାରେ ଯିବା ଅତ୍ୟନ୍ତ ଅସମ୍ଭବ […]

KANIKA