ଅକ୍ଷୟ ତୃତୀୟାରେ ସମ୍ମିଳିତ କଳାମ “ସ୍ପନ୍ଦନ’ର ଶୁଭଜନ୍ମ


କେନ୍ଦ୍ରାପଡା ୧୧/୫- ପବିତ୍ର ଅକ୍ଷୟ ତୃତୀୟାରେ ଇନ୍ଦ୍ରଧନୁର ସ୍ୱପ୍ନବୀଜ ବୁଣି କେନ୍ଦ୍ରାପଡାରେ ଜନ୍ମ ନେଲା କଳା, ସାହିତ୍ୟ ଓ ସୃଜନ ଅଭିବ୍ୟକ୍ତିର ମୁକ୍ତ ତଥା ପ୍ରତିବଦ୍ଧ ଅନୁଷ୍ଠାନ – ସ୍ପନ୍ଦନ । କବି, କଥାକାର, ନାଟ୍ୟକାର, ଚିତ୍ରଶିଳ୍ପୀ, ସଂଗୀତଶିଳ୍ପୀ,ନୃତ୍ୟଶିଳ୍ପୀଙ୍କ ସମାବେଶରେ ଇନ୍ଦ୍ରଧନୁର ଛିଟା ପରି ମିଳିତ ସୃଜନର ଏକ ମାୟାମୟ ମୂର୍ଚ୍ଚନା ମୁଖର କରିଥିଲା ଅକ୍ଷୟ ତୃତୀୟାର ଏହି ସ୍ମରଣୀୟ ସନ୍ଧ୍ୟାକୁ । ବିଶିଷ୍ଟ କଥାକାର ଡକ୍ଟର ବିରଜା ରାଉତରାୟ ସଞ୍ଚାଳନରେ ଅନୁଷ୍ଠିତ ଏହି ମନୋଜ୍ଞ ଆସରକୁ ପିଏନଏସର ଅ୍ମକ୍ଷ ବିଶିଷ୍ଟ ଗାଳ୍ପିକ ତଥା କଳାକାର ଜ୍ଞାନରଞ୍ଜନ ନାୟକ ମୁଖ୍ୟଅତିଥି, ସମ୍ମାନିତ ଅତିଥି ଭାବେ ଆୟବା ସରକାରୀ ବିଜ୍ଞାନ ମହାବିଦ୍ୟାଳୟର ଅ୍ମକ୍ଷ ଡ଼.ବିନାୟକ ପ୍ରସାଦ ପ୍ରଧାନ ଯୋଗ ଦେଇ ବିବିଧ କଳାର ଏହି ମଞ୍ଚ କେନ୍ଦ୍ରାପଡ଼ା ଜିଲ୍ଲାର କଳା, ସାହିତ୍ୟ ଓ ସୃଜନଶୀଳ ପ୍ରତିଭାମାନଙ୍କୁ ସେମାନଙ୍କର ପ୍ରତିଭାର ପରିପ୍ରକାଶ ପାଇଁ ଏକ ପ୍ରକୃଷ୍ଟ ମା୍ମମ ଯୋଗାଇ ଦେବ ବୋଲି ମତ ପ୍ରକାଶ କରିଥିଲେ । ଇନ୍ଦ୍ରଧନୁର ଛିଟା ପରି ସବୁ ସୁଜନଶୀଳ ପ୍ରତିଭା ମାନଙ୍କୁ ଗୋଟିଏ ଛତା ତଳେ ଏକାଠି କରି ଏକ ନିଆରା ପରମ୍ପରା ସୃଷ୍ଟି କରାଯାଇ ପାରିବ ବୋଲି ଉପସ୍ଥିତ ସୃଷ୍ଟିକର୍ତ୍ତା ମାନେ ମତ ରଖିଥିଲେ । ଏହି ନୂତନ ଅନୁଷ୍ଠାନର ନାମ ସ୍ପନ୍ଦନ ରଖାଯିବାକୁ ସ୍ଥିର ହୋଇଥିଲା । ପ୍ରଥମେ ସର୍ବ ସମ୍ମତି କ୍ରମେ ସ୍ପନ୍ଦନ ପରିବାରର କର୍ମକର୍ତ୍ତା ମନୋନୟନ କରାଯାଇଥିଲା । ମୁଖ୍ୟ ଉପଦେଷ୍ଟା ଭାବେ ଡକ୍ଟର ବିରଜା ରାଉତରାୟ, ସଭାପତି ଭାବେ ଜ୍ଞାନରଞ୍ଜନ ନାୟକ, ସମ୍ପାଦକ ଭାବେ ଅ୍ମାପକ ଡ଼.ବିନାୟକ ପ୍ରସାଦ ପ୍ରଧାନ, କୋଷା୍ମକ୍ଷ ଭାବେ କୈଳାସ ଚନ୍ଦ୍ର ମହାନ୍ତି, ସଂଯୋଜକ ଭାବେ ସ୍ୱପ୍ନାଶୁ କୁମାର ଦାସ, ସହ ସଂଯୋଜିକା ଭାବେ ଲିଜା ପଣ୍ଡା, ସାମାଜିକ ଗଣ ମା୍ମମ ସଂଯୋଜିକା ଭାବେ ରେସମା ଓ ସ୍ଥିତିପ୍ରଜ୍ଞା ପରିଡା ମନୋନୀତ ହୋଇଥିଲେ । ଆଗାମୀ କାର୍ଯ୍ୟକ୍ରମ ମ୍ମରେ ନାଟକ ମହୋତ୍ସବ, ଯୁବ ତରଙ୍ଗ ଆଦି କାର୍ଯ୍ୟକ୍ରମ ବିଷୟରେ ଆଲୋଚନା କରାଯାଇଥିଲା । ପ୍ରତି ମାସ ଶେଷ ଗୁରୁବାର ମାସିକ ବୈଠକ କରାଯିବାକୁ ନିଷ୍ପତ୍ତି ହୋଇଥିଲା । ପରେ ପରେ କବି ମଞ୍ଜୁଲତା ରଥ କବିତା- କାଳ ବୈଶାଖୀ, ଲିଜା ପଣ୍ଡା ଗଳ୍ପ- ଅକୁହା ମନର କଥା, ଗୋଲାପ ରାଉତ କବିତା-ମୁଁ ଅଛି, ବିଷ୍ଣୁ ପ୍ରିୟା ସାମଲ କବିତା-ବର୍ଷା, ବିରଜା ରାଉତରାୟ କବିତା – ଓଃ! କେନ୍ଦ୍ରାପଡା, ରଞ୍ଜନ କୁମାର ବାଇ କବିତା-ବାଲି ଶଯ୍ୟା, ତାପସ ରାଉତ କବିତା-ରୁଦ୍ର ପ୍ରକାଶ ପ୍ରଭୁତି ପାଠ କରିଥିଲେ, କଣ୍ଠଶିଳ୍ପୀ ସ୍ଥିତିପ୍ରଜ୍ଞା ପରିଡା -ମୋହନ ବଂଶୀ, ଗୌତମ୍ ସାହୁ -ଜୀବରେ କିଏ ସୁନ୍ଦର୍ ଜଗନ୍ନାଥ ଭଜନ ଗାନ କରିଥିଲେ । କଥାକାର ବଂଶୀଧର ମହାନ୍ତି, ଶେଷଦେବ ଦାସ, ଚିତ୍ରଶିଳ୍ପୀ ସିନୁ ଦାଶ, ନାଟ୍ୟକାର ପ୍ରୁଲ୍ଲ କୁମାର ଜେନା, ବିକ୍ରମ କେଶରୀ ସାମଲ, ପ୍ରଶାନ୍ତ କୁମାର ନାୟକ ପ୍ରମୂଖ ଯୋଗଦେଇ ଆଲୋଚନାରେ ଭାଗ ନେଇଥିଲେ । ଶେଷରେ ସ୍ୱପ୍ନାଂଶୁ କୁମାର ଦାସ ଧନ୍ୟବାଦ ଅର୍ପଣ କରିଥିଲେ ।


Discover more from

Subscribe now to keep reading and get access to the full archive.

Continue reading