ପୋଲିସ, ଫ୍ଲାଇଂ ସ୍କ୍ୱାର୍ଡର ଯାଂଚ କଡାକଡି


କେନ୍ଦ୍ରାପଡା ୭/୫ -ନିର୍ବାଚନ ପାଖେଇ ଆସୁଥିବା ବେଳେ କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ଅଂଚଳରେ ବିଭିନ୍ନ ଛକସ୍ଥାନରେ ଫ୍ଲାଇଂ ସ୍କ୍ୱାର୍ଡ ଓ ପୋଲିସ କଡାକଡି ଚେକିଂ ଜାରି ରଖିଛି । କେନ୍ଦ୍ରାପଡା ସଂସଦୀୟ କ୍ଷେତ୍ର ଓ ୭ ବିଧାନସଭା ପାଇଁ ଜୁନ ୧ରେ ମତଦାନ ହେବ । ଅନୁଷ୍ଠିତ ହେବାକୁ ଥିବା ନିର୍ବାଚନକୁ ଅବାଧ, ମୁକ୍ତ ଓ ନିରପେକ୍ଷ ଭାବେ ପରିଚାଳନା କରିବା ନେଇ ନିର୍ବାଚନ କମିଶନରଙ୍କ ନିୟମ ଅନୁଯାଇରେ ଜିଲାରେ ପର୍ଯ୍ୟାପ୍ତ ସଂଖ୍ୟକ ଫ୍ଲାଇଂ ସ୍କ୍ୱାଡ ଟିମ ଗଠନ କରାଯାଇଛି । ମତଦାନ ପୂର୍ବରୁ ନାମଙ୍କନ ଦାଖଲ ପରେ ବିଭିନ୍ନ ସମୟରେ ଟଙ୍କା କାରବାର ଚିତ୍ର ସାମ୍ନାକୁ ଆସିଥାଏ ।ଏଥି ନେଇ ଫ୍ଲାଇଂ ସ୍କ୍ୱାଡ ଦଳ ଦ୍ୱାରା ୨୪ ଘଣ୍ଟା ଚଢାଉ କାର୍ଯ୍ୟ କରାଯାଉଛି । ବିଭିନ୍ନ ଯାନବାହନ ଯାଞ୍ଚ କରାଯାଉଛି । କୌଣସି ଠାରେ ଅପ୍ରିତିକର ପରିସ୍ଥିତି ଯେପରି ଦେଖାଯିବ ନାହିଁ ସେଥି ଲାଗି ପ୍ରଶାସନ ଜାଗ୍ରତ ରହିଛି । ଜିଲାରେ ନିଯୁକ୍ତ ଥିବା ପର୍ଯ୍ୟବେକ୍ଷକଗଣ ସମସ୍ତ ଅଞ୍ଚଳ ଗସ୍ତକରି ନିର୍ବାଚନ କାର୍ଯ୍ୟକଳାପ ଓ ଗତିବିଧି ଉପରେ ଦୃଷ୍ଟି ରଖିଛନ୍ତି । ଏଥିନେଇ ମଙ୍ଗଳବାର ସଂନ୍ଧ୍ୟାରେ ରାଜନଗର ରାସ୍ତା କଖାରୁଣି ପୋଲ ନିକଟ ଚଉକଡି ରାସ୍ତାରେ ପୋଲିସ ଚେକିଂ ଚାଲିଛି । ପ୍ରତିଟି ଗାଡିର ଗତିବିଧି ଉପରେ କଡ଼ା ନଜର ରଖାଯାଉଛି । ତେଣୁ ରାତିରେ ଯାଉଥିବା ସମସ୍ତ ଗାଡ଼ିକୁ ତନ୍ନ ତନ୍ନ କରି ଯାଂଚ କରୁଛନ୍ତି ପୋଲିସ କର୍ମଚାରୀ । ଅନ୍ୟପକ୍ଷରେ ଜନସାଧାରଣଙ୍କୁ ମଧ୍ୟ ପ୍ରଶାସନ ପକ୍ଷରୁ ନିବେଦନ କରାଯାଉଛି ନିର୍ବାଚନ ସଂକ୍ରାନ୍ତରେ କୌଣସିଠାରେ କେହି ପ୍ରଲୋଭନ ଦେଖାଇ ଭୋଟର ମାନଙ୍କୁ ପ୍ରଭାବିତ କରିବାକୁ ଚେଷ୍ଟା କରୁଥିବା ନଜର ଆସିଲେ ଇ-ଭିଜିଲ ଆପ ରେ କିମ୍ବା ସଂପୃକ୍ତ ଅଞ୍ଚଳର ନିର୍ବାଚନ ଅଧିକାରୀଙ୍କ ନଜରକୁ ଆଣିବାକୁ କୁହାଯାଉଛି ।

 

 


Next Post

ଜିଲ୍ଲା ଆଞ୍ଚଳିକ ସାଧନକେନ୍ଦ୍ର ସଂଯୋଜକଙ୍କ ବିଦାୟକାଳୀନ ସମ୍ବର୍ଦ୍ଧନା

Tue May 7 , 2024
କେନ୍ଦ୍ରାପଡା, ୭/୫: ଜିଲ୍ଲା ପ୍ରଶିକ୍ଷଣ ପ୍ରତିଷ୍ଠାନ ଆନୁକୂଲ୍ୟରେ କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ବାଲିଆଠାରେ ଗତ ରବିବାର ଦିବା ୧୦ଘଟିକା ସମୟରେ ଜିଲ୍ଲାର ସମସ୍ତ ଆଞ୍ଚଳିକ ସାଧନକେନ୍ଦ୍ରର ସଂଯୋଜକମାନଙ୍କ ଦ୍ୱାରା ବିଦାୟକାଳୀନ ଓ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ସଭାରେ ଜିଲ୍ଲା ପ୍ରଶିକ୍ଷଣ ପ୍ରତିଷ୍ଠାନର ଅଧ୍ୟକ୍ଷା ସୁଲୋଚନା ଦେହୁରୀ ସଭାପତିତ୍ୱ କରିଥିଲେ । ଉକ୍ତ ଉତ୍ସବରେ କେନ୍ଦ୍ରାପଡା ଜିଲ୍ଲା ପ୍ରଶିକ୍ଷଣ ପ୍ରତିଷ୍ଠାନର ପ୍ରାକ୍ତନ ଅଧ୍ୟକ୍ଷ ଓ ବର୍ତ୍ତମାନ ଶିକ୍ଷକ […]

KANIKA