ଦ୍ୱିତୀୟ ପର୍ଯ୍ୟାୟରେ ୨୧ ବିଧାନସଭା ପ୍ରାର୍ଥୀଙ୍କ ନାମ ଘୋଷଣା କଲା ଭାଜପା



ଭୁବନେଶ୍ୱର,୧୬ ।୪: ଓଡ଼ିଶାରେ ହେବାକୁ ଥିବା ଆଗାମୀ ବିଧାନସଭା ନିର୍ବାଚନ ପାଇଁ ଦ୍ୱିତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିଛି ଭାରତୀୟ ଜନତା ପାର୍ଟି (ଭାଜପା) । ଭାଜପା ଆଉ ୨୧ ବିଧାନସଭା ପ୍ରାର୍ଥୀ ତାଲିକା ପ୍ରକାଶ କରିଛି । ରାଉଲକେଲାରୁ ପ୍ରାର୍ଥୀ ହୋଇଛନ୍ତି ଦିଲ୍ଲୀପ ରାୟ । ସେହିପରି ରାଜନଗର- ଲଳିତ ବେହେରା, ପାଟଣାରୁ ଅଖିଲ ଚନ୍ଦ୍ର ନାୟକ, ସାରସକଣାରୁ ଭାଦବ ହାଁସଦା, ରାଇରଙ୍ଗପୁରରୁ ଜୋଲେନ ବରଦା, ବାଙ୍ଗିରିପୋଷିରୁ ସଞ୍ଜଳୀ ମୁର୍ମୁଙ୍କୁ ଦଳ ଟିକେଟ୍ ଦେଇଛି ।
ସେହିପରି ଜଗତ୍‌ସିଂହପୁର ବିବାଦ ମଧ୍ୟରେ ଅମରେନ୍ଦ୍ର ଦାସଙ୍କୁ ସୁଯୋଗ ମିଳିଛି । ଚିତ୍ରକୋଣ୍ଡାରୁ ଡମ୍ବରୁ ଶିସା, ଲକ୍ଷ୍ମୀପୁରରୁ କୈଳାସ କୁଲେସିକା, ବାଲିକୁଦା-ଏରସମାରୁ ପ୍ରାର୍ଥୀ ସତ୍ୟସାରଥି ମହାନ୍ତିଙ୍କ ନାମ ଘୋଷଣା ହୋଇଛି । କରଞ୍ଜିଆ- ପଦ୍ମଚରଣ ହାଇବ୍ରୁ, ଝରିଗାଁ- ନରସିଂହ ଭତ୍ରା, ଡାବୁଗାଁ- ସୋମନାଥ ପୂଜାରୀ, କାକଟପୁର- ବାଇଧର ମଲ୍ଲିକ, ରଣପୁର- ସୁରମା ପାଢ଼ୀ, ସାନଖେମୁଣ୍ଡି- ଉତମ କୁମାର ପାଣିଗ୍ରାହୀ, ମୋହନା- ପ୍ରଶାନ୍ତ ମଲ୍ଲିକ, ବିଷମକଟକ- ଜଗନ୍ନାଥ ନୁଣ୍ଡ୍ରୁକା, ରାୟଗଡ଼ା- ବସନ୍ତ ଉଲାକା, କୋଟପାଡ- ରୁପୁ ଭତ୍ରା, ପଟାଙ୍ଗୀ- ଚୈତନ୍ୟ ନନ୍ଦିବାଲି, ଚିତ୍ରକୋଣ୍ଡା- ଡମ୍ବରୁ ଶିଶା


Next Post

ପଟ୍ଟାମୁ୍‌ଣ୍ଡାଇ ତାଲୁକ ଆଇନସେବା ସମିତି ପକ୍ଷରୁ ଆଇନ ସଚେତନତା ଶିବିର

Tue Apr 16 , 2024
କେନ୍ଦ୍ରାପଡ ଜିଲ୍ଲା ପଟ୍ଟାମୁ୍‌ଣ୍ଡାଇ ତାଲୁକ ଆଇନସେବା ସମିତି ପକ୍ଷରୁ ମଙ୍ଗଳବାର ପଟ୍ଟାମୁଣ୍ଡାଇ କୋଟ୍ ଠାରେ ଆଇନ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି । ଆଇନସେବା ସମିତିର ଅଧ୍ୟକ୍ଷା ତଥା ବରିଷ୍ଠ ଦେୱାନୀ ବିଚାରପତି ସୃଶ୍ରୀସଙ୍ଗୀତା ମଲ୍ଲିକ ଏଥିରେ ଅଧ୍ୟକ୍ଷତା କରିଥିଲେ । ସ୍ଥାନୀୟ ଏସଡିଜେଏମ ସମିକ୍ଷା ମହାନ୍ତି ଓ ମୋନାଲିସା ପ୍ରଧାନ ଯୋଗ ଦେଇ ବିଭିନ୍ନ ଆଇନ ସାଙ୍ଗକୁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନା ସମ୍ପର୍କରେ […]

You May Like