କେନ୍ଦ୍ରାପଡ଼ା, ୧୦ା୧୦: ଆଜି କେନ୍ଦ୍ରାପଡା ସ୍ୱୟଂଶାସିତ ମହାବିଦ୍ୟାଳୟରେ ମହାବିଦ୍ୟାଳୟର ପ୍ରତିଷ୍ଠାତା ସ୍ୱର୍ଗତ ଦୀନବନ୍ଧୁ ସାହୁଙ୍କର ୧୧୫ତମ ଜୟନ୍ତୀ ପାଳନ ହୋଇଯାଇଛି । ଏହି ଉପଲକ୍ଷେ ଏକ ସ୍ମାରକୀ ବକ୍ତୃତା ଅନୁଷ୍ଠିତ ହୋଇଥିଲା । ଏଥିରେ ମହାବିଦ୍ୟାଳୟର ଅଧ୍ୟକ୍ଷ ଅଭିଜିତ ବୋଷ ଅଧ୍ୟକ୍ଷତା କରି ସ୍ୱାଗତ ଅଭିଭାଷଣ ରଖିଥିଲେ । ଉକ୍ତ ସଭାରେ ମୁଖ୍ୟ ଅତିଥି ଭାବରେ ମହାବିଦ୍ୟାଳୟର ପ୍ରାକ୍ତନ ଅଧ୍ୟକ୍ଷ ନନ୍ଦକିଶୋର ପରିଡା ଯୋଗଦେଇ ତାଙ୍କ ବକ୍ତବ୍ୟରେ ଦୀନବନ୍ଧୁ ସାହୁଙ୍କର […]

ପଟ୍ଟାମୁଣ୍ଡାଇ ୯.୧୦- ପଟ୍ଟାମୁଣ୍ଡାଇ ମହାବିଦ୍ୟାଳୟରେ ଗଣିତ ବିଭାଗ ତରଫରୁ “ସିଙ୍ଗୁଲାର ସଲୁସନ ଅଫ ଡିଫରେନସିଆଲ ଇକ୍ୟୁଏସନ ଆଣ୍ଡ ଇଟ୍ସ ଆପଲିକେସନ” ବିଭାଗ ସ୍ଥରୀୟ ଆଲୋଚନାଚକ୍ର ମହାବିଦ୍ୟାଳୟର ଅଧକ୍ଷ ପ୍ରଫେସର ଦିଲ୍ଲୀପ କୁମାର ଭୂୟାଁଙ୍କ ପୌରହିତରେ ଗତ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି । ଏହି ଆଲୋଚନା ଚକ୍ରରେ ଗଣିତ ବିଭାଗର ମୁଖ୍ୟ ଅଧ୍ୟାପକ ଅରବିନ୍ଦ ପାଣ୍ଡବ ସ୍ୱାଗତଭାଷଣ ଓ ଆଲୋଚନା ଚକ୍ରର ସନ୍ଧର୍ଭ ପାଠ କରିଥିଲେ । ମହାକାଳପଡ଼ାର ଶ୍ରୀ ଶ୍ରୀ […]

କେନ୍ଦ୍ରାପଡ଼ା, ୯ା୧୦: କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଓସ୍ତପୁର ଗ୍ରାମପଞ୍ଚାୟତର ବୀରସ୍ୱତୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ନୂତନ ପ୍ରଧାନ ଶିକ୍ଷୟିତ୍ରୀ ଭାବେ ମିନତୀ କୁମାରୀ ବିଶ୍ୱାଳ ଯୋଗଦେଇଛନ୍ତି। ଉକ୍ତ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ କାକୁଲି ମଲ୍ଲିକ, ଶିକ୍ଷୟିତ୍ରୀ ସଂଜ୍ଞାସାଗରିକା ନାୟକ, ରେଣୁକା ଭୋଳ, ଶୁଭଲକ୍ଷ୍ମୀ ପତ୍ରୀ, ପ୍ରିୟବ୍ରତ ମହାରଣା, ସ୍ନେହଲତା ସାମଲ ଏବଂ ଓସ୍ତପୁର ପଞ୍ଚାୟତର ସରପଞ୍ଚ ପ୍ରସନ୍ନ କୁମାର ରାଉତ, ବିଦ୍ୟାଳୟ ପରିଚାଳନା କମିଟି ସଭାପତି ସୁବାସ ଜେନାଙ୍କ […]

କେନ୍ଦ୍ରାପଡ଼ା, ୯ା୧୦: ଆଜି କେନ୍ଦ୍ରାପଡା ପୌରସଂସ୍ଥା ଟାଉନ ହଲ୍‌ରେ ଉତ୍କଳମଣୀ ଗୋପବନ୍ଧୁ ଦାସଙ୍କ ଜୟନ୍ତୀ ପାଳନ ସହ ବିଜେଡି ସୁପ୍ରିମୋ ସଭାପତି ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ଜିଲ୍ଲା ବିଜେଡିର ସଭ୍ୟ ସଂଗ୍ରହ ଅଭିଯାନର ଶୁଭ ଉଦ୍‌ଘାଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ବିଜେଡି ସଭାପତି ପ୍ରାକ୍ତନ ପୌରାଧ୍ୟକ୍ଷ ଧିରେନ୍ କୁମାର ସାହୁ ସଭାପତିତ୍ୱ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ଅତିଥି ଭାବେ କେନ୍ଦ୍ରାପଡା ବିଧାୟକ […]

କେନ୍ଦ୍ରାପଡ଼ା,୯ା୧୦: କେନ୍ଦ୍ରାପଡା ଜିଲ୍ଲା ତରାପୁର ଆଞ୍ଚଳିକ ସାଧନ କେନ୍ଦ୍ର୍ ଆନୁକୂଲ୍ୟରେ ଓର୍ଷକା ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ପ୍ରଧାନ ଶିକ୍ଷୟତ୍ରୀ ଅନୁପମା ମିଶ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉଦ୍‌ଘାଟନୀ ସଭାରେ ମୁଖ୍ୟ ଅତିଥି ଭାବେ ଚକ୍ରୋଡା ଗ୍ରାମ ପଞ୍ଚାୟତର ସରପଞ୍ଚ ତନୁଜା ନାୟକ, ମୁଖ୍ୟବକ୍ତା ଭାବେ ଡଃ ମୁରଲୀଧର ରଥ, ବ୍ରଜସୁନ୍ଦର ପରିଡା, ଗଙ୍ଗାଧର ପଣ୍ଡା, ଶଶୀକାନ୍ତ ବେହେରା ଓ ପରିଚାଳନା କମିଟି […]

କେନ୍ଦ୍ରାପଡ଼ା, ୯ା୧୦: ଭାରତୀୟ ଆଇନଜୀବୀ ସଙ୍ଘ, କେନ୍ଦ୍ରାପଡା ଜିଲ୍ଲା କମିଟିର ଏକ ବୈଠକ ମଙ୍ଗଳବାର ପବ୍ଲିକ ରିଡିଂରୁମ ପରିସରରେ ଜିଲ୍ଲାର ବରିଷ୍ଠ ଆଇନଜୀବୀ ପ୍ରେମାନନ୍ଦ ମାଟିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି। ପ୍ରାରମ୍ଭରେ ଦେଶ ପାଇଁ ଶହୀଦ ହୋଇଥିବା ସୈନିକ, କୃଷକ ଓ ଆଇନଜୀବୀଙ୍କ ଉଦେଶ୍ୟରେ ଏକ ମିନିଟ ନୀରବ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯିବା ପରେ ଆଇନଜୀବୀ ଧନଞ୍ଜୟ ଦାଶ ସଂଗଠନ ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ। ଆଇନଜୀବୀ ରଞ୍ଜନ କୁମାର […]

ପଟ୍ଟାମୁଣ୍ଡାଇ ୯/୧୦ – ପଟ୍ଟାମୁଣ୍ଡାଇ କଲେଜ ଇତିହାସ ବିଭାଗ ପକ୍ଷରୁ ” ଯୁଦ୍ଧ ଓ ପରିବର୍ତିତ ବିଶ୍ୱ ଶୃଙ୍ଖଳା “ଶୀର୍ଷକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି ।ଏହି ଉପଲକ୍ଷେ କଲେଜ ଅଧ୍ୟକ୍ଷ ପ୍ରଫେସର ଦିଲ୍ଲୀପ ଭୂୟାଁଙ୍କ ପୌରହିତ୍ୟରେ ଆୟୋଜିତ ଆଲୋଚନାଚକ୍ରରେ ରମାଦେବୀ ବିଶ୍ୱବିଦ୍ୟାଳୟ ପ୍ରଫେସର ଡ଼ ମାନସ ବେହେରା ମୁଖ୍ୟ ଆଲୋଚକ ଭାବେ ଯୋଗ ଦେଇ ବିଷୟଭିତିକ ଆଲୋଚନା କରିଥିଲେ । ଇତିହାସ ବିଭାଗ ମୁଖ୍ୟ ଡ଼ ସର୍ବେଶ୍ୱର ସାହୁ ସନ୍ଧର୍ଭ […]

ପଟ୍ଟାମୁଣ୍ଡାଇ ୯/୧୦ -ପଟ୍ଟାମୁଣ୍ଡାଇ କଲେଜ ଦର୍ଶନ ବିଭାଗ ପକ୍ଷରୁ “ଆକ୍ଟିଙ୍ଗ ଅନ ପ୍ରିନସିପ୍ଲୁସ, ଦି ରୋଲ ଏଫ ମ୍ୟାକ୍ସିସ ଇନ କାଂଟିଆନ ଏଥିକ୍ସ ଶୀର୍ଷକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି । କଲେଜ ଅଧ୍ୟକ୍ଷ ପ୍ରଫେସର ଦିଲ୍ଲୀପ ଭୂୟାଁଙ୍କ ପୌରହିତ୍ୟରେ ଆୟୋଜିତ ଆଲୋଚନାଚକ୍ରରେ ରେଭେନ୍ସା ବିଶ୍ୱ ବିଦ୍ୟାଳୟ ସହକାରୀ ପ୍ରଫେସର ଡ଼ ନିବେଦିତା ପ୍ରିୟଦର୍ଶନୀ ମୁଖ୍ୟ ଆଲୋଚକ ଭାବେ ଯୋଗ ଦେଇ ବିଷୟଭିତ୍ତିକ ଆଲୋଚନା କରିଥିଲେ । ପଟ୍ଟାମୁଣ୍ଡାଇ କଲେଜ ଦର୍ଶନ […]

ପଟ୍ଟାମୁଣ୍ଡାଇ ୯/୧୦-ପଟ୍ଟାମୁଣ୍ଡାଇ କଲେଜ ଶିକ୍ଷା ବିଭାଗ ପକ୍ଷରୁ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଜୟନ୍ତୀ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ କଲେଜ ଅଧ୍ୟକ୍ଷ ପ୍ରଫେସର ଦିଲ୍ଲୀପ ଭୂୟାଁଙ୍କ ପୌରହିତ୍ୟରେ ଆୟୋଜିତ ସଭାରେ ଶିକ୍ଷା ବିଭାଗ ମୁଖ୍ୟ ନିବେଦିତା ନାୟକ, ଅଧ୍ୟାପିକା ନମିତା ବେହେରା, ମୁଖ୍ୟ କିରାଣୀ ପ୍ରମୋଦ ପରିଡା ପ୍ରମୁଖ ବହୁ ଅଧ୍ୟାପକ ଅଧ୍ୟାପିକା କର୍ମଚାରୀ ଯୋଗ ଦେଇ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁଙ୍କ ନୀତି ଆଦର୍ଶ ତ୍ୟାଗ ସେବା […]

ପଟ୍ଟାମୁଣ୍ଡାଇ ୯.୧୦ – ଆଶ୍ୱିଣ ଆସିଲେ କେନ୍ଦ୍ରାପଡା ଜିଲ୍ଲାର ପଟ୍ଟାମୁଣ୍ଡାଇ ସହର ଓ ଏହାର ଆଖପାଖ ଅଂଚଳ ଉତ୍ସବ ମୁଖର ହୋଇଉଠେ । ପାର୍ବଣ ନେଇ ପୁଣି ଫେରିଛି ଶରତ ଋତୁର ଆଶ୍ୱିନ ମାସ । ସାଙ୍ଗରେ ଆଣିଛି ଉତ୍ସାହ ଓ ଉଦ୍ଦୀପନାର ପରଶ। ମା’ଙ୍କ ଧରାବତରଣକୁ ସ୍ୱାଗତ ପାଇଁ କାଶତଣ୍ଡୀରେ ସଜେଇ ହୋଇଛି ପରିବେଶ। ମହାଳୟା ଠାରୁ ମା’ଙ୍କ ମୃଣ୍ମୟ ମୂର୍ତିରେ ଖଡି ଚଢା ହେଇ ଗତ ଗୁରୁବାର […]

ପଟ୍ଟାମୁଣ୍ଡାଇ ୯/୧୦ -ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ରାମେଶ୍ୱର ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ପଂଚାୟତ ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ କ୍ଲଷ୍ଟର ପକ୍ଷରୁ ଶିଶୁ ମହୋତ୍ସବ ସୁରଭି -୨୦୨୪ ଅନୁଷ୍ଠିତ ହୋଇଯାଇଛି । ପଂଚାୟତ ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ କ୍ଲଷ୍ଟର ସିଆରସିସି ବିଭୁ ରଞ୍ଜନ ସାହୁଙ୍କ ପୌରହିତ୍ୟରେ ଆୟୋଜିତ ଉଦଘାଟନ ଉତ୍ସବରେ ପଟ୍ଟାମୁଣ୍ଡାଇ ବି.ଆରସିସି ଚନ୍ଦ୍ର ଶେଖର ତ୍ରିପାଠୀ ମୁଖ୍ୟଅତିଥି, ଡିହାପଡା ପଚାୟତ ସରପଂଚ ଶତ୍ରୁଘ୍ନ ମଲ୍ଲିକ […]

ପଟ୍ଟାମୁଣ୍ଡାଇ ୮/୧୦ -କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ଦୋଷିଆ ପଂଚାୟତ ବାସୁଦେବପୁର ଗାଁ ନିକଟରେ ମଙ୍ଗଳବାର ଅପରାହ୍ନରେ ଏକ ବୁଲା ଷଣ୍ଢ ଆକ୍ରମଣରେ ୪ଜଣ ଲୋକ ଆହତ ହୋଇଥିବା ବେଳେ ୨ଜଣଙ୍କ ମଟରସାଇକେଲ ଭାଙ୍ଗି ଦେଇଛି । ଏଥିରେ ଜଣେ ଲୋକ ଗୁରୁତର ହୋଇପଡିଛନ୍ତି। ଏହି ଘଟଣା ସ୍ଥାନୀୟ ଅଂଚଳରେ ଆଲୋଡନ ସୃଷ୍ଟି କରିଛି। ଗତ କିଛି ଦିନ ଧରି ଉକ୍ତ ଅଂଚଳରେ ମାରଣା ଷଣ୍ଢ ବୁଲିବା ସହ ଲୋକଙ୍କୁ ମାରିବା […]

କେନ୍ଦ୍ରାପଡ଼ା, ୮ା୧୦: କେନ୍ଦ୍ରାପଡା ଜିଲ୍ଲା ମହାକାଳପଡା ବ୍ଲକ ବିକାଶ ମଞ୍ଚର ସଭାପତି ପରିବେଶବିତ୍ ତଥା ଅବସରପ୍ରାପ୍ତ ଶିକ୍ଷା ଅଧିକାରୀ ସମାଜସେବୀ କାଶିନାଥ ରାଉତରାୟଙ୍କ ନେତୃତ୍ୱରେ ଗରାପୁର ଭିଆଇପି ରୋଡଠାରେ ବକୁଳ, କୃଷ୍ଣଚୂଡା, ରାଧାଚୂଡା ପ୍ରଭୃତି ବୃକ୍ଷରୋପଣ କରାଯିବା ସହିତ କପାଳେଶ୍ୱର ରାଜୀବ ଭବନ ପାଶ୍ୱର୍ରେ ୨୦୦ରୁ ଉର୍ଦ୍ଧ୍ୱ ତାଳଚାରା ରୋପଣ କରାଯାଇଛି । ସେହିପରି ମହାକାଳପଡା ଜଗନ୍ନାଥ ମନ୍ଦିର ପରିସରରେ ଅଁଳା, ବକୁଳ, କୃଷ୍ଣଚୂଡା ରୋପଣ ସହ ତେରଙ୍ଗା ନଦୀ […]

ଗୋ ଜାତିର ଦୁର୍ଗତିରେ ଦେଶର ଦୁର୍ଗତି । ଗୃହପାଳିତ ପ୍ରାଣୀ ଯାହାକି ଆମେ କରିଥିବା ଘରର ଦାଣ୍ଡ ଘରେ ଗାଈ ଓ ବଳଦଙ୍କୁ ରଖୁଥିଲେ ଏବଂ ଶୁଭ ବୋଲି ବିଶ୍ୱାସ କରାଯାଏ। ଆମେ ଖାଇବା ପୂର୍ବରୁ ସେମାନଙ୍କୁ ଖାଇବା କୁ ଦିଆଯାଇଥାଏ। ଏପରିକି ଆମ ପରିବାର ସେମାନେ ଅଂଶଭାବରେ ରୁହନ୍ତି ଯାହାକି ସୃଷ୍ଟିର ଆରମ୍ଭରୁ ଉପକାରୀ ପ୍ରାଣୀ ହେଉଛି ଗାଈ। ମହାଭାରତ ଅନୁସାରେ ଦ୍ୱାପର ଯୁଗରେ ଶ୍ରୀକୃଷ୍ଣ ଗୋପାଳ ଭାବରେ […]

ପଟ୍ଟାମୁଣ୍ଡାଇ ୪/୧୦ –ଜନନୀ ସୁରକ୍ଷାକୁ ସର୍ବାଧିକ ଗୁରୂତ୍ୱ ଦେଉଥିବା ରାଜ୍ୟ ସରକାର ମାଳମାଳ ଯୋଜନା ପ୍ରସ୍ତୁତ କରିଛନ୍ତି ସତ କିନ୍ତୁ ସରକାର ଉତମ ସ୍ୱାସ୍ଥ୍ୟ ସେବା ଓ ଆସନ୍ନ ପ୍ରସବାଙ୍କୁ ସୁରକ୍ଷିତ ଡାକ୍ତରୀ ସେବା ଯୋଗାଇବାରେ ବିଫଳ ହୋଇଛନ୍ତି । ଜନନୀ ସୁରକ୍ଷାର ମୂଳ ଲକ୍ଷକୁ ସରକାର ଗୁରୂତ୍ୱ ନଦେଇ ବିଭିନ୍ନ ଜାଗାରେ ଡାକ୍ତରଖାନା ଖୋଲି ବାହାବାହା ନେଉଛନ୍ତି । ହେଲେ କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ସହରାଚଂଳ ରୁ ଗ୍ରାମାଂଚଳର […]

କେନ୍ଦ୍ରାପଡା ଜିଲ୍ଲା  ପଟ୍ଟାମୁଣ୍ଡାଇ ମହାବିଦ୍ୟାଳୟରେ ଗଣିତ ବିଭାଗ ତରଫରୁ “ଗ୍ରୁପ ଅଫ କ୍ୱାଟରନିୟନ” ବିଭାଗ ସ୍ଥରୀୟ ଆଲୋଚନାଚକ୍ର ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫେସର ଦିଲ୍ଲୀପ କୁମାର ଭୂୟାଁ ଙ୍କ ପୌରହିତରେ ସୋମବାର ଅନୁଷ୍ଠିତ ହୋଇଯାଇଛି । ଏହି ଆଲୋଚନା ଚକ୍ରରେ ଗଣିତ ବିଭାଗର ମୁଖ୍ୟ ଅଧ୍ୟାପକ ଅରବିନ୍ଦ ପାଣ୍ଡବ ସ୍ୱାଗତଭାଷଣ ଓ ଆଲୋଚନା ଚକ୍ରର ସନ୍ଧର୍ଭ ପାଠ କରିଥିଲେ । ଏହି ଆଲୋଚନା ଚକ୍ରରେ ମାର୍ଶାଘାଇ ମହାବିଦ୍ୟାଳୟର ପ୍ରାଧ୍ୟାପକ ବିପିନ ବିହାରୀ […]

କେନ୍ଦ୍ରାପଡ଼ା,୭ା୧୦: କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଦୁହୁରିଆସ୍ଥିତ ରତ୍ନାକର ନୋଡାଲ ଉଚ୍ଚ ବିଦ୍ୟାଳୟ ଆଞ୍ଚଳିକ ସାଧନକେନ୍ଦ୍ର ସ୍ତରୀୟ ଶିଶୁମହୋତ୍ସବ ସୁରଭି -୨୦୨୪ ନାରାୟଣୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ଜମଧର ଠାରେ ସେହି ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବାବୁରୀଚରଣ ବେହେରାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି। ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ମଣ୍ଡଳ ଶିକ୍ଷାଧିକାରୀ କୈଳାସ ଚନ୍ଦ୍ର ଦଳାଇ, ସମ୍ମାନିତ ଅତିଥି ସହ ମଣ୍ଡଳ ଶିକ୍ଷାଧିକାରୀ ହିରଣ୍ୟ ବାରିକ, ମୁଖ୍ୟବକ୍ତା ଅବସରପ୍ରାପ୍ତ ଆରକ୍ଷୀ […]

କେନ୍ଦ୍ରାପଡା,୭/୧୦: କେନ୍ଦ୍ରାପଡ଼ାର ଗଣପର୍ବ ଗଜଲକ୍ଷ୍ମୀ ପୂଜା ପାଇଁ ଜିଲା ପ୍ରଶାସନର ଦ୍ୱିତୀୟ ପ୍ରସ୍ତୁତି ବୈଠକ ସୋମବାର କେନ୍ଦ୍ରାପଡ଼ା ପୌରପାଳିକା ଟାଉନହଲ୍ ପରିସରରେ ଜିଲାପାଳ ସ୍ମୃତିରଞ୍ଜନ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଏହି ପୂଜା ଆସନ୍ତା ୧୬ତାରିଖରୁ ଆରମ୍ଭ ହୋଇ ୨୨ତାରିଖ ପର୍ଯ୍ୟନ୍ତ ମା’ ଗଜଲକ୍ଷ୍ମୀ ପୂଜା ପାଇବେ । ୨୨ତାରିଖ ଦିନ ସମସ୍ତ ମେଢଗୁଡିକର ବିସର୍ଜନ ପୂଜା ଅନୁଷ୍ଠିତ ହେବ । ଆସନ୍ତା ୨୩ ତାରିଖରେ ଭସାଣି ଉତ୍ସବ ଆରମ୍ଭ […]

କେନ୍ଦ୍ରାପଡ଼ା, ୭ା୧୦: କେନ୍ଦ୍ରାପଡା ଜିଲ୍ଲାର ଆଳି ବ୍ଲକ ଅନ୍ତର୍ଗତ ଦଶିପୁର ଗ୍ରାମପଞ୍ଚାୟତରେ ନିର୍ମାଣ କରାଯାଇଥିବା ପାନୀୟ ଜଳ ପ୍ରକଳ୍ପ ନିର୍ମାଣରେ ଅନିୟମିତତା କରାଯାଇଥିବା ସୋମବାର ଜିଲ୍ଲାପାଳଙ୍କ ମିଳିତ ଅଭିଯୋଗ ଶୁଣାଣି ଶିବିରରେ ପଞ୍ଚାୟତବାସୀଙ୍କ ପକ୍ଷରୁ ଅଭିଯୋଗ ହୋଇଛି। ପଞ୍ଚାୟତବାସୀମାନେ ଅଭିଯୋଗ କରିଛନ୍ତି ଯେ ସେହି ପାନୀୟ ଜଳ ପ୍ରକଳ୍ପରୁ ଗ୍ରାମବାସୀଙ୍କୁ ଯୋଗାଇ ଦିଆଯାଉଥିବା ପାନୀୟ ଜଳ ବହୁତ ଧିର ଗତିରେ ଆସୁଥିବା ବେଳେ ଅନେକ ସ୍ଥାନରେ ପାଇପ୍ ଫାଟି ଯାଇଥିବା […]

କେନ୍ଦ୍ରାପଡ଼ା, ୭ା୧୦: କେନ୍ଦ୍ରାପଡ଼ା ଜିଲ୍ଲା ସଦର ମହକୁମାରେ ସୋମବାର ମିଳିତ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି । ପୂର୍ବାହ୍ଣ ୧୦ଟାରୁ ଅପରାହ୍ଣ ସାଢେ ଗୋଟାଏ ପର୍ଯ୍ୟନ୍ତ କେନ୍ଦ୍ରାପଡ଼ା ପୈାରସଂସ୍ଥା ଟାଉନ୍ ହଲ୍‌ରେ ଜିଲ୍ଲାପାଳ ସ୍ମୃତି ରଞ୍ଜନ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ମିଳିତ ଅଭିଯୋଗ ଶୁଣାଣି ଶିବିରରେ ଆରକ୍ଷୀ ଅଧୀକ୍ଷକ ସିଦ୍ଧାର୍ଥ କଟ୍ଟାରିଆ, ଜିଲ୍ଲା ପରିଷଦ ସଭାପତି ସୁଶ୍ରୀ ଲିଲିତା ଦାସ, ଅତିରିକ୍ତ ଜିଲ୍ଲାପାଳ(ରାଜସ୍ୱ) ନୀଲୁ ମହାପାତ୍ର, ଉପଜିଲ୍ଲାପାଳ […]

କେନ୍ଦ୍ରାପଡ଼ା,୭ା୧୦: କେନ୍ଦ୍ରାପଡା ସାନ୍ଧ୍ୟ ସ୍ନାତକ ମହାବିଦ୍ୟାଳୟରେ ଉଚ୍ଚଶିକ୍ଷା ବିଭାଗର ନିର୍ଦ୍ଦେଶକ୍ରମେ ଅଗ୍ନି ନିରାପତ୍ତା ଓ ବିପର୍ଯ୍ୟୟ ପରିଚାଳନାକୁ ନେଇ ଆଜି ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଅଧ୍ୟକ୍ଷା ଆଦ୍ୟାରଶ୍ମି ମହାପାତ୍ରଙ୍କ ନିର୍ଦ୍ଦେଶରେ ସମ୍ମାନିତ ଅତିଥି ଭାବେ କେନ୍ଦ୍ରାପଡା ଜିଲ୍ଲା ଅଗ୍ନିଶମ ବିଭାଗର ଅଧିକାରୀ ଅମ୍ରନ ଗୌରବ ଯୋଗ ଦେଇଥିବା ସହ ଅନ୍ୟ ଅଗ୍ନିଶମ ବିଭାଗର କର୍ମଚାରୀମାନେ ଯୋଗ ଦେଇଥିଲେ । ପ୍ରାରମ୍ଭରେ ଇତିହାସ ବିଭାଗର ବରିଷ୍ଠ […]

କେନ୍ଦ୍ରାପଡ଼ା,୭ା୧୦: ଆଜି କେନ୍ଦ୍ରାପଡାର ବରପୁତ୍ର, ବିକାଶ ପୁରୁଷ, ପୂର୍ବତନ ମନ୍ତ୍ରୀ ଓଡିଶା ଉଚ୍ଚ ନ୍ୟାୟାଳୟର ଆଡ ଭୋକେଟ ଜେନେରାଲ ସ୍ୱର୍ଗତ ଦୀନବନ୍ଧୁ ସାହୁଙ୍କ ୪୫ତମ ଶ୍ରାର୍ଦ୍ଧ ବାର୍ଷିକୀ ପାଲିତ ହୋଇଯାଇଅଛି । କେନ୍ଦ୍ରାପଡା ତହସିଲ ଅଫିସ ନିକଟରେ ସ୍ଥାପିତ ହୋଇଥିବା ସ୍ୱର୍ଗତ ଦୀନବନ୍ଧୁ ସାହୁଙ୍କ ପ୍ରତି ମୂର୍ତ୍ତିରେ ସାମୁହିକ ମାଲ୍ୟାର୍ପଣ କରାଯାଇ ଏଠାରେ ଏକ ଶ୍ରଦ୍ଧାଞ୍ଜଳି ସଭା ଶିକ୍ଷାବିତ ଅଜୟ ସାମଲଙ୍କ ପୈରହିତ୍ୟରେ ଅନୁଷ୍ଠିତ ହୋଇଥିଲା । ଉକ୍ତ ସଭାରେ […]

ପଟ୍ଟାମୁଣ୍ଡାଇ ତା ୭/୧୦-ପଟ୍ଟାମୁଣ୍ଡାଇ କଲେଜ ଇତିହାସ ବିଭାଗ ପ୍ରତ୍ନତତ୍ୱ ମାଧ୍ୟମରେ ପ୍ରାଚୀନ ଓଡିଶାର ଇତିହାସ ଅନୁସନ୍ଧାନ ଶୀର୍ଷକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି । କଲେଜ ଅଧକ୍ଷ ପ୍ରଫେସର ଦିଲ୍ଲୀପ ଭୂୟାଁଙ୍କ ପୌରହିତ୍ୟରେ ଆୟୋଜିତ ଆଲୋଚନାଚକ୍ରରେ ଉତ୍କଳ ବିଶ୍ୱବିଦ୍ୟାଳୟ ପ୍ରାଚୀନ ଭାରତ ଇତିହାସ ସଂସ୍କୃତି ଓ ପ୍ରତ୍ନତତ୍ୱ ସ୍ନାତକୋତ୍ତର ବିଭାଗ ମୁଖ୍ୟ ପ୍ରଫେସର ଡ଼ ଅନାମ ବେହେରା ମୁଖ୍ୟ ଆଲୋଚକ ଭାବେ ଯୋଗ ଦେଇ ପ୍ରତ୍ନତତ୍ୱ ମାଧ୍ୟମରେ ପ୍ରାଚୀନ ଓଡିଶାର ଇତିହାସ […]

ପଟ୍ଟାମୁଣ୍ଡାଇ ତା ୭/୧୦- ପଟ୍ଟାମୁଣ୍ଡାଇ କଲେଜ ଓଡ଼ିଆ ଭାଷା ସାହିତ୍ୟ ବିଭାଗ ପକ୍ଷରୁ ରୀତିରୁ ରାଧାନାଥ ସୃଜନ ଶୀର୍ଷକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି । କଲେଜ ଅଧ୍ୟକ୍ଷ ପ୍ରଫେସର ଦିଲ୍ଲୀପ ଭୂୟାଁଙ୍କ ପୌରହିତ୍ୟରେ ଆୟୋଜିତ ଆଲୋଚନାଚକ୍ରରେ ଗବେଷକ ଡ଼ ଲଷ୍ମଣ କୁମାର ଦାସ ମୁଖ୍ୟ ଆଲୋଚକ ଭାବେ ଯୋଗ ଦେଇ ରୀତିର ରାଧାନାଥ ସୃଜନ ବୈଶିଷ୍ଟ୍ୟ ଉପରେ ବିଶଦ ଆଲୋଚନା କରିଥିଲେ । ପଟ୍ଟାମୁଣ୍ଡାଇ କଲେଜ ଓଡ଼ିଆ ଭାଷା ସାହିତ୍ୟ […]