କେନ୍ଦ୍ରାପଡା ପୌର ପରିଷଦର ସାଧାରଣ ବୈଠକ ଆଜି ପୌର ପରିଷଦ ପୌରପରିଷଦର ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଥିଲା । ନଗରପାଳ ସରିତା ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ବିଧାୟକ ଶଶି ଭୂଷଣ ବେହେରା ଯୋଗ ଦେଇ ଗଜଲକ୍ଷ୍ମୀ ପୂଜାକୁ ଶାନ୍ତି ଶୃଙ୍ଖଳାର ସହିତ ପାଳନ କରିବା ନିମନ୍ତେ ସହଯୋଗ କରିବାକୁ ପୌର ପରିଷଦକୁ ପରାମର୍ଶ ଦେଇଥିଲେ । ଏଥି ନିମନ୍ତେ ଯାହା ଆବଶ୍ୟକ ତାହା କରିବାକୁ କହିଥିଲେ […]
କେନ୍ଦ୍ରାପଡ଼ାର ଗଣପର୍ବ ଗଜଲକ୍ଷ୍ମୀ ପୂଜା ପାଇଁ ଜିଲ୍ଲା ପ୍ରଶାସନର ପ୍ରସ୍ତୁତି ବୈଠକ କେନ୍ଦ୍ରାପଡ଼ା ପୌରପାଳିକା ଟାଉନ୍ହଲ୍ ପରିସରରେ ଜିଲ୍ଲାପାଳ ଅମ୍ରିତ୍ ଋତୁରାଜଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଆରକ୍ଷୀ ଅଧୀକ୍ଷକ ସନ୍ଦୀପ୍ ସମ୍ପଦ ମଡ୍କର, ଅତରିକ୍ତ ଜିଲ୍ଲାପାଳ( ରାଜସ୍ୱ) ନିଲୁ ମହାପାତ୍ର, ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ଜଳନ୍ଧର ଜାଲି, ଉପଜିଲ୍ଲାପାଳ ରବୀନ୍ଦ୍ର କୁମାର ପ୍ରଧାନ, ଉପଆରକ୍ଷୀ ଅଧୀକ୍ଷକ ଧୀରେନ୍ଦ୍ର କୁମାର ମଲ୍ଲିକ, କେନ୍ଦ୍ରାପଡ଼ା ତହସିଲ୍ଦାର ଅଞ୍ଜଳୀ ତରାଇ, […]
କେନ୍ଦ୍ରାପଡ଼ାର ନୂତନ ଉପଜିଲ୍ଲାପାଳ ଭାବେ ବରିଷ୍ଠ ପ୍ରଶାସନିକ ଅଧିକାରୀ ରବିନ୍ଦ୍ର କୁମାର ପ୍ରଧାନ (ଓ.ପ୍ର.ସେ.-ଏସ୍) ଆଜି ପୂର୍ବାହ୍ନରେ ଯୋଗଦେଇଛନ୍ତି । କେନ୍ଦ୍ରାପଡ଼ା ଜିଲ୍ଲାପାଳ ଶ୍ରୀ ଅମ୍ରିତ୍ ଋତୁରାଜଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରିବା ସହ ସେ କାର୍ଯ୍ୟରେ ଯୋଗ ଦେଇଛନ୍ତି । ଶ୍ରୀ ପ୍ରଧାନ ପୂର୍ବରୁ ପୁରୀର ଅତିରିକ୍ତ ଉପ-ଜିଲ୍ଲାପାଳ ଭାବେ କାର୍ଯ୍ୟ କରି ବେଶ ସୁନାମ ଅର୍ଜନ କରିଥିବା ବେଳେ ପୂର୍ବରୁ ତହସିଲଦାର ପୁରୀ ଓ କଣାସ ବିଡିଓ ଭାବେ […]
ରାଜ୍ୟ ସରପଞ୍ଚ ସଂଘ ତରଫରୁ ଗତ ୨୨ତାରିଖ ଠାରୁ ୧୫ ଦଫା ଦାବି ନେଇ କଲମ ଛାଡ ଆନ୍ଦୋଳନକୁ ଓହ୍ଲାଇଛନ୍ତି । ଏନେଇ କେନ୍ଦ୍ରାପଡା ପଞ୍ଚାୟତ ସମିତି ଅଧିନସ୍ଥ ବିଭିନ୍ନ ପଞ୍ଚାୟତର ସରପଞ୍ଚମାନେ ଏହାକୁ ସମର୍ଥନ କରି ଆଜି କେନ୍ଦ୍ରାପଡା ବ୍ଲକ ଉନ୍ନୟନ ଅଧିକାରିଣୀ ବନ୍ଦନା ଖଟୁଆଙ୍କୁ ଭେଟି ଏକ ଦାବୀପତ୍ର ପ୍ରଦାନ କରିଛନ୍ତି । ଯେ ପର୍ଯ୍ୟନ୍ତ ସେମାନଙ୍କ ଦାବୀ ରାଜ୍ୟ ସରକାର ପୂରଣ ନ କରିଛନ୍ତି ସେ […]
ଓଡିଶା ବିକାଶର ମହାନାୟକ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିକାଶ ଧାରା ସାରା ଭାରତରେ ରୋଲମଡେଲ ହୋଇଥିବାରୁ ଆଗାମୀ ସାଧାରଣ ନିର୍ବାଚନରେ ନବୀନଙ୍କ ବିକାଶ ଧାରା ବିଜେଡି ପୁନଃରାୟ ବିଜୟମଣ୍ଡିତ କରିବ ବୋଲି ପଟ୍ଟାମୁଣ୍ଡାଇ ବିଜେଡି ପକ୍ଷରୁ ଜନସମ୍ପର୍କ ପଦଯାତ୍ରାର ଉଦଯାପନୀ ଉପଲକ୍ଷେ ସ୍ଥାନୀୟ ବସଷ୍ଟାଣ୍ଡ ଠାରେ ଆୟୋଜିତ ଜନସମାବେଶରେ ଭାଷଣ ଦେଇ ରାଜନଗର ବିଧାୟକ ଧ୍ରୁବ ସାହୁ ପ୍ରକାଶ କରିଛନ୍ତି । ପଟ୍ଟାମୁଣ୍ଡାଇ ବ୍ଲକ ବିଜେଡି ସଭାପତି କିଶୋର ସାହୁଙ୍କ […]
ପଟ୍ଟାମୁଣ୍ଡାଇର ବରିଷ୍ଠ ସାମ୍ବାଦିକ ସୁରେନ୍ଦ୍ର ରାଉତଙ୍କ ବିୟୋଗରେ ପଟ୍ଟାମୁଣ୍ଡାଇ ଏସୟୁଜେ ସାମ୍ବାଦିକ ସଂଘ ପକ୍ଷରୁ ଶ୍ରଦ୍ଧାଞ୍ଜଳି ସଭା ବୁଧବାର ସ୍ଥାନୀୟ ରାମମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି । ସଂଘର ସଭାପତି ସୁଧାଂଶୁ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ସଂଘର ସଭ୍ୟମାନେ ଯୋଗଦେଇ ଦୁଇ ମିନିଟ ନିରବ ପ୍ରାର୍ଥନା କରିବା ସହିତ ସ୍ୱର୍ଗତ ରାଉତଙ୍କ ଜୀବନୀ ଉପରେ ସ୍ମୁତିଚାରଣ କରିଥିଲେ । ସ୍ୱର୍ଗତ ରାଉତ ଜଣେ ନିର୍ଭିକ,ନିରପେକ୍ଷ ଓ ସାହାସୀ ସାମ୍ବାଦିକ […]
କେନ୍ଦ୍ରାପଡ଼ା ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀଙ୍କ କାର୍ଯ୍ୟାଳୟରେ ‘ପଲ୍ଲିଶ୍ରୀ ମେଳା’ ଓ ‘ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମେଳା’ ପାଇଁ ଏକ ଜିଲ୍ଲାସ୍ତରୀୟ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ରାଜେନ୍ଦ୍ର କୁମାର ପଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ମେଳା ପାଇଁ ତାରିଖ ଧାର୍ଯ୍ୟ ହେବା ସହ ଏହାକୁ ସରସ ସୁନ୍ଦର ଓ ଆକର୍ଷଣୀୟ କରିବା […]
କେନ୍ଦ୍ରାପଡ଼ା, ୧୦ା୧୦ : କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ତୁଣପୁର ନୋଡାଲ ଉଚ୍ଚ ବିଦ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି । ଏହି ଉପଲକ୍ଷେ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ନୀଳିମା ସ୍ୱାଇଁଙ୍କ ପୈାରହିତ୍ୟରେ ଅନୁଷ୍ଠିତ ଉତ୍ସବରେ ଜିଲ୍ଲା ପରିଷଦ ସଭ୍ୟ ରଶ୍ମୀରଞ୍ଜନ ରାଉତ ମୁଖ୍ୟ ଅତିଥି ଏବଂ ବଗଡା ଗ୍ରାମପଞ୍ଚାୟତର ସରପଞ୍ଚ ସୁବନି ସାହୁ, ସମତିସଭ୍ୟା ସୈାଦାମିନୀ ଦାସ, ସି.ଆର.ସି.ସି. ଅଚ୍ୟୁତାନନ୍ଦ ସାମଲ, ବିଦ୍ୟାଳୟ ପରିଚାଳନା କମିଟି […]
କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ପେଣ୍ଠପାଳ ପଂଚାୟତ ଦାଣ୍ଡିସାହି ଗ୍ରାମର ଜଳସମ୍ପଦ ବିଭାଗ ଇଂଜିନିୟର ନିରାକାର ବିଶ୍ୱାଳ ଗତକାଲି ହୃଦଘାତରେ ପରଲୋକ ହୋଇଯାଇଛି । ମୃତ୍ୟୁ ବେଳକୁ ୫୭ବର୍ଷ ବୟସ ହୋଇଥିଲା । ଜଣେ ଦକ୍ଷ ଇଂଜିନିୟର ଭାବେ ବେଶ ଲୋକପ୍ରିୟତା ହାସଲ କରିଥିଲେ । ତାଙ୍କ ମୃତ୍ୟୁ ଖବର ପାଇଁ ପଟ୍ଟାମୁଣ୍ଡାଇ ବ୍ଲକ ପ୍ରାକ୍ତନ ଅଧକ୍ଷ ତଥା ମାନସ ବିକାଶ ମଞ୍ଚ ସଭାପତି ମାନସ ରଞ୍ଜନ ସାମଲ, […]
କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ମାଟିଆପଡା ଉନ୍ନୀତ ସରକାରୀ ଉଚ୍ଚବିଦ୍ୟାଳୟ ଠାରେ ବନ୍ୟପ୍ରାଣୀ ସପ୍ତାହ ପାଳନ ଅବସରରେ ଏକ ଦୁଇ ଦିନିଆ କୁମ୍ଭୀର ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି । ପ୍ରଧାନଶିକ୍ଷକ ପରିବେଶବିତ ମନୋଜ ଶତପଥୀଙ୍କ ପୌରହିତ୍ୟରେ ଆୟୋଜିତ ସଭାରେ ଆପୁଆ ନିର୍ଦେଶକ ତଥା ବନ୍ୟ ପ୍ରାଣୀ ସୁରକ୍ଷା ଅଭିଯାନର ପ୍ରବକ୍ତା ପରିବେଶବିତ ବିଜୟ କବି ମୁଖ୍ୟଅତିଥି,ଜମ୍ବୁ ବନଖଣ୍ଡ ବନପାଳ କବି ମହନ୍ତ ମଲିକ ମୁଖ୍ୟବକ୍ତା ଭାବେ ଯୋଗ […]
କେନ୍ଦ୍ରାପଡ଼ା, ୯ା୧୦ : ଉତ୍କଳମଣୀ ପଣ୍ଡିତ ଗୋପବନ୍ଧୁ ଦାସଙ୍କ ୧୪୭ତମ ଜୟନ୍ତୀ ଗାନ୍ଧୀ ଶାନ୍ତି ପ୍ରତିଷ୍ଠାନ କେନ୍ଦ୍ରାପଡା ଜିଲ୍ଲା ଶାଖା ପକ୍ଷରୁ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ସଂଗଠନର ଜିଲ୍ଲା ଆବାହକ ଆଦିକନ୍ଦ ରାଉଳଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଆଲୋଚନା ସଭାରେ ପ୍ରାଧ୍ୟାପକ ମୋହନ ଜେନା ମୁଖ୍ୟ ଅତିଥି, ଶିକ୍ଷାବିତ ପ୍ରାଧ୍ୟାପକ ନନ୍ଦ କିଶୋର ପରିଡା ମୁଖ୍ୟବକ୍ତା ଓ ଡଃ. ବାସୁଦେବ ଦାସ ଏବଂ ଅଜୟ ସାମଲ ସମ୍ମାନିତ ଅତିଥି […]
କେନ୍ଦ୍ରାପଡ଼ା, ୯ା୧୦: କଳପଡାରେ ଆଜି ରାଜ୍ୟ ସରକାରଙ୍କ ପକ୍ଷରୁ ଜିଲ୍ଲା ପୋଲିସ୍ ପ୍ରଶାସନ ଆନୁକୂଲ୍ୟରେ ଏକ ସାଇବର ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ପୋଲିସ୍ କାର୍ଯ୍ୟାଳୟରୁ ସାଇବର ସଚେତନତା ରଥ କଳପଡାରେ ପହଞ୍ôଚବା ପରେ ସ୍ୱୟଂ ସହାୟକ ଗୋଷ୍ଠିମାନଙ୍କ ଦ୍ୱାରା ସାଇବର ରଥକୁ ଭବ୍ୟ ସ୍ୱାଗତ କରାଯାଇଥିଲା । ଏହାପରେ ପୂର୍ବତନ ସମିତି ସଭ୍ୟ ସୁରେନ୍ଦ୍ର ନାଥ ଜେନାଙ୍କ ସଭାପତିତ୍ୱରେ ଏକ ପଥପ୍ରାନ୍ତ ସଭା ସେଠାରେ […]
କେନ୍ଦ୍ରାପଡା ରସାବଳିକୁ ଜି.ଆଇ. ଟ୍ୟାଗ ମାନ୍ୟତା ମିଳିବା ପରେ କେନ୍ଦ୍ରାପଡା ରସାବଳି ନିର୍ମାତା ସଙ୍ଘ ପକ୍ଷରୁ ଏକ ଖବରଦାତା ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ସଙ୍ଘର ସଭାପତି ସୈାରି ଚନ୍ଦ୍ର ସାହୁଙ୍କ ପୈାରହିତ୍ୟରେ ସ୍ଥାନୀୟ ଗୋପସ୍ଥିତ କମଲ ଭବନରେ ଅନୁଷ୍ଠିତ ଖବରଦାତା ସମ୍ମିଳନୀରେ ସଙ୍ଘର ଆବାହକ ସରୋଜ କୁମାର ମହାନ୍ତି, ଉପଦେଷ୍ଟା ଭୁବନମୋହନ ଜେନା ଓ ଦେବେନ୍ଦ୍ର ସୁଆର ପ୍ରମୁଖ ଯୋଗଦେଇ କହିଥିଲେ ଯେ ଦୀର୍ଘ ୩ ବର୍ଷ ପରେ […]
କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ଗ୍ରାମାଂଚଳ ଥାନା ପୋଲିସ ଶନିବାର ବଡମହନପୁର ପଂଚାୟତ କଣିପାଳ ଗାଁକୁ ୧୦୭ ଦଫା ନୋଟିସ ଦେବାକୁ ଆସି ହଟହଟା ହୋଇଥିବା ଭାଇରାଲ ଭିଡିଓରୁ ଜଣାପଡ଼ିଛି । ଏପରିକି ସମନ ଦେବାକୁ ଆସି ପୋଲିସ କାହିଁକି ଲାଂଚ ମାଗୁଛନ୍ତି ବୋଲି ପ୍ରଶ୍ନ କରିବା ସହିତ ପୋଲିସ ଆସିଥିବା ଗାଡିର ଚାବି ଛଡାଇ ନେଇ ପୋଲିସ ବାବୁଙ୍କୁ ଘେରି ଯାଇଥିଲେ । ସୂଚନା ଅନୁସାରେ ଗତ ଅଗଷ୍ଠମାସ ୨୨ […]
ପଟ୍ଟାମୁଣ୍ଡାଇ ଏମ ଏନ ହାଇସ୍କୁଲ ଠାରେ କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି ଅନୁଷ୍ଠିତ ହୋଇଯାଇଛି । ସି ଆର ସି ସି ବିଶ୍ୱରଞ୍ଜନ ଦାଶଙ୍କ ପୌରହିତ୍ୟରେ ଆୟୋଜିତ ପଟ୍ଟାମୁଣ୍ଡାଇ ବ୍ଲକ ଶିକ୍ଷାଧିକାରୀ ହରିହର ଦଳାଇ ମୁଖ୍ୟଅତିଥି, ବି.ଆର.ସି.ସି ଚନ୍ଦ୍ରଶେଖର ତ୍ରିପାଠୀ ମୁଖ୍ୟବକ୍ତା, ରାଜ୍ୟ ପୁରସ୍କୃତ ଶିକ୍ଷକ ପୂର୍ଣ୍ଣ ଚନ୍ଦ୍ର ମିଶ୍ର ,ଶିକ୍ଷାବିତ ତ୍ରୈଲୋକ୍ୟ ପ୍ରସାଦ ମିଶ୍ର ଓ ଏମ ଏନ ହାଇସ୍କୁଲ ପ୍ରଧାନଶିକ୍ଷକ ଗଗନ ବିହାରୀ ସୂତାର ସମ୍ନାନିତ […]
ସମସ୍ତ ସରକାରୀ ଯୋଜନାର ସଫଳ ରୂପାୟନ ସହ ପଲ୍ଲୀରେ ଥିବା ଲୋକମାନଙ୍କ ନିକଟରେ ସରକାରୀ ଯୋଜନାର ସୁବିଧା ପହଞ୍ଚାଇବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନୟକଙ୍କ ନିର୍ଦ୍ଦେଶରେ ଏକ ନିଆରା ସରକାରୀ କାର୍ଯ୍ୟକ୍ରମ ପଲ୍ଲୀରେ ପ୍ରଶାସନ ଆରମ୍ଭ ହୋଇଛି । ପଟ୍ଟାମୁଣ୍ଡାଇ ବ୍ଲକର ବଡ଼ ମୂଳବସନ୍ତ ପଞ୍ଚାୟତରେ ଆଜି ପଲ୍ଲୀରେ ପ୍ରଶାସନ କାର୍ଯ୍ୟକ୍ରମ ବିଡ଼ିଓ ଶୁଭ୍ରାଂଶୁ ସାହୁଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଅତିରିକ୍ତ ତହସିଲଦାର ପ୍ରତ୍ୟୁଷା ପ୍ରିୟଦର୍ଶନୀ […]
କେନ୍ଦ୍ରାପଡା ସହରରେ ସୋମବାର ପଣ୍ଡିତ ଗୋପବନ୍ଧୁ ଦାସଙ୍କ ୧୪୬ତମ ଜନ୍ମ ଜୟନ୍ତି ପାଳନ କରାଯାଇଛି । ଏହି ଅବସରରେ କେନ୍ଦ୍ରାପଡା ମହାବିଦ୍ୟାଳୟ, ତହସିଲ କାର୍ଯ୍ୟାଳୟ ନିକଟ ଓ କୋର୍ଟ ପରିସରରେ ଥିବା ପଣ୍ଡିତ ଗୋପବନ୍ଧୁ ଦାସଙ୍କ ପ୍ରତିମୃର୍ତ୍ତିରେ ବିଶିଷ୍ଠ ବ୍ୟକ୍ତିମାନେ ମାଲ୍ୟାପର୍ଣ କରି ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ । ମୁଖ୍ୟ ଅତିଥି ବିଧାୟକ ଶଶିଭୂଷଣ ବେହେରାଙ୍କ ନେତୃତ୍ୱରେ ତହସିଲ କାର୍ଯ୍ୟାଳୟ ନିକଟରେ ଏକ ସଭା ଅନୁଷ୍ଠିତ ହୋଇଥିଲା । […]
କେନ୍ଦ୍ରାପଡାର ନୃତ୍ୟ ଅନୁଷ୍ଠାନ ରୟାଲ ଡ୍ୟାନ୍ସ ଏକାଡେମିର ନୃତ୍ୟ ଶିଳ୍ପି ତଥା କେନ୍ଦ୍ରାପଡାର ଝିଅ ଚୀରାବ୍ଧି ତନ୍ନୟା ସର୍ବଭାରତୀୟ ସ୍ତରରେ ନୃତ୍ୟ ପ୍ରତିଯୋଗୀତାରେ ସଫଳତା ଆଣିଛନ୍ତି । ମଧ୍ୟ ପ୍ରଦେଶର ଗ୍ୱାଲିଅର ଠାରେ ଅନୁଷ୍ଠିତ ଦୁଇଦିନିଆ ସର୍ବଭାରତୀୟ ସ୍ତରରେ ନୃତ୍ୟ ପ୍ରତିଯୋଗୀତା ‘ସ୍ରୁଜନ’ରେ ବିଶିଷ୍ଟ ସାମ୍ବାଦିକ ରାଜେସ କୁମାର ବେହେରାଙ୍କ ଝିଅ ଚୀରାବ୍ଧି ତନ୍ନୟା ଓଡିଶି ନୃତ୍ୟ ‘ବସନ୍ତ ପଲ୍ଲବୀ’ରେ ନୃତ୍ୟ କରି ତୃତୀୟ ସ୍ଥାନ ଅଧିକାର କରିଛନ୍ତି । […]
କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ଅଂଚଳର ଅଗ୍ରଣୀ ସମାଜସେବା ସଂଗଠନ ମାନସ ବିକାଶ ମଂଚ ପକ୍ଷରୁ ଦାଣ୍ଡିସାହି ବ୍ରାହ୍ମଣୀ କଲେଜ ଠାରେ ଏକ ମେଗା ମାଗଣା ସ୍ୱାସ୍ଥ୍ୟସେବା ଶିବିର ଅନୁଷ୍ଠିତ ହୋଇଯାଇଛି । ଭୁବନେଶ୍ୱରର ପ୍ରସିଦ୍ଧ କର ହସ୍ପିଟାଲ ମୁଖ୍ୟ ଡା ସିଦ୍ଧାନ୍ତ କରଙ୍କ ନେତୃତ୍ୱରେ ଆୟୋଜିତ ଏହି ବିଶାଳ ସ୍ୱାସ୍ଥ୍ୟ ସେବା ଶିବିରରେ କେନ୍ଦ୍ରାପଡ଼ା ଜିଲ୍ଲା ପରିଷଦ ଅଧ୍ୟକ୍ଷା ଗୀତାଞ୍ଜଳି ସେଠୀ, ପଟ୍ଟାମୁଣ୍ଡାଇ ବ୍ଲକ ଅଧ୍ୟକ୍ଷ ପ୍ରଦ୍ୟୁମ୍ନ ସାମନ୍ତରାୟ, ଡେରାବିଶ […]
କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ଅଂଚଳର ବିଶିଷ୍ଟ କବୟିତ୍ରୀ ତଥା ପତ୍ରପୁର ସାମନ୍ତ ସିଂହାର କେଳୁ ଚରଣ ଉଚ୍ଚବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଆରାଧନା ଦାଶଙ୍କର ତୃତୀୟ କବିତା ସଙ୍କଳନ “ଆଞ୍ଜୁଳାଏ ସ୍ମୃତି ପାଖୁଡ଼ା” ଉନ୍ମୋଚିତ ହୋଇଯାଇଛି । ଏହି ଉପଲକ୍ଷେ ପଟ୍ଟାମୁଣ୍ଡାଇ ପୌର ପରିଷଦ କଲ୍ୟାଣ ମଣ୍ଡପ ଠାରେ ପ୍ରଫେସର ଅନିରୁଦ୍ଧ ରାଉଳଙ୍କ ପୌରହିତ୍ୟରେ ଆୟୋଜିତ ଉନ୍ମୋଚନ ଉତ୍ସବରେ ଓଡିଶାର ପ୍ରଥିତଯଶା ପ୍ରାବନ୍ଧିକ ତଥା ସମାଲୋଚକ ବାଗ୍ମୀ ବିଶ୍ୱ ଭାରତୀ ଶାନ୍ତିନିକେତନର […]
କେନ୍ଦ୍ରାପଡା ଜିଲ୍ଲା ରାଜନଗର ବ୍ଲକ ବିଜେଡିର ଜନସଂପର୍କ ପଦଯାତ୍ରା ଅକ୍ଟୋବର ୨ତାରିଖ ଗାନ୍ଧୀ ଜୟନ୍ତୀରୁ ଆରମ୍ଭ ହୋଇଥିଲା । ଏହି ବ୍ଲକରେ ପଦଯାତ୍ରାର ଦ୍ୱିତୀୟ ଦିନରେ ବ୍ଲକ ବିଜେଡି ସଭାପତି ନିରଂଜନ ରାଉତଙ୍କ ନେତୃତ୍ୱରେ ଏହି ପଦଯାତ୍ରା ତ୍ରିନାଥ ବଜାର, ହଂସୁଆ ସେତୁ ଦେଇ ରାଜନଗର ବଜାର ପରିକ୍ରମା କରି ମହୁଲିଆ ପଚାଂୟତ ବିଭିନ୍ନ ଛକ ଦେଇ ଜରିମୂଳ ବଜାରରେ ପହଂଚିଥିଲା । ସେଠାରୁ କୁରୁଂଟି ପଚାଂୟତର ବିଭିନ୍ନ ଗ୍ରାମ […]
କେନ୍ଦ୍ରାପଡ଼ା, ୮ା୧୦ : ଆଜି ପୂର୍ବାହ୍ନରେ ଗୁଲନଗର ହାଇସ୍କୁଲ ପରିସରରେ ରବିବାର ଦିନ ଗଜଲକ୍ଷ୍ମୀ ପୂଜା ଉପଲକ୍ଷେ ମହାଲକ୍ଷ୍ମୀ ପୂଜା କମିଟିର ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ଅବ ସରରେ ସଭାପତି ନିତ୍ୟାନନ୍ଦ ସ୍ୱାଇଁଙ୍କ ଅଧ୍ୟକ୍ଷତାରେ ପ୍ରସ୍ତୁତି ବୈଠକରେ ପ୍ରାୟ ଏକ ଶହରୁ ଉର୍ଦ୍ଧ ସଦସ୍ୟମାନେ ଉପସ୍ଥିତ ଥିଲେ । ସମ୍ପାଦକ ଗଣେଶ୍ୱର ସାହୁ କମିଟିର ବିଭିନ୍ନ କାର୍ଯ୍ୟ ତଥା ତ୍ରିନାଥ ବଜାରର ଉନ୍ନତିକରଣ ଓ […]
କେନ୍ଦ୍ରାପଡା ୮/୧୦ – କେନ୍ଦ୍ରାପଡା ସହରସ୍ଥିତ ଭାରତୀ ବିଦ୍ୟା ମନ୍ଦିର ପରିସରରେ ପ୍ରଜ୍ଞାନ ମିଶନ ପକ୍ଷରୁ ବ୍ଲକ ସ୍ତରୀୟ ଗୀତା ଆବୃତ୍ତି ପ୍ରତିଯୋଗୀତା ଅନୁଷ୍ଠିତ ହୋଇଯାଇଛି । ଛାତ୍ରଛାତ୍ରୀଙ୍କୁ ଭାରତୀୟ ସନାତନ ସଂସ୍କୃତି ସହିତ ପରିଚିତ କରିବା ଲକ୍ଷ୍ୟରେ ପ୍ରଜ୍ଞାମିଶନ ପକ୍ଷରୁ ବିଦ୍ୟାଳୟ ଓ ମହାବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଗୀତା ଆବୃତ୍ତି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଏହି ପ୍ରତିଯୋଗୀତା ୪ଟି ସ୍ତରରେ ଅନୁଷ୍ଠିତ ହୋଇଥିଲା । କେନ୍ଦ୍ରାପଡା ବ୍ଲକରୁ […]
ଗତ ୭ ବର୍ଷ ତଳୁ ପ୍ଲାଷ୍ଟିକ୍ ଓ ପଲିଥିନ ବ୍ୟବହାର ବନ୍ଦ କରାଯାଇଛି। ପ୍ରତ୍ୟକ ସହରକୁ ସ୍ବଚ୍ଛ ଓ ସୁନ୍ଦର ପରିଣତ କରିବା ପାଇଁ ସିଙ୍ଗଲ ୟୁଜ ପ୍ଲାଷ୍ଟିକ ଓ ପଲିଥିନ ବ୍ୟବହାର ସମ୍ପୂର୍ଣ୍ଣ ବର୍ଜନ ନିୟମକୁ କଡ଼ାକଡ଼ି ଲାଗୁ କରିବା ପାଇଁ ଘୋଷଣା କଡ଼ାଯାଇଛି। ହେଲେ କେନ୍ଦ୍ରାପଡ ଜିଲ୍ଲାରେ ଥିବା ଦୁଇଟି ପୌରପରିଷଦ ଆରମ୍ଭରୁ ଚଢ଼ାଉ ଓ ପଦକ୍ଷେପ ନେଇ ଯେଉଁ ତତ୍ପରତା ଦେଖାଇଥିଲା ତାହା ଆଉ ନାହିଁ। […]
