କେନ୍ଦ୍ରାପଡା କଂଗ୍ରେସ ପକ୍ଷରୁ ଭାରତରତ୍ନ ଆମ୍ବେଦକରଙ୍କୁ ଗଭୀର ଶ୍ରଦ୍ଧାଞ୍ଜଳି



କେନ୍ଦ୍ରାପଡ଼ା, ୧୪ା୪: କେନ୍ଦ୍ରାପଡା କଂଗ୍ରେସ ପକ୍ଷରୁ ରବିବାର ଭାରତରତ୍ନ ସମ୍ବିଧାନ ପ୍ରଣେତା ଡ. ଭୀମରାଓ ଆମ୍ବେଦକରଙ୍କୁ ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି । ଏହି ଅବସରରେ କେନ୍ଦ୍ରାପଡା ହାଇସ୍କୁଲ ଛକରେ ଥିବା ଆମ୍ବେଦକରଙ୍କ ପ୍ରତିମୂର୍ତ୍ତିରେ ଓ ସହରର ପୁରୁଣା ବସଷ୍ଟାଣ୍ଡରେ ଥିବା ଜାତିରପିତା ମହାତ୍ମା ଗାନ୍ଧୀ ଓ ଡ. ବି.ଆର. ଆମ୍ବେଦକରଙ୍କ ପ୍ରତିମୂର୍ତ୍ତିରେ ସାମୁହିକ ମାଲ୍ୟାର୍ପଣ କରାଯାଇ ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ରାଜ୍ୟ ମତ୍ସ୍ୟଜୀବୀ କଂଗ୍ରେସ ସଭାପତି ହଳଧର ସେଠୀ, ପ୍ରାକ୍ତନ ବିଧାୟକ ଚିନ୍ମୟ ପ୍ରସାଦ ବେହୁରା, ରାଜ୍ୟ ପଛୁଆବର୍ଗ କଂଗ୍ରେସର ଉପାଧ୍ୟକ୍ଷ ଫକୀର ଚରଣ ଖଟୁଆ, ପ୍ରାକ୍ତନ ପୈାରାଧ୍ୟକ୍ଷ ମହମ୍ମଦ ଆକବର ଅଲ୍ଲୀ, ସନ୍ତୋଷ କୁମାର ବେହେରା, ସୁଧିର ମଳିକ ଇତ୍ୟାଦି ଉପସ୍ଥିତ ରହି ଭାରତରତ୍ନ ବାବାସାହେବ ଡ. ଆମ୍ବେଦକରଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ।


Discover more from

Subscribe now to keep reading and get access to the full archive.

Continue reading