କେନ୍ଦ୍ରାପଡ଼ା, ୨୦ା୧: କେନ୍ଦ୍ରାପଡା ସହର ଉପକଣ୍ଠ ଗରାପୁରସ୍ଥିତ ହନୁମାନଜୀଉଙ୍କ ମନ୍ଦିର ପରିସରରେ ବାବା ଶ୍ରୀ ବୈକୁଣ୍ଠନାଥ ବ୍ରହ୍ମଚାରୀଙ୍କର ୧୧୩ତମ ଜନ୍ମୋତ୍ସବ ଆଜି ପାଳିତ ହୋଇଯାଇଛି । ଏହି ଅବସରରେ ଶନିବାର ପ୍ରାତଃ ୪ ଘଟିକା ସମୟରେ ସାମୁହିକ ପ୍ରାର୍ଥନା କରାଯିବା ପରେ ମଙ୍ଗଳ ଆଳତୀ, ନଗର ସଂକୀର୍ତ୍ତନ କରାଯାଇଥିଲା । ସକାଳ ୯ ଘଟିକା ସମୟରେ ବାବାଙ୍କର ପୂଜା, ଆଳତୀ, ପ୍ରାର୍ଥନା ଓ ସ୍ମୃତିଚାରଣ କରାଯିବା ପରେ ଭକ୍ତମାନଙ୍କ ଦ୍ୱାରା […]
ଆସନ୍ତୁ ଭାବିବା
Your blog category
କେନ୍ଦ୍ରାପଡା ଜିଲ୍ଲାରେ ଧାନକ୍ରୟ ପାଇଁ ମଣ୍ଡି ଖୋଲାଯିବାର ପନ୍ଦର ଦିନ ଅତିକ୍ରମ କରିଥିଲେ ମଧ୍ୟ ଅଧିକାଂଶ ମଣ୍ଡି କାର୍ଯ୍ୟକ୍ଷମ ନହେବା ଜିଲ୍ଲାର ଚାଷୀକୁଳକୁ ହତାଶ କରିଛି ବୋଲି ଓଡିଶା କୃଷକସଭା(ଏ.ଆଇ.କେ.ଏସ.) କେନ୍ଦ୍ରାପଡ଼ା ଜିଲ୍ଲା କମିଟି ଅବିହିତ କରିଛି । ସରକାରୀ ଭାବେ ଧାନକ୍ରୟ ପାଇଁ ପ୍ରତିବର୍ଷ ଡିସେମ୍ବର ୨୮ତାରିଖରେ ସାରା ଜିଲ୍ଲାରେ ମଣ୍ଡି ଖୋଲିଥାଏ ଓ ମାର୍ଚ୍ଚ ୩୧ରେ ଧାନ ସଂଗ୍ରହ ଶେଷ ହେଇଥାଏ । କିନ୍ତୁ ଏବର୍ଷ ଧାନ […]
କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ସହର ଓ ତାର ଆଖପାଖ ଅଂଚଳରେ କେତେକ ଯୁବକ ଦୃତ ଗତିରେ ବାଇକ ଚଳାଇବା ସହିତ ଜାଣିଶୁଣି ବାଇକରେ ଶବ୍ଦ କରାଇବା ପାଇଁ ବିଭିନ୍ନ ଉପାୟ ଅବଲମ୍ବନ କରି ଶବ୍ଦ ପ୍ରଦୂଷଣ କରୁଛନ୍ତି । ଯାହକୁନେଇ ବାରମ୍ବାର ଦୁର୍ଘଟଣା ଘଟିବା ସହିତ ଅନ୍ୟ ପଥିକ ମାନଙ୍କୁ ସମସ୍ୟାରେ ପକାଉଥିବା ଅଭିଯୋଗ ହେଉଥିଲେ ମଧ୍ୟ ପୋଲିସ ପକ୍ଷରୁ କୌଣସି କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯାଉନଥିବାରୁ ଜନସାଧାରଣ ଓ ବୁଦ୍ଧିଜିବୀ […]
କେନ୍ଦ୍ରାପଡା, ୧୯ା୧: ରାଜ୍ୟର ଅଗ୍ରଣୀ ସ୍ୱେଚ୍ଛାସେବୀ ସଂଗଠନ ବାଞ୍ଛାନିଧି ଦାସ ଓ ଶ୍ରୀମତୀ ଦେବୀ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ଅଯୋଧ୍ୟାନଗରସ୍ଥିତ କେନ୍ଦ୍ରାପଡା ପୌରସଂସ୍ଥା ଦୃଷ୍ଟିହୀନ ବିଦ୍ୟାଳୟର ଛାତ୍ରଛାତ୍ରୀ, କଜଳାସ୍ଥିତ ନିମାଇଁ ଚରଣ ମାନସିକ ନ୍ୟୁନତା ସଂସ୍ଥାନର ଛାତ୍ରଛାତ୍ରୀ ଓ ଦଧିବାମନଜୀଉ ମୁକ ବଧିର ବିଦ୍ୟାଳୟର ଛାତ୍ରଛାତ୍ରୀ ଏବଂ ଗରଦପୁର ବ୍ଲକ ଅନ୍ତର୍ଗତ କୋରୁଆ ସ୍ଥିତ ବାସୁଦେବ ଜାଗୃତି ଗୃହର ଅନ୍ତେବାସୀମାନଙ୍କୁ ଶାଲ, ବେଡସିଟ, ଦରୀ ଓ କମ୍ବଳ ପ୍ରଦାନ କରାଯାଇଛି […]
କେନ୍ଦ୍ରାପଡା, ୧୯ା୧: କେନ୍ଦ୍ରାପଡା ଜିଲ୍ଲାର ରାଜକନିକା ବ୍ଲକ ଅନ୍ତର୍ଗତ ଜୋରନ୍ଦ ଗ୍ରାମ ପଞ୍ଚାୟତରେ ୨୦୨୩-୨୪ ଆର୍ôଥକ ବର୍ଷରେ ସ୍ୱଚ୍ଛ ଭାରତ ଯୋଜନାରେ ସରପଞ୍ଚଙ୍କ ଅଗୋଚରରେ ଏବଂ ସାଧାରଣ ଜନତାଙ୍କ ସ୍ୱାର୍ଥ ବିରୋଧୀ ସ୍ଥାନରେ ପ୍ରକଳ୍ପ କାର୍ଯ୍ୟାନ୍ୱୟନ ହେଉଥିବାରୁ ତାହା ବିରୋଧରେ ପଞ୍ଚାୟତବାସୀଙ୍କ ପକ୍ଷରୁ ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦିଆଯାଇଛି । ସେମାନଙ୍କର ଅଭିଯୋଗ ହେଉଛି ଯେ ରାଜକନିକା ବ୍ଲକର କନିଷ୍ଠ ଯନ୍ତ୍ରୀ ମନମୁଖୀ ଭାବେ ସ୍ୱଚ୍ଛ ଭାରତ […]
କେନ୍ଦ୍ରାପଡ଼ା,୧୯/୧-ମାର୍ଶାଘାଈ ବ୍ଲକ୍ ଅନ୍ତର୍ଗତ ବାଲିଘାଈ ବଜ୍ରସୁନା ଉଚ୍ଚ ବିଦ୍ୟାଳୟରେ ଆଜି ଭାଷା,ସାହିତ୍ୟ ଓ ସୃଜନଶୀଳତା ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ବିଭିନ୍ନ ବିଭାଗରେ ପ୍ରତିଯୋଗିତା ମାନ ଅନୁଷ୍ଠିତ ହୋଇଥିଲା । ପୁସ୍ତକ ସମୀକ୍ଷାରେ ମୋ କାହାଣୀ ମୋ କଥା,ସାହିତ୍ୟ ସୃଜନୀରେ କବିତା ଓ ପ୍ରବନ୍ଧ ପଠନ,ଜିଜ୍ଞାସାରେ ବିଜ୍ଞନ ଓ ପରିବେଶ ,କୌଶଳୀରେ କମ୍ପୁଟର ର ଉପଯୋଗ , କ୍ରୀଡ଼ାଙ୍ଗନାରେ ଜୀବନ କୌଶଳ ଏବଂ ଶେଷରେ […]
କେନ୍ଦ୍ରାପଡ଼ା ତା ୧୯/୧-ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ଅଳପୁଆ ପଂଚାୟତ ତଳାପଡିଆ ଠାରେ ଜୟଦୂର୍ଗା କପ କ୍ରିକେଟ ଟୁର୍ନାମେଣ୍ଟ ଅନୁଷ୍ଠିତ ହୋଇଯାଇଛି ଓ ଏଥିରେ ଆଳି, ବାଲିପାଟଣା, ପଞ୍ଚୁପାଣ୍ଡ୍ୱ, ଯାଜପୁର, ଚନ୍ଦନପୁର, ଇନ୍ଦୁପୁର, ବରୀ ଆଦି ବିଭିନ୍ନ ଅଂଚଳର ୮ କ୍ରିକେଟ ଦଳ ଭାଗ ନେଇଥିଲେ ଓ ଫାଇନାଲ ଖେଳ ଇନ୍ଦୁପୁର ଗୋପବନ୍ଧୁ କ୍ରିକେଟ ଟିମ ଓ ଗମୁ ଗୋଲଡେନ ଷ୍ଟାର କ୍ରିକେଟ ଟିମ ନିମ୍ନରେ ଅନୁଷ୍ଠିତ ହୋଇଥିଲା ଓ ଏଥିରେ […]
କେନ୍ଦ୍ରାପଡା ୧୯/୧- ଗରଦପୁର ବ୍ଲକ ଅନ୍ତର୍ଗତ ନାଗଣପୁର ସରସ୍ୱତୀ ଶିଶୁ ମନ୍ଦିରର ୨୮ତମ ବାର୍ଷିକ ଉତ୍ସବରେ ଶିଶୁ ମନ୍ଦିରର ପ୍ରତିଷ୍ଠାତା ସାମ୍ବାଦିକ ଜ୍ଞାନ ବଲ୍ଲଭ ମହାନ୍ତିଙ୍କ ସଭାପତିତ୍ୱରେ ଆୟୋଜିତ ଉତ୍ସବରେ ସ୍ୱତନ୍ତ୍ରଅତିଥି ରୂପେ ଗରଦପୁର ବ୍ଲକ ଅନ୍ତର୍ଗତ ନାଗଣପୁର ସରସ୍ୱତୀ ଶିଶୁ ମନ୍ଦିରର ୨୮ତମ ବାର୍ଷିକ ଉତ୍ସବ ମହାସମାରୋହରେତି ପୁନଃରୁଦ୍ଧାର ସମିତିର ସଭାନେତ୍ରୀ ଜୋତ୍ସାମୟୀ ପରିଡା, ମୁଖ୍ୟବକ୍ତା ରୂପେ ପ୍ରାକ୍ତନ କଲେଜ ଅଧ୍ୟକ୍ଷ ଡଃ ଲିଙ୍ଗରାଜ ଶତପଥୀ ପ୍ରମୁଖ ଯୋଗଦେଇ […]
କେନ୍ଦ୍ରାପଡା, ୧୯/୧- ଆସନ୍ତା ୨୨ତାରିଖ ସୋମବାର ଦିନ ଅଯୋଧ୍ୟାରେ ପ୍ରଭୁ ଶ୍ରୀରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ଓ ଭବ୍ୟ ମନ୍ଦିରର ଶୁଭ ଲୋକାର୍ପଣ ଅନୁଷ୍ଠିତ ହେବାକୁ ଯାଉଥିବାବେଳେ ଚାରିଆଡ଼େ କ୍ରମେ ସ୍ୱତ୍ତ ଭକ୍ତି ଓ ସମର୍ପଣଭାବର ପରିବେଶ ସୃଷ୍ଟି ହେବାରେ ଲାଗିଛି । ଜନଗଣଙ୍କ ଏହି ଧର୍ମୀୟ ଭାବନାକୁ ସମ୍ମାନ ଦେଇ ସାଂପ୍ରଦାୟିକ ସଂପ୍ରୀତିର ସହର କେନ୍ଦ୍ରାପଡ଼ାର ସମସ୍ତ ମାଛ ଓ ମାଂସ ବ୍ୟବସାୟୀ ମାନେ ଏହି ଦିନ ନିଜର ଏହି […]
କେନ୍ଦ୍ରାପଡ଼ା, ୧୯ା୧: ଚଳିତ ବର୍ଷ ପାଣି ପଞ୍ଚାୟତ ପକ୍ଷ ପାଳନ-୨୦୨୪ ଆମ ରାଜ୍ୟରେ ଜାନୁୟାରୀ ୧୬ତାରିଖରୁ ୩୦ତାରିଖ ପର୍ଯ୍ୟନ୍ତ ପାଳନ କରାଯାଉଛି । ଏହି କ୍ରମରେ କେନ୍ଦ୍ରାପଡ଼ା ଜିଲ୍ଲାରେ ଉଠା ଜଳସେଚନ ବିଭାଜନ ପକ୍ଷରୁ ଆଜି ଉଠା ଜଳସେଚନ ସର୍କଲ, କଟକର ଅଧିକ୍ଷଣ ଯନ୍ତ୍ରୀ ତଥା ଭାରପ୍ରାପ୍ତ କେନ୍ଦ୍ରାପଡା ବିଭାଜନର ନିର୍ବାହୀ ଯନ୍ତ୍ରୀ ଇଂ ପବିତ୍ର ପରିଡାଙ୍କ ଅଧ୍ୟକ୍ଷତାରେ ପାଣି ପଞ୍ଚାୟତ ପକ୍ଷ-୨୦୨୪ ପାଳିତ ହୋଇଯାଇଛି । ଏଥିରେ […]
କେନ୍ଦ୍ରାପଡ଼ା, ୧୯ା୧: ଜଣେ ନାବାଳିକା ଅପହରଣ ମାମଲାରେ ସ୍ଥାନୀୟ ପୋକ୍ସ କୋର୍ଟ ଦୋଷୀକୁ ୩ ବର୍ଷ ସଶ୍ରମ କାରାଦଣ୍ଡ ଆଦେଶ ଦେଇଛନ୍ତି। କେନ୍ଦ୍ରାପଡା ଫାଷ୍ଟ୍ରାକ୍ଟ ପୋସ୍କୋ କୋଟର ବିଚାରପତି ତ୍ରିବିକ୍ରମ କେଶରୀ କିନାରା ସାକ୍ଷୀ ଏବଂ ପ୍ରମାଣ ଆଧାରରେ ଅଭିଯୁକ୍ତ ଜିତୁରଞ୍ଜନ ପ୍ରଧାନଙ୍କୁ କୁ ଦୋଷୀ ସାବ୍ୟସ୍ତ କରି ତିନିବର୍ଷ ସଶ୍ରମ କାରାଦଣ୍ଡ ଓ ୧୦ହଜାର ଟଙ୍କା ଜରିମାନାରେ ଦଣ୍ଡିତ କରିଛନ୍ତି । ଘଟଣାରୁ ପ୍ରକାଶ ଯେ ୨୦୨୧ ମସିହା […]
କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ କୃଷି ବିଭାଗ ଭିଏଡବ୍ଲୁ ଦିପକ ସାମଲ କଖାରୁଣି ପଂଚାୟତରେ ବିରି ବଂଟନ କରୁଥିଲେ । ଓସଙ୍ଗରା ଗ୍ରାମର ରୁଦ୍ର ନାରାୟଣ ସାମନ୍ତରାୟ ତାଙ୍କୁ ବିରି ମାଗିବା ସହିତ ଧମକ ଦେଇଥିବା ନେଇ ଭିଏଡବ୍ଲୁ ଥାନାରେ ଅଭିଯୋଗ କରିଥିବା ବେଳେ ବିରି ବଂଟନରେ ଅନିୟମିତତାକୁ ନେଇ ସ୍ୱର ଉଠାଇବାରୁ ଭିଏଡବ୍ଲୁ ସାମଲ ଧମକଦେବା ସହ ଗାଳି ଗୁଲଜ କରିଥିବା ନେଇ ଅକ୍ଷୟ ମଲିକ ଥାନାରେ ଅଭିଯୋଗ କରିଛନ୍ତି […]
ପଟ୍ଟାମୁଣ୍ଡାଇ କଲେଜ ପ୍ରାଣୀବିଜ୍ଞାନ ଆଲୋଚନାଚକ୍ର ପଟ୍ଟାମୁଣ୍ଡାଇ ତା ୧୮/୮-ପଟ୍ଟାମୁଣ୍ଡାଇ କଲେଜ ପ୍ରାଣୀ ବିଜ୍ଞାନ ବିଭାଗ ପକ୍ଷରୁ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି । କଲେଜ ଅଧକ୍ଷ ପ୍ରଫେସର ଦିଲ୍ଲୀପ ଭୂୟାଁଙ୍କ ପୌରହିତ୍ୟରେ ପ୍ରାଣୀବିଜ୍ଞାନ ପ୍ରକୋଷ୍ଠରେ ଆୟୋଜିତ ଆଲୋଚନାଚକ୍ରରେ କେନ୍ଦ୍ରାପଡ଼ା ତୁଳସୀ ମହିଳା ମହାବିଦ୍ୟାଳୟ ବରିଷ୍ଠ ପ୍ରଧ୍ୟାପିକା ମଞ୍ଜୁଶ୍ରୀ ସ୍ୱାଇଁ ରି୍ସୋର୍ସ ପର୍ସନ ଭାବେ ଯୋଗ ଦେଇ ଟେରାଟୋଜେନେସିସ ଏବଂ ଏହାର କାରଣ ଓ ନିରାକରଣ ଉପରେ ବିଶଦ ଆଲୋଚନା କରିଥିଲେ […]
ପଟ୍ଟାମୁଣ୍ଡାଇ ତା ୧୭/୧-ପଟ୍ଟାମୁଣ୍ଡାଇ କଲେଜରେ ନୂଆ -ଓ ଯୁବଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମ ଆଧାରରେ ନାଟ୍ୟ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । କଲେଜ ଅଧକ୍ଷ ପ୍ରଫେସର ଦିଲ୍ଲୀପ ଭୂୟାଁ ପୌରହିତ୍ୟ ରେ ଆୟୋଜିତ ବର୍ଣ୍ଣାଢ୍ୟ ଉତ୍ସବରେ ପଟ୍ଟାମୁଣ୍ଡାଇ ପୌର ପରିଷଦ ଅଧକ୍ଷ ହେମନ୍ତ ସାହୁ ମୁଖ୍ୟଅତିଥି ଭାବେ ଯୋଗ ଦେଇ ସାମାଜିକ ପରିବର୍ତ୍ତନ କ୍ଷେତ୍ରରେ ନାଟକର ଭୂମିକା ଗୁରୁତ୍ୱ ପୂର୍ଣ୍ଣ ବୋଲି ମତପ୍ରକାଶ କରିଥିଲେ । ନୂଆ -ଓ ନୋଡାଲ […]
କେନ୍ଦ୍ରାପଡ଼ା, ୧୮ା୧: ମା’ ସମଲେଶ୍ୱରୀ ମନ୍ଦିରର ଭବ୍ୟ ଲୋକାର୍ପଣ ଉତ୍ସବ ଅନୁଷ୍ଠିତ ହେବ ଚଳିତ ଜାନୁଆରୀ ୨୭ ତାରିଖରେ । ଏହି ଉତ୍ସବକୁ ଭବ୍ୟ ଓ ଦିବ୍ୟ କରିବା ନିମନ୍ତେ ଦେଶର ବିଭିନ୍ନ ଶକ୍ତି ପୀଠ ସହ ରାଜ୍ୟର ସମସ୍ତ ଜିଲ୍ଲାର ବିଭିନ୍ନ ମନ୍ଦିରକୁ ନିମନ୍ତ୍ରଣ କରାଯାଉଛି । ଏହି କ୍ରମରେ ଆଜି ଏକ ପ୍ରତିନିଧି ଦଳ କେନ୍ଦ୍ରାପଡ଼ା ଗସ୍ତ କରି ମା’ ଗୋଜବାୟାଣୀ ମନ୍ଦିରକୁ ନିମନ୍ତ୍ରଣ ପ୍ରଦାନ କରିଛନ୍ତି […]
କେନ୍ଦ୍ରାପଡା ୧୮/୧- ସାରା ରାଜ୍ୟରେ ସାମ୍ବାଦିକମାନଙ୍କ ସୁରକ୍ଷା ସହ ପେନସନ ଦାବିରେ ଓଡିଶା ସାମ୍ବାଦିକ ୟୁନିୟନ ଓୟୁଜେ ଆହ୍ୱାନରେ ତମାମ ରାଜ୍ୟରେ ଆଜି ଜିଲ୍ଲାପାଳ ମାନଙ୍କୁ ଦାବିପତ୍ର ପ୍ରଦାନ କରାଯାଇ ତୁରନ୍ତ ଏହି ମୁଖ୍ୟ ଦାବୀ ପୂରଣ ପାଇଁ ଦାବୀ କରାଯାଇଛି । ରାଜ୍ୟର ପ୍ରତିଷ୍ଠିତ ସାମ୍ବାଦିକ ୟୁନିୟନ ଓୟୁଜେ ପକ୍ଷରୁ ଦୀର୍ଘ ବର୍ଷ ଧରି ସାମ୍ବାଦିକତାର ସ୍ୱାର୍ଥ ରକ୍ଷା ପାଇଁ ୟୁନିୟନ ଅହରହ ସଂଗ୍ରାମ ଜାରି ରଖିଥିବା ବେଳେ […]
କେନ୍ଦ୍ରାପଡ଼ା, ୧୭ା୧: ଶ୍ରୀ ଜଗନ୍ନାଥ ଓଡିଆ ଅସ୍ମିତାର ପୁଣ୍ୟ ପ୍ରତୀକ । ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଭବ୍ୟ ଲୋକାର୍ପଣ ଉତ୍ସବକୁ ସ୍ମରଣୀୟ କରିବା ପାଇଁ ଜିଲ୍ଲା ସଂସ୍କୃତି ଭବନରେ ଓଡିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ଏବଂ କେନ୍ଦ୍ରାପଡା ଜିଲ୍ଲା ସଂସ୍କୃତି ପରିଷଦର ମିଳିତ ଆନୁକୂଲ୍ୟରେ ଓଡିଶା ସଙ୍ଗୀତ ନାଟକ ଏକାଡେମୀ ଦ୍ୱାରା “କାଞ୍ôଚ କାବେରୀ” ଗୀତିନାଟ୍ୟ ଜିଲ୍ଲା ସଂସ୍କୃତି ଭବନରେ ଆଜି ସନ୍ଧ୍ୟାରେ ଅନୁଷ୍ଠିତ ହୋଇଯାଇଛି । […]
କେନ୍ଦ୍ରାପଡ଼ା, ୧୭ା୧: ଶ୍ରୀକ୍ଷେତ୍ର ପୁରୀ ଶ୍ରୀମନ୍ଦିରର ଶ୍ରୀଜଗନ୍ନାଥ ପରିକ୍ରମା ପ୍ରକଳ୍ପର ଉଦ୍ଘାଟନ ଉତ୍ସବ ଆଜି ପୁରୀରେ ଅନୁଷ୍ଠିତ ହୋଇଥିବାବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାକୁ ଉଦ୍ଘାଟନ କରିଥିଲେ । ଏହି ଉଦ୍ଘାଟନ ଉତ୍ସବର ସିଧାପ୍ରସାରଣ ଜିଲ୍ଲାର ପ୍ରତି ବ୍ଲକ ଏବଂ ପୌରାଞ୍ଚଳରେ ପ୍ରଦର୍ଶନ କରାଯାଇଥିଲା । କେନ୍ଦ୍ରାପଡା ପୌର ପ୍ରଶାସନ ଆନୁକୂଲ୍ୟରେ ସହରସ୍ଥ ଟେଲିକମ୍ ପଡିଆରେ ଏଲ୍ଇଡି ଟିଭି ମାଧ୍ୟମରେ ପ୍ରସାରିତ ହୋଇଥିଲା । ସମସ୍ତ ୨୧ଟି ୱାର୍ଡର ଶତାଧିକ […]
କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଲକ ଅଣ୍ଢରା ଗ୍ରାମପଞ୍ଚାୟତର ମା’ମଙ୍ଗଳା ମନ୍ଦିରରେ ବାର୍ଷିକ ଉତ୍ସବ, ଘୃତଯଜ୍ଞ, ନାମସଙ୍କୀର୍ତ୍ତନ, ପ୍ରବଚନ, ଅନ୍ନଯଜ୍ଞ ମହାସମାରୋହରେ ପାଳିତ ହୋଇଯାଇଛି । ଯଜ୍ଞର କର୍ତ୍ତୀ ଓ କର୍ତ୍ତା ଭାବେ ପ୍ରଶାନ୍ତ ସ୍ୱାଇଁ ଏବଂ କାବେରୀ ସ୍ୱାଇଁ କାର୍ଯ୍ୟ ସମ୍ପାଦନ କରିଥିଲେ । ପୂଜକ ପ୍ରଶନ୍ନ ନନ୍ଦ, ଗଗନ ଆଚାର୍ଯ୍ୟ, ତ୍ରୈଲୋକ୍ୟନାଥ ନନ୍ଦ, ସୈାମ୍ୟଜିତ ନନ୍ଦ, ଜଗତ ଜୟନନ୍ଦ, ଚିତ୍ତରଞ୍ଜନ ମହାପାତ୍ର ପ୍ରମୁଖ ପୂଜାକାର୍ଯ୍ୟ ଓ ମନ୍ତ୍ରୋଚାରଣ […]
ପୁରୀ ଶ୍ରୀକ୍ଷେତ୍ରରେ ହଜାର ହଜାର କୋଟି ଟଙ୍କା ବ୍ୟୟରେ ନବ ନିର୍ମିତ ଶ୍ରୀ ଜଗନ୍ନାଥ ପରିକ୍ରମା ପ୍ରକଳ୍ପକୁ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ଲକ୍ଷ ଲକ୍ଷ ଭକ୍ତ ଠାକୁର ରାଜାଙ୍କ ଗହଣରେ ହରିବୋଲ ହୁଳହୁଳି ମଧ୍ୟରେ ଲୋକାର୍ପିତ କରିଛନ୍ତି । ଏହାର ସିଧା ପ୍ରସାରଣ ପାଇଁ ପଟ୍ଟାମୁଣ୍ଡାଇ ପୌର ପ୍ରଶାସନ ପକ୍ଷରୁ ପଟ୍ଟାମୁଣ୍ଡାଇ ଶ୍ରୀରାମ ମନ୍ଦିର ପ୍ରାଙ୍ଗଣରେ ଏକ ଭବ୍ୟ ସମାରୋହ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ଶ୍ରୀକ୍ଷେତ୍ର […]
ଆଜି ପୁରୀରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଉତ୍ସବ ଅନୁଷ୍ଠିତ ହେବ । ଏନେଇ ଉତ୍ସବମୁଖର ହୋଇଉଠିଛି ଶ୍ରୀକ୍ଷେତ୍ର । ଚାଲିଛି ତ୍ରି ଦିନାତ୍ମକ ହୋମଯଜ୍ଞ । ମନ୍ତ୍ରପାଠରେ ପ୍ରକମ୍ପିତ ହେଉଛି ସମ୍ପୂର୍ଣ୍ଣ ପରିବେଶ । ଚାରି ଦ୍ୱାରରେ ଚାଲିଛି ବେଦପାଠ । ଆସନ୍ତାକାଲି ଯଜ୍ଞର ପୁରୋଧା ଗଜପତି ମହାରାଜ ପୂର୍ଣ୍ଣାହୂତି ଦେବେ । ଏହି ପୂର୍ଣ୍ଣହୂତି କାର୍ଯ୍ୟକ୍ରମ ଓ ଲୋକାର୍ପଣ ଉତ୍ସବରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଫାଇଭ୍ଟି ଅଧ୍ୟକ୍ଷ […]
ଗୋଟା ଅଣ୍ଡା ୯ କିନ୍ତୁ ତରକାରି ପାଇଁ ମିଳୁଛି ୬, ଡାଲି ଦର ବାଧୁଛି ବିଗତ କିଛି ଦିନ ହେବ ଅଣ୍ଡା ଦର ହୁ ହୁ ହୋଇ ବଢି ଚାଲିବା ଡାଲି ଓ ପରିବା ଦର କ୍ରମାଗତ ଭାବରେ ବଢ଼ିଥିବାରୁ ଏହାର ସିଧାସଳଖ ପ୍ରଭାବ ପଡିଛି ସରକାରଙ୍କ ପକ୍ଷରୁ ଗର୍ଭବତୀ ମହିଳା ଓ ଶିଶୁଙ୍କ ଲାଗି କାର୍ଯ୍ୟକାରୀ କରାଯାଉଥିବା ପୃଷ୍ଟିକର ଖାଦ୍ୟ ପ୍ରଦାନ ଯୋଜନା ପରିଚାଳିତ କରୁଥିବା ଅଙ୍ଗନୱାଡି କେନ୍ଦ୍ର […]
କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ କଲେଜ ଓଡ଼ିଆ ଭାଷା ସାହିତ୍ୟ ବିଭାଗ ପକ୍ଷରୁ ଭାବ ଓ ଭାଷାର ସମ୍ରାଟ ସୁରେନ୍ଦ୍ର ଶୀର୍ଷକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି । ଓଡ଼ିଆ ଭାଷା ସାହିତ୍ୟ ବିଭାଗ ମୁଖ୍ୟ ଡ଼ ପ୍ରେମଲତା ରାଉତଙ୍କ ପୌରହିତ୍ୟରେ ଆୟୋଜିତ ଆଲୋଚନାଚକ୍ରରେ ବିଷୟ ବିଶାରଦ ଭାବେ ପ୍ରାକ୍ତନ ପ୍ରାଧ୍ୟାପକ ଡ଼ ସର୍ବେଶ୍ୱର ସେଣ ଯୋଗ ଦେଇ ବିଷୟ ଭିତ୍ତିକ ଆଲୋଚନା କରିଥିଲେ । ଡ଼ ରାଉତ ସ୍ୱାଗତ ଭାଷଣ ଦେଇ […]
ଜାନୁଆରୀ ୧୭ ତାରିଖ ଓ ଜାନୁଆରୀ ୨୨ ତାରିଖରେ କେନ୍ଦ୍ରାପଡ଼ା ଜିଲ୍ଲାର ସମସ୍ତ ଠିପିଖୋଲା, ଠିପି ବନ୍ଦ, ତାଡି, ଦେଶୀ ମଦ ଦୋକାନ ବନ୍ଦ ରଖିବାକୁ ଜିଲ୍ଲାପାଳ ଅମ୍ରିତ ଋତୁରାଜ ନିର୍ଦ୍ଦେଶ ଦେଇଛନ୍ତି । କେନ୍ଦ୍ରାପଡ଼ା ଜିଲ୍ଲାର ସମସ୍ତ ଠିପିଖୋଲା, ଠିପି ବନ୍ଦ, ତାଡି ଓ ଦେଶୀ ମଦ ଦୋକାନଗୁଡିକୁ ଜାନୁଆରୀ ୧୭ ତାରିଖ ଓ ୨୨ ତାରିଖରେ ବନ୍ଦ ରଖିବାକୁ ଜିଲ୍ଲାପାଳ ଅମ୍ରିତ ଋତୁରାଜ ନିର୍ଦ୍ଦେଶ ଦେଇଛନ୍ତି […]










