କଂଗ୍ରେସରୁ ଇସ୍ତଫା ଦେଲେ ସାର୍ଥକ କୁମାର ମହାପାତ୍ର

କଂଗ୍ରେସରୁ ଇସ୍ତଫା ଦେଲେ ସାର୍ଥକ କୁମାର ମହାପାତ୍ର


କେନ୍ଦ୍ରାପଡା ୨୦/୪- ଜାତୀୟ କଂଗ୍ରେସ ଦଳର ପ୍ରାଥମିକ ସଦସ୍ୟରୁ ଇସ୍ତଫା ଦେଲେ ଛାତ୍ର ନେତା ସାର୍ଥକ ମହାପାତ୍ର । ଆଜି ଶନିବାର ଦିନ ବିଜେଡିରେ ଯୋଗ ଦାନ କଲେ । ସେ ୨୦୨୧ ମସିହା ରୁ ୨୦୨୩ ପର୍ଯ୍ୟନ୍ତ କେନ୍ଦ୍ରାପଡ଼ା ସ୍ୱୟଂଶାସିତ ମହାବିଦ୍ୟାଳୟର ଛାତ୍ର କଂଗ୍ରେସ କ୍ୟାମ୍ପସ କମିଟିର ସଭାପତି ରହିଥିଲେ । ଏହା ପରେ ରାଜ୍ୟ ଛାତ୍ର କଂଗ୍ରେସ ସାମାଜିକ ଗଣମାଧ୍ୟମ ସଂଯୋଜକ ଦାୟିତ୍ୱ ମଧ୍ୟ ତୁଲାଇଥିଲେ । ଶନିବାର ଦିନ ଶ୍ରୀ ଗଣେଶ୍ୱର ବେହେରାଙ୍କ ଆଦର୍ଶରେ ପ୍ରଭାବିତ ହୋଇ ସେ କଂଗ୍ରେସ ତ୍ୟାଗ କରିଛନ୍ତି । ବିଜୁ ବାବୁଙ୍କ ସ୍ୱପ୍ନର ଓଡିଶା ଗଠନ ଦିଗରେ କାର୍ଯ୍ୟ କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି । କେନ୍ଦ୍ରାପଡ଼ା ଜିଲ୍ଲାରେ ଛାତ୍ରଙ୍କ ସ୍ୱାର୍ଥ ପାଇଁ ଲଢ଼େଇ କରିବେ ଓ କେନ୍ଦ୍ରାପଡ଼ା ଜିଲ୍ଲାର ବିକାଶ ପାଇଁ ବିଜୁ ଜନତା ଦଳ ରେ ଯୋଗ ଦେଇଛନ୍ତି । ଶ୍ରୀ ଗଣେଶ୍ୱର ବେହେରା ଓ ଶ୍ରୀ ଅଂଶୁମାନ ମହାନ୍ତି ଙ୍କ ପାଇଁ ୨୦୨୪ ରେ କାର୍ଯ୍ୟ କରିବେ ବୋଲି କହିଛନ୍ତି । ଏକ ଶ୍ରେଷ୍ଠ ଓ ବିକଶିତ ଓଡ଼ିଶା ଗଠନ ଦିଗରେ ପ୍ରୟାସ ଜାରି ରହିବ । ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ଓଡ଼ିଶାର ବିକାଶ ହେବ ବୋଲି ସେ ବିଶ୍ୱାସ ପ୍ରକଟ କରିଛନ୍ତି ।