ବିଜେଡିର ବନ୍ଧୁମିଳନ, ଯୋଡି ଶଙ୍ଖରେ ଭୋଟ ଦେବାକୁ ଆହ୍ୱାନ



ରାଜ୍ୟ ବିଜେଡି ସୁପ୍ରିମୋ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦେଶରେ ରାଜ୍ୟ ବିଜେଡି ସାଧାରଣ ସମ୍ପାଦକ ବିଜୟ କେତନ ସ୍ୱାଇଁ କେନ୍ଦ୍ରାପଡ଼ା ଜିଲ୍ଲାର ବିଭିନ୍ନ ନିର୍ବାଚନମଣ୍ଡଳୀ ବୁଲି ନବୀନ ସରକାରଙ୍କ ସଫଳତାର ବାର୍ତା ପ୍ରଚାର କରିବା ସହିତ ବିଜେଡିର ଲୋକସଭା ଓ ବିଧାନସଭା ପ୍ରାର୍ଥୀଙ୍କୁ ଯୋଡି ଶଙ୍ଖ ଚି଼ହ୍ନରେ ବିଜୟୀ କରିବାକୁ ଆହ୍ୱାନ ଦେଉଛନ୍ତି । ଏଇ ପରିପ୍ରେକ୍ଷୀରେ ମଙ୍ଗଳବାର ରାଜନଗର ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ପଟ୍ଟାମୁଣ୍ଡାଇ ବ୍ଲକର ଖଡ଼ିଅଣ୍ଟା ପଂଚାୟତ ଠାରେ ବିଜେଡି ପକ୍ଷରୁ ଏକ ବନ୍ଧୁମିଳନ ଅନୁଷ୍ଠିତ ହୋଇଯାଇଛି । ବିଜେଡି ନେତା କାର୍ତ୍ତିକ ମଲିକଙ୍କ ପୌରହିତ୍ୟରେ ଆୟୋଜିତ ବନ୍ଧୁମିଳନ କାର୍ଯ୍ୟକ୍ରମରେ ରାଜ୍ୟ ବିଜେଡି ସାଧାରଣ ସମ୍ପାଦକ ବିଜୟ କେତନ ସ୍ୱାଇଁ ମୁଖ୍ୟଅତିଥି ଭାବେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଯୋଗୁଁ ସାରା ଓଡିଶା ସମେତ ପଟ୍ଟାମୁଣ୍ଡାଇ ଅଂଚଳର ଅଭୁତପୂର୍ବ ବିକାଶ ହୋଇଛି । ମାତ୍ର ଭୋଟ ହାତେଇବା ପାଇଁ ବିରୋଧୀ ବିଜେପି କଂଗ୍ରେସ ମିଥ୍ୟା ଅପପ୍ରଚାର ଚଲାଇଛନ୍ତି । ବିକାଶଧାରାକୁ ଆହୁରି ଆଗକୁ ନେବା ପାଇଁ ଯୋଡି ଶଙ୍ଖ ଚି଼ହ୍ନରେ ଭୋଟ ଦେଇ ରାଜନଗର ବିଧାୟକ ପ୍ରାର୍ଥୀ ଧ୍ରୁବ ସାହୁ ଓ କେନ୍ଦ୍ରାପଡ଼ା ଲୋକସଭା ପ୍ରାର୍ଥୀ ଅଂଶୁମାନ ମହାନ୍ତିଙ୍କୁ ବିପୁଳ ଭୋଟରେ ଜୟଯୁକ୍ତ କରିବାକୁ ଶ୍ରୀସ୍ୱାଇଁ ଆହ୍ୱାନ ଦେଇଥିଲେ । ଏହି ବନ୍ଧୁମିଳନ ବୈଠକରେ ବିଜେଡି ନେତା ସଞ୍ଜୟ ପଣ୍ଡା, ପ୍ରଫୁଲ୍ଲ ସାମଲ ବବ୍ରୁବାହାନ ସାମଲ, ସାରଥୀ ରାଉତ, ବିଜୟ ରାଉତ ପ୍ରସନ୍ନ ରାଉତ, ସୁକାନ୍ତ ମଲିକ, ଅମର ରାଉତ ସତ୍ୟବାନ ମଲିକ, ଦ୍ରୋଣା ଚାର୍ଯ୍ୟ ସାମଲ, ପ୍ରଶାନ୍ତ ମଲିକ ତପନ ଜେନା, ରବୀନ୍ଦ୍ର ରାଉତ ଓ ଆରତ ରଞ୍ଜନ ସାମନ୍ତରାୟ ପ୍ରମୁଖ ଭାଷଣ ଦେଇ ବିଜେଡି ବିଧାୟକ ପ୍ରାର୍ଥୀ ଧ୍ରୁବ ସାହୁ ଓ ସାଂସଦ ପ୍ରାର୍ଥୀ ଅଂଶୁମାନ ମହାନ୍ତିଙ୍କୁ ବିପୁଳ ଭୋଟରେ ବିଜୟୀ କରିବାକୁ ନିବେଦନ କରିଥିଲେ । ଖଡ଼ିଅଣ୍ଟା ପଂଚାୟତରେ ଆୟୋଜିତ ବନ୍ଧୁମିଳନ ଉତ୍ସବରେ ବହୁ ବିଜୁ ପ୍ରେମୀ ଓ ବିଜେଡି ସମର୍ଥକ ଯୋଗ ଦେଇଥିଲେ ।


Discover more from

Subscribe now to keep reading and get access to the full archive.

Continue reading