ରାଜ୍ୟର ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ୭୮ତମ ଜନ୍ମଦିବସ ଉପଲକ୍ଷେ କେନ୍ଦ୍ରାପଡାର ଆରାଧ୍ୟ ପ୍ରଭୁ ଶ୍ରୀ ସିଦ୍ଧ ବଳଦେବଜୀଊଙ୍କ ସିଂହଦ୍ୱାରା ସମ୍ମୁଖରେ ୭୮ଟି ଦୀପ ଦାନ କରାଯାଇଥିଲା । କେନ୍ଦ୍ରାପଡା ପୈାରାଧ୍ୟକ୍ଷା ସରିତା ସାହୁଙ୍କ ନେତୃତ୍ୱରେ ଶତାଧିକ ମହିଳା ଓ ପୁରୁଷମାନେ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ରହି ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକଙ୍କ ଦୀର୍ଘ ସୁସ୍ଥ ଓ ନିରାମୟ ଜୀବନ କାମନା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ନଗରପାଳ ଧିରେନ […]
କେନ୍ଦ୍ରାପଡା ବ୍ଲକ୍ ଅନ୍ତର୍ଗତ ବାରୁଅସ୍ଥିତ ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ ଭାବଗ୍ରାହୀ କଳା ନିକେତନ ଆନୁକୂଲ୍ୟରେ ଏବଂ ଭାରତ ସରକାରଙ୍କ ସଂସ୍କୃତି ମନ୍ତ୍ରାଳୟ ସହାୟତାରେ ପଟ୍ଟାମୁଣ୍ଡାଇ ପୌର ପ୍ରେକ୍ଷାଳୟ ପରିସରରେ ତୁଳସୀ ମହୋତ୍ସବ-୨୦୨୨-୨୩ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । କଳା ନିକେତନର ପ୍ରତିଷ୍ଠାତା ସଂପାଦକ ତଥା ସଂଗୀତ ନିର୍ଦ୍ଦେଶକ ବିମଳ ପ୍ରସାଦ ପରିଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଭବ୍ୟ ସାଂସ୍କୃତିକ ମହୋତ୍ସବରେ ମୁଖ୍ୟ ଅତିଥି ଭାବରେ ମାନସ ଭୂଷଣ ପଣ୍ଡିତ୍ ହୃଷିକେଶ […]
ଓଡିଶା ବିକାଶର ମହାନାୟକ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜନ୍ମଦିନରେ ପଟ୍ଟାମୁଣ୍ଡାଇ ବିଜେଡି ପକ୍ଷରୁ ତାଙ୍କ ଦୀର୍ଘ ନିରାମୟ ଜୀବନ କାମନା କରାଯାଇ ପୂଜାର୍ଚନା ଓ ସମୂହ ଦୀପଦାନ କରାଯାଇଛି । ରାଜନଗର ବିଧାୟକ ଧ୍ରୁବ ସାହୁଙ୍କ ପରାମର୍ଶକ୍ରମେ ପଟ୍ଟାମୁଣ୍ଡାଇ ବିଜେଡି ପକ୍ଷରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜନ୍ମଦିନକୁ ନିରାଡ଼ମ୍ବର ଭାବେ ପାଳନ କରାଯାଇଛି । ଏହି ଉପଲକ୍ଷେ ଆଜି ସନ୍ଧ୍ୟାରେ ପଟ୍ଟାମୁଣ୍ଡାଇ ଅଂଚଳର ପ୍ରମୁଖ ଶୈବ ପୀଠ ହରପାର୍ବତୀ ମନ୍ଦିରରେ […]
କେନ୍ଦ୍ରାପଡ଼ା, ୧୬ା୧୦: ଭୂମିହୀନମାନଙ୍କୁ ୭ବର୍ଷ ତଳେ ଜମି ପଟ୍ଟା ଯୋଗାଇ ଦିଆ ଯାଇଥିଲେବି ଅଦ୍ୟାବଧି ଜମି ଚିହ୍ନଟ ଦିଆନଯିବାରୁ ସେମାନେ ଆବାସ ଯୋଜନାରେ ଗୃହ ନିର୍ମାଣ କରିପାରୁନଥିବାରୁ ଆଜି କେନ୍ଦ୍ରାପଡା ପୈାରସଂସ୍ଥା କାର୍ଯ୍ୟାଳୟ ସମ୍ମୁଖରେ ମହିଳାମାନେ ଧାରଣା ଦେଇଥିବା ଦେଖିବାକୁ ମିଳିଛି । ଅଭିଯୋଗ ଅନୁଯାୟୀ କେନ୍ଦ୍ରାପଡା ପୈାରାଞ୍ଚଳ ଅନ୍ତର୍ଗତ ଶ୍ୟାମଗୁଡିଆ ଗ୍ରାମର ୧ନମ୍ବର ୱାର୍ଡର ୧୪ଟି ଭୂମିହୀନ ପରିବାରକୁ ଗତ ୨୦୧୭ମସିହାରେ ଭୁମିହୀନ ପଟ୍ଟା ପ୍ରଦାନ କରାଯିବା ସହ […]
କେନ୍ଦ୍ରାପଡ଼ା, ୧୬ା୧୦: ରାସନକାର୍ଡର ଖାଉଟି ସାମଗ୍ରୀକୁ ହଡପ କରିନେଇଥିବା ଖାଉଟି ଡିଲରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାକୁ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି । ଅଭିଯୋଗ ଅନୁଯାୟୀ କେନ୍ଦ୍ରାପଡା ଜିଲ୍ଲାର ଆଳି ବ୍ଲକ ଅନ୍ତର୍ଗତ ଦଶିପୁର ଗ୍ରାମପଞ୍ଚାୟତର ଖାଉଟି ସାମଗ୍ରୀ ବିତରକ ପିତାମ୍ବର ବେହେରା ଗତ ୨୦୨୨ମସିହାର କେନ୍ଦ୍ର ସରକାରଙ୍କ ପକ୍ଷରୁ ଯୋଗାଇ ଦିଆଯାଇଥିବା ମାଗଣା ଖାଉଟି ସାମଗ୍ରୀ ଏଯାବତ ରାସନକାର୍ଡଧାରୀମାନଙ୍କୁ ପ୍ରଦାନ କରି ନଥିବା ଅଭିଯୋଗ ହୋଇଛି । […]
କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଳକ ସମ୍ମିଳନୀ କକ୍ଷରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଏକ ମିଳିତ ଜନଶୁଣାଣୀ ଶିବିର ସୋମବାର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରରେ କେନ୍ଦ୍ରାପଡ଼ା ଏସପି ସନ୍ଦୀପ ସମ୍ପଦ ମଡକର, ଉପଜିଲ୍ଲାପାଳ ରବିନ୍ଦ୍ର ପ୍ରଧାନ, ଜିଲ୍ଲା ପ୍ରକଳ୍ପ ନିର୍ଦେଶକ ରାଜେନ୍ଦ୍ର ପଣ୍ଡା, ପଟ୍ଟାମୁଣ୍ଡାଇ ବ୍ଲକ ଅଧ୍ୟକ୍ଷ ପ୍ରଦ୍ୟୁମ୍ନ ସାମନ୍ତରାୟ, ବିଡ଼ିଓ ଶୁଭ୍ରାଂଶୁ ସାହୁ, ପୌରନିର୍ବାହୀ ଅଧିକାରୀ ଅଜିତ୍ ନାରାୟଣ ଗିରି, ଅତିରିକ୍ତ ତହସିଲଦାର ପ୍ରତୀଶା ପ୍ରିୟଦର୍ଶିନୀ ପ୍ରମୁଖ […]
କେନ୍ଦ୍ରାପଡ଼ା, ୧୫ା୧୦: ଶିଶୁ ଯତ୍ନ ଅନୁଷ୍ଠାନରେ ରହୁଥିବା ଶିଶୁମାନଙ୍କ ନିମନ୍ତେ ଜିଲ୍ଲା ସ୍ତରୀୟ ପ୍ରତିଭା ଅନ୍ୱେଷଣ କାର୍ଯ୍ୟକ୍ରମ ‘ମହକ’ ଓ ‘ଉତ୍ସାହ’- ୨୦୨୩ କୋରୁଆ ମହିଳା ମହାବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍ ଆନୁକୂଲ୍ୟରେ ଆୟୋଜିତ ଏହି ଶିଶୁ ମହୋତ୍ସବ କାର୍ଯ୍ୟକ୍ରମରେ ଦୁଇଟି ଶିଶୁ ଯତ୍ନ ଅନୁଷ୍ଠାନ ଯଥା ପଲ୍ଲିଶ୍ରୀ ମହିଳା ସମିତି ଓ ରେସ୍ୱା ଅନୁଷ୍ଠାନରେ ରହୁଥିବା ଅନ୍ତେବାସୀ ଶିଶୁମାନଙ୍କ ମଧ୍ୟରେ ବିଭିନ୍ନ […]
କେନ୍ଦ୍ରାପଡା ଜିଲ୍ଲା ରାଜନଗର ବ୍ଲକ ସାତଭାୟା ଥଇଥାନସ୍ଥଳୀରେ ବିଜୁ ପକ୍କାଘର ନିର୍ମାଣ କରିଥିବା ୩୦ ପରିବାରଙ୍କୁ ୫୪ହଜାର୩୪୦ ଟଙ୍କା ଲେଖାଏଁ ସ୍ୱତନ୍ତ୍ର ସହାୟତା ରାଶି ପ୍ରଦାନ କରାଯାଇଛି । ଘର କରିପାରିନଥିବା ୧୬୯ ପରିବାରଙ୍କୁ ୨୫ହଜାର ଟଙ୍କା ଲେଖାଏଁ ସହାୟତା ପ୍ରଦାନ କରାଯାଇଛି । ସାତଭାୟା ସରଂପଚ ପ୍ରସନ୍ନ ପରିଡାଙ୍କ ପୈାରହିତ୍ୟରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବିଧାୟକ ଧୃବ ସାହୁ ଯୋଗଦେଇ ମୁଖ୍ୟମନ୍ତ୍ରୀ ସ୍ୱତନ୍ତ୍ର ସହାୟତା […]
କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ଅଂଚଳରେ ବର୍ତମାନ ଧାନ ଫସଲ ପାଇଁ ୟୁରିଆ, ଗ୍ରୋମୋର ଓ ଡିଏପି ସାରର ଆବଶ୍ୟକତା ହେଉଛି । ପ୍ରଥମିକ ସମବାୟ ସମିତି (ସୋସାଇଟ୍)ମାନଙ୍କରେ ସାର ମିଳୁ ନଥିବା ବେଳେ ବଜାର ଡିଲରମାନଙ୍କ ପାଖରେ ଅଧିକ ପରିମାଣର ସାର ମିଳୁଛି । ଫଳରେ ଚାଷୀମାନେ ବାଧ୍ୟ ହୋଇ ଘରୋଇ ସାର ଡିଲରମାନଙ୍କଠାରୁ ଚଢା ଦରରେ ଅପମିଶ୍ରୀତସାର କିଣି ଚଷୀ କ୍ଷତିଗ୍ରସ୍ତ ହେଉଥିବା ଓଡିଶା କୃଷକ ସଭା ପଟ୍ଟାମୁଣ୍ଡାଇ […]
ଶିଶୁ ଯତ୍ନ ଅନୁଷ୍ଠାନରେ ରହୁଥିବା ଶିଶୁମାନଙ୍କ ନିମନ୍ତେ ଜିଲ୍ଲା ସ୍ତରୀୟ ପ୍ରତିଭା ଅନ୍ୱେଷଣ କାର୍ଯ୍ୟକ୍ରମ ‘ମହକ’ ଓ ‘ଉତ୍ସାହ’- ୨୦୨୩ କୋରୁଆ ମହିଳା ମହାବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍ ଆନୁକୂଲ୍ୟରେ ଆୟୋଜିତ ଏହି ଶିଶୁ ମହୋତ୍ସବ କାର୍ଯ୍ୟକ୍ରମରେ ଦୁଇଟି ଶିଶୁ ଯତ୍ନ ଅନୁଷ୍ଠାନ ଯଥା ପଲ୍ଲିଶ୍ରୀ ମହିଳା ସମିତି ଓ ରେସ୍ୱା ଅନୁଷ୍ଠାନରେ ରହୁଥିବା ଅନ୍ତେବାସୀ ଶିଶୁମାନଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗିତା କରାଯାଇ […]
କେନ୍ଦ୍ରାପଡ଼ା, ୧୫ା୧୦: ଚଳିତବର୍ଷ ଓଡିଶା ତରଫରୁ ୧୯ ବର୍ଷ କମ୍ ରଣ୍ଜି ଟ୍ରଫି କ୍ରିକେଟ୍ ଚୟନ କ୍ୟାମ୍ପରେ ରାଜ୍ୟରୁ ୩୦ଜଣ ଖେଳାଳି ଯୋଗ ଦେବେ । ସେମାନଙ୍କ ମଧ୍ୟରୁ ଓଡିଶା ପାଇଁ ୧୬ଜଣଙ୍କୁ ରଣ୍ଜି ଟ୍ରଫି ପାଇଁ ଚୟନ କରାଯିବ । କେନ୍ଦ୍ରାପଡା ଜିଲ୍ଲାରୁ ୩ଜଣ କ୍ରିକେଟ୍ ଖେଳାଳି ଅମନ ଦାସ(ୱିକେଟ୍ କିପର୍), ଅନୁରାଗ ମଲ୍ଲିକ(ୱିକେଟ୍ କିପର୍), କୁବେର ସାହୁ ଏହି କ୍ୟାମ୍ପରେ ଯୋଗଦେବା ପାଇଁ ଓଡିଶା କ୍ରିକେଟ୍ ଆସୋସିଏସନ […]
ଶିକ୍ଷକନେତା କବି ନାରାୟଣ ପ୍ରସାଦ ରାଉଳଙ୍କ କବିତା ପୁସ୍ତକ ତୁ ଥା କାଳ କାଳ ଚୀର କାଳ ପୁସ୍ତକ ରବିବାର ଉନ୍ମୋଚିତ ହୋଇଯାଇଛି । ଏହି ଉପଲକ୍ଷେ ଡ଼ ଗୌରାଙ୍ଗ ରାଉଳଙ୍କ ପୌରହିତ୍ୟ ଓ ଗାଳ୍ପିକ ପ୍ରଦୀପ ନାୟକଙ୍କ ସଂଯୋଜନାରେ କଷଣଅଂଟା ହାଇସ୍କୁଲ ଠାରେ ଆୟୋଜିତ ବର୍ଣ୍ଣାଢ୍ୟ ଉତ୍ସବରେ ବିଶିଷ୍ଟ କଥାକାର ଡ଼ ରାମ ଚନ୍ଦ୍ର ବେହେରା ମୁଖ୍ୟଅତିଥି, ଡ଼ ଅପର୍ଣ୍ଣା ମହାନ୍ତି ମୁଖ୍ୟବକ୍ତା,ପ୍ରଫେସର ଅତୁଳ ବଳ ଓ ଶିକ୍ଷାବିତ […]
କେନ୍ଦ୍ରାପଡା ଜିଲ୍ଲା କ୍ଷତ୍ରୀୟ ଖଣ୍ଡାୟତ ମହାସଙ୍ଘର ଏକ ବୈଠକ ସ୍ଥାନୀୟ ହୋଟେଲ ରିଭରଭ୍ୟୁ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଜିଲ୍ଲା କ୍ଷତ୍ରୀୟ ଖଣ୍ଡାୟତ ମହାସଙ୍ଘର ଜିଲ୍ଲା ସଭାପତି ଶରତ କୁମାର ବେହୁରା ଅଧ୍ୟକ୍ଷତା କରିଥିଲେ । ପ୍ରାରମ୍ଭରେ ଜିଲ୍ଲା କର୍ମକର୍ତ୍ତାଙ୍କ ନାମ ଓ ପଦବୀ ରାଜ୍ୟ ସଙ୍ଘର ଅନୁମୋଦନ ପ୍ରାପ୍ତ ପତ୍ରାଙ୍କ ୨୦୨୩/୩୧ତା ୧୩.୧୦.୨୦୨୩ରିଖରେ ଅନୁମୋଦିତ ହୋଇଥିବାରୁ ବୈଠକରେ ସନ୍ତୋଷ ପ୍ରକାଶ ପାଇଥିଲା ଏବଂ ଏଥିପାଇଁ […]
କେନ୍ଦ୍ରାପଡା ସଦର ଥାନା ପୋଲିସ ପକ୍ଷରୁ ୭ଟି ବିଭିନ୍ନ ସ୍ଥାନରେ ଚଢାଉ କରାଯାଇ ବିପୁଳ ପରିମାଣର ବାଣ ତଥା ବିଷ୍ପୋରକ ଦ୍ରବ୍ୟ ଜବତ କରାଯିବା ସହ ୨ଜଣଙ୍କୁ ଗିରଫ କରାଯାଇଥିବା ଥାନା ପକ୍ଷରୁ ସୂଚନା ଦିଆଯାଇଛି । ସୂଚନା ଅନୁଯାୟୀ ଆରକ୍ଷୀ ଅଧିକ୍ଷକଙ୍କ ନିର୍ଦେଶ କ୍ରମେ କେନ୍ଦ୍ରାପଡା ସଦର ଥାନା ପକ୍ଷରୁ ବଗଡା ଗ୍ରାମପଞ୍ଚାୟତର କଚେରିପଡା, ତିଳୋତମାଦେଇପୁର ଓ ଗରାପୁର ପ୍ରଭୃତି ୭ଟି ସ୍ଥାନରେ ଚଢାଉ କରାଯାଇ ବିପୁଳ ପରିମାଣର […]
କେନ୍ଦ୍ରାପଡା ଜିଲ୍ଲାରେ ସଚେତନତା କାର୍ଯ୍ୟକ୍ରମ ସାରି ସାଇବର ସୁରକ୍ଷା ରଥ ଭୁବନେଶ୍ୱରକୁ ଆଜି ବାହୁଡି ଯାଇଛି । ଏହି ଉପଲକ୍ଷେ ପୋଲିସ ରିଜର୍ଭ ପଡିଆରେ ଆରକ୍ଷୀ ଅଧିକ୍ଷକ ମଡ଼କର ସମ୍ବିତ ସମ୍ପଦଙ୍କ ଅଧ୍ୟକ୍ଷତାରେ ଏକ ଉଦଯାପନୀ ସଭା ଅନୁଷ୍ଠିତ ହୋଇଥିଲା । ଏହି ସଭାରେ ଆରକ୍ଷୀ ଅଧିକ୍ଷକ ଶ୍ରୀ ମଡ଼କର କହିଥିଲେ ଯେ ସାଇବର ସଚେତନତା ରଥ ଜିଲ୍ଲାର ପ୍ରତ୍ୟେକ ଥାନା ଓ ବ୍ଲକ ଅଞ୍ଚଳରେ ବୁଲି ଲୋକମାନଙ୍କୁ ସାଇବର […]
କେନ୍ଦ୍ରାପଡ଼ା, ୧୫ା୧୦: ସାଇ ଏଜୁକେସନାଲ ଆଣ୍ଡ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ଏକ ରାଜ୍ୟ ସ୍ତରୀୟ ଉତ୍ସବରେ ବାପାମାନଙ୍କୁ ଶିରିଡି ସାଇ ପ୍ରତିଭା ସମ୍ମାନରେ ସମ୍ମାନିତ କରାଯାଇଛି । ଏହି ଉପଲକ୍ଷେ ସାଇ ଏଜୁ କେସନାଲ ଆଣ୍ଡ ଚାରିଟେବୁଲ ଟ୍ରଷ୍ଟର ମ୍ୟାନେଜିଂ ଟ୍ରଷ୍ଟି ତଥା ସମ୍ପାଦକ ରାଜ କିଶୋର ପ୍ରଧାନଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାଯ୍ୟକ୍ରମରେ ବିଶେଷ ଭାବରେ ବାପାମାନଙ୍କୁ ସେମାନେଙ୍କ ଉତ୍ତମ କର୍ତ୍ତବ୍ୟ ସମ୍ପାଦନ ପାଇଁ ସମ୍ମାନିତ କରାଯାଇଥିଲା । […]
କେନ୍ଦ୍ରାପଡାରେ ମେଡିକାଲ କଲେଜ ଓ କେନ୍ଦ୍ରାପଡା ମୁନିସିପାଲଟିରେ ଅର୍ବାନ ସିଏଚସି ପ୍ରତିଷ୍ଠା ଦାବିରେ ଆସନ୍ତା ଅକ୍ଟୋବର ୧୮ତାରିଖ ବୁଧବାର ଗଣ ଗର୍ଜନ ସମାବେଶ କରିବାକୁ ବ୍ଲକ ଓ ନଗର କଂଗ୍ରେସ ତରଫରୁ ମୀଳିତ ଭାବରେ ଆଜି ଗରାପୁର କଂଗ୍ରେସ କାର୍ଯ୍ୟଳୟ ଠାରେ ଏକ ଜରୁରୀ ବୈଠକରେ ନିଷ୍ପତ୍ତି ନିଆଯାଇଛି । କେନ୍ଦ୍ରାପଡା ନଗର କଂଗ୍ରେସ ସଭାପତି ରାଜେଶ ମହାନ୍ତି ବୈଠକରେ ସଭାପତିତ୍ୱ କରିଥିଲେ ଓ କେନ୍ଦ୍ରାପଡା ସ୍ୱାର୍ଥ ପାଇଁ କଂଗ୍ରେସ […]
ଅହମ୍ମଦାବାଦ୧୪/୧୦: ବୋଲରଙ୍କ ଘାତକ ବୋଲିଂ ପରେ ଅଧିନାୟକ ରୋହିତ ଶର୍ମାଙ୍କ ଧୂଆଁଧାର ବ୍ୟାଟିଂ ଓ ଶ୍ରେୟାସ ଆୟାରଙ୍କ ଦାୟିତ୍ୱପୂର୍ଣ୍ଣ ବ୍ୟାଟିଂ ବଳରେ ପାକିସ୍ତାନ ଧରାଶାୟୀ ହୋଇଛି । ଉଭୟ ବୋଲିଂ ଓ ବ୍ୟାଟିଂରେ ଦମଦାର ପ୍ରଦର୍ଶନ କରି ଭାରତ ବିଶ୍ୱକପ୍ ୨୦୨୩ର ମହାମୁକାବିଲାରେ ପାକିସ୍ତାନକୁ ୭ ୱିକେଟ୍ରେ ହରାଇଛି । ଏହି ସହଜ ବିଜୟ ସହ ଭାରତ କ୍ରମାଗତ ତୃତୀୟ ବିଜୟ ହାସଲ କରି ପଏଣ୍ଟ ଟେବୁଲ୍ର ଦ୍ୱିତୀୟ ସ୍ଥାନକୁ […]
କେନ୍ଦ୍ରାପଡ଼ାର ପୂର୍ବତନ ସୈନିକ ସଂଘ ଆନୁକୂଲ୍ୟରେ ତିନିମୁହାଣୀ ସ୍ଥିତ ସହୀଦ ସ୍ତମ୍ଭରେ ଶୁକ୍ରବାର କ୍ୟାପଟେନ ସୁରେନ୍ଦ୍ର କୁମାର ସାହୁଙ୍କ ଅଧ୍ୟକ୍ଷତାରେ ସିକିମ ରେ ପ୍ରାକୃତିକ ଦୁର୍ବିର୍ପାକରେ ସହୀଦ ହୋଇଥିବା ସହୀଦ ମାନଙ୍କୁ ଦୀପଦାନ ତଥା ପୁଷ୍ପମାଲ୍ୟ ଦିଆଯାଇଥିଲା । ତତ୍ ସହିତ ଦୁଇ ମିନଟ ନିରବ ପ୍ରାର୍ଥନା କରାଯାଇଥିଲା । ଏହି ଦିବସରେ ବହୁତ ସଂଖ୍ୟକ ପୂର୍ବତନ ସୈନିକ ଭାଇମାନେ ଯୋଗଦେଇଥିଲେ । ସେମାନଙ୍କ ମଧ୍ୟରେ ସମ୍ପାଦକ ସୁବେଦାର ମେଜର […]
ଭୂବନେଶ୍ୱରର ଆଲମିକୋ ସହାୟତାରେ ଜିଲ୍ଲାର ସମସ୍ତ ବ୍ଲକରେ ସେଣ୍ଟେମ୍ବର ୩୦ତାରିଖ ରୁ ଅକ୍ଟୋବର ୪ତାରିଖ ମଧ୍ୟରେ ୮୦% ରୁ ଅଧିକ ଭିନ୍ନକ୍ଷମତା ଥିବା ପୋଲିଓ ପରବର୍ତ୍ତୀ ସ୍ଥାୟୀ ମାଂସପେଶୀ ଦୁର୍ବଳତା, ଅଙ୍ଗ ଛେଦନ, ଶରୀର ନିମ୍ନଅଙ୍ଗର ଆଂଶିକ ମାଂସପେଶୀ ଦୁର୍ବଳତା, ଦୁଇ ଗୋଡ ପାରାଲିଶିସ (ଦୁର୍ବଳତା) ଓ ଲୋୟର ଳିମ୍ବ ମସଲ ଦୁର୍ବଳତା ବା ଅସୁସ୍ଥତାଙ୍କୁ ପରୀକ୍ଷା କରାଯାଇ ୭୫ ଜଣଙ୍କୁ ଚିହ୍ନଟ କରଯାଇଥିଲା । ଭୂବନେଶ୍ୱରର ଆଲମିକୋରୁ ଆସିଥିବା […]
କେନ୍ଦ୍ରାପଡା ସ୍ୱୟଂଶାସିତ ମାହାବିଦ୍ୟାଳୟର ସମ୍ମିଳନୀ କକ୍ଷରେ ୨୦୨୩-୨୪ ଶୈକ୍ଷିକ ବର୍ଷ ନିମିତ୍ତ ମହାବିଦ୍ୟାଳୟର ଶୈକ୍ଷିକ ପରିଷଦ ବୈଠକ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ବୈଠକରେ ଅଧ୍ୟକ୍ଷ ଗୋପାଳ ଚନ୍ଦ୍ର ବେହେରା ସ୍ୱାଗତ ଭାଷଣ ରଖିଥିଲେ । ମହାବିଦ୍ୟାଳୟର ୟୁଜିସି ସଂଯୋଜକ ଡଃ ପ୍ରଭାକର ମଲ୍ଲିକ ପୂର୍ବ ସଂକଳ୍ପର ଅନୁମୋଦନ କରାଇବା ସଂଗେ ସଂଗେ ୨୦୨୨-୨୩ ବର୍ଷରେ ସଂକଳ୍ପ ଅନୁସାରେ ସମ୍ପୂର୍ଣ୍ଣ ହୋଇଥିବା କାର୍ଯ୍ୟ ବିଷୟରେ ଗୃହକୁ ଅବଗତ କରାଇଥିଲେ । […]
କେନ୍ଦ୍ରାପଡା ଜିଲ୍ଲା ଆଇନସେବା ପ୍ରାଧିକରଣ ପକ୍ଷରୁ କେନ୍ଦ୍ରାପଡା ଜିଲ୍ଲା ନ୍ୟାୟାଳୟ ପରିସରରେ ଆଜି ଜିଲ୍ଲାସ୍ତରୀୟ ଲୋକ ଅଦାଲତ ଅନୁଷ୍ଠିତ ହୋଇ ଯାଇଛି । ଆଜି ଅନୁଷ୍ଠିତ ଏହି ଜିଲ୍ଲାସ୍ତରୀୟ ଲୋକ ଅଦାଲତରେ ମୋଟୋରଯାନ ଦୁର୍ଘଟଣା, ଜମି ଅଧିଗ୍ରହଣ,ପାରିବାରିକ ବିବାଦ, ରାଜସ୍ୱ ବିଭାଗର ମାମଲା ଗୁଡିକର ଶୁଣାଣୀ କରାଯାଇଥିଲା । ଆଜି ସମୁଦାୟ ୧୯୦୪ ଟି ବିଭିନ୍ନ ମାମଲା ଶୁଣାଣୀ ପାଇଁ ପଂଜିକୃତ ହୋଇଥିବା ବେଳେ ୧୭୪୦ଟି ମାମଲାର ସମାଧାନ କରାଯାଇଥିଲା […]
ଆଶ୍ୱିଣ ଆସିଲେ କେନ୍ଦ୍ରାପଡା ଜିଲ୍ଲାର ପଟ୍ଟାମୁଣ୍ଡାଇ ସହର ଓ ଏହାର ଆଖପାଖ ଅଂଚଳ ଉତ୍ସବ ମୁଖର ହୋଇଉଠେ । ପାର୍ବଣ ନେଇ ପୁଣି ଫେରିଛି ଶରତ ଋତୁର ଆଶ୍ୱିନ ମାସ । ସାଙ୍ଗରେ ଆଣିଛି ଉତ୍ସାହ ଓ ଉଦ୍ଦୀପନାର ପରଶ । ମା’ଙ୍କ ଧରାବତରଣକୁ ସ୍ୱାଗତ ପାଇଁ କାଶତଣ୍ଡୀରେ ସଜେଇ ହୋଇଛି ପରିବେଶ । ଆଜି ମହାଳୟା ମା’ଙ୍କ ମୃଣ୍ମୟ ମୂର୍ତିରେ ଖଡି ଚଢା ହେଇଛି । ରବିବାର ଠାରୁ […]
ପାର୍ବଣ ଋତୁର ଆଗମନରେ ଶାରଦିଅ ଦୁର୍ଗା ପୂଜାକୁ ଶାନ୍ତି ଶୃଙ୍ଖଳାର ସହିତ ପାଳନ କରିବା ପାଇଁ ଶନିବାର ସଂନ୍ଧ୍ୟାରେ ପଟ୍ଟାମୁଣ୍ଡାଇ ଥାନା ପରିସରରେ ଏକ ଶାନ୍ତି କମିଟି ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ୨୪ଟି ପୂଜା ମଣ୍ଡପର କର୍ମକର୍ତା ଓ ଶାନ୍ତି କମିଟି ସଦସ୍ୟମାନେ ଯୋଗ ଦେଇ ଆଲୋଚନା କରିଥିଲେ । ଏ ନେଇ ବିଭାଗୀୟ ଅଧିକାରୀ ଏବଂ ସମସ୍ତ କମିଟିର ସଦସ୍ୟଙ୍କ ସହିତ ବିସ୍ତୃତ ଭାବରେ […]
