କେନ୍ଦ୍ରାପଡ଼ା ୪ା୭: କେନ୍ଦ୍ରାପଡା ଜିଲ୍ଲା ଅନ୍ତର୍ଗତ ମହାକାଳପଡା ବ୍ଲକ୍‌ର ଅମିରାବାଦ ଗ୍ରାମରେ ଆଜି ମଧ୍ୟାହ୍ନ ସମୟରେ ବଜ୍ରପାତ ରଚିଲା ତାଣ୍ଡବ । ଏକ କାଳୀନ ପଡିଲା ୪ଟି ନଡିଆ ଗଛ ଉପରେ ଜଳିଲା ହୁତୁ ହୁତୁ ହୋଇ ନିଆଁ । ତଳେ ଥିବା ଛପର ଘର ଉପରେ ପଡି ଚାଲିଲା ନିଆଁ ମୁଣ୍ଡା ଜଳି ଭସ୍ମ ହୋଇଗଲା । ନିତ୍ୟସୁନ୍ଦର ଜେନାଙ୍କର ଦୁଇ ବଖରା ଛପର ଘର ଗାଁ ଲୋକମାନେ […]

କେନ୍ଦ୍ରାପଡ଼ା ୪ା୭: କେନ୍ଦ୍ରାପଡା ଜିଲ୍ଲାରେ ଅନେକ ପଦବୀରେ କର୍ମଚାରୀ ନ ଥିବାରୁ କାର୍ଯରେ ବାଧା ଦେଖାଦେଇଛି । ଜଣେ ଅଧିକାରୀଙ୍କୁ ଏକାଧିକ ବିଭାଗର ଦାୟିତ୍ତ୍ୱ ଦିଆଯାଇଛି । ଯନ୍ତ୍ରୀମାନଙ୍କୁ ଏକାଧିକ ଦାୟିତ୍ତ୍ୱ ଦିଆଯାଇଥିବାରୁ ସଠିକ ଭାବେ କାର୍ଯ୍ୟର ତଦାରଖ କରାଯାଇପାରୁନାହିଁ । ଯାହା ଫଳରେ ବିକାଶରେ ବାଧା ଦେଖାଦେଇଛି । କେନ୍ଦ୍ରାପଡା ପୁର୍ତ୍ତ ବିଭାଗ-୧ ଅଧିକ୍ଷଣ ଯନ୍ତ୍ରୀ କ୍ଷିରୋଦ ଚନ୍ଦ୍ର ବେହେରା ଏବଂ ସହକାରୀ ଯନ୍ତ୍ରୀ ପ୍ରଶନ୍ନ କୁମାର ସାମଲଙ୍କୁ […]

କେନ୍ଦ୍ରାପଡ଼ା ୪ା୭: ଏକୋଇଶି ବର୍ଷରୁ କମ ଭାରତୀୟ ଭଲିବଲ ଦଳରେ ଓଡିଶାର କେନ୍ଦ୍ରାପଡା ସହରସ୍ଥ ରଣପଡା ଗ୍ରାମର ମହମ୍ମଦ ରାଜା ସ୍ଥାନ ପାଇ ଜିଲ୍ଲା ପାଇଁ ଗୌରବ ଆଣିଛନ୍ତି । ସେ ଆନ୍ତର୍ଜାତୀୟ ଭଲିବଲ୍ ପ୍ରତିଯୋଗିତାରେ ଭାଗନେବା ପାଇଁ ଆଜି ବାହାରିନ ଯାତ୍ରା କରିବେ । ଏହି ଶୁଭ ଖବର କେନ୍ଦ୍ରାପଡାର କ୍ରୀଡାପ୍ରେମୀ, ଜନସାଧାରଣ ଓ କ୍ଲବମାନଙ୍କରେ ଖୁସିର ଲହରୀ ଖେଳାଇ ଦେଇଛି । ବାହାରିନର ମାନାମାଠାରେ ଆନ୍ତର୍ଜାତୀୟ ଭଲିବଲ୍ […]

କେନ୍ଦ୍ରାପଡା ୪.୭-କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ଅଂଚଳର ସର୍ବପୁରାତନ ସରକାରୀ ଶିକ୍ଷାନୁଷ୍ଠାନ ଏମଏନ ହାଇସ୍କୁଲ ସପ୍ରତି ସମସ୍ୟା ପରେ ସମସ୍ୟାରେ ଛନ୍ଦି ହୋଇପଡିଛି । ରାଜ୍ୟ ସରକାର ଏହି ପୁରାତନ ହାଇସ୍କୁଲର ଗୁଣାତ୍ମକ ଶିକ୍ଷାର ବିକାଶ ପାଇଁ ପ୍ରଯ୍ୟାପ୍ତ ସରକାରୀ ଅନୁଦାନ ଯୋଗାଇ ଦେବା ସହିତ ସ୍କୁଲକୁ ସେଣ୍ଟର ଅଫ ଏକ୍ସିଲେନ୍ସ ମାନ୍ୟତା ପ୍ରଦାନ କରିଛନ୍ତି । ମାତ୍ର ପ୍ରଧାନଶିକ୍ଷକ ସମେତ ବହୁ ଶିକ୍ଷକ ପଦବୀ ଖାଲି ପଡିବା ଘଟଣା ସ୍କୁଲ […]

ପଟ୍ଟାମୁଣ୍ଡାଇ ୪.୭-ତିନିଦିନ ତଳୁ ନିଖୋଜ ଥିବା ଯୁବକର ମୃତ ଦେହ ବ୍ରାହ୍ମଣୀ ନଦୀରୁ ଉଦ୍ଧାର ହୋଇଛି । ପରିବାର ପକ୍ଷରୁ ଯୁବକଙ୍କୁ ହତ୍ୟା କରାଯାଇଛି ବୋଲି ସନ୍ଦେହ କରାଯାଇଛି । କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ପୌରାଂଚଳ ତନୁପୁର ନନ୍ଦିନଗର ଗାଁର ଶୁକଦେବ ପାତ୍ରଙ୍କ ପୁଅ ନାରାୟଣ ପାତ୍ର (୨୮) ଗତ ତିନି ଦିନ ତଳୁ  ନିଖୋଜ ଥିଲେ । ଏନେଇ ପଟ୍ଟାମୁଣ୍ଡାଇ ଥାନାରେ ମଧ୍ୟ ଅଭିଯୋଗ ହୋଇଥିଲା । ମଙ୍ଗଳବାର […]

ପଟ୍ଟାମୁଣ୍ଡାଇ ତା ୩.୭-ରାଜନଗର ନିର୍ବାଚନମଣ୍ଡଳୀ ବିଜେପି ପକ୍ଷରୁ ପଟ୍ଟାମୁଣ୍ଡାଇ ବ୍ଲକ ଚନ୍ଦନନଗର ପଂଚାୟତ ଅଢାଯୋଡ଼ି ସାତହୁଙ୍କା ମଠ ଠାରେ ମହାଜନସମ୍ପର୍କ ଓ ଲାଭାର୍ଥୀ ସମାବେଶ ଅନୁଷ୍ଠିତ ହୋଇଯାଇଛି । ଏଥିରେ ପୂର୍ବତନ ବିଧାୟକ ଡ଼ ଅଲେଖ କୁମାର ଜେନା ଯୋଗ ଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୯ବର୍ଷ ଶାସନ ଓ ବିଭିନ୍ନ ଜନକଲ୍ୟାଣ ଯୋଜନା ସମ୍ପର୍କରେ ଆଲୋକପାତ କରିଥିଲେ ।.ବିଜେପି ନେତା ବନମାଳୀ ମହାପାତ୍ରଙ୍କ ପୌରହିତ୍ୟରେ ଆୟୋଜିତ ସମାବେଶରେ ବରିଷ୍ଠ […]

ପଟ୍ଟାମୁଣ୍ଡାଇ ତା ୩.୭-ଆଜି ପଟ୍ଟାମୁଣ୍ଡାଇ ବ୍ଲକର ଦିହୁଡିପୁର ପଞ୍ଚାୟତରେ ପଲ୍ଲୀରେ ପ୍ରଶାସନ କାର୍ଯ୍ୟକ୍ରମ  ବିଡ଼ିଓ ଶୁଭ୍ରାଂଶୁ ସାହୁଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଦିହୁଡି ପୁର ସରପଞ୍ଚ ନରେଶ ମଲିକ  ପ୍ରମୁଖ ଯୋଗ ଦେଇ ପଲ୍ଲୀ ପ୍ରଶାସନର ଲକ୍ଷ୍ୟ ଓ ଆଭିମୁଖ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ I ଏହି ନିଆରା ସରକାରୀ କାର୍ଯ୍ୟକ୍ରମ ପ୍ରତି ଲୋକମାନଙ୍କ ସମର୍ଥନ ଥିବା ଦେଖିବାକୁ ମିଳିଥିଲା ।  ଏଥିରେ ଆବାସ, ରାସନକାର୍ଡ,ଓ […]

କେନ୍ଦ୍ରାପଡ଼ା, ୩ା୭ : ଭାରତୀୟ କମ୍ୟୁନିଷ୍ଟ ପାର୍ଟି(ସି.ପି.ଆଇ.)କେନ୍ଦ୍ରାପଡା ଜିଲ୍ଲା କମିଟି ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆକାଶ ଛୁଆଁ ଦରବୃଦ୍ଧିର ପ୍ରତିବାଦ କରାଯାଇଥିଲା । ବର୍ତ୍ତମାନ ଯେଭଳି ଭାବେ ଅଦା କିଲୋ ୩ଶହ ଟଙ୍କା, ବିଲାତି କିଲୋ ୧୨୦ଟଙ୍କା, ରସୁଣ କିଲୋ ୧୫୦ଟଙ୍କା, ଡାଲି, ତେଲ, ପେଟ୍ରୋଲ, ଡିଜେଲ, ଔଷଧ, ପାଠ ପଢିବା ପାଇଁ ଆବଶ୍ୟକ ସାଧା କାଗଜ ପ୍ରଭୃତିର ଦାରଦାମ ନିୟନ୍ତ୍ରଣ ବାହାରକୁ ଚାଲିଯିବା ସହ ଆକାଶ ଛୁଆଁ […]

କେନ୍ଦ୍ରାପଡ଼ା, ୩ା୭: କେନ୍ଦ୍ରାପଡା ସ୍ୱୟଂଶାସିତ ମହାବିଦ୍ୟାଳୟର ପଦାର୍ଥ ବିଜ୍ଞାନରେ ୯୧.୮୫ ପ୍ରତିଶତ ନମ୍ବର ରଖି ବରଜ କୁମାର ଦାସ ଟପ୍ପର ହୋଇଛନ୍ତି । ସେ ଜଣେ ଦିବ୍ୟାଙ୍ଗ ହୋଇମଧ୍ୟ କଲେଜ ଟପ୍ପର ହୋଇଥିବାରୁ ବିଭିନ୍ନ ମହଲରେ ତାଙ୍କୁ ସମ୍ବର୍ଦ୍ଧନା ଦିଆଯାଇଛି । ଏହି ଅବସରରେ ଶ୍ରୀ ଦାସଙ୍କୁ ଜାବିର ବିନ କବିର ଶୈକ୍ଷିକ ଅନୁଷ୍ଠାନ ତରଫରୁ ଉତ୍ତରୀୟ, ପୁଷ୍ପଗୁଛ, ମାନପତ୍ର ପ୍ରଦାନ କରି ସମ୍ବର୍ଦ୍ଧିତ କରାଯାଇଛି । ବିଗତ ବର୍ଷମାନଙ୍କରେ […]

କେନ୍ଦ୍ରାପଡା ୩/୭- ଜିଲ୍ଲାର କଳାକାରମାନେ ଆଜି ସହକାରୀ ଜିଲ୍ଲାପାଳଙ୍କୁ ଭେଟି ଜିଲ୍ଲା ସଂସ୍କୃତି ଅଧିକାରିଣୀଙ୍କ ବିରୋଧରେ ବିଭିନ୍ନ ଅଭିଯୋଗ କରିଥିଲେ । ସେମାନଙ୍କ ଅଭିଯୋଗ ଥିଲା କଳାକାରମାନଙ୍କ ଭତ୍ତା ସେମାନଙ୍କୁ ନିୟମିତ ଦିଆନଯାଇ ସାତଆଠ ମାସ କାଳ ତାଙ୍କ କାର୍ଯ୍ୟାଳୟରେ ପକାଇ ରଖୁଛନ୍ତି । ଜୀବିତ ପ୍ରମାଣ ପତ୍ର କଳାକାରମାନଙ୍କଠାରୁ ବର୍ଷକୁ ୨୦ ଥର ନେଉଛନ୍ତି । ବରିଷ୍ଠ ନାଗରିକ ଓ ବୃଦ୍ଧ କଳାକାରମାନଙ୍କୁ ଅସମ୍ମାନ କରୁଛନ୍ତି । ଭତ୍ତା […]

କେନ୍ଦ୍ରାପଡ଼ା, ୩ା୭ : କେନ୍ଦ୍ରାପଡା ଜିଲ୍ଲାର ୨ଟି ପରୀକ୍ଷା କେନ୍ଦ୍ରରେ ଆଜିଠୁ ମାଟ୍ରିକ ପରୀକ୍ଷା ଓ ଷ୍ଟେଟ ଓପନ ସ୍କୁଲ ସାର୍ଟିଫିକେଟ ଏକଜାମିନେସନ ଆରମ୍ଭ ହୋଇଛି । କେନ୍ଦ୍ରାପଡା ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ଏବଂ ପଟ୍ଟାମୁଣ୍ଡାଇ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଏହି ପରୀକ୍ଷା କେନ୍ଦ୍ର ହୋଇଛି । ଆଜି ପ୍ରଥମ ଦିନରେ ଓଡିଆ ବିଷୟରେ ପରୀକ୍ଷା ଥିବା ବେଳେ କେନ୍ଦ୍ରାପଡା ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପରୀକ୍ଷା […]

  ଆପଣ ତରକାରୀରେ ଅଧିକ ମସଲା ପକାଉଛନ୍ତି କି । ତେବେ ହୋଇ ଯାଆନ୍ତୁ ସତର୍କ ନହେଲେ ମାସିକ ବଜେଟ ଉପରେ ପଡିପାରେ ପ୍ରଭାବ । ମସଲାପାଇଁ ଆବଶ୍ୟକ ହେଉଥିବା ଅଦାର ଦର ବଜାରରେ ବଢିବଢି ଚାଲିଛି । ଏହି କ୍ରମରେ କେନ୍ଦ୍ରାପଡା ଜିଲ୍ଲାରେ ମଧ୍ୟ ଏହାର ପ୍ରଭାବ ଅନୁଭୂତ ହେଉଛି । ବର୍ତମାନ ବଜାରରେ ଅଦା ଦର କିଲୋ ପ୍ରତି ୩ ଶହରୁ ୩୨୦ ଟଙ୍କାରେ ବିକ୍ରି ହେଉଛି […]

ପଟ୍ଟାମୁଣ୍ଡାଇ ୩.୭-ପ୍ରତ୍ୟେକ ଯୋଗ୍ୟ ଲୋକଙ୍କୁ ଛାତ ଘର ଯୋଗାଇ ଦିଆଯିବ ବୋଲି  ରାଜନଗର ବିଧାୟକ ଧ୍ରୁବ ସାହୁ ଆଜି ପଟ୍ଟାମୁଣ୍ଡାଇ ବ୍ଲକରେ ପ୍ରଧାନମନ୍ତ୍ରୀ ଆବାସଯୋଜନା କାର୍ଯ୍ୟାଦେଶ ବଣ୍ଟନ ଓ ମୋ ଘର ଯୋଜନା ସଚେତନତା କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଯୋଗ ଦେଇ ପ୍ରକାଶ କରିଛନ୍ତି । ପଟ୍ଟାମୁଣ୍ଡାଇ ବିଡ଼ିଓ ଶୁଭ୍ରାଂଶୁ ସାହୁଙ୍କ ପୌରହିତ୍ୟରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ରାଜନଗର ବିଧାୟକ ଶ୍ରୀସାହୁ କହିଲେ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ୨୦୧୧ ଜନଗଣନା […]

ପଟ୍ଟାମୁଣ୍ଡାଇ ୩.୭-ବନ ମହୋତ୍ସବ ଅବସରରେ ପରିବେଶ ସୁରକ୍ଷା ବାର୍ତା ଦେବା ପାଇଁ ଅଭିପସା ପକ୍ଷରୁ ପରିବେଶ ସମ୍ପର୍କିତ ଶ୍ରେଷ୍ଠ ଚିତ୍ରକର ପ୍ରତିଯୋଗିତା ଆୟୋଜନ କରାଯାଇଥିଲା । ବାଦାମବାଡ଼ି ପ୍ରଶାନ୍ତି ଶିକ୍ଷାଶ୍ରମ ଠାରେ ଆୟୋଜିତ କାର୍ଯ୍ୟକ୍ରମରେ କଟକ ସହର ସମେତ କେନ୍ଦ୍ରାପଡ଼ା, ଯାଜପୁର ଓ ଢେଙ୍କାନାଳ ଜିଲ୍ଲାର ପ୍ରତିଭାବାନ ଛାତ୍ରଛାତ୍ରୀ ଓ ଚିତ୍ରକରମାନେ ଯୋଗ ଦେଇ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ । ରଙ୍ଗତୁଳି ମାଧ୍ୟମରେ ଛାତ୍ରଛାତ୍ରୀମାନେ ପରିବେଶ ସୁରକ୍ଷା ପାଇଁ ବୃକ୍ଷରୋପଣ […]

ପଟ୍ଟାମୁଣ୍ଡାଇ ୩ା୭-ପଟ୍ଟାମୁଣ୍ଡାଇ ସହରରେ ଗାଡି ବେଆଇନ ପାକିଂ କରୁଛନ୍ତି କି ହୋଇଯାଆନ୍ତୁ ସାବଧାନ ! ଯଦି ଆପଣ ମାନେ ରାସ୍ତା ଉପରେ ଗାଡି ପାର୍କ କରୁଛନ୍ତି ତେବେ ସୁଧୁରି ଯାଆନ୍ତୁ ନଚେତ ଏହାପାଇ ଗଣିବାକୁ ପଡିବ ତଣ୍ଡ । ବେଆଇନ ପାର୍କିଂକୁ ନେଇ ଏଭଳି କୋଠର ପଦକ୍ଷେପ ଗ୍ରହଣ କରିଛି ପଟ୍ଟାମୁଣ୍ଡାଇ ଆଦର୍ଶ ଥାନା ପୋଲିସ । ପଟ୍ଟାମୁଣ୍ଡାଇ ସହର ମୁଖ୍ୟ ଜନଗହଳୀ ରାସ୍ତା ବାଇପାସ୍ ଠାରୁ ଆରମ୍ଭ କରି […]

କେନ୍ଦ୍ରାପଡା ଜିଲ୍ଲା ରାଜନଗର ବ୍ଲକ ବାଘୁଆ ଗାଁର ଏକ ଘର ଉପରକୁ ମାଡିଗଲା ମାଲବାହି ହାଇଓ୍ଵା । ଫଳରେ ଘରେ ଶୋଇଥିବା ଶାଶୁ ଓ ବୋହୁ ଗୁରୁତର ହୋଇଛନ୍ତି । ସେମାନଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ରାଜନଗର ବ୍ଲକ କୃଷ୍ଣନଗର ବାଘୁଆ ଗାଁରେ ସୋମବାର ଭୋରୁ ଗୋଟିଏ ମାଲବାହୀ ହାଇଓ୍ଵା ଭାରସାମ୍ୟ ହରାଇ ରାସ୍ତା ପାଶ୍ୱର୍କୁ ଓଲଟି ପଡ଼ିଥିଲା । କିନ୍ତୁ ବିଡ଼ମ୍ବନାର ବିଷୟ ହାଇଓ୍ଵାଟି […]

ଖାଦ୍ୟ ପ୍ରସ୍ତୁତିରେ ପ୍ରମୁଖ ମସଲା ଭାବେ ବ୍ୟବହାର କରାଯାଉଥିବା ଅଦାର ବଜାର ଦର ହୁ ହୁ ହୋଇ ବଢିଚାଲିଛି । ବଜାରରେ ଅଦା ଦର ପଚାରିଲେ ଡ଼ର ଲାଗୁଛି । ବେପାରି କହୁଛନ୍ତି, କିଲୋ ପିଛା ଅଦା ଦର ୩ଶହରୁ ୩୨୦ ହେଲାଣି । ଏହି କ୍ରମରେ କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇରେ ମଧ୍ୟ ଏହାର ପ୍ରଭାବ ଅନୁଭୂତ ହେଉଛି । ବର୍ତ୍ତମାନ ପଟ୍ଟାମୁଣ୍ଡାଇ ବଜାରରେ ଅଦା ଦର କିଲୋ ପ୍ରତି […]

କେନ୍ଦ୍ରାପଡ଼ା, ୧ା୭ : କେନ୍ଦ୍ରାପଡା ବିଜୁ ଦକ୍ଷତା ବିକାଶ କେନ୍ଦ୍ରରେ ପ୍ରଶିକ୍ଷଣ ନିମନ୍ତେ ଏକ ପରାମର୍ଶ ଶିବିର କେନ୍ଦ୍ରାପଡା ଜିଲ୍ଲା ପ୍ରଶାସନ ଆନୁକୂଲ୍ୟରେ ଅନୁଷ୍ଠିତ ହୋଇଯାଇଛି । ଆସିଷ୍ଠାଣ୍ଟ ଇଲେକ୍ଟ୍ରୀସିଆନ ଟ୍ରେଡ ନିମନ୍ତେ ଦଶମରୁ ଉର୍ଦ୍ଧ୍ୱ ପାସ ପିଲାଙ୍କୁ ଆଡମିଶନ ଏବଂ ତାଲିମ ଦେବା ନିମନ୍ତେ ସୁଯୋଗ ପ୍ରଦାନ କରାଯାଉଛି । ଏହି ଶିବିରକୁ ଡେରାବିଶ ମଣ୍ଡଳ ଉନ୍ନୟନ ଅଧିକାରୀ ଦାଶରଥି ଜେନା ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିବା ବେଳେ […]

କେନ୍ଦ୍ରାପଡା ୧/୭- ପ୍ରବାଦ ଅଛି ଆଜି ଶ୍ରୀ ଜଗନ୍ନାଥଙ୍କ ନିଳାଦ୍ରି ବିଜେ ବେଳେ ମା ଲକ୍ଷ୍ମୀ ସିଂହ ଦ୍ୱାର ବନ୍ଦ କରିଦିଅନ୍ତି । ପ୍ରଭୂ ଶ୍ରୀ ଜଗନ୍ନାଥ ରସଗୋଲା ଦେଇ ମାଁ ଲକ୍ଷ୍ମୀଙ୍କୁ ମାନ ଭଞ୍ଜନ କରିଥାନ୍ତି । ତେଣୁ ଆଜି ଦିନଟିକୁ ରସଗୋଲା ଦିବସ ଭାବରେ ପାଳନ କରାଯାଏ । ଏହି ଅବସରରେ କେନ୍ଦ୍ରାପଡା ସହରର ବଣିଆମାଳ ଗ୍ରାମର ଚିତ୍ରଶିଳ୍ପୀ ବିଭୂତି ମହାନ୍ତି ନିଆରା ପ୍ରୟାସ କରିଛନ୍ତି । […]

କେନ୍ଦ୍ରାପଡା ୧ /୭-ପୁରାଣ ପ୍ରସିଦ୍ଧ ତୁଳସୀକ୍ଷେତ୍ର କେନ୍ଦ୍ରାପଡାର ଆରାଧ୍ୟ ପ୍ରଭୁ ବଳଦେବଜୀଉଙ୍କ ଅପାର କରୁଣାରୁ ବହୁ ପ୍ରତିକ୍ଷୀତ “ବଳଦେବ ପଞ୍ଜିକା” ପବିତ୍ର ନୀଳାଦ୍ରି ବିଜୟ ଅବସରରେ “ଶ୍ରୀ ବଳଦେବ ପଞ୍ଜିକା” ରଥ ଉପରେ ପ୍ରଭୁଙ୍କୁ ସମର୍ପିତ ହୋଇଥିଲା । ପ୍ରକାଶ ଥାଉକି ଦୋଳପୂର୍ଣ୍ଣିମା ଦିନ ଉକ୍ତ ପଞ୍ଜିକା ବଳଦେବଙ୍କ ପୀଠରେ ପୂଜା ପାଠ ପରେ ପଠନ କରାଯାଇଥିବା ବେଳେ ମହାବିଷୁବ ସଂକ୍ରାନ୍ତି ଦିନ ରାଜଭବନରେ ମହାମହିମ ରାଜ୍ୟପାଳ ଗଣେଶୀ ଲାଲଙ୍କ […]

କେନ୍ଦ୍ରାପଡା ୧/୭- ସ୍ଥାନୀୟ କେନ୍ଦ୍ରୀୟ ବିଦ୍ୟାଳୟରେ ୨୦୨୩-୨୪ ଶିକ୍ଷାବର୍ଷର ପ୍ରଥମ ଶ୍ରେଣୀ ପିଲାମାନଙ୍କର ଆଜି ପାଠପଢା ଆରମ୍ଭ ହୋଇଛି । ସକାଳ ୮ଟାରେ ପିଲାମାନଙ୍କ ସହିତ ସେମାନଙ୍କ ଅଭିଭାବକମାନେ ସ୍କୁଲ ପରିସରରେ ପହଞ୍ôଚଥିଲେ । ପ୍ରଧାନ ଶିକ୍ଷକ ସେକ୍ ଇଦ୍ରିସ ଅଲ୍ଲୀ ସେମାନଙ୍କୁ ଶ୍ରେଣୀଗୃହକୁ ପାଛୋଟି ନେଇଥିଲେ । ଏହାପରେ ଅଭିଭାବକ, ଛାତ୍ରଛାତ୍ରୀ ଏବଂ ଶିକ୍ଷକମାନଙ୍କୁ ନେଇ ଏକ ଅଭ୍ୟର୍ଥନା ସଭା ଅନୁଷ୍ଠିତ ହୋଇଥିଲା । ସେହି ସଭାରେ ଅଧ୍ୟକ୍ଷ […]

କେନ୍ଦ୍ରାପଡ଼ା, ୧ା୭ : ଦେଶର ଉତ୍ତର ପୂର୍ବ ରାଜ୍ୟ ମଣିପୁରରେ ଦୀର୍ଘ ୨ମାସରୁ ଅଧିକ କାଳ ଧରି ଲାଗି ରହିଥିବା ଦଙ୍ଗାରେ ଶତାଧିକ ନିରୀହ ଲୋକ ମୃତ୍ୟୁବରଣ କରିଥିବା ବେଳେ ହଜାର ହଜାର ଘର ପୋଡି ପାଉଁଶ ଗଦାରେ ପରିଣତ ହୋଇଗଲାଣି । ଲକ୍ଷାଧିକ ଲୋକ ଗୃହଶୂନ୍ୟ ହୋଇ ଅତ୍ୟନ୍ତ ଦୟନୀୟ ସ୍ଥିତିରେ କାଳାତିପାତ କରୁଛନ୍ତି । ସରକାରଙ୍କ ନୀତି ପଦକ୍ଷେପ ଲୋକଙ୍କର ଆସ୍ଥା ଭାଜନ ହୋଇପାରୁନାହିଁ । ମଣିପୁରବାସୀଙ୍କକର […]

କେନ୍ଦ୍ରାପଡ଼ା, ୧ା୭ : ତୁଳସୀକ୍ଷେତ୍ରର ଆରାଧ୍ୟ ପ୍ରଭୁ ସିଦ୍ଧ ଶ୍ରୀବଳଦେବଜୀଉଙ୍କ ବାହୁଡା ଯାତ୍ରା ଅବସରରେ ଶ୍ରୀଜୀଉଙ୍କ ଇଛାପୁରସ୍ଥିତ ରଥଦାଣ୍ଡରେ କପାଳେଶ୍ୱର ଗ୍ରାମପଞ୍ଚାୟତର ସରପଞ୍ଚଙ୍କ ପ୍ରତିନିଧି ତଥା ବିଜୁ ଯୁବ ଜନତାଦଳର ସମ୍ପାଦକ ଲୋହିତ କୁମାର ମହାନ୍ତିଙ୍କ ନେତୃତ୍ୱରେ ଏକ ନିଶୁଳ୍କ ଖାଦ୍ୟ ବିତରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ୩ହଜାରରୁ ଉର୍ଦ୍ଧ୍ୱ ଲୋକମାନଙ୍କୁ ଦହିବରା ଓ ଆଳୁଦମ ବିତରଣ କରାଯିବା ସହିତ ରଥଟଣା ସମୟରେ ଉପସ୍ଥିତ ସେବକ […]

ଭୁବନେଶ୍ବର ୧ା୭- ଆଉ ପୁଜାପାଠ କରିବାକୁ ମିଳିବେ ନାହିଁ ବ୍ରାହ୍ନଣ । ବ୍ରାହ୍ମଣ ପୁଅ ଏବେ ଜଜମାନ କର୍ମ ଛାଡି ବିଦେଶ ଚାକିରି କରିବାକୁ ବାହାରିଲେଣି । କାରଣ ପୁଜା ପାଠ କରୁଥିବା ବ୍ରାହ୍ମଣ ବରକୁ ମିଳୁନି କନିଆ । ବ୍ରାହ୍ମଣ ଜାତିର ଝିଅ ମିଳୁ ନଥିବାରୁ ଏବେ ସେମାନେ ଚିନ୍ତାରେ । ତେଣୁ ବ୍ରାହ୍ମଣ ପୁଅ ଜଜ୍‌ମାନ କର୍ମ ଛାଡି ଦିଲ୍ଲି ବମ୍ବେ ଯିବାକୁ ଅଭିଜାନ ଆରମ୍ଭ କରିଛନ୍ତି […]