ଧ୍ରୁବ ଓ ଅଂଶୁମାନଙ୍କ ବିଶାଳ ରୋଡସୋ, ଶଙ୍ଖ ଧ୍ୱନିରେ ପ୍ରକମ୍ପିତ ସମଗ୍ର ଅଂଚଳ



ସାଧାରଣ ନିର୍ବାଚନ ଯେତେ ପାଖେଇ ଆସୁଛି, ବିଭିନ୍ନ ଦଳର ନିର୍ବାଚନ ପ୍ରଚାର ସେତେ ଜୋରଦାର ହେବାରେ ଲାଗିପଡିଥିବା ବେଳେ ଶନିବାରରେ ରାଜନଗର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ପଟ୍ଟାମୁଣ୍ଡାଇ ବ୍ଲକର ଉତିକଣ ଅଂଚଳ ଭାବେ ପରିଚିତ ସଂସାରଫଳ ଖଣତା ଓ ଓଉପଦା ପଂଚାୟତରେ ବିଜେଡି ବିଧାୟକ ପ୍ରାର୍ଥୀ ଧ୍ରୁବ ସାହୁ ଓ କେନ୍ଦ୍ରାପଡ଼ା ସାଂସଦ ପ୍ରାର୍ଥୀ ଅଂଶୁମାନ ମହାନ୍ତି ବିଶାଳ ରୋଡ଼ଶୋ କରି ସମଗ୍ର ଅଂଚଳକୁ ପ୍ରକମ୍ପିତ କରିବା ସହିତ ଶଙ୍ଖମୟ କରି ଦେଇଥିଲେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆଶୀର୍ବାଦରୁ ପଟ୍ଟାମୁଣ୍ଡାଇର ବିକାଶ ଶିଖର ଛୁଁଇ ଥିବାରୁ ବିଜେଡିକୁ ବିପୁଳ ଭୋଟରେ ଜୟଯୁକ୍ତ କରିବାକୁ ଉଭୟ ବିଧାୟକ ଓ ସାଂସଦ ପ୍ରାର୍ଥୀ ଧ୍ରୁବ ସାହୁ ଓ ଅଂଶୁମାନ ମହାନ୍ତି ବିଭିନ୍ନ ଗାଁ ଓ ସାହୀକୁ ଯାଇ ଭୋଟରମାନଙ୍କୁ ନିବେଦନ କରିଥିଲେ । ଏହି ବିଶାଳ ରୋଡ଼ଶୋରେ ଧ୍ରୁବ ଓ ଅଂଶୁମାନଙ୍କ ସହିତ ପଟ୍ଟାମୁଣ୍ଡାଇ ବ୍ଲକ ଅଧ୍ୟକ୍ଷ ପ୍ରଦ୍ୟୁମ୍ନ ସାମନ୍ତରାୟ,ରାଜ୍ୟ ବିଜେଡି ସମ୍ପାଦକ ମିଟୁ ଦାଶ, ପଟ୍ଟାମୁଣ୍ଡାଇ ବ୍ଲକ ବିଜେଡି ସଭାପତି କିଶୋର ସାହୁ, ଜିଲ୍ଲା ବିଜେଡି ଉପସଭାପତି ସୁବାଷ ଦାଶ,୧୭ନଂ ଜିଲ୍ଲା ପରିଷଦସଦସ୍ୟ ରଞ୍ଜନ ବିଶ୍ୱାଳ,୧୮ନଂ ଜିଲ୍ଲା ପରିଷଦ ସଦସ୍ୟ ରଶ୍ମି ମଲିକ,ବରିଷ୍ଠ ନେତା ନିମାଇ କର, ସଂସାରଫଳ ସରପଙ୍ଘମ ଦମୟନ୍ତୀ ସାମନ୍ତରାୟ, ସମିତି ସଭ୍ୟ ପର୍ଶୁରାମ ବେହେରା, ପୂର୍ବତନ ସରପଂଚ ମିନତୀ ପାତ୍ର,ପଂଚାୟତ ବିଜେଡି ସଭାପତି ପ୍ରମୋଦ ବେହେରା ,ଖଣତା ସରପଂଚ ଅନିଲ ଲେଙ୍କା ସମିତିସଭ୍ୟ ସୁରେଶ ଜେନା, ପୂର୍ବତନ ସରପଂଚ ପ୍ରତିନିଧି ସମୀର ପ୍ରଧାନ, ବରିଷ୍ଠ ନେତା ମାଗୁଣି ଲେଙ୍କା ଯୁବନେତା ସୁଶାନ୍ତ ସାମନ୍ତରାୟ, ପୂର୍ବତନ ସରପଂଚ ବିରଂଚି ଦାଶ, ଓଉପଦା ସରପଂଚ ମମତା ସାମଲ, ସମିତିସଭ୍ୟା ମମତାମୟୀ ଜେନା, ପୂର୍ବତନ ସରପଂଚ ସୁବାଷ ଖଟୁଆ ଯୁବନେତା ସୁଶାନ୍ତ ଦାସ, ବିକାଶ ପାତ୍ର ଓ ଶଶିକାନ୍ତ ପଣ୍ଡା ପ୍ରମୁଖ ବହୁ ବିଜେଡି ନେତା କର୍ମକର୍ତା ଓ ଶହ ଶହ ବିଜେଡି କର୍ମୀ ସଂସାରଫଳ ଖଣତା ଓ ଓଉପଦା ପଂଚାୟତର ବିଭିନ୍ନ ଗାଁ ଓ ସାହୀ ବସ୍ତିକୁ ନବୀନ ପଟ୍ଟନାୟକଙ୍କ ବିଭିନ୍ନ ଜନକଲ୍ୟାଣ ଯୋଜନା ଓ ପଟ୍ଟାମୁଣ୍ଡାଇ ବିକାଶ ପାଇଁ କାର୍ଯ୍ୟକାରୀ ହୋଇଥିବା ବିଭିନ୍ନ ପ୍ରକଳ୍ପ ସମ୍ପର୍କରେ ଜନସଚେତନତା ସୃଷ୍ଟି କରି ଉଭୟ ବିଧାୟକ ଓ ସାଂସଦ ପ୍ରାର୍ଥୀ ଧ୍ରୁବ ସାହୁ ଓ ଅଂଶୁମାନ ମହାନ୍ତିଙ୍କୁଭୋଟ ଡେଜ ଜୟଯୁକ୍ତ କରିବାକୁ ନିବେଦନ କରିଥିଲେ । ଆଜି ଧ୍ରୁବ ଓ ଅଂଶୁମାନଙ୍କ ବିଶାଳ ରୋଡ଼ଶୋ ଓ ମାରାଥନ ପ୍ରଚାର ପରେ ରାଜନୈତିକ ବାତାବରଣ ସର ଗରମ ହୋଇପଡିଛି ।


Next Post

ଦଳରେ ନାହିଁ, ମୋତେ କିଭଳି ବହିଷ୍କାର କରାଗଲା: ବିଜୟ

Sat May 18 , 2024
BBSR-18/5-ଦଳ ବିରୋଧୀ କାର୍ଯ୍ୟ ଓ ଦଳୀୟ ଅନୁଶାସନ ଭଙ୍ଗ ପାଇଁ ଭାଜପାରୁ ବରିଷ୍ଠ ନେତା ବିଜୟ ମହାପାତ୍ର, ଶାରଦା ପ୍ରଧାନ ଏବଂ ରାକେଶ ମଲ୍ଳିକଙ୍କୁ ରାଜ୍ୟ ସଭାପତି ମନମୋହନ ସାମଲଙ୍କ ନିର୍ଦ୍ଦେଶ କ୍ରମେ ଦଳରୁ ବହିଷ୍କୃତ କରାଯାଇଥିଲା । ଏହାକୁ ନେଇ ବିଜୟ ମହାପାତ୍ର ପ୍ରତିକ୍ରିୟା ରଖିବା ସହ ଭାଜପାକୁ ସମାଲୋଚନା କରିଛନ୍ତି । ସେ କହିଛନ୍ତି, ‘ମୁଁ ଦଳରେ ନାହିଁ, ହେଲେ ବହିଷ୍କାର କିପରି ମତେ କରାଗଲା । […]

KANIKA