ନାବାଳିକାକୁ ଦୁଷ୍କର୍ମ ଉଦ୍ୟମ ଓ ବ୍ଲାକମେଲିଂ ଅଭିଯୋଗରେ ୨କୋର୍ଟ ଚାଲାଣ


 

କେନ୍ଦ୍ରାପଡ଼ା,୧୯ା୭: କେନ୍ଦ୍ରାପଡା ଟାଉନ ଥାନା ଅନ୍ତର୍ଗତ ଘରଭଡା ନେଇ ରହୁଥିବା ଜନୈକ ବ୍ୟକ୍ତିଙ୍କ ନାବାଳିକା ଝିଅକୁ ଦୁଷ୍କର୍ମ ଉଦ୍ୟମ କରିବା ଓ ତାର ନେକେଡ ଫଟୋ ଭାଇରାଲ କରିଦେବାକୁ ଧମକ ଦେବା ଅଭିଯୋଗରେ ସଂପୃକ୍ତ ନାବାଳିକାର ପିତାଙ୍କ ଅଭିଯୋଗକ୍ରମେ ଟାଉନ ଥାନା ପୋଲିସ ଥାନା କେଶ ନମ୍ବର ୧୮୭/୨୦୨୩ରେ ଏକ ମାମଲା ରୁଜୁ କରି ୨ଜଣଙ୍କୁ ମଙ୍ଗଳବାର ସନ୍ଧ୍ୟାରେ ଥାନାରେ ଅଟକ ରଖି ପଚରାଉଚୁରା କରୁଥିଲା । ବୁଧବାର ସେହି ଦୁଇଜଣ ଅଭିଯୁକ୍ତଙ୍କୁ ଆଇ.ପି.ସି.ର ଦଫା ୩୭୬(ଘ)(କ), ୫୦୬ ଏବଂ ପୋକ୍ସୋ ଆକ୍ଟର ୬ଦଫାରେ କୋର୍ଟ ଚାଲାଣ କରାଯାଇଥିବା ଥାନା ପକ୍ଷରୁ ସୂଚନା ମିଳିଛି । 


Next Post

ଆନ୍ତର୍ଜାତୀୟ ଭଳିବଲ ଖେଳାଳି ମହମ୍ମଦ ରାଜାଙ୍କୁ କେନ୍ଦ୍ରାପଡାରେ ଉତ୍ସସିତ ସମ୍ବର୍ଦ୍ଧନା

Thu Jul 20 , 2023
କେନ୍ଦ୍ରାପଡ଼ା, ୧୯ା୭ : ବାହାରିନର ପାନାମା ଠାରେ ଆନ୍ତର୍ଜାତୀୟ ଭଲିବଲ ଫେଡେରେସନ ୨୧ବର୍ଷରୁ କମ ପୁରୁଷ ଭଲିବଲ ବିଶ୍ୱ ଚମ୍ପିୟନଶିପରେ ଅଶଂଗ୍ରହଣ କରି ଘରକୁ ଫେରିଥିବା କେନ୍ଦ୍ରାପଡା ମାଟିର ପୁଅ ମହମ୍ମଦ ରାଜାଙ୍କୁ ଜନ୍ମମାଟିରେ ଉତ୍ସସିତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି । ଭାରତୀୟ ଭଲିବଲ ଦଳରେ ଓଡିଶା କେନ୍ଦ୍ରାପଡା ଜିଲ୍ଲାର ମହମ୍ମଦ ରାଜା ସ୍ଥାନ ପାଇ ବାହାରିନର ପାନାମା ଠାରେ ଆନ୍ତର୍ଜାତୀୟ ମ୍ୟାଚ ଖେଳିବାକୁ ଯାଇଥିଲେ । ସେଠାରୁ କେନ୍ଦ୍ରାପଡା […]

KANIKA