ସାଧାରଣ ପର୍ଯ୍ୟବେକ୍ଷକଙ୍କ ପାଟକୁରା ବିଧାନସଭା କ୍ଷେତ୍ରର ବିଭିନ୍ନ ବୁଥ୍ ପରିଦର୍ଶନ


କେନ୍ଦ୍ରାପଡ଼ା, ୧୮ା୫: ସାଧାରଣ ପର୍ଯ୍ୟବେକ୍ଷକ ସାକେତ ମାଲବିୟ ପାଟକୁରା ବିଧାନସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବିଭିନ୍ନ ବୁଥ୍‌କୁ ଆଜି ପରିଦର୍ଶନ କରିଛନ୍ତି । ୪ଟି ଉତ୍ତେଜନା ପ୍ରବଣ ବୁଥ୍‌, ଗୋଟିଏ ଯୁବ ବୁଥ୍‌, ୨ଟି ସଖି ବୁଥ୍ ଏବଂ ୧୧ଟି ସାଧାରଣ ବୁଥ୍‌କୁ ପରିଦର୍ଶନ କରିଛନ୍ତି । ବୁଥ୍‌ମାନଙ୍କରେ ପାନୀୟ ଜଳ, ବିଜୁଳି ଓ ଶୌଚାଳୟ ଆଦି ସର୍ବନିମ୍ନ ସୁନିଶ୍ଚିତ ସୁବିଧା ରହିଛି କି ନାହିଁ ତାହାର ପର୍ଯ୍ୟବେକ୍ଷଣ କରି ସନ୍ତୋଷ ପ୍ରକାଶ କରିଛନ୍ତି । ନିର୍ବାଚନକୁ ଅବାଧ, ମୁକ୍ତ, ନିରପେକ୍ଷ ଓ ଶାନ୍ତିପୂର୍ଣ୍ଣଭାବେ ପରିଚାଳନା କରିବା ପାଇଁ ଜିଲ୍ଲା ପ୍ରଶାସରପଦକ୍ଷେପକୁ ମଧ୍ୟ ସମୀକ୍ଷା କରିଛନ୍ତି । ଉତ୍ତେଜନାପ୍ରବଣ ବୁଥ୍‌ରେ ସିସିଟିଭି, ୱେବ୍‌କାଷ୍ଟିଙ୍ଗ୍‌, ମାଇକ୍ରୋ ଅବଜର୍‌ଭର୍‌, ଅଧିକ ପୁଲିସ୍ ଫୋର୍ସ ପ୍ରଭୃତି ମୁତୟନ କରିବାକୁ ପରାମର୍ଶ ଦେଇଛନ୍ତି । ଭୋଟ୍‌ର ସଂଖ୍ୟାର ସମ୍ପୂର୍ଣ୍ଣ ବିବରଣୀ, ବିଧାନସଭା/ ଲୋକସଭାର ନାମ, ପ୍ରବେଶ, ପ୍ରସ୍ଥାନ ଆଦି ସ୍ପଷ୍ଟଭାବେ ସମସ୍ତ ବୁଥ୍ ସମ୍ମୁଖରେ ଉଲ୍ଲେଖ କରିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି । ଗୁରୁତ୍ୱପୂର୍ଣ୍ଣ ଅଧିକାରୀଙ୍କ ଫୋନ୍ ନମ୍ବର ସମସ୍ତ ମତଦାନକେନ୍ଦ୍ରର ସମ୍ମୁଖ ଭାଗରେ ଉଲ୍ଲେଖ କରାଯିବ । ଫଳରେ ସାଧାରଣ ଲୋକ କୌଣସି ପ୍ରକାର ସମସ୍ୟାର ସମ୍ମୁଖୀନ ହେଲେ ସେହି ନମ୍ବରରେ ଅଭିଯୋଗ କରିପାରିବେ । ଷ୍ଟାଟିକ୍ ସର୍ଭେଲାନ୍ସ ଟିମ୍‌, ଫ୍ଲାଇଙ୍ଗ୍ ସ୍କାର୍ଡ଼ ଓ ଭିଡିଓ ସର୍ଭେଲାନ୍ସ ଟିମ୍‌ର କାର୍ଯ୍ୟକଳାପକୁ ମଧ୍ୟ ଅନୁଧ୍ୟାନ କରିଥିଲେ । ସାଧାରଣ ପର୍ଯ୍ୟବେକ୍ଷକଙ୍କୁ ଡେରାବିଶ ବ୍ଲକ୍‌ର ବିଭିନ୍ନ ବୁଥ୍ ପରିଦର୍ଶନ କରାଇବାରେ ଡେରାବିଶ ବ୍ଲକର ବିଡିଓ ଦାଶରଥି ଜେନା ଓ ସମନ୍ୱୟ ରକ୍ଷା ଅଧିକାରୀ ଅବଦୁଲ୍ ରେହମାନ୍ ପ୍ରମୁଖ ସହଯୋଗ କରିଥିଲେ ।


Discover more from

Subscribe now to keep reading and get access to the full archive.

Continue reading