କେନ୍ଦ୍ରାପଡ଼ା, ୨୩ା୧: କେନ୍ଦ୍ରାପଡା ବାରିମୂଳସ୍ଥିତ କେନ୍ଦ୍ରୀୟ ବିଦ୍ୟାଳୟ ପରିସରରେ ‘ପରୀକ୍ଷା ପେ ଚର୍ଚ୍ଚା – ୨୦୨୪’ ଓ ନେତାଜୀ ଜୟନ୍ତୀ ପାଳିତ ହୋଇଯାଇଛି । ପରୀକ୍ଷା ପେ ଚର୍ଚ୍ଚା ଉପରେ ଏକ ଚିତ୍ରାଙ୍କନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଭାରତର ବିକାଶ, ଚନ୍ଦ୍ରାୟନ, କ୍ରୀଡା ସଫଳତା ଉପରେ ଏହି ଚିତ୍ରାଙ୍କନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଏଥିରେ ବିଭିନ୍ନ ସ୍କୁଲରୁ ଶହେଜଣ ପ୍ରତିଯୋଗୀ ଭାଗ ନେଇଥିଲେ । ସେହି ସ୍କୁଲଗୁଡିକ […]

ପଟ୍ଟାମୁଣ୍ଡାଇ ଧ୍ୟୋାଂଚଳର ବିଶିଷ୍ଟ ଶିକ୍ଷାବିତ ତଥା ଦାଣ୍ଡିସାହି ବ୍ରାହ୍ମଣୀ କଲେଜର ଡେମୋନଷ୍ଟ୍ରେଟର ଅଭୟ ପ୍ରଧାନଙ୍କ ଅକାଳ ବିୟୋଗରେ ଏକ ଶ୍ରଦ୍ଧାଞ୍ଜଳି ସଭା ଦାଣ୍ଡିସାହି ଠାରେ ଅନୁଷ୍ଠିତ ହୋଇଯାଇଛି । ବନ୍ୟାଂଚଳ ଅବସର କର୍ମଚାରୀ ପରିଷଦ ସମ୍ପାଦକ ଶିକ୍ଷାବିତ ରାଜକୁମାର ବିଶ୍ୱାଳଙ୍କ ପୌରହିତ୍ୟରେ ଆୟୋଜିତ ଶ୍ରଦ୍ଧାଞ୍ଜଳି ସଭାରେ ପୂର୍ବତନମନ୍ତ୍ରୀ ଗଣେଶ୍ୱର ବେହେରା, ପ୍ରାଧ୍ୟାପକ ଡ଼ ସୁନୀଲ ପ୍ରଧାନ ଅଧ୍ୟାପକ ନିରଞ୍ଜନ ବାରିକ, ଅଧ୍ୟାପକ ସୁଧାଂଶୁ ସାମଲ, ଶିକ୍ଷାବିତ କାର୍ତିକ ରାଉତ ପ୍ରେମାନନ୍ଦ […]

ଅଯୋଧ୍ୟା ରାମ ମନ୍ଦିରରେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା କାର୍ଯ୍ୟ  ସୋମବାର ସମାପ୍ତ ହୋଇଛି । ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ପାଇଁ ଉତ୍ସବମୁଖର ହୋଇ ଉଠିଛି ସାରା ଦେଶ । ସୋମବାର ଦିନ ରାମ ମନ୍ଦିରର ପ୍ରତିଷ୍ଠା ଉତ୍ସବ ପାଇଁ କେନ୍ଦ୍ର ସରକାର ଅଧା ଦିନ ଅପରାହ୍ନ ୨ଟା ୩୦ ଯାଏଁ ଛୁଟି ଘୋଷଣା କରିଛନ୍ତି । ଏଥିପାଇଁ ଓଡ଼ିଶା ସରକାର ଜାନୁୟାରୀ ୨୨ ତାରିଖକୁ ସମସ୍ତ ସରକାରୀ ଅଫିସକୁ […]

ପଟ୍ଟାମୁଣ୍ଡାଇ ତା ୨୨/୦୧ ଓଡିଶା ସାହିତ୍ୟ ଏକାଡେମୀ ପୁରସ୍କୃତ ସାହିତ୍ୟିକ ସ୍ତମ୍ଭକାର ସଂସ୍କୃତି ପୁରୁଷ ଦିବଂଗତ ଦିବାକର ବିଶ୍ୱାଳଙ୍କ ସ୍ମୃତି କମିଟି ପୁନର୍ଗଠିତ ହୋଇଛି। ଏହି ଉପଲକ୍ଷେ କସ୍ତୁରୀ କଳାନିକେତନ ପରିସରରେ ଏକ ସ୍ମୃତି ସଂସଦର ଜରୁରୀ ବୈଠକ ଅନୁଷ୍ଠିତ ହୋଇ ନୂତନ କର୍ମକର୍ତା ମନୋନୟନ କରାଯାଇଛି । ସାମ୍ବାଦିକ ଚିତ୍ତରଞ୍ଜନ ମଲ୍ଲିକ ସଭାପତି, ଆଡ଼ଭୋକେଟ ପ୍ରମୋଦ କୁମାର ସାହୁ ଉପସଭାପତି, ଆଡ଼ଭୋକେଟ ଗୋପୀନାଥ ତ୍ରିପାଠୀ ସଂପାଦକ ଓ କାଉନସିଲର […]

କେନ୍ଦ୍ରାପଡ଼ା,୨୨ା୧: କେନ୍ଦ୍ରାପଡା ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ଆଜି ପ୍ରଥମ ବ୍ୟାଟେରୀ ଚାଳିତ ତିନିଚକିଆ ସାଇକେଲ ବଣ୍ଟନ କାର୍ଯ୍ୟକ୍ରମରେ ୭୬ଜଣ (୮୦ ପ୍ରତିଶତରୁ ଉର୍ଦ୍ଧ୍ୱ ) ଭିନ୍ନକ୍ଷମଙ୍କୁ ଭୁବନେଶ୍ୱରର ଆଲମିକୋ ସହାୟତାରେ ପ୍ରଦାନ କରାଯାଇଛି । ମୋଟ୍ ୩୨ଲକ୍ଷ ଟଙ୍କା ବ୍ୟୟରେ ୭୬ଜଣ ଶାରିରୀକ ଭିନ୍ନକ୍ଷମଙ୍କୁ ଗମନାଗମନ ପାଇଁ ଏହି ସାଇକେଲ ପ୍ରଦାନ କରାଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଅମ୍ରିତ୍ ଋତୁରାଜ, ଆରକ୍ଷୀ ଅଧିକ୍ଷକ ସନ୍ଦୀପ ମଡକର, ଜିଲ୍ଲା […]

କେନ୍ଦ୍ରାପଡ଼ା,୨୨ା୧: ଅଯୋଧ୍ୟାରେ ଶ୍ରୀରାମଙ୍କ ମନ୍ଦିର ପ୍ରତିଷ୍ଠା ଉପଲକ୍ଷେ ଆଜି ସନ୍ଧ୍ୟାରେ ନୂଆ ବସଷ୍ଟାଣ୍ଡ ସନ୍ନିକଟ ଶ୍ରୀଗୋବିନ୍ଦଜୀଉଙ୍କ ମନ୍ଦିର ପରିସରରେ ପ୍ରଭୁ ଶ୍ରୀରାମ ଓ ଭକ୍ତ ହନୁମାନଜୀଉଙ୍କ ପୂଜାର୍ଚ୍ଚନା କରାଯିବା ସହ ହୋମଯଜ୍ଞ ଅନୁଷ୍ଠିତ ହୋଇଯାଇଛି । ଏଥିସହିତ ବହୁ ଯୁବକ ଓ ପିଲାମାବେ ଗୋଟିଏ ଧାଡିରେ ବସି ୧୧ଥର ହନୁମାନ ଚାଳୀସା ପାଠ କରିବା ସହିତ ପ୍ରଭୁ ଶ୍ରୀରାମଙ୍କ ଉଦେଶ୍ୟରେ ମନ୍ଦିର ପରିସରରେ ଦୀପାବଳୀ ଉତ୍ସବ ପାଳନ କରିଛନ୍ତି । […]

କେନ୍ଦ୍ରାପଡ଼ା,୨୨ା୧: ଅଯୋଧ୍ୟାରେ ରାମଲାଲଙ୍କ ମନ୍ଦିର ପ୍ରତିଷ୍ଠା ଅବସରରେ କିନ୍ନର ସମାଜ ପକ୍ଷରୁ ଏକ ଶ୍ରୀରାମ ରଥ ଶୋଭାଯାତ୍ରା କେନ୍ଦ୍ରାପଡା ସହରରେ ଅନୁଷ୍ଠିତ ହୋଇଯାଇଛି । ଏହି ଉପଲକ୍ଷେ କିନ୍ନର ସମାଜ ସଭାପତି ଦେବୀକା ବାରିକଙ୍କ ନେତୃତ୍ୱରେ ଶତାଧିକ କିନ୍ନର ସହରର କଜଳା ନିକଟରୁ ଏକ ଶୋଭାଯାତ୍ରାରେ ବାହାରି ସାନ୍ତସାହି, ପୁରୁଣା ବସଷ୍ଟାଣ୍ଡ ଓ ନୂଆ ବସଷ୍ଟାଣ୍ଡ ଦେଇ ତିନିମୁହାଣି ସ୍ଥିତ ଶ୍ରୀରାମ ମନ୍ଦିର ପରିସରରେ ପହଞ୍ଚିଥିଲେ । ସାରା ସହର […]

କେନ୍ଦ୍ରାପଡ଼ା,୨୨ା୧: ଅଯୋଧ୍ୟାରେ ରାମଲାଲଙ୍କ ମନ୍ଦିର ପ୍ରତିଷ୍ଠା ଅବସରରେ ସାମାଜିକ ସଂଗଠନ ‘ଜୟରାଷ୍ଟ୍ର’ ପକ୍ଷରୁ ବିଭିନ୍ନ ଅଧ୍ୟାତ୍ମିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ପ୍ରଭାତରେ ପାଣ୍ଡିରି ଲକ୍ଷ୍ମୀ ନାରାୟଣ ମନ୍ଦିର, କନ୍ତେଇ ଠାକୁରାଣୀ ଓ ବିରସ୍ୱତୀ ଗ୍ରାମରେ ନଗର ସଂକୀର୍ତ୍ତନ କରାଯାଇଥିଲା । ପରେ ପରେ ରାଆଁଳୋ ଗ୍ରାମରେ ଗୋପୂଜା ଅନୁଷ୍ଠିତ ହୋଇଥିଲା । ପୂର୍ବାହ୍ନରେ ଗୋପ ରାମ ମନ୍ଦିରରେ ପୂଜାର୍ଚ୍ଚନା କରାଯିବା ସହ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା […]

ଅଯୋଧ୍ୟା ୨୧ା୧ . ଶହଶହ ବର୍ଷ ଅପେକ୍ଷାର ଅନ୍ତ ଘଟିବାକୁ ଯାଉଛି, ବନବାସ ସାରି ଅଯୋଧ୍ୟା ଫେରୁଛନ୍ତି ପ୍ରଭୁ ଶ୍ରୀରାମ । ରାତି ପାହିଲେ ଭବ୍ୟ ମନ୍ଦିରରେ ବିରାଜିବେ ପ୍ରଭୁ । ଏଥିପାଇଁ ସମଗ୍ର ଅଯୋଧ୍ୟା ନଗରୀ ରାମମୟ ହୋଇଯାଇଛି । ଆସନ୍ତାକାଲି ଦିନ ୧୨ଟା ୨୦ରୁ ପ୍ରାଣ ପ୍ରତିଷ୍ଠା ସମାରୋହ କାର୍ଯ୍ୟକ୍ରମ ଆରମ୍ଭ ହେବ । ରାତି ପ୍ରାୟ ଗୋଟାଏରେ ସମାପନ ହେବ । ଏହା ପରେ ପ୍ରଧାନମନ୍ତ୍ରୀ […]

ସୋସିଆଲ ମେଡିଆରେ ମିଥ୍ୟା ଓ ଭିତିହୀନ ପ୍ରାୟୋଜିତ ଖବର ପ୍ରସାରଣ କରି ନଗର ବିଜେଡି ମହିଳା ସଭାପତିଙ୍କ ନେତୃତ୍ୱରେ  ବିଜେଡି ମହିଳା କର୍ମୀ ମାନେ ଆଜି ପୂର୍ବତନ ବିଧାୟକ ଅଂଶୁମାନ ମହାନ୍ତିଙ୍କ କୁଶପୁତଳିକା ଦାହ କାର୍ଯ୍ୟକ୍ରମକୁ ପଟ୍ଟାମୁଣ୍ଡାଇ ନଗର ଓ ବ୍ଲକ କଂଗ୍ରେସ କମିଟି ଦୃଢ ନିନ୍ଦା କରିବା ସଙ୍ଗେ ସଙ୍ଗେ ସୋସିଆଲ ମେଡିଆରେ ପୋଷ୍ଟ କରିଥିବା ବ୍ୟକ୍ତିଙ୍କ ଉପରେ ଆଇନଗତ କାର୍ଯ୍ୟାନୁଷ୍ଠାନ  ନିଆଯିବ ବୋଲି ଏକ ପ୍ରେସନୋଟରେ ପ୍ରକାଶ […]

କେନ୍ଦ୍ରାପଡ଼ା, ୨୧ା୧: ନିଖିଳ ଓଡିଶା ମଧ୍ୟାହ୍ନ ଭୋଜନ ପାଚିକା- ସହାୟିକା ସଂଘ କେନ୍ଦ୍ରାପଡା ଜିଲ୍ଲା କମିଟିର ଏକ ବୈଠକ ଗୋପଛକସ୍ଥିତ ସଙ୍ଘ କାର୍ଯ୍ୟାଳୟରେ ଜିଲ୍ଲା ସଭାପତି ସୋହାନା ବେଗମଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ପ୍ରଥମେ ସାଥୀ ଗଜେନ୍ଦ୍ର ନାୟକଙ୍କ ଦ୍ୱାରା ଶୋକ ପ୍ରସ୍ତାବ ଆଗତ ପରେ କାର୍ଯ୍ୟକ୍ରମର ରିପୋର୍ଟ ଓ ଆଗାମୀ କାର୍ଯ୍ୟକ୍ରମ ପାଇଁ ପ୍ରସ୍ତାବ ଉପସ୍ଥାପନ କରିଥିଲେ ଜିଲ୍ଲ୍‌ା ସମ୍ପାଦିକା ସାଥୀ ସୌଭାଗିନୀ ପତି । ସଂଘର […]

କେନ୍ଦ୍ରାପଡା, ୨୧/୧: ଓଡିଶା ସରକାରୀ ମୋଟର କର୍ମଚାରୀ ସଂଘ କେନ୍ଦ୍ରାପଡା ଜିଲ୍ଲା ଶାଖାର ବୈଠକ ଗ୍ରାମ୍ୟ ଉନ୍ନୟନ ଭବନ ପ୍ରାଙ୍ଗଣରେ ପୂର୍ବତନ ସଭାପତି ଅନିରୁଦ୍ଧ ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ରାଜ୍ୟ ସରକାରୀ ମୋଟର କର୍ମଚାରୀ ସଂଘର କର୍ମକର୍ତ୍ତାଙ୍କ ପରିଚାଳନାରେ କେନ୍ଦ୍ରାପଡା ଶାଖାର କର୍ମକର୍ତ୍ତା ନିର୍ବାଚନ କରାଯାଇଥିଲା । ଏଥିରେ ସଭାପତି ଭାବେ ଅନିରୁଦ୍ଧ ବେହେରା, ସମ୍ପାଦକ ଆଶିଷ କୁମାର ବିଶ୍ୱାଳ, କୋଷାଧ୍ୟକ୍ଷ ଅଭୟ କୁମାର […]

କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଲକ ଓ ନଗର ମହିଳା ବିଜେଡି ପକ୍ଷରୁ ରବିବାର ସନ୍ଦ୍ୟାରେ ପୂର୍ବତନ ବିଧାୟକ ଅଂଶୁମାନ ମହାନ୍ତିଙ୍କ କୁଶପୁତଳିକା ଦାହ କରାଯାଇଛି । ସାମାଜିକ ଗଣମାଧ୍ୟମରେ ଅଂଶୁମାନ ପରକ୍ରିୟା ପ୍ରୀତି ସମ୍ପର୍କରେ ପ୍ରକାଶିତ ଖବରକୁ ନେଇ ବ୍ଲକ ଓ ନଗର ମହିଳା ବିଜେଡି ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛି । ବ୍ଲକ ମହିଳା ବିଜେଡି ସଭାନେତ୍ରୀ ଜୟନ୍ତୀ ସ୍ୱାଇଁ ଓ ନଗର ମହିଳା ବିଜେଡି ସଭାନେତ୍ରୀ ଲାସ୍ୟମୟୀ […]

କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ଅଂଚଳରେ ରବିବାର ଝିପିଝିପି ବର୍ଷା ସହିତ କେତେକ ଜାଗାରେ ସାମନ୍ୟଠାରୁ ଅଧିକ ବର୍ଷା ହୋଇଥିବା ବେଳେ ଶୀତ ପ୍ରଭାବ ବଢିଚାଲିଛି । ଅଂଚଳରେ ପ୍ରବଳ ଶୀତ ହେଉଥିବା ବେଳେ ଆସନ୍ତା ୨୫ ତାରିଖ ପର୍ଯ୍ୟନ୍ତ ଏଭଳି ପରିସ୍ଥିତି ଜାରି ରହିବ ବୋଲି ଭୁବନେଶ୍ୱର ସ୍ଥିତ ଆଂଚଳିକ ପାଣିପାଗ କେନ୍ଦ୍ର କହିଛି । ବର୍ଷା ଯୋଗୁଁ ଅଂଚଳରେ ଶୀତର ଲହରୀ ଦେଖିବାକୁ ମିଳିଛି । ଅଧିକ ମାତ୍ରାରେ […]

କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ବ୍ରାହ୍ମଣୀ କଲେଜ ନୂଆ-ଓ ଓଡ଼ିଆ ସାହିତ୍ୟ ପ୍ରତିଯୋଗିତାର ମିଳିତ ଆନୁକୂଲ୍ୟରେ ଓଡ଼ିଆ ସାହିତ୍ୟରେ ଶ୍ରୀଜଗନ୍ନାଥ ଶୀର୍ଷକ ଜାତୀୟ ସଂପାନ ଅନୁଷ୍ଠିତ ହୋଇଯାଇଛି । କଲେଜ ଅଧ୍ୟକ୍ଷ ପ୍ରଫେସର ଡ଼ ସୁବାଷ ଜେନାଙ୍କ ପୌରହିତ୍ୟ ଓ ଓଡ଼ିଆ ବିଭାଗ ମୁଖ୍ୟ ଡ଼ ମନୋରଞ୍ଜନ ସାହୁଙ୍କ ସଂଯୋଜନାରେ ଆୟୋଜିତ କାର୍ଯ୍ୟକ୍ରମରେ ରେଭେନ୍ସା ବିଶ୍ୱବିଦ୍ୟାଳୟ ଓଡ଼ିଆ ବିଭାଗ ସହକାରୀ ପ୍ରଫେସର ଡ଼ ସଂଘମିତ୍ରା ବେହେରା ମୁଖ୍ୟଅତିଥି ଓ […]

ଜଗତଗୁରୁ ଠାକୁର ଶ୍ରୀ ଶ୍ରୀ ଅଭିରାମ ପରମହଂସଦେବଙ୍କ ଆଶ୍ରମ ପ୍ରତିଷ୍ଠା ଉତ୍ସବ କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ଭକ୍ତ ସମିତି ପକ୍ଷରୁ ଅନୁଷ୍ଠିତ ହୋଇଯାଇଛି । ଏହି ଉପଲକ୍ଷେ ପଟ୍ଟାମୁଣ୍ଡାଇ ପୌରାଂଚଳ ଅନ୍ତର୍ଗତ ବେଲତଳ ଠାରେ ଅନୁଷ୍ଠିତ ଆଶ୍ରମ ପ୍ରତିଷ୍ଠା ଉତ୍ସବରେ ମୁଖ୍ୟଧାମ କରମଳାର ସନ୍ୟାସୀ ମାନେ ଯୋଗଦେଇ ହୋମଯଜ୍ଞ, ପୂଜାର୍ଚ୍ଚନା ଓ ଷୋଡଶ ଉପଚାର ପୂଜା ସହିତ ଆଶ୍ରମ ପ୍ରତିଷ୍ଠା କରିଥିଲେ । ବହୁ ଭକ୍ତ ରୁଣ୍ଡ ହୋଇ ପ୍ରଭୁଙ୍କ […]

ନୂଆଦିଲ୍ଲୀ ୨୦/୧: ଜାନୁଆରୀ ୨୨ରେ ଅଯୋଧ୍ୟାରେ ହେବାକୁ ଥିବା ରାମ ମନ୍ଦିର କାର୍ଯ୍ୟକ୍ରମ ପାଇଁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି । ଅନ୍ୟପକ୍ଷରେ ଏ ସଂକ୍ରାନ୍ତରେ ଦାୟିତ୍ୱବାନ ହୋଇ ଖବର ପ୍ରକାଶ କରିବାକୁ ସରକାର କହିଛନ୍ତି । କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରାଳୟ ପକ୍ଷରୁ ଏକ ଆଡଭାଇଜରି ଜାରି କରି ଗଣମାଧ୍ୟମ ସଂସ୍ଥା ଏବଂ ସୋସିଆଲ ମିଡିଆ ପ୍ଲାଟଫର୍ମଗୁଡ଼ିକୁ ରାମ ମନ୍ଦିର କାର୍ଯ୍ୟକ୍ରମ ସମ୍ବନ୍ଧୀୟ ମିଥ୍ୟା ଏବଂ ବିଭ୍ରାନ୍ତିକର […]

ଡାକ୍ତରଙ୍କ ପ୍ରେସକ୍ରିପସନ ବିନା ଆଣ୍ଟିବାୟୋଟିକ ବିକ୍ରି କରି ଧରା ପଡ଼ିଲେ ମେଡିସିନ ଦୋକାନୀଙ୍କ ଲାଇସେନ୍ସ ରଦ୍ଦ ହେବ ବୋଲି ରାଜ୍ୟ ସରକାର କଡ଼ା ଚେତାବନୀ ଦେଇଛନ୍ତି। ଆଣ୍ଟିବାୟୋଟିକର ଅତ୍ୟଧିକ ବ୍ୟବହାର ରୋକିବାକୁ କେନ୍ଦ୍ର ସରକାର ନୂଆ ଗାଇଡ଼ଲାଇନ୍‌ ଆଣିବା ପରେ ରାଜ୍ୟ ସରକାର ତତ୍ପରତା ଦେଖାଇଛନ୍ତି। ଏଣିକି ଡାକ୍ତରମାନେ ଔଷଧ ଲେଖିବା ବେଳେ ଆଣ୍ଟିବାୟୋଟିକ୍‌ ଦେଲେ, କେଉଁ କାରଣ ପାଇଁ ସେମାନେ ଆଣ୍ଟିବାୟୋଟିକ୍‌ ଲେଖୁଛନ୍ତି, ତାହା ପ୍ରେସକ୍ରିପ୍ସନରେ ଉଲ୍ଲେଖ କରିବାକୁ […]

କେନ୍ଦ୍ରାପଡ଼ା,୨୦ା୧: କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ କଂସାର ସାହସପୁର ନୋଡାଲ ହାଇସ୍କୁଲରେ ଭାଷା,ସାହିତ୍ୟ ଓ ସୃଜନଶୀଳତାର ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ଉପଲକ୍ଷେ ପ୍ରଧାନ ଶିକ୍ଷକ ରମେଶ ଚନ୍ଦ୍ର ରାଉଳଙ୍କ ପୈାରହିତ୍ୟରେ ଅନୁଷ୍ଠିତ ଉତ୍ସବରେ ରବୀନ୍ଦ୍ର ପଣ୍ଡା ମୁଖ୍ୟଅତିଥି, ମୂରଲୀଧି ପାତ୍ର ମୁଖ୍ୟବକ୍ତା, ଶିକ୍ଷକ ଦିଲ୍ଲିପ କୁମାର ଦାସ, ଶିକ୍ଷୟିତ୍ରୀ କୈାଶଲ୍ୟା ନାୟକ, ନିରଞ୍ଜନ ପରିଡା ଓ ସ୍କୁଲ ପରିଚାଳନା ସମିତି ସଭାପତି ରମେଶ ଚନ୍ଦ୍ର ସେଠୀ ପ୍ରମୁଖ ସମ୍ମାନୀତ […]

କେନ୍ଦ୍ରାପଡ଼ା ଜିଲ୍ଲା ଦଳିତ ଜାତିସଂଘ ସଭାପତି ବରିଷ୍ଠ ଦଳିତନେତା ସବ୍ୟସାଚି ମଲିକଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକୀ ଓ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି । ଦଳିତ ନେତା ବାରେଣୀ ସେଠୀଙ୍କ ପୌରହିତ୍ୟରେ ଆୟୋଜିତ ସଭାରେ ପୂର୍ବତନମନ୍ତ୍ରୀ ଗଣେଶ୍ୱର ବେହେରା ମୁଖ୍ୟଅତିଥି, ପୂର୍ବତନ ବିଧାୟକ ଡ଼ ଅଲେଖ ଜେନା ମୁଖ୍ୟବକ୍ତା,ବିକାଶ ପରିଷଦ ସମ୍ପାଦକ ଗୋପୀନାଥ ତ୍ରିପାଠୀ,କୈଳାଶ ମହାନ୍ତି, ଶାରଦା ପ୍ରସାଦ ରାଉତ,ଶିକ୍ଷାବିତ ପ୍ରଫୁଲ୍ଲ ଦାଶ, ବରିଷ୍ଠ କଂଗ୍ରେସ ନେତା ରମା କାନ୍ତ […]

କେନ୍ଦ୍ରାପଡା ୨୦/୧: ଅଯୋଧ୍ୟାରେ ରାମଲାଲାଙ୍କ ପ୍ରାଣପ୍ରତିଷ୍ଠା ଉତ୍ସବ ପାଇଁ ସାମାଜିକ ସଂଗଠନ ‘ଜୟରାଷ୍ଟ୍ର’ ଓ କଜଳାସ୍ଥିତ କିନ୍ନର ସମାଜର ଏକ ମିଳିତ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଜାନୁୟାରୀ ୨୨ତାରିଖରେ ବିଭିନ୍ନ ଆଧ୍ୟାତ୍ମିକ କାର୍ଯ୍ୟକ୍ରମ କରିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା । ଏହିଦିନ କିନ୍ନର ସମାଜ ପକ୍ଷରୁ ଏକ ଭବ୍ୟ ରାମରଥ ସହର ପରିକ୍ରମା କରିବା ନେଇ କାର୍ଯ୍ୟକ୍ରମ ସ୍ଥିର ହୋଇଛି । କିନ୍ନରମାନେ ଏହିଦିନ ସାତ୍ୱିକ […]

  କେନ୍ଦ୍ରାପଡ଼ା ୨୦/୧- କେନ୍ଦ୍ରାପଡାର ନୃତ୍ୟପ୍ରିୟା ଡ୍ୟାନ୍ସ ଏକାଡେମୀ, ଗୁରୁ ତପସ୍ୱିନୀ ନାୟକଙ୍କ ନେତୃତ୍ୱରେ କଟକର କୃଷି ଗବେଷଣା କେନ୍ଦ୍ର ଅଡିଟୋରିୟମରେ ଅନୁଷ୍ଠିତ ହେଉଥିବା ଆନ୍ତର୍ଜାତିକ ସମ୍ମିଳନୀରେ ସମ୍ବର୍ଦ୍ଧିତ ହୋଇଛନ୍ତି । ଏହି ଅନୁଷ୍ଠାନର କଳାକାରମାନେ ସମାରୋହରେ ବାରମାସୀ, ସମ୍ବଲପୁରୀ, ଲାଉଧୁଡୁକୀ ନୃତ୍ୟ ପରିବେଷଣ କରିଥିଲେ । ଏହି ଆନ୍ତର୍ଜାତୀୟ ସମ୍ମିଳନୀର ଉଦ୍‌ଘାଟନ ଦିବସରେ ଏହି ବାରଜଣିଆ ନୃତ୍ୟ ଦଳକୁ ଏକ “ସ୍ୱର୍ଣ୍ଣାଭ ଉପାୟନ” ଦ୍ୱାରା ସମ୍ବର୍ଦ୍ଧନା କରାଯାଇଥିଲା । […]

କେନ୍ଦ୍ରାପଡା,୨୦ା୧: ରାଜ୍ୟ ସରକାରଙ୍କ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ଏବଂ ଜିଲ୍ଲା ଶିକ୍ଷା ବିଭାଗର ମିଳିତ ଆନୁକୁଲ୍ୟରେ ଭାଷା ସାହିତ୍ୟ ଓ ସୃଜନଶୀଳତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । କେନ୍ଦ୍ରାପଡ଼ା ବ୍ଲକ୍ ଅନ୍ତର୍ଗତ ଓସ୍ତପୁର ଗ୍ରାମପଞ୍ଚାୟତର ଦେପୁର ସରସ୍ୱତୀ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ କାଦମ୍ବିନୀ ନାୟକଙ୍କ ସଂଯୋଜନାରେ ଭାଷା ସାହିତ୍ୟ ଓ ସୃଜନଶୀଳତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ମୋ ବିଦ୍ୟାଳୟ ଅଭିଯାନର […]

କେନ୍ଦ୍ରାପଡ଼ା, ୨୦ା୧: ଚଳିତମାସ ୨୮ ତାରିଖରେ ବାରୋ ପଡ଼ିଆରେ ଜିଲ୍ଲାସ୍ତରୀୟ “ନୂଆ ଓ’- ଯୁବ ଓଡ଼ିଶା ନବୀନ ଓଡ଼ିଶା” ଫେଷ୍ଟ ଅନୁଷ୍ଠିତ ହେବ । ଏହି ଉପଲକ୍ଷେ ଏକ ପ୍ରସ୍ତୁତି ବୈଠକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସଦ୍‌ଭାବନା ସଭାଗୃହରେ ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ରାଜେନ୍ଦ୍ର କୁମାର ପଣ୍ଡାଙ୍କ ପୈାରହିତ୍ୟରେ ଅନୁଷ୍ଠିତ ହୋଇଯାଇଛି । ସମଗ୍ର ଜିଲ୍ଲାର ୮୨ଟି କଲେଜରୁ ପ୍ରାୟ ୧୦ ହଜାର ଛାତ୍ରଛାତ୍ରୀ […]