କେନ୍ଦ୍ରାପଡା ଭାରତୀୟ ଜନତା ପାର୍ଟିର ମିଶ୍ରଣ ପର୍ବ



କେନ୍ଦ୍ରାପଡ଼ା, ୫/୫: ଆଜି ଭାରତୀୟ ଜନତା ପାର୍ଟି ତରଫରୁ ଏକ ମହାମିଶ୍ରଣ ପବ କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ନିକିରାଇସ୍ଥିତ ହନୁମାନ ମନ୍ଦିରଠାରେ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ଜୋନ୍ ନଂ ୫ର ମଣ୍ଡଳ ସଭାପତି ଶଶାଙ୍କ ଶେଖର ସେଠୀ ମଞ୍ଚ ପରିଚାଳନା କାର୍ଯ୍ୟ ଆରମ୍ଭ କରିଥିଲେ । ଏହି ସଭାରେ ପୂର୍ବତନ ସାଂସଦ ଅର୍ଚ୍ଚନା ନାୟକ ଭାଜପାର ଜନହିତକର କାର୍ଯ୍ୟରେ ସାଧାରଣ ଜନତା ପ୍ରଭାବିତ ହୋଇ “ଅବକି ବାର ୪୦୦ ପାର୍‌” ନାରାକୁ ସଫଳ କରିବା ନିମନ୍ତେ ପ୍ରାୟାସ ଜାରି ରଖିଛନ୍ତି । ୨୫ ବର୍ଷର ସରକାର ଆଜି ଓଡିଶାର ଅସ୍ମିତାର ବାର୍ତ୍ତା ଓ ପ୍ରଲୋଭନ ଦେଖାଇଛନ୍ତି । ଆଜି ତାହା ସାଧାରଣ ଲୋକ ବୁଝି ସାରିଛନ୍ତି । ଆଗାମୀ ଦିନରେ ତାହା ପ୍ରତିଫଳିତ ହେବ । ଏହି ଅବସରରେ କେନ୍ଦ୍ରାପଡା ବିଧାନସଭା ପ୍ରାର୍ôଥନୀ ଗୀତାଞ୍ଜଳୀ ସେଠୀ ଦଳର ଅଭିଭାଷଣ ରଖି ମୋଦୀ ସରକାରର ବିକାଶର ବାର୍ତ୍ତା ଲୋକମାନଙ୍କ ନିକଟରେ ସେସବୁ ସୁବିଧାକୁ ବଞ୍ôଚତ କରୁଥିବା ବିଜେଡି ସରକାର ଆଜି ରସାତଲକୁ ଯିବାକୁ ଲାଗିଲାଣି । ଆଜି ମୋଦି ଲହର ଓ ମୋଦି ଗ୍ୟାରେଣ୍ଟିରେ ଜନ ସାଧାରଣ ପ୍ରଭାବିତ । ଆଗାମୀ ନିର୍ବାଚନରେ ଡବଲ ଇଞ୍ଜିନର ସରକାର ହେବା ନିମନ୍ତେ କାର୍ଯ୍ୟକର୍ତ୍ତାଙ୍କୁ ନିଜର ଅଭିଭାଷଣରେ କହିଥିଲେ ଏବଂ ଲୋକସଭା ପ୍ରାର୍ଥୀ ବୈଜୟନ୍ତ ପଣ୍ଡା ଓ ବିଧାନସଭା ପ୍ରାର୍ôଥନୀ ଗୀତାଞ୍ଜଳୀ ସେଠୀଙ୍କ ନିମନ୍ତେ ୨ଟି ଭୋଟ୍ ପଦ୍ମଫୁଲରେ ପଡିବା ଦରକାର । ଏହି ସଭାରେ ଜିଲ୍ଲା ସାଧାରଣ ସମ୍ପାଦକ ଉପିନ ରାଉତ, ଜିଲ୍ଲା ମିଡିଆସେଲ୍ ନେହେରୁ କୁମାର ସାହୁ, ରାଜ୍ୟ ଏସ୍‌ସି ମୋର୍ଚ୍ଚାର ସଦସ୍ୟ ମାଧବ ମଲ୍ଲିକ, ବରିଷ୍ଠ ନେତା ବିଜୟ ବୋଷ, ଢୋଲ ସରପଞ୍ଚ ପ୍ରଫୁଲ୍ଲ ମଲ୍ଲିକ, ବ୍ରଜକିଶୋର ମିଶ୍ର, ଫୁସନ ରଣସିଂହ, ଯୁବନେତ୍ରୀ ସ୍ୱର୍ଣ୍ଣଲତା ମଲ୍ଲିକ, ଦେବାଶିଷ ସ୍ୱାଇଁ, ପ୍ରଶାନ୍ତ କୁମାର ମଲ୍ଲିକ ପ୍ରମୁଖ ସଦସ୍ୟ ଉପସ୍ଥିତ ଥିଲେ ।


Next Post

ଦିହୁଡିପୁର ଓ ବଳଭଦ୍ରପୁର ପଂଚାୟତରେ ବିଜେଡି ବନ୍ଧୁ ମିଳନ ଓ ମିଶ୍ରଣ ପର୍ବ

Sun May 5 , 2024
ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ଦିହୁଡିପୁର ଓ ଭଳଭଦ୍ରପୁର ପଂଚାୟତରେ ଆଗାମୀ ସାଧାରଣ ନିର୍ବାଚନରେ ବିଜେଡିର ଉଭୟ ଲୋକସଭା ଓ ବିଧାନସଭା ପ୍ରାର୍ଥୀଙ୍କ ବୃହତ ବିଜୟ ବ୍ୟବଧାନ ପାଇଁ ଦଳ ପକ୍ଷରୁ ବନ୍ଧୁମିଳନ ଓ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି । ପଟ୍ଟାମୁଣ୍ଡାଇ ବ୍ଲକ ବିଜେଡି ସଭାପତି କିଶୋର ସାହୁଙ୍କ ପୌରହିତ୍ୟରେ ଦିହୁଡିପୁରରେ ଆୟୋଜିତ ମିଶ୍ରଣ ସମାବେଶରେ ରାଜନଗର ବିଧାୟକ ଧ୍ରୁବ ସାହୁ ମୁଖ୍ୟଅତିଥି ଭାବେ ଯୋଗ ଦେଇ କର୍ମୀମାନଙ୍କ ସହିତ […]

KANIKA