କେନ୍ଦ୍ରାପଡା, ୨୧/୫: ଓଡ଼ିଶା ସରକାରଙ୍କ ସାମାଜିକ ସୁରକ୍ଷା ବିଭାଗ ସହଯୋଗିତାରେ ମାଧପୁରସ୍ଥିତ ସ୍ୱେଚ୍ଛାସେବୀ ଅନୁଷ୍ଠାନ ପୁନର୍ବାସ କେନ୍ଦ୍ରରେ ଥେରାପି ଗ୍ରହଣ କରୁଥିବା ବୌଦ୍ଧିକ ଭିନ୍ନକ୍ଷମ ଶିଶୁଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଅଧିନ ଇନ୍ଦୁପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ବରିଷ୍ଠ ଶିଶୁରୋଗ ବିଶେଷଜ୍ଞ ଡାକ୍ତର ଭବତୋଷ ବୋଷ ଏହି ସ୍ୱତନ୍ତ୍ର ଶିଶୁଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିଥିଲେ । ମସ୍ତିଷ୍କ ପକ୍ଷାଘାତ, ଅଟିଜିମ ଓ ଅନ୍ୟ ବର୍ଗର ସମୁଦାୟ କୋଡିଏ ଜଣ ଭିନ୍ନକ୍ଷମ ଶିଶୁ ଓ ସେମାନଙ୍କ ପିତାମାତା ଏହି ଶିବିରରେ ଅଂଶଗ୍ରହଣ କରିଥିଲେ । ଥେରାପିଷ୍ଟ ଗୁଞ୍ଜନସ୍ମିତା ବେହେରା, ରଚିତା ଜେନା, କାଉନସିଲର ସଂଜୀବ ଜେନା, ରଞ୍ଜନ ସ୍ୱାଇଁ ପ୍ରମୁଖ ସହଯୋଗ କରିଥିବା ବେଳେ ଅନୁଷ୍ଠାନର ସଭ୍ୟ ବଂଶୀଧର ମହାନ୍ତି ଓ ଜ୍ୟୋତିରଞ୍ଜନ ନାୟକ ଶିବିର ପରିଚାଳନା କରିଥିଲେ । ଭିନ୍ନକ୍ଷମତା ତଥା ପରିବହନ ଓ ଗତାଗତ ସମସ୍ୟା ହେତୁ ସ୍ୱାସ୍ଥ୍ୟ ସେବାରୁ ପ୍ରାୟତଃ ବଞ୍ôଚତ ରହୁଥିବା ଏହି ଶିଶୁଙ୍କ ପାଇଁ ଏହା ଅତ୍ୟନ୍ତ ଉପାଦେୟ ବୋଲି ଅନୁଷ୍ଠାନର ମୁଖ୍ୟ ଉପଦେଷ୍ଟା ଡ଼. ବିରଜା ରାଉତରାୟ ପ୍ରକାଶ କରିଛନ୍ତି ।
kanikanews.in
Next Post
ଷ୍ଟେଟବ୍ୟାଙ୍କର ନୂଆ ମୁଖ୍ୟ ପ୍ରବନ୍ଧକଙ୍କୁ ସମ୍ବର୍ଦ୍ଧନା
Tue May 21 , 2024
କେନ୍ଦ୍ରାପଡ଼ା ୨୧/୫-ଭାରତୀୟ ଷ୍ଟେଟବ୍ୟାଙ୍କ, କେନ୍ଦ୍ରାପଡା ମୁଖ୍ୟ ଶାଖାରେ ନୂତନଭାବେ ଯୋଗଦେଇଥିବା ମୁଖ୍ୟ ପ୍ରବନ୍ଧକ ବିଶ୍ୱଜିତ ରାଉତରାୟଙ୍କୁ ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଂଘ ତରଫରୁ ପୁଷ୍ପଗୁଚ୍ଛ ପ୍ରଦାନକରି ସମ୍ବର୍ଦ୍ଧିତ କରାଯାଇଅଛି । ସଂଘ ତରଫରୁ ସଭାପତି ପୀତାମ୍ବର ଦାସ, କାର୍ଯ୍ୟକାରୀ ସଭାପତି ବ୍ରଜକିଶୋର ଜେନା, ସାଧାରଣ ସମ୍ପାଦକ ହେମନ୍ତ କୁମାର ଜେନା ପ୍ରମୁଖ ସମ୍ବର୍ଦ୍ଧିତ କରିଥିଲେ । ବରିଷ୍ଠ ନାଗରିକ ତଥା ପେନସନଧାରୀ ମାନଙ୍କୁ ବ୍ୟାଙ୍କ ତରଫରୁ ସମସ୍ତ ସହଯୋଗ ଯୋଗାଇ […]

KANIKA
- 2 years ago
ଟ୍ରକରେ ଚମଡା-ହାଡ ଚାଲାଣ ସନ୍ଦେହ, ଗାଡି ଜବତ, ଦୁଇ ଅଟକ
- 7 months ago
ଶୁଦ୍ଧାନନ୍ଦ ବିଦ୍ୟାଳୟ ବାର୍ଷିକ ଉତ୍ସବ
- 1 year ago
ହାଇୱା ଧକ୍କାରେ ବାଇକ ଆରୋହୀ ମୃତ
- 8 months ago
ମହିଳା ବସ କଣ୍ଡକ୍ଟରଙ୍କୁ ବଳାତ୍କାର
- 10 months ago
ପଟ୍ଟାମୁଣ୍ଡାଇ କଲେଜ ଇତିହାସ ବିଭାଗ ଆଲୋଚନାଚକ୍ର