କେନ୍ଦ୍ରାପଡାରେ ବିଭିନ୍ନ ସ୍ଥାନରେ ଶନୈଶ୍ଚର ଜଳାଭିଷେକ ଓ ମହାଯଜ୍ଞ ଅନୁଷ୍ଠିତ


କେନ୍ଦ୍ରାପଡ଼ା: ବର୍ତମାନ ସମାଜରେ ବହୁ ବିଶୃଙ୍ଖଳା ସୁଷ୍ଟି ହେଉଛି । ଦେଶ ଦେଶ ମଧ୍ୟରେ ଯୁଦ୍ଧ ଚାଲିଛି । ତେଣୁ ବିଶ୍ୱ ଶାନ୍ତି ପାଇଁ କେନ୍ଦ୍ରାପଡା ସହରର ଗଣାମାହାଲସ୍ଥିତ ଶ୍ରୀ ସିଦ୍ଧ ମହାପୁରୁଷ ବାଲାବାବା ମନ୍ଦିର ପରିସରରେ ୧୨ତମ ବିଶ୍ୱଶାନ୍ତି ଶନୈଶ୍ଚର ମହାଯଜ୍ଞ ଅନୁଷ୍ଠିତ ହୋଇଛି । ଏହି ଉପଲକ୍ଷେ ଶୁକ୍ରବାର ସନ୍ଧ୍ୟା ୭ଟାରେ ଶୁଭାଧିବାସ କରାଯାଇ ଆଜ୍ଞାମାଳ ଶୋଭାଯାତ୍ରା ଅନୁଷ୍ଠିତ କରାଯାଇଥିଲା । ଶନିବାର ଦିନ ପ୍ରାତଃ ୬ଟା ୩୦ମିନିଟ୍‌ରେ ଘଟ ନିମଜ୍ଜନ କରାଯିବା ପରେ ଭକ୍ତମାନେ ଏକ ଶୋଭାଯାତ୍ରାରେ ନୂଆବସ୍‌ଷ୍ଟାଣ୍ଡ ଶନିଘାଟରୁ ପାଣି ଆଣି ଘଟସ୍ଥାପନ କରିଥିଲେ । ପ୍ରାତ ୮ଟା ୩୦ମିନିଟ୍‌ରେ ଅଗ୍ନି ସ୍ଥାପନ କରାଯାଇ ଯଜ୍ଞାରମ୍ଭ କରାଯିବା ସହିତ ରାତ୍ର ୧୦ଟା ୩୦ମିନିଟ୍‌ରେ ଯଜ୍ଞର ପୂର୍ଣ୍ଣାହୁତି କରାଯାଇଥିଲା । ସେହିପରି ମହିପାଳସ୍ଥିତ ବାୟାବଜାରର ନ୍ୟାୟ ଦେବତା ପୂଜା କମିଟି, ତିନିମୂହାଣୀ ଶନି ମନ୍ଦିର, ନୂଆ ବସଷ୍ଟାଣ୍ଡ ଶନି ମନ୍ଦିର, କୋର୍ଟ ଛକ ଶନିମନ୍ଦିର, ଗରାପୁର କାଳିମନ୍ଦିର ସ୍ଥିତ ଶନି ମନ୍ଦିରରେ କେନ୍ଦ୍ରାପଡା ସହର ଓ ସହରଆଖପାଖ ଅଞ୍ଚଳରୁ ବହୁ ମାନସିକଧାରୀ ଓ ଶ୍ରଦ୍ଧାଳୁମାନେ ଆସି ଶନିଙ୍କ ନିକଟରେ ଜଳାଭିଷେକ କରିବା ପରେ ଯଜ୍ଞରେ ସାମିଲ ହେଇଥିଲେ । ଏହି ଉପଲକ୍ଷେ ରାଜନୈତିକ ଦଳର ବହୁ ନେତାମାନେ ଆସି ଶନି ଦେବତାଙ୍କ ଆର୍ଶୀବାଦ ନେଇଥିଲେ


Discover more from

Subscribe now to keep reading and get access to the full archive.

Continue reading