ଶିକ୍ଷକ ଅଭାବ ପ୍ରତିବାଦ ଜଳାପୋକ ବିଦ୍ୟାଳୟରେ ତାଲା



କେନ୍ଦ୍ରାପଡ଼ା ୧୯/୭ – କେନ୍ଦ୍ରାପଡ଼ା ଜିଲ୍ଲାର ବିଭିନ୍ନ ବିଦ୍ୟାଳୟରେ ଶିକ୍ଷକ ଅଭାବ ଥିବାରୁ ଶିକ୍ଷାଦାନରେ ବାଧା ଦେଖାଦେଇଛି । କେଉଁଠି ଗୋଟିଏ ଶିକ୍ଷକରେ ପାଠ ପଢା ହେଉଛି ତ କେଉଁ ୫ ଟା କ୍ଲାସରେ ୨ ଟି ଶିକ୍ଷକ ଅଛନ୍ତି । ଏନେଇ ଶିକ୍ଷାଦାନରେ ବାଧା ଉପୁଜୁଛି । ଶିକ୍ଷା ଅଧିକାରୀ ଭୟରେ ବିଦ୍ୟାଳୟ ପରିଦର୍ଶନ କରିନାହାଁନ୍ତି । କାରଣ ଅଭିଭାବକ ତାଙ୍କୁ ଘେରିବେ । ଖାଲି ଶିକ୍ଷକଙ୍କ ବୈଠକ ଓ କଲମ ଚାଷ ଚାଲିଛି ବୋଲି ଜଳାପୋକ ବିଦ୍ୟାଳୟରେ ତାଲା ପକାଇ ଥିବା ଅଭିଭାବକ କହିଛନ୍ତି । ମାର୍ଶାଘାଇ ବ୍ଲକ ଅନ୍ତର୍ଗତ ଜଳାପୋକ ବିଦ୍ୟାଳୟରେ ସାତୋଟି ଶ୍ରେଣୀରେ ୧୫୦ରୁ ଅଧିକ ବିଦ୍ୟାର୍ଥୀ ପାଠ ପଢୁଛନ୍ତି । ତିନି ଜଣ ଶିକ୍ଷକ ଥିବାବେଳେ ଜଣଙ୍କର ବଦଳି ହୋଇ ଯାଇଛି । ଦୁଇ ଜଣ ଶିକ୍ଷକରେ ପାଠ ପଢା ଚାଲିଛି । ପିଲାଙ୍କୁ ଜଗିବା ଶିକ୍ଷକଙ୍କ କାମ ହୋଇଛି । ଏଥିରେ ଉତକ୍ଷିପ୍ତ ହୋଇ ଅଭିଭାବକମାନେ ଆଜି ବିଦ୍ୟାଳୟରେ ତାଲା ପକାଇ ଦେଇଥିଲେ । ଏ ସମ୍ପର୍କରେ ମଣ୍ଡଳ ଶିକ୍ଷା ଅଧିକାରୀଙ୍କୁ ଯୋଗାଯୋଗ କରିବାରୁ ତାଙ୍କ ସହିତ ଯୋଗାଯୋଗ ହୋଇପାରିନଥିଲା । ସୂଚନା ଯୋଗ୍ୟ ଯେ ଉକ୍ତ ତହସିଲ ଅନ୍ତର୍ଗତ ସର୍ବପୁରାତନ କରିଲୋପାଟଣା ଉଚ୍ଚ ବିଦ୍ୟାଳୟରେ ଅଭିଭାବକମାନେ ଆବଶ୍ୟକ ଶିକ୍ଷକ ନଥିବାରୁ ବିଦ୍ୟାଳୟରେ ତାଲା ପକାଇ ଦେଇଥିଲେ ।


Next Post

ନାବାଳିକାକୁ ଦୁଷ୍କର୍ମ ଉଦ୍ୟମ ଓ ବ୍ଲାକମେଲିଂ ଅଭିଯୋଗରେ ୨କୋର୍ଟ ଚାଲାଣ

Thu Jul 20 , 2023
  କେନ୍ଦ୍ରାପଡ଼ା,୧୯ା୭: କେନ୍ଦ୍ରାପଡା ଟାଉନ ଥାନା ଅନ୍ତର୍ଗତ ଘରଭଡା ନେଇ ରହୁଥିବା ଜନୈକ ବ୍ୟକ୍ତିଙ୍କ ନାବାଳିକା ଝିଅକୁ ଦୁଷ୍କର୍ମ ଉଦ୍ୟମ କରିବା ଓ ତା’ର ନେକେଡ ଫଟୋ ଭାଇରାଲ କରିଦେବାକୁ ଧମକ ଦେବା ଅଭିଯୋଗରେ ସଂପୃକ୍ତ ନାବାଳିକାର ପିତାଙ୍କ ଅଭିଯୋଗକ୍ରମେ ଟାଉନ ଥାନା ପୋଲିସ ଥାନା କେଶ ନମ୍ବର ୧୮୭/୨୦୨୩ରେ ଏକ ମାମଲା ରୁଜୁ କରି ୨ଜଣଙ୍କୁ ମଙ୍ଗଳବାର ସନ୍ଧ୍ୟାରେ ଥାନାରେ ଅଟକ ରଖି ପଚରାଉଚୁରା କରୁଥିଲା । ବୁଧବାର […]