କେନ୍ଦ୍ରାପଡ଼ା,୧୬।୭- ବିଦ୍ୟୁତ ଖୁଣ୍ଟ ଉପରକୁ ଚଢ଼ିଗଲା କୁମ୍ଭୀର। ଭିତରକନିକା ଜାତୀୟ ଉଦ୍ୟାନ ମଧ୍ୟରେ ପ୍ରଭାହିତ ପାଟଶାଳ ନଦୀରୁ କୁମ୍ଭୀର ଛୁଆ ଉଠିଆସି ବିଦ୍ୟୁତ ଖୁଣ୍ଟ ଉପରେ ଚଢିବା ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏବେ କୁମ୍ଭୀର ପ୍ରଜନନ ଋତୁ ଚାଲିଛି। ବଉଳା କୁମ୍ଭୀରମାନେ ଭିତରକନିକା ଅଞ୍ଚଳରେ ଚଳିତ ବର୍ଷ ୧୧୪ଟି ବସା କରିଛନ୍ତି। ବଉଳା କୁମ୍ଭୀର ଜନବସତି ମୁହାଁ ସମସ୍ତେ ଜାଣିଥିବେ। ସେମାନେ ପୁଣି ଅନେକଙ୍କୁ ଆକ୍ରମଣ […]
ଚଳିତ ବର୍ଷ ନିଅଣ୍ଟିଆ ବର୍ଷା ଯୋଗୁ ଏବେ ଖରିଫ ଧାନ ଚାଷ ପ୍ରଭାବିତ ହେବାକୁ ବସିଛି । ପଟ୍ଟାମୁଣ୍ଡାଇ ଅଂଚଳ୍ରେ ଏବେ ଗଜାମରୁଡ଼ି ଆଶଙ୍କା ଦେଖା ଦେଲାଣି । ଚାଷୀମାନେ ଯଥା ସମୟରେ ଚାଷ କାର୍ଯ୍ୟ ଆରମ୍ଭ କରିଥିଲେ । ମାତ୍ର ଆଷାଢ଼ ଶେଷହେବାକୁ ବସିଥିଲେ ମଧ୍ୟ ଭଲ ବର୍ଷା ହେଉ ନ ଥିବାରୁ ଧାନ ତଳି ସୁଖିବାକୁ ଲାଗିଲାଣି ।ଏହି ଅଂଚଳରେ ଅଧିକାଂଶ ଜମିରେ ଜଳସେଚନ ସୁବିଧା ଥିଲେ […]
କେନ୍ଦ୍ରାପଡ଼ା, ୧୬ା୭: କେନ୍ଦ୍ରାପଡା ଏକ ଭାଇଚାରାର ସହର । ଏଠି ସମସ୍ତ ସମ୍ପ୍ରଦାୟର ଲୋକମାନେ ଏକାଠି ହୋଇ ସମସ୍ତ ପର୍ବପର୍ବାଣୀ ପାଳନ କରିଥାନ୍ତି । ଏହାର ଏକ ଝଲକ କେନ୍ଦ୍ରାପଡା ଜିଲ୍ଲା ତଥା ତୁଳସୀକ୍ଷେତ୍ରର ଆରାଧ୍ୟ ପ୍ରଭୁ ସିଦ୍ଧ ଶ୍ରୀବଳଦେବଜୀଉଙ୍କ ଘୋଷଯାତ୍ରାରେ ଦେଖିବାକୁ ମିଳିଥିଲା । ସିଦ୍ଧ ଶ୍ରୀବଳଦେବଜୀଉଙ୍କ ଘୋଷଯାତ୍ରା ଅବସରରେ ରେସ୍ୱା ସ୍ୱେଛାସେବୀ ସଂଗଠନ ଏବଂ ସୁଭଦ୍ରା ଟ୍ରେଡରର ମିଳିତ ସହାୟତାରେ ଶ୍ରୀଜୀଉଙ୍କ ରଥଦାଣ୍ଡରେ ଭକ୍ତଙ୍କ ନିମନ୍ତେ ମୃଦୁ […]
କେନ୍ଦ୍ରାପଡ଼ା, ୧୬ା୭: କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟର ପୁରାତନ ଛାତ୍ରମାନେ ସୋମବାର ଅଭିଯୋଗ ପ୍ରକୋଷ୍ଠରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଭେଟି ମହାବିଦ୍ୟାଳୟ ପାଣ୍ଠିରୁ ହଡପ ହୋଇଥିବା କୋଟି କୋଟି ଟଙ୍କାର ଭିଜିଲାନ୍ସ ବିଭାଗ ଦ୍ୱାରା ତଦନ୍ତ କରାଯିବାକୁ ଦାବି କରିଛନ୍ତି । ଏଥିସହିତ ଦୀର୍ଘ ୧୦ବର୍ଷରୁ ଉଦ୍ଧ୍ୱର୍ ସମୟ ଧରି କେନ୍ଦ୍ରାପଡା ମହାବିଦ୍ୟାଳୟରେ ରହି ଆସିଥିବା ଅଧ୍ୟାପକ/ଅଧ୍ୟାପିକାମାନଙ୍କୁ ତୁରନ୍ତ ବଦଳି କରାଯିବାକୁ ମଧ୍ୟ ଦାବି କରଥିଲେ । ମହାବିଦ୍ୟାଳୟର […]
ଭୁବନେଶ୍ୱର,୧୬।୭: ରତ୍ନଭଣ୍ଡାର ଚାବିକୁ ନେଇ ବିସ୍ଫୋରକ ବୟାନ ଦେଇଛନ୍ତି ପ୍ରଦେଶ କଂଗ୍ରେସର ପୂର୍ବତନ ସଭାପତି ନିରଞ୍ଜନ ପଟ୍ଟନାୟକ। ଚାବି କାହା ପାଖରେ ଅଛି ଓ କିଏ ରଖିଛି ଏନେଇ ସେ ବଡ଼ ବୟାନ ଦେଇଛନ୍ତି। ଓଡିଶାରେ ଗଣମାଧ୍ୟମ, ମୁଖ୍ୟମନ୍ତ୍ରୀ, ରାଜ୍ୟ ଆଇନ ମନ୍ତ୍ରୀ ତଥା ବହୁବିଶିଷ୍ଟ ରାଜନୈତିକ ବ୍ୟକ୍ତି ବିଶେଷମାନେ ବାରମ୍ବାର କହି ଆସୁଛନ୍ତି ଯେ ୪୬ ବର୍ଷ ପରେ ରତ୍ନଭଣ୍ଡାର ଖୋଲାଯାଇଛି। ଯାହାକୁ ନିରଞ୍ଜନ ଖୋଲାଖୋଲି ଖଣ୍ଡନ କରିଛନ୍ତି। […]
କେନ୍ଦ୍ରାପଡା, ୧୫/୭: ଓଡିଶା ଆଦର୍ଶ ଯୁବ ସଂଗଠନ ତରଫରୁ କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ବଗଡା ପଞ୍ଚାୟତର ଗୁଣ୍ଡୁଚି ମଠ ନିକଟରେ ଆଜି ୨୦୦ରୁ ଅଧିକ ବୃକ୍ଷରୋପଣ କରାଯାଇଥିଲା । ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ବିଧାୟକ ଗଣେଶ୍ୱର ବେହେରା କାର୍ଯ୍ୟକ୍ରମ ଶୁଭାରମ୍ଭ କରିଥିଲେ । ସେ କହିଥିଲେ ଯେ ଜଳବାୟୁ ପରିବର୍ତ୍ତନ ଜନିତ ଆହ୍ୱାନ ସମ୍ପ୍ରତି ପୃଥିବୀର ଅସ୍ତିତ୍ୱ ଓ ଭବିଷ୍ୟତକୁ ନେଇ ଏକ ସଂକଟମୟ ଦୋଛକିରେ ଠିଆ […]
କେନ୍ଦ୍ରାପଡା ୧୫/୭ – କେନ୍ଦ୍ରାପଡ଼ା ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ପିତାମ୍ବର ସାମଲଙ୍କୁ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ ସମବାୟ, ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭାବେ ନିଯୁକ୍ତ କରାଯାଇଛି । ଏହା ପୂର୍ବରୁ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସାମଲଙ୍କୁ ପଦୋନ୍ନତି ମିଳିଛି । ଓଡ଼ିଶା ଲୋକସେବା ଆୟୋଗର ସୁପାରିଶ କ୍ରମେ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ଚିଠି ନମ୍ବର […]
ପଟ୍ଟାମୁଣ୍ଡାଇର ବିଭିନ୍ନ ସ୍ଥାନରେ ପବିତ୍ର ବାହୁଡାଯାତ୍ରା ପଟ୍ଟାମୁଣ୍ଡାଇ ଅଂଚଳର ବିଭିନ୍ନ ସ୍ଥାନରେ ପବିତ୍ର ବାହୁଡାଯାତ୍ରା ବିପୁଳ ଆନନ୍ଦ ଉଲ୍ଲାସ ମଧ୍ୟରେ ଶାନ୍ତିପୂର୍ଣ୍ଣ ଭାବେ ସୋମବାର ସମ୍ପନ୍ନ ହୋଇଛି । ମାଉସୀ ମା’ ମନ୍ଦିରରେ ୯ଦିନ ରହଣିପରେ ପ୍ରଭୁ ଜଗନ୍ନାଥ ବଡ଼ଭାଇ ବଳଭଦ୍ର, ଭଉଣୀ ସୁଭଦ୍ରା ଓ ସୁଦଶନଙ୍କୁ ସାଙ୍ଗରେ ଧରି ଜନ୍ମବେଦି ରୁ ରତ୍ନବେଦିକୁ ଫେରିଛନ୍ତି । ମନ୍ଦିରର ସେବାୟତମାନେ ଶ୍ରୀଜୀଉଙ୍କୁ ପୂଜାର୍ଚ୍ଚନା କରି ପାଛୋଟି ଆଣିଛନ୍ତି । ପଟ୍ଟାମୁଣ୍ଡାଇ […]
ପୁରୀ, ୧୪ା୭: ପୂର୍ବ ନିର୍ଦ୍ଧାରିତ ସମୟ ଅନୁସାରେ ରବିବାର ଦିନ ୧ଟା ୨୮ରେ ମହାପ୍ରଭୁଙ୍କ ରତ୍ନଭଣ୍ଡାର ଖୋଲାଯାଇଛି । ରତ୍ନଭଣ୍ଡାର ଖୋଲିବା ପାଇଁ ଗଠନ କରାଯାଇଥିବା ସ୍ୱତନ୍ତ୍ର ଟିମ୍ ପ୍ରଥମେ ବାହାର ରତ୍ନଭଣ୍ଡାର ଖୋଲିଛନ୍ତି । ପ୍ରଥମେ ବାହାର ରତ୍ନଭଣ୍ଡାର ଖୋଲିବା ପରେ ଅଳଙ୍କାର ସ୍ଥାନାନ୍ତରିତ କରାଯାଇଛି । ଏହାକୁ ଅସ୍ଥାୟୀ ଷ୍ଟ୍ରଙ୍ଗରୁମ୍କୁ ସ୍ଥାନାନ୍ତରିତ କରାଯାଇଛି । ବାହାର ରତ୍ନଭଣ୍ଡାର ଖୋଲିବାର ପ୍ରାୟ ୨ ଘ ଭିତର ରତ୍ନଭଣ୍ଡାର ତାଲା […]
କେନ୍ଦ୍ରାପଡ଼ା, ୧୪ା୭: କେନ୍ଦ୍ରାପଡା ସଦର ଥାନା ଅନ୍ତର୍ଗତ ଓସ୍ତପୁର ଗ୍ରାମର ପ୍ରିୟଦର୍ଶନ ସ୍ୱାଇଁଙ୍କ ଘରୁ ଗତକାଲି ବିଳମ୍ବିତ ରାତିରେ କେହିନଥିବାର ସୁଯୋଗ ନେଇ ଗ୍ରୀଲ ଭାଙ୍ଗି ଘର ଭିତରେ ଚୋର ପସିବା ସହିତ ଆଲମିରା ଭାଙ୍ଗି ଲକ୍ଷାଧିକ ଟଙ୍କାର ସୁନାଗହଣା କେହି ଲୁଟ କରିନେଇଥିବା ସଦର ଥାନାରେ ଅଭିଯୋଗ ହୋଇଛି । ପ୍ରିୟଦର୍ଶନ ଥାନାରେ କରିଥିବା ଅଭିଯୋଗ ଅନୁଯାୟୀ ସେ ପରିବାର ସହ କଟକ ଯାଇଥିବା ବେଳେ ଗତକାଲି ଅପରାହ୍ନ […]
କେନ୍ଦ୍ରାପଡ଼ା, ୧୪ା୭: କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟର ଆଲୁମିନି ବୈଠକ ସଭାପତି ପ୍ରାଧ୍ୟାପକ ନନ୍ଦ କିଶୋର ପରିଡାଙ୍କ ଅଧ୍ୟକ୍ଷତାରେ କଲେଜ ମିନି କନଫରେନ୍ସ ହଲରେ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ମହାବିଦ୍ୟାଳୟରୁ ଏସି ଚୋରି ଘଟଣାର ଉପଯୁକ୍ତ ତଦନ୍ତ ପୂର୍ବକ ପ୍ରକୃତ ଅଭିଯୁକ୍ତଙ୍କୁ ଦଣ୍ଡିତ କରାଯିବା ପାଇଁ ତଦନ୍ତକାରୀ ସଂସ୍ଥା ନିକଟରେ ଦାବି କରାଯାଇଛି । ଆସନ୍ତା ଅଗଷ୍ଟମାସ ୨୫ତାରିଖରେ ଅନୁଷ୍ଠିତ ହେବାକୁ ଥିବା ବୈଠକରେ କେନ୍ଦ୍ରାପଡା ଜିଲ୍ଲାର ସମସ୍ତ […]
କେନ୍ଦ୍ରାପଡା, ୧୪/୭: କେନ୍ଦ୍ରାପଡା ଜିଲ୍ଲା ପୂର୍ବତନ ସୈନିକ ସଂଘର ୨୮ତମ ସାଧାରଣ ବାର୍ଷିକ ଅଧିବେଶନ ଗରାପୁରସ୍ଥିତ ଶ୍ରୀଶ୍ରୀ ଶିବାନନ୍ଦ ଆଶ୍ରମରେ ଅନୁଷ୍ଠିତ ହୋଇଯାଇଛି । ଏହି ଅଧିବେଶନରେ ଅଧ୍ୟକ୍ଷ କ୍ୟାପଟେନ ସୁରେନ୍ଦ୍ର କୁମାର ସାହୁ, ସାଧାରଣ ସମ୍ପାଦକ ସୁବେଦାର ମେଜର ବୀରବର ପାତ୍ର, ପୂର୍ବତନ ଅଧ୍ୟକ୍ଷ କୈଳାଶ ଚନ୍ଦ୍ର ରାଉତ, ପୂର୍ବତନ ସାଧାରଣ ସମ୍ପାଦକ ପବିତ୍ର ମୋହନ କାନୁନଗୋ, ପୂର୍ବତନ ଅଧ୍ୟକ୍ଷ ଏବଂ ସାଧାରଣ ସମ୍ପାଦକ ମହେଶ୍ୱର କର ତଥା […]
କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇରେ ସରକାରୀ ଶିକ୍ଷକ, ଅଧ୍ୟାପକମାନେ ସରକାରୀ ନିୟମର ଖୋଲା ଉଲ୍ଲଂଘନ କରି ବେସରକାରୀ ଟ୍ୟୁସନ୍ ଓ କୋଚିଂ ସେଂଟରରେ ଶିକ୍ଷାଦାନ କରୁଛନ୍ତି । ଯାହାକୁ ନେଇ ବିଭିନ୍ନ ସ୍ଥାନରେ ଟ୍ୟୁସନ୍, ଶତାଧିକ କୋଚିଂ ସେଂଟର ଓ ଟ୍ୟୁଟୋରିଆଲ ଆଦି ଅବାଧରେ ଚାଲିଛି । ଏହାଦ୍ୱାରା ସରକାରୀ ଶିକ୍ଷାନୁଷ୍ଠାନଗୁଡ଼ିକରେ ଗୁଣାତ୍ମକ ଶିକ୍ଷାଦାନ ବାଧାପ୍ରାପ୍ତ ହେଉଛି । ଏହାକୁ ନେଇ ଅଭିଭାବକମହଲରେ ଅସନ୍ତୋଷ ପ୍ରକାଶ ପାଇଛି । ଅଭିଭାବକ ତଥା […]
କେନ୍ଦ୍ରାପଡା ଜିଲାର ବିଣିଜ୍ୟକ ପେଣ୍ଠସ୍ଥଳି ପଟ୍ଟାମୁଣ୍ଡାଇରେ ସ୍ୱଚ୍ଛ ପରିମଳ ବ୍ୟବସ୍ଥା ନେଇ ପୌରପରିଷଦ ପକ୍ଷରୁ ଦୀର୍ଘସୁତ୍ରୀ କାର୍ଯ୍ୟକ୍ରମ ହାତକୁ ନିଆଯାଉଛି । ସଚେତନତା କ୍ୟାମ୍ପ ଠାରୁ ଆରମ୍ଭ କରି ଘରେ ଘରେ ବର୍ଜ୍ୟବସ୍ତୁ ପରିଚାଳନା ନେଇ ତାଲିମ ମଧ୍ୟ ଦିଆଯାଉଛି । ହେଲେ ତାହା ଅଧିକାଂଶରେ ବିଫଳ ହେଉଥିବାର ଦେଖିବାକୁ ମିଳିଛି । ସେଥିମଧ୍ୟରୁ ଗୋଟିଏ ହେଉଛି ଇ-ଟଏଲେଟ । କୋଟିକୋଟି ଟଙ୍କା ବ୍ୟୟରେ ନିର୍ମାଣ ହେଉଥିବା ଏହି ଟଏଲେଟ […]
କେନ୍ଦ୍ରାପଡ଼ା, ୧୩ା୭: ଜିଲ୍ଲାରେ ମେଡିକାଲ କଲେଜ ପ୍ରତିଷ୍ଠା ଦାବିରେ ଦୀର୍ଘ ତିନି ବର୍ଷ ଧରି କ୍ରିୟାନୁଷ୍ଠାନ କମିଟି ନେତୃତ୍ୱରେ ଧାରାବାହିକ ଭାବରେ ଚାଲିଥିବା ଆନ୍ଦୋଳନକୁ ପୂର୍ବତନ ସରକାର ଉପେକ୍ଷା କରି ଚାଲିଥିଲା ବେଳେ ଏବେ ସରକାର ପରିବର୍ତ୍ତନ ହେବା ପରେ ଜିଲ୍ଲାବାସୀଙ୍କର ଏହି ଦାବି ପୁରଣ ହେବାର ଆଶା ପୋଷଣ କରିଛି । ଏହି ଉଦ୍ଦେଶ୍ୟରେ ପବ୍ଲିକ୍ ରିଡିଂ ରୁମ୍ ପରିସରରେ କମିଟିର ସଭାପତି ଅଧ୍ୟାପକ ଅଜୟ ସାମଲଙ୍କ ପରିଚାଳନାରେ […]
କେନ୍ଦ୍ରାପଡା, ୧୩/୭: କେନ୍ଦ୍ରାପଡାର ଆରାଧ୍ୟ ଦେବତା ଶ୍ରୀ ଶ୍ରୀ ସିଦ୍ଧ ବଳଦେବଜୀଉଙ୍କ ଗୁଣ୍ଡିଚା ମନ୍ଦିର ପ୍ରାଙ୍ଗଣରେ ଜିଲ୍ଲାର ଅଗ୍ରଣୀ ସାଂସ୍କୃତିକ ସଂଗଠନ “ବାଗ୍ଦେବୀ କଳା ମନ୍ଦିର” ଆନୁକୂଲ୍ୟରେ ଜିଲ୍ଲାସ୍ତରୀୟ ସଙ୍ଗୀତ ଓ ନୃତ୍ୟ ମହୋତ୍ସବ ଉଦ୍ଯାପିତ ହୋଇଯାଇଛି । ଅନୁଷ୍ଠାନର ସଂଯୋଜକ ସଙ୍ଗୀତ ନିର୍ଦ୍ଦେଶକ ସତ୍ୟପ୍ରିୟ ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସାଂସ୍କୃତିକ ସନ୍ଧ୍ୟାରେ କେନ୍ଦ୍ରାପଡାର ଅତିରିକ୍ତ ଜିଲ୍ଲାପାଳ ନିଲୁ ମହାପାତ୍ର ମୁଖ୍ୟ ଅତିଥି ଭାବେ ଯୋଗଦାନ କରି ଓଡିଶାର ସଂସ୍କୃତି […]
କେନ୍ଦ୍ରାପଡା, ୧୨/୭: ଜଳବାୟୁ ପରିବର୍ତ୍ତନ ଜନିତ ଆହ୍ୱାନ ସମ୍ପ୍ରତି ପୃଥିବୀର ଅସ୍ତିତ୍ୱ ଓ ଭବିଷ୍ୟତକୁ ନେଇ ଏକ ସଂକଟମୟ ଦୋଛକିରେ ଠିଆ କରାଇ ଦେଇଛି । ସାରାବିଶ୍ୱ ଏବେ ଆଶଙ୍କାଗ୍ରସ୍ତ । ସବୁଜିମା ହିଁ ଏହାର ଏକମାତ୍ର ସମାଧାନର ମାର୍ଗ । ଏ ଦିଗରେ ଏକ ଅଭିନବ ସଚେତନତା ସୃଷ୍ଟି ନିମନ୍ତେ ‘ପୁନର୍ବାସ’ ପକ୍ଷରୁ ସମାଜର ବିଭିନ୍ନ ବର୍ଗର ପ୍ରତିନିଧି ଯେପରି ଡାକ୍ତର, ଶିକ୍ଷକ ଓ ଅନ୍ୟ ପ୍ରତିନିଧିମାନଙ୍କୁ ଉତ୍କୃଷ୍ଟ […]
ଡେରାବିଶ – ୧୨/୭ – ଖାଦ୍ୟ ସୁରକ୍ଷା ଯୋଜନାରେ ସମସ୍ତ ଗରିବ ହିତାଧିକାରୀଙ୍କୁ ରାସନ ମିଳିବା ନେଇ ରାଜ୍ୟ ଓ କେନ୍ଦ୍ର ସରକାର ଯୋଗ୍ୟ ହିତାଧିକାରୀଙ୍କୁ ରାସନ କାର୍ଡ øପ୍ରଦାନ କରିଛନ୍ତି । ଏଥରସହିତ ଭୁମିହୀନ, ଅସହାର, ବେରୋଜଗାର ଓ ଭିନ୍ନକ୍ଷମ ବ୍ୟକ୍ତିଙ୍କୁ ପ୍ରତ୍ୟେକ ମାସରେ ଅନ୍ତୋଦୟ ଯୋଜନା ମାଧ୍ୟମରେ ୩୫ କେଜି ଚାଉଳ ଦେବା ପାଇଁ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ଯୋଜନା ପ୍ରସ୍ତୁତ କରିଛନ୍ତି । […]
ପଟ୍ଟାମୁଣ୍ଡାଇ ତା ୧୨/୭-ପଟ୍ଟାମୁଣ୍ଡାଇ ବ୍ଲକ ଜରିଆ ବଳଦେବ ସରକାରୀ ଉଚ୍ଚ ବିଦ୍ୟାଳୟ ଓ ସିଦ୍ଧ ପରମହଂସ ନୋଡାଲ ଉପ୍ରା ସ୍କୁଲ କ୍ଲଷ୍ଟର ପକ୍ଷରୁ ଏକ ବିଦାୟକାଳୀନ ସମ୍ବର୍ଦ୍ଧନା ସଭା ନୃସିଂହଜୀଉ ନୋଡାଲ ଉପ୍ରା ସ୍କୁଲ ଠାରେ ଅନୁଷ୍ଠିତ ହୋଇଯାଇଛି । ପ୍ରାଥମିକ ଶିକ୍ଷକ ସଂଘ ସଭାପତି ଅରକ୍ଷିତ ସାହୁଙ୍କ ପୌରହିତ୍ୟରେ ଆୟୋଜିତ ସଭାରେ ପ୍ରାକ୍ତନ ବି ଇ ଓ ନରହରି ସୂତାର ମୁଖ୍ୟଅତିଥି, ପ୍ରାକ୍ତନ ସ୍କୁଲ ଏସ ଆଇ ବିଜୟ […]
କେନ୍ଦ୍ରାପଡା,୧୨ା୭: କେନ୍ଦ୍ରାପଡ଼ା କେନ୍ଦ୍ରୀୟ ବିଦ୍ୟାଳୟର ତୃତୀୟ ଶ୍ରେଣୀ ଛାତ୍ର ବିକାଶ ରଞ୍ଜନ ସାହୁ ବିଦ୍ୟାଳୟ ପରିସରରେ ୧୨୦ ଟି ବୃକ୍ଷର ଚାରା ଲଗାଇ ବିଶ୍ୱତାପ ନିୟନ୍ତ୍ରଣର ବାର୍ତ୍ତା ଦେଇଛନ୍ତି । ନିଜର ଜନ୍ମଦିନକୁ ପରିବେଶର ସୁରକ୍ଷା ପାଇଁତ୍ତସେ ଉତ୍ସର୍ଗ କରିଛନ୍ତି । ଏହି ଅବସରରେ ସେ କହିଛନ୍ତି ଯେ ପୃଥିବୀ ପୃଷ୍ଠରୁ ବ୍ୟାପକ ବୃକ୍ଷ କାଟି ନଷ୍ଟ କରାଯାଉଥିବାରୁ ବିଶ୍ୱ ତାପନ ପରିସ୍ଥିତି ସୃଷ୍ଟି ହେଉଛି । ଫଳରେ ଜଳବାୟୁରେ […]
କେନ୍ଦ୍ରାପଡ଼ା, ୧୨ା୭: କୁଶିଆପାଳସ୍ଥିତ ସରକାରୀ ସିନିଅର ବେସିକ ଉନ୍ନିତ ହାଇସ୍କୁୁଲରେ ବ୍ଲକ ସ୍ତରୀୟ ପ୍ରେରଣା ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ଉପଲକ୍ଷେ ବ୍ଲକ ଶିକ୍ଷା ଅଧିକାରୀ ଶ୍ରୀକାନ୍ତ କୁମାର ବେହେରାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ବ୍ଲକ ସ୍ତରୀୟ ପ୍ରେରଣା ମହୋତ୍ସବରେ ପ୍ରଧାନ ଶିକ୍ଷୟିତ୍ରୀ ଶୁଭାଲିନ ଜେନା ସମସ୍ତ ଶିକ୍ଷକ/ଶିକ୍ଷୟିତ୍ରୀ ଓ ଛାତ୍ରଛାତ୍ରୀମାନଙ୍କୁ ସ୍ୱାଗତ କରିଥିଲେ । ଏଥିରେ ସମ୍ମାନୀତ ଅତିଥି ଭାବେ ନୋଡାଲ ପ୍ରଧାନ ଶିକ୍ଷୟିତ୍ରୀ ଡ. କାନନବାଳା ନାୟକ […]
କେନ୍ଦ୍ରାପଡ଼ା, ୧୨ା୭: କେନ୍ଦ୍ରାପଡା ମହାବିଦ୍ୟାଳୟରୁ ଏସି ଚୋରି ଘଟଣାର ମାଷ୍ଟରମାଇଣ୍ଡ ଗିରଫ ଓ ଘଟଣାର ତଦନ୍ତ କ୍ରାଇମବ୍ରାଞ୍ଚ ଦ୍ୱାରା କରାଯିବା ଦାବିରେ ଟାଉନ ଥାନା ସମ୍ମୁଖରେ ବିଗତ ୫ଦିନ ଧରି ଧାରଣାରତ ମହାବିଦ୍ୟାଳୟର ପୁରାତନ ଛାତ୍ରମାନେ ଆଜି ଅପରାହ୍ନରେ ଦାବି ପୁରଣର ପ୍ରତିଶୃତି ପାଇବା ପରେ ଧାରଣାକୁ ବର୍ତ୍ତମାନ ପାଇଁ ସ୍ଥଗିତ ରଖାଯିବା ଘୋଷଣା କରିଛନ୍ତି । ଆଜି ଆରକ୍ଷୀ ଅଧିକ୍ଷକ ସିଦ୍ଧାର୍ଥ କଟ୍ଟାରିଆଙ୍କ ନିର୍ଦେଶରେ ପୋଲିସ ମୁଖ୍ୟାଳୟର ଡିଏସପି […]
କେନ୍ଦ୍ରାପଡ଼ା, ୧୧ା୭: ନାବାର୍ଡ ଏସ.ଏଫ୍.ଏସି ଏବଂ ଓ ଏନ ଡିସିର ମିଳିତ ଆନୁକୁଲ୍ୟରେ କଟକ ବାଲିଯାତ୍ରା ପଡ଼ିଆରେ କୃଷକ ଉତ୍ପାଦକ ସଂଗଠନ ମାନଙ୍କୁ ନେଇ ତରଙ୍ଗ ମେଳା -୨ ଅନୁଷ୍ଠିତ ହୋଇଯାଇଛି । ଜୁଲାଇ ୪ରୁ ଜୁଲାଇ ୬ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଚାଷୀମାନଙ୍କର ଉତ୍ପାଦ ପ୍ରଦର୍ଶନୀ ତଥା ବିକ୍ରିବଟା ଉପରେ ଗୁରୁତ୍ୱ ଦିଆଯାଇଥିଲା । ଓଡ଼ିଶା ଓ ପଶ୍ଚିମବଙ୍ଗ ରାଜ୍ୟରୁ ୪୦ଟି କୃଷକ ଉତ୍ପାଦକ ସଂଘର […]
କେନ୍ଦ୍ରାପଡ଼ା, ୧୧ା୭: ନ୍ୟାସନାଲ ସ୍ପୋର୍ଟ୍ସ ଫେଡେରେସନ ପକ୍ଷରୁ ମଧ୍ୟପ୍ରଦେଶ ରାଜ୍ୟର ଉଜୈନଠାରେ ଆୟୋଜିତ ସର୍ବ ଭାରତୀୟ ସିନିୟର ପାୱ।ର ଲିଫ୍ଟିଂ ଚମ୍ପିଅନସିପ୍ ପ୍ରତିଯୋଗିତାରେ କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଭରତପୁର ପଞ୍ଚାୟତର ଜଗନ୍ନାଥପୁର ଗ୍ରାମ ନିବାସୀ ନୃସିଂହ ଚରଣ ସ୍ୱାଇଁ ଓ କମଳା ସ୍ୱାଇଁଙ୍କ ନାତି ତଥା ଶିକ୍ଷକ ନିର୍ମଳ କୁମାର ସ୍ୱାଇଁଙ୍କ ୨୧ବର୍ଷୀୟ ପୁତ୍ର ରୋନିତ ରୋଶନ ସ୍ୱାଇଁ ଅଂଶଗ୍ରହଣ କରି ରୌପ୍ୟ ପଦକ ହାସଲ କରିଛନ୍ତି । ପୂର୍ବରୁ […]
