କେନ୍ଦ୍ରାପଡା ୧୪/୪ – ପୁର୍ବତନ ସୈନିକ ସଂଘ ପରିବାର ତରଫରୁ ପଣା ସଂକ୍ରାନ୍ତି ଉପଲକ୍ଷେ ସକାଳ ୮ ଘଟିକା ସମୟରେ ତିନିମୁହାଣୀ ଛକ ସ୍ଥିତ ଅମର ଯବାନ ସ୍ତମ୍ଭ ପରିସରରେ ଜଳଛତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ସଂଘର ସଭାପତି କ୍ୟାପଟେନ ସୁରେନ୍ଦ୍ର କୁମାର ସାହୁଙ୍କ ତତ୍ୱାବଧାନ ରେ କାର୍ଯ୍ୟ କ୍ରମକୁ ଶୁଭାରମ୍ଭ କରାଯାଇଥିଲା । ଏଥିରେ ସଂମ୍ପାଦକ ସୁବେଦାର ମେଜର ବୀରବର ପାତ୍ର, କ୍ୟାପଟେନ ଅଭୟ କୁମାର […]

କେନ୍ଦ୍ରାପଡା ୧୪/୪- ଆଜି କେନ୍ଦ୍ରାପଡା ଡକ୍ଟର ଆମ୍ବେକରଙ୍କ ବିଚାର ମଂଚ ତରଫରୁ ସମ୍ବିଧାନର ମୁଖ୍ୟ ସ୍ଥପତି ଡକ୍ଟର ଭୀମରାଓ ବାବା ସାହେବ୍ ଆମ୍ବେଦକରଙ୍କ ୧୩୪ ତମ ଜୟନ୍ତୀ ପୁରୁଣା ବସଷ୍ଟାଣ୍ଡ ସ୍ଥିତ ବାବା ସାହେବ ଙ୍କ ପ୍ରତି ମୂର୍ତ୍ତର୍ି ସ୍ଥଳରେ ଅନୁଷ୍ଠିତ ହେଇ ଯାଇଛି । ବିଚାର ମଞ୍ଚର ଅଧ୍ୟକ୍ଷ ପ୍ରଫେସର ନନ୍ଦକିଶୋର ପରିଡ଼ାଙ୍କ ପୌରହିତରେ ଆୟୋଜିତ ଏହି ଜୟନ୍ତୀ ଉତ୍ସବରେ ବକ୍ତା ମାନେ ଡକ୍ଟର ଆମ୍ବେଦକରଙ୍କୁ ଭାରତୀୟ ସମ୍ବିଧାନର […]

କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ଅଂଚଳରେ ଓଡ଼ିଆ ନୂଆ ବର୍ଷ ଓ ମହାବିଷୁବ ସଂକ୍ରାନ୍ତି ସମାରୋହରେ ପାଳିତ ହୋଇଯାଇଛି । ଉତିକଣ ଅଂଚଳର ପ୍ରସିଦ୍ଧ ଶୈବପୀଠ ପ୍ରଭୁ ଚନ୍ଦ୍ରମଉଳି, ପଟ୍ଟାମୁଣ୍ଡାଇ ଶ୍ରୀରାମମନ୍ଦିର ପୋଖରୀଆପଡା ହରପାର୍ବତୀ ମନ୍ଦିର, ପତିତପାବନ ମନ୍ଦିର, ବେଲତଳ ଭୋଳିବାବା ମଠ, ପଟ୍ଟାମୁଣ୍ଡାଇ ରାଧାରମଣ ମଠ, କଷଣଅଂଟା ଲକ୍ଷେଶ୍ୱର ମହାଦେବ ମନ୍ଦିର ଆଦି ବିଭିନ୍ନ ଦେବାଦେବୀ ମନ୍ଦିରରେ ପ୍ରତ୍ୟୁଷରୁ ଠାକୁରଙ୍କୁ ପୂଜା ର୍ଚନା କରାଯାଇଥିଲା । ପ୍ରତ୍ୟେକ ଦେବାଦେବୀ ମନ୍ଦିରରେ […]

କେନ୍ଦ୍ରାପଡା  ଜିଲ୍ଲା ସଦର ମହକୁମାରେ ଜିଲ୍ଲା ପ୍ରଶାସନ ଆନୁକୂଲ୍ୟରେ ଭାରତୀୟ ସମ୍ବିଧାନର ମୁଖ୍ୟ ବିନ୍ଧାଣୀ ଡ଼ଃ ଭି. ଆର୍‌. ଆମ୍ବେଦକରଙ୍କ ୧୩୩ତମ ଜୟନ୍ତୀ ପାଳିତ ହୋଇଯାଇଛି। ଏହି ଉପଲକ୍ଷେ ଜିଲ୍ଲା କାର୍ଯ୍ୟାଳୟର ସଦ୍‌ଭାବନା ସଭାଗୃହରେ ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ନୀଲୁ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଜିଲ୍ଲାପାଳ ସୂର୍ଯ୍ୟବଂଶୀ ମୟୂର ବିକାଶ ଯୋଗଦେଇ ଦେଶ ପାଇଁ ଡ଼ଃ ଆମ୍ବେଦକରଙ୍କ ଅବଦାନ ଅତୁଳନୀୟ ବୋଲି କହିଥିଲେ। ନିଜର […]

କେନ୍ଦ୍ରାପଡ଼ା ତା ୧୪/୪-ନବୀନ ଓଡିଶା ଅଧ୍ୟକ୍ଷ ଭି କାର୍ତ୍ତିକେୟନ ପାଣ୍ଡିଆନଙ୍କୁ ଭେଟିଛି ବିଜେଡି ସଂଖ୍ୟାଲଘୁ ସେଲ । ଆଗାମୀ ସାଧାରଣ ନିର୍ବାଚନ ଦୃଷ୍ଟିରୁ କେନ୍ଦ୍ରାପଡ଼ା ବିଜେଡି ସଂଖ୍ୟାଲଘୁ ସେଲର ପାଣ୍ଡିଆନଙ୍କୁ ଭେଟଘାଟ ସ୍ୱତନ୍ତ୍ର ଗୁରୁତ୍ୱ ବହନ କରିଛି । ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ କର୍ମଭୂମି କେନ୍ଦ୍ରାପଡ଼ାରେ ସଂଖ୍ୟାଲଘୁ ଭୋଟ ଉଭୟ ବିଧାନସଭା ଓ ଲୋକ ସଭା ନିର୍ବାଚନରେ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରୁଥିବାରୁ ସଂଖ୍ୟାଲଘୁ ସେଲର ପାଣ୍ଡିଆନଙ୍କୁ ଭେଟି […]

କେନ୍ଦ୍ରାପଡ଼ା ୧୩/୪ -ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ସଂସାରଫଳ ପଂଚାୟତ ସଂସାରଫଳ ଗ୍ରାମରେ ନୂତନ ପଞ୍ଚମୁଖୀ ହନୁମାନ ମନ୍ଦିର ଓ ବିଗ୍ରହ ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ ହୋଇଯାଇଛି I ପବିତ୍ର ଶ୍ରୀରାମ ନବମୀ ମହୋତ୍ସବ ଅବସରରେ ଆଧ୍ୟାତ୍ମିକ ଭାବଧାରା ମଧ୍ୟରେ ପଣ୍ଡିତ ସୁନୀଲ କୁମାର ନନ୍ଦଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ପଣ୍ଡିତ ଚନ୍ଦ୍ରଶେଖର ଶତପଥୀ, ପଣ୍ଡିତ ଶିଶିର ଦାଶ, ପଣ୍ଡିତ ସୁଧାଂଶୁ ତ୍ରିପାଠୀ, ପଣ୍ଡିତ ନିରଞ୍ଜନ ତ୍ରିପାଠୀ ପ୍ରମୁଖ ବହୁ ପଣ୍ଡିତମଣ୍ଡଳୀ ଙ୍କ […]

କେନ୍ଦ୍ରାପଡ଼ା ୧୩/୪ -ଆଗାମୀ ସାଧାରଣ ନିର୍ବାଚନ ପାଇଁ ଶାସକ ବିଜେଡି ପକ୍ଷରୁ ଦଳର ସାଙ୍ଗଠନିକ କାର୍ଯ୍ୟକ୍ରମକୁ ଜୋରଦାର କରାଯାଇଛି । ବିଜେଡି ସୁପ୍ରିମୋ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକଙ୍କ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା ଓ ଆଞ୍ଚଳିକ ବିକାଶର ବାର୍ତା ଘରେ ଘରେ ପହଞ୍ଚାଇ ସାଧାରଣ ନିର୍ବାଚନ ରେ ବିଜେଡିର ବିପୁଳ ବିଜୟକୁ ନିଶ୍ଚିତ କରିବା ପାଇଁ ଜୋରଦାର ପ୍ରସ୍ତୁତି ଆରମ୍ଭ ହୋଇଛି । ଏଇ ପରିପ୍ରେକ୍ଷୀରେ ରାଜନଗର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ […]

କେନ୍ଦ୍ରାପଡ଼ା, ୧୩ା୪: କେନ୍ଦ୍ରାପଡା ଜିଲ୍ଲାର ରାଜକନିକା ବ୍ଲକ ଅଧିନ ଗଞ୍ଜା-ସାତଘରିଆ ବଗିବନ୍ଧ ରାସ୍ତା ଅତ୍ୟନ୍ତ ଶୋଚନୀୟ ହୋଇପଡିଥିବା ବେଳେ ସେହି ରାସ୍ତାରେ ଯାତାୟତ କରିବାରେ ଅଞ୍ଚଳବାସୀ ବହୁ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ବ୍ଲକ ସଦର ମହକୁମା ରାଜକନିକାକୁ ଯିବା ପାଇଁ ଲୋକମାନେ ଏହି ରାସ୍ତାକୁ ଦୈନିକ ବ୍ୟବହାର କରିଥାନ୍ତି । କିନ୍ତୁ ରାସ୍ତା ସାରା ଗାଢ ହୋଇଯାଇଥିବା ବେଳେ ସାମାନ୍ୟ ବର୍ଷାରେ ସେହି ରାସ୍ତାରେ ଯିବା ଅତ୍ୟନ୍ତ ଅସମ୍ଭବ […]

କେନ୍ଦ୍ରାପଡ଼ା, ୧୩ା୪: ଓଡିଶା ରାଜ୍ୟ ଦେବୋତ୍ତର କମିଶନର ଲଲାଟେନ୍ଦୁ ଜେନା ଏକ ଦିନିକିଆ କେନ୍ଦ୍ରାପଡା ଗସ୍ତରେ ଆସି ତୁଳସୀକ୍ଷେତ୍ରର ଆରାଧ୍ୟ ପ୍ରଭୁ ଶ୍ରୀବଳଦେବଜୀଉଙ୍କ ମନ୍ଦିର ପରିଦର୍ଶର୍ନ କରିବା ସହ ଶ୍ରୀଜୀଉଙ୍କୁ ଦର୍ଶନ କରିଛନ୍ତି । କମିଶନର ଶ୍ରୀ ଜେନା ମନ୍ଦିର ବେଢା ପରିକ୍ରମା କରିବା ସହ ଦେବୋତ୍ତର କାର୍ଯ୍ୟାଳୟରେ ପହଞ୍ଚି ଶ୍ରୀଜୀଉଙ୍କ ମନ୍ଦିରର ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର ସମୀକ୍ଷା କରିଥିଲେ । ଏଥିସହିତ ସେବାୟତଙ୍କ ପାଇଁ ଉଦ୍ଦିଷ୍ଟ ବୀମା […]

କେନ୍ଦ୍ରାପଡ଼ା, ୧୩ା୪: କେନ୍ଦ୍ରାପଡା ବିଜୁ ପରିବାର ପକ୍ଷରୁ କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଶ୍ୟାମସୁନ୍ଦରପୁର ଗ୍ରାମପଞ୍ଚାୟତ କଲୟାଣ ମଣ୍ଡପରେ ସାମାଜିକ ଗଣମାଧ୍ୟମର ପ୍ରତିନିଧିମାନଙ୍କୁ ନେଇ ଏକ ବନ୍ଧୁମିଳନ କାର୍ଯ୍ୟକ୍ରମ ଆଜି ଜିଲ୍ଲା ବିଜୁଛାତ୍ର ଜନତାଦଳର ସଭାପତି ପ୍ରଦୀପ କୁମାର ସାହୁଙ୍କ ନେତୃତ୍ୱରେ ଅନୁଷ୍ଠିତ ହୋଇଯାଇଛି । ରାଜ୍ୟ ବିଜେଡି ଯୁଗ୍ମ ସମ୍ପାଦକ ରାଜେଶ ପଣ୍ଡାଙ୍କ ପୈାରହିତ୍ୟରେ ଅନୁଷ୍ଠିତ ଏହି ବୈଠକରେ କେନ୍ଦ୍ରାପଡା ଲୋକସଭା ସଂସଦ ପ୍ରାର୍ଥୀ ଅଂଶୁମାନ ମହାନ୍ତି ଯୋଗଦେଇ ଆଗାମୀ […]

ଆମ ଦେଶରେ ପ୍ରତି ପାଞ୍ଚବର୍ଷରେ ଥରେ ଆସେ ନିର୍ବାଚନ ଋତୁ   । ଏହି ଋତୁ ପ୍ରକୃତିର ଛଅ ଋତୁ ଭଳି ନୁହେଁ କି ଏ ଋତୁରେ ବଦଳେନି ଜଳବାୟୁ କି ପାଣିପାଗ  । କେବଳ ସରଗରମ ହୋଇ ଉଠେ ରାଜନୈତିକ ପାଣିପାଗ ଓ ବଦଳିଯାଏ ନେତାଙ୍କ ଚିତ୍ର ଓ ଚରିତ୍ର । ନାଭମଣ୍ଡଳରେ ତୈଳ ଲେପନ କରି ଶୋଇଥିବା କିଛି ନେତା ହଠାତ୍ ଚିହିକି ଉଠନ୍ତି ଓ ଭୋଟର ମାନଙ୍କୁ […]

ପଟ୍ଟାମୁଣ୍ଡାଇ – ତୃଣ ମୂଳ ସ୍ତରରେ ସଂଗଠନକୁ ମଜବୁତ କରି ଆଗାମୀ ସାଧାରଣ ନିର୍ବାଚନରେ ବିଜେଡି ବିଜେପି ଦଳକୁ କଡା ମୁକାବିଲା କରିବା ପାଇଁ ରେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଲକ ଓ ନଗର କଂଗ୍ରେସ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି । ବରିଷ୍ଠ କଂଗ୍ରେସ ନେତା ଧନେଶ୍ୱର ଦାସଙ୍କ ପୌରହିତ୍ୟରେ ଆୟୋଜିତ ବୈଠକରେ ଜିଲ୍ଲା କଂଗ୍ରେସ ଉପସଭାପତି ପ୍ରଫୁଲ୍ଲ ଦାସ, ବରିଷ୍ଠ କଂଗ୍ରେସ ନେତା ରମାକାନ୍ତ ଦାଶ,ଜିଲ୍ଲା ପଛୁଆବର୍ଗ ଅଧକ୍ଷ […]

କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ଲୋକନାଥପୁର ପ୍ରକଳ୍ପ ଉଚ୍ଚପ୍ରାଥମିକ ବିଦ୍ୟାଳୟର ବାର୍ଷିକ ପୁରସ୍କାର ବିତରଣୀ ଓ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ପ୍ରଧାନଶିକ୍ଷକ ଶୁଭାପ୍ସଶୁ କୁମାର ଦାସଙ୍କ ପୌରହିତ୍ୟରେ ମା’ ଛୁଆଳିଆ କଲ୍ୟାଣ ମଣ୍ଡପରେ ଆୟୋଜିତ ମନୋଜ୍ଞ ଉତ୍ସବରେ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ପ୍ରଭାସ ଦାସ ମୁଖ୍ୟଅତିଥି ଭାବେ ପ୍ରଦୀପ ପ୍ରଜ୍ଜ୍ୱଳନ କରି ଉତ୍ସବକୁ ଅନୁଷ୍ଠାନିକ ଭାବେ ଉଦଘାଟନ କରି ଏହି […]

କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ଅଂଚଳର ଅନେକ ସ୍ଥାନରେ ବିପଦ ସଙ୍କୁଳ ଖୋଲାମେଲା ଅବସ୍ଥାରେ ଅନେକ ଟ୍ରାନ୍ସଫର୍ମର ହାତପାହାନ୍ତରେ ପଡିରହିଛି । ଖୋଲାମେଲା ଭାବେ ଟ୍ରାନ୍ସଫର୍ମର ପଡ଼ି ରହିଥିବାରୁ ଏହା ବିପଦକୁ ଆମନ୍ତ୍ରଣ କରୁଥିବା ସ୍ଥାନୀୟ ଲୋକଙ୍କ ପକ୍ଷରୁ ଅଭିଯୋଗ ହୋଇଛି । ଟ୍ରାନ୍ସଫର୍ମରରେ ଉଚ୍ଚଶକ୍ତି ସମ୍ପନ୍ନ ବିଦ୍ୟୁତ ପ୍ରବାହିତ ହେଉଥିବା ବେଳେ ଏହା ମନୁଷ୍ୟ ଓ ବୁଲା ପଶୁଙ୍କ ଜୀବନ ପାଇଁ କାଳ ସାଜିଛି । ପୂର୍ବରୁ ବୁଲା ଗୋରୁଗାଈ […]

ଦରମା ପ୍ରଦାନ ଦାବୀରେ ପଟ୍ଟାମୁଣ୍ଡାଇ ପୌରପରିଷଦ କାର୍ଯ୍ୟାଳୟ ସମ୍ମୁଖରେ ସଫେଇ କର୍ମଚାରୀମାନେ ସଫେଇ କାମ ବନ୍ଦ କରି ଆନ୍ଦୋଳନ କରିଛନ୍ତି । ଦୀର୍ଘ ଦିନ ଧରି ସେମାନଙ୍କର ବର୍ଦ୍ଧିତ ଦରମା ପାଇ ନଥିବା ଓ ପ୍ରତି ମାସର ଦରମା ନିର୍ଧାରିତ ସମୟରେ ପାଉନଥିବାରୁ ଅସନ୍ତୋଷ ପ୍ରକାଶକରି ଶୁକ୍ରବାର ପ୍ରାୟ ୫୦ରୁ ଉର୍ଦ୍ଧ୍ୱ ସଫେଇ କର୍ମଚାରୀ କାମ ବନ୍ଦକରି ପୌରପରିଷଦ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଥିଲେ । ପ୍ରକାଶ ଯେ ପଟ୍ଟାମୁଣ୍ଡାଇ […]

କେନ୍ଦ୍ରାପଡ଼ା, ୧୨ା୪: କେନ୍ଦ୍ରାପଡାର ପଲ୍ଲୀ ପ୍ରଗତି ଯୁବକ ସଂଘ ପକ୍ଷରୁ ବଛରାଇ ଗ୍ରାମରେ ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ମାର୍ଶାଘାଇ ବ୍ଲକର ବଛରାଇ ଗ୍ରାମରେ ପଲ୍ଲୀ ପ୍ରଗତି ଯୁବକ ସଂଘର ଯୁବ ସମାଜ ପକ୍ଷରୁ ଏହି ସଫେଇ କାର୍ଯ୍ୟକ୍ରମ କରାଯାଇଛି । ୧୯୮୫ ମସିହାରେ ସ୍ଥାପିତ ଏହି ଯୁବକ ସଂଘ ଗ୍ରାମର ଉନ୍ନତିମୂଳକ କାର୍ଯ୍ୟରେ ସହଯୋଗ କରିବା ସହ ସଫେଇ ଅଭିଯାନ ଭଳି କାର୍ଯ୍ୟକ୍ରମ ହାତକୁ ନେଇ ଜନ […]

କେନ୍ଦ୍ରାପଡ଼ା, ୧୨ା୪: କେନ୍ଦ୍ରାପଡା ବିଧାନସଭା ଯୁବ କଂଗ୍ରେସର ପୂର୍ବତନ ସଭାପତି ରଶ୍ମିରଞ୍ଜନ ଚୌଧୁରୀଙ୍କ ଆହ୍ୱାନ କ୍ରମେ କଜଳାସ୍ଥିତ କଂଗ୍ରେସ ଭବନରେ କେନ୍ଦ୍ରାପଡା ବିଧାନସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ପୁରୁଖା କଂଗ୍ରେସ ନେତା, ବରିଷ୍ଠ ନେତୃବୃନ୍ଦ, ପଞ୍ଚାୟତ ଓ ପୌରାଞ୍ଚଳର ପ୍ରତିନିଧି, ଦଳର ପ୍ରାକ୍ତନ ଓ ବର୍ତ୍ତମାନର କର୍ମକର୍ତ୍ତାମାନଙ୍କୁ ନେଇ ଏକ ବୈଠକ ଆଜି ଅନୁଷ୍ଠିତ ହୋଇଯାଇଛି । ବରିଷ୍ଠ କଂଗ୍ରେସ ନେତା ତଥା ରାଜ୍ୟ ପଛୁଆ ବର୍ଗ କଂଗ୍ରେସର ଉପାଧ୍ୟକ୍ଷ […]

କେନ୍ଦ୍ରାପଡ଼ା, ୧୨ା୪: କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଦେପୁରସ୍ଥିତ ସରସ୍ୱତୀ ସରକାରୀ ଉଚ୍ଚ ବିଦ୍ୟାଳୟରେ ବ୍ଲକସ୍ତରୀୟ ସପ୍ତମ ପ୍ରଧାନ ଶିକ୍ଷକ ସମ୍ମିଳନୀ ଆଜି ଅନୁଷ୍ଠିତ ହୋଇଯାଇଛି । ସରସ୍ୱତୀ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ କାଦମ୍ବିନୀ ନାୟକ ଏହି ସମ୍ମିଳନୀରେ ଉପସ୍ଥିତ ସମସ୍ତ ପ୍ରଧାନ ଶିକ୍ଷକଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ । କେନ୍ଦ୍ରାପଡା ମଣ୍ଡଳ ଶିକ୍ଷା ଅଧିକାରୀ କୈଳାସ ଚନ୍ଦ୍ର ଦଳାଇଙ୍କ ସଭାପତିତ୍ୱରେ ଏବଂ ବିଦ୍ୟାଳୟର ହିନ୍ଦୀ ଶିକ୍ଷକ ମହେଶ୍ୱର […]

        ଦିନେ ଏହି ନଦୀଦେଇ କଳିଙ୍ଗର ସାଧବମାନେ ନୌବାଣିଜ୍ୟ କରୁଥିଲେ        ଏଠାରେ ଇଂରେଜଙ୍କ ବୋଟ୍ ଚାଲୁଥିଲା କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ସହର ଦେଇ ବହିଯାଉଥିବା ଗୋବରୀ ନଦୀ ଏବେ ସୁପ୍ତ ଅବସ୍ଥାରେ ଖେଳପଡ଼ିଆରେ ପରିଣତ ହୋଇ ଜବରଦଖଲ କାରୀଙ୍କ କବଜାକୁ ଚାଲିଯାଉଛି । କେବଳ ଯେ ନଦୀ ସୁପ୍ତ ହୋଇ ଜବରଦଖଲ ହେଉଛି ତାହା ନୁହେଁ ପରିବେଶ ଉପରେ ମଧ୍ୟ ଯଥେଷ୍ଟ […]

କେନ୍ଦ୍ରାପଡ଼ା, ୧୧ା୪: ପୂର୍ବତନ ମୁଖ୍ୟ ଶାସନ ସଚିବ ତଥା କଂଗ୍ରେସ ନିର୍ବାଚନ ସମନ୍ୱୟ କମିଟି ଅଧ୍ୟକ୍ଷ ବିଜୟ ପଟ୍ଟନାୟକ ତାଙ୍କ ଏକାନ୍ତ ଅନୁଗତ ବିଭୁତି ଭୂଷଣ ମହାପାତ୍ରଙ୍କୁ ପ୍ରତିନିଧି ରୂପେ ନିଯୁକ୍ତି ଦେଇଛନ୍ତି । ବିଭୁତି ଏବେ ରାଜ୍ୟ ଛାତ୍ର କଂଗ୍ରେସ ସାଧାରଣ ସମ୍ପାଦକ ରୂପେ ଦାୟିତ୍ୱ ନିର୍ବାହ କରୁଥିବା ବେଳେ ବିଭିନ୍ନ ଛାତ୍ର ଆନ୍ଦୋଳନରେ ସକ୍ରିୟ ଅଛନ୍ତି । ନିକଟ ଅତୀତରେ ବିଶ୍ୱ ଭାଷା ସମ୍ମିଳନୀ ସମୟରେ ନବୀନ […]

କେନ୍ଦ୍ରାପଡ଼ା, ୧୧ା୪: କେନ୍ଦ୍ରାପଡ଼ା ସ୍ୱୟଂଶାସିତ ମହାବିଦ୍ୟାଳୟ ଶିକ୍ଷା ବିଭାଗରେ ଏକ ବିଦାୟକାଳୀନ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ କେନ୍ଦ୍ରାପଡ଼ା ସ୍ୱୟଂଶାସିତ ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫେସର ଅଭିଜିତ ବୋଷ, ଅଧ୍ୟାପକ ଡ଼. ରାମାନାଥ ମହାନ୍ତି, ଡ଼. ପ୍ରଭାକର ମଲିକ, ରେବତୀ କର, ଶିକ୍ଷା ବିଭାଗର ଅଧ୍ୟାପିକା ରତ୍ନମଞ୍ଜରୀ ଦାସଙ୍କ ସହ ବହୁ ପୁରାତନ ଛାତ୍ରଛାତ୍ରୀ ଯୋଗଦେଇ ଶେଷ ବର୍ଷର ଛାତ୍ରଛାତ୍ରୀମାନେ କିଭଳି ଏକ ସୁନ୍ଦର ଭାବିଷ୍ୟତ ଗଠନ […]

କେନ୍ଦ୍ରାପଡ଼ା, ୧୧ା୪: ଚଳିତ ସାଧାରଣ ନିର୍ବାଚନ ପାଇଁ ଗଠିତ ଓଡ଼ିଶା ପ୍ରଦେଶ କଂଗ୍ରେସ ପ୍ରଚାର କମିଟିରେ କେନ୍ଦ୍ରାପଡ଼ା ଜିଲ୍ଲା ଓବିସିସେଲ୍‌ର ପ୍ରାକ୍ତନ ସଭାପତି, ରାଜ୍ୟ ମାଟି ବାଲି ଓ ପାଣି ସୁରକ୍ଷା ସମିତିର ଆବାହକ ତଥା ଆଇନଜୀବୀ ବିଧୁଭୂଷଣ ମହାପାତ୍ର ସଦସ୍ୟ ଭାବରେ ମନୋନିତ ହୋଇଛନ୍ତି । ଏହି କମିଟିରେ କେନ୍ଦ୍ରାପଡ଼ା ଜିଲ୍ଲାରୁ ଶ୍ରୀ ମହାପାତ୍ର ଏକମାତ୍ର କଂଗ୍ରେସ ନେତା ଭାବେ ସ୍ଥାନ ପାଇଥିବାରୁ ନିଖିଳ ଭାରତ କଂଗ୍ରେସ କମିଟି […]

କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ଶ୍ରୀରାମ କଥାମୃତ ପ୍ରଚାରିଣୀ ସଭା ଓ ବଣିକ ସଂଘ ମିଳିତ ଆନୁକୂଲ୍ୟରେ ଶ୍ରୀରାମ ଚରିତ ମାନସ ଓ ପ୍ରବଚନ ଜ୍ଞାନଯଜ୍ଞ ଆସନ୍ତା ୯ ତାରିଖରୁ ସ୍ଥାନୀୟ ଶ୍ରୀରାମ ମନ୍ଦିର ମାନସ ମଣ୍ଡପ ଠାରେ ଆରମ୍ଭ ହୋଇଛି । ଏହି ମହାର୍ଘ୍ୟ କାର୍ଯ୍ୟକ୍ରମକୁ ସନ୍ଥ ରାଘବେନ୍ଦ୍ର ଦାସ ପ୍ରଦୀପ ପ୍ରଜ୍ୱଳନ କରି ଉଦଘାଟନ କରିଥିଲେ । ୯ ଦିନ ବ୍ୟାପି ଆୟୋଜିତ ଆଧ୍ୟାତ୍ମିକ ମହୋତ୍ସବର ପ୍ରଥମ ଦିବସରେ […]