କେନ୍ଦ୍ରାପଡା,୫ା୨: ଆନ୍ତର୍ଜାତୀୟ ସମ୍ମାନସ୍ପଦ ନେତୃତ୍ୱ, ପ୍ରବାଦ ପୁରୁଷ ରାଷ୍ଟ୍ରନାୟକ ବିଜୁ ପଟ୍ଟନାୟକଙ୍କ ୧୦୯ତମ ଜନ୍ମ ଜୟନ୍ତୀ ଉତ୍ସବ କେନ୍ଦ୍ରାପଡା ନଗର ଓ ବ୍ଲକ ବିଜୁ ଜନତା ଦଳ ଆନୁକୂଲ୍ୟରେ କେନ୍ଦ୍ରାପଡା ଟାଉନହଲ୍ଠାରେ ଆଜି ପାଳିତ ହୋଇଯାଇଛି । ଏହି ଉପଲକ୍ଷେ କେନ୍ଦ୍ରାପଡା ସହରରେ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ପ୍ରଥମେ ସକାଳେ ସହର ନୂଆ ବସ୍ଷ୍ଟାଣ୍ଡ୍ ଓ ପୁରୁଣା ଚିକିତ୍ସାଳୟ ଛକ ବିଜୁବାବୁ ପ୍ରତିମୂର୍ତ୍ତିରେ ସାମୁହିକ ମାଲ୍ୟାର୍ପଣ କରାଯାଇଥିଲା […]
ଆସନ୍ତୁ ଭାବିବା
Your blog category
କେନ୍ଦ୍ରାପଡ଼ା,୫ା୩: ବିବାଦୀୟ ବାବା ସାରଥିଙ୍କୁ କେନ୍ଦ୍ରାପଡ଼ା ଆସିବାକୁ ବାରଣ ରହିଥିଲା। ଅଦାଲତର କାଠଗଡାରେ ଠିଆ ହୋଇଥିବା ବହୁ ଚର୍ଚ୍ଚିତ ସାରଥିବାବା କେନ୍ଦ୍ରାପଡା ଫେରିବେ ସେ ନେଇ ତାଙ୍କ ଶ୍ରଦ୍ଧାଳୁଙ୍କ ଭିତରେ କଳ୍ପନାଜଳ୍ପନା ପ୍ରକାଶ ପାଉଥିଲା । କେନ୍ଦ୍ରାପଡା ଆସି ସତ୍ସଙ୍ଗ କରିବା ପାଇଁ ଆଇନର ସହାୟତା ମିଳିବା ନେଇ ବିଫଳ ହୋଇଥିବା ବାବା ସାରଥି ଓରଫ ସନ୍ତୋଷ ରାଉଳ କର୍କଟ ରୋଗରେ ପୀଡିତ ତାଙ୍କ ବଡଭାଇ ଦେବ ରାଉଳଙ୍କୁ ଦେଖିବା […]
କେନ୍ଦ୍ରାପଡ଼ା,୫ା୩: କେନ୍ଦ୍ରାପଡାର ଜନମାନସରେ ପରିଚିତ ଡା. ସରୋଜକାନ୍ତ କାନୁନଗୋଙ୍କ ୩୭ତମ ଶ୍ରାଦ୍ଧବାର୍ଷିକୀ ଅବସରରେ କେନ୍ଦ୍ରାପଡାରେ ଜିଲ୍ଲା ପ୍ରତିଭା ପୂଜା ସଂସଦ ପକ୍ଷରୁ ତାଙ୍କୁ ଭକ୍ତିପୂର୍ଣ୍ଣର୍ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି। ଏହି ଉପଲକ୍ଷେ ବୁଧବାର ସକାଳେ ପୁରୁଣା ମେଡିକାଲ ଛକରେ ଥିବା ତାଙ୍କ ପ୍ରତିମୂର୍ତ୍ତିରେ ଦଳମତ ନିର୍ବିଶେଷରେ ସାମୁହିକ ମାଲ୍ୟାର୍ପଣ କରାଯାଇଥିଲା। ଏହାପରେ ସେଠାରେ ସଂସଦର ସଭାପତି ପ୍ରଦୀପ କୁମାର ମହାନ୍ତିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏକ ସ୍ମୃତିସଭାରେ ସ୍ଥାନୀୟ ବିଧାୟକ ଗଣେଶ୍ୱର […]
କେନ୍ଦ୍ରାପଡ଼ା, ୫ା୩: ରାଜ୍ୟ ସ୍ୱତନ୍ତ୍ର ରିଲିଫ କମିଶନରଙ୍କ ନିର୍ଦ୍ଦେଶ ଅନୁଯାୟୀ ଜିଲ୍ଲା ସ୍ତରୀୟ ଗ୍ରୀଷ୍ମ ପ୍ରବାହ ପ୍ରତିକାର ପାଇଁ ଏକ ପ୍ରସ୍ତୁତି ବୈଠକ ଜିଲ୍ଲାପାଳ ସ୍ମୃତିରଞ୍ଜନ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସଦ୍ଭାବନା ସଭାଗୃହରେ ବୁଧବାର ଅନୁଷ୍ଠିତ ହୋଇଯାଇଛି । ଗ୍ରୀଷ୍ମ ପ୍ରବାହର ମୁକାବିଲା କରିବା ନିମନ୍ତେ ଏହି ବୈଠକରେ ଆଲୋଚନା ହୋଇଥିଲା । ଜିଲ୍ଲାର ବିଭିନ୍ନ ସ୍ଥାନମାନଙ୍କରେ ପିଇବା ପାଣି ଟାଙ୍କିର ବ୍ୟବସ୍ଥା କରାଯିବା, ଗ୍ରାମ୍ୟ ଜଳ ଯୋଗାଣ […]
ପଂଚାୟତିରାଜ ବ୍ୟବସ୍ଥା କ୍ଷେତ୍ରରେ ବିଜୁ ବାବୁଙ୍କ ଅତୁଳନୀୟ ଭୂମିକା ଚା ପଂଚାୟତିରାଜ ଦିବସକୁ ବାତିଲ ବିରୋଧ ଗୁରୁବାର ବାଇପାସ ଠାରେ ପ୍ରତିବାଦ ସଭା ପଟ୍ଟାମୁଣ୍ଡାଇ ୫/୩ – କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ପ୍ରବାଦପୁରୁଷ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ୧୦୯ତମ ଜନ୍ମ ଜୟନ୍ତୀ ମହାସମାରୋହରେ ପାଳିତ ହୋଇଯାଇଛି। ଏହି ଅବସରରେ ପଟ୍ଟାମୁଣ୍ଡାଇ ବ୍ଲକ ଓ ନଗର ବିଜେଡି ପକ୍ଷରୁ ବିଜେଡି କର୍ମୀ ଓ ନେତାମାନେ […]
କେନ୍ଦ୍ରାପଡ଼ା,୪ା୩: ପୂର୍ବାହ୍ନରେ ଜିଲ୍ଲାର ଏକମାତ୍ର ଗୋଷ୍ଠୀ ବେତାର କେନ୍ଦ୍ର ବାରୁଅସ୍ଥିତ ରେଡ଼ିଓ ଭାବଗ୍ରାହୀର ୪ର୍ଥ ସ୍ୱନକ୍ଷତ୍ର ଦିବସ ଉତ୍ସବ ଭାବଗ୍ରାହୀ କଳା ନିକେତନର ଅକ୍ଷୟ ମହାନ୍ତି କକ୍ଷରେ ମହାସମାରୋହରେ ପାଳିତ ହୋଇଯାଇଛି। ରେଡ଼ିଓ ଭାବଗ୍ରାହୀର ପ୍ରତିଷ୍ଠାତା ସଙ୍ଗୀତଜ୍ଞ ବିମଳ ପ୍ରସାଦ ପରିଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସାରସ୍ୱତ ସମାରୋହରେ ମୁଖ୍ୟ ଅତିଥି ରୂପେ ମାନସ ଭୂଷଣ ପଣ୍ଡିତ ହୃଷୀକେଶ ରଥ, ମୁଖ୍ୟ ବକ୍ତା ଭାବରେ ଫୋରଡ ବାୟା ଆଶ୍ରମର ମହାନ୍ତ […]
କେନ୍ଦ୍ରାପଡା,୪ା୩: କେନ୍ଦ୍ରାପଡା ସଦର ଥାନା ଅନ୍ତର୍ଗତ ଏକ ଗ୍ରାମର ଜନୈକ ମହିଳାଙ୍କୁ ଗାଁଦାଣ୍ଡରେ ଉଲଗ୍ନ କରି ମାଡ ମାରିବା ଘଟଣାରେ ସଦର ଥାନା ପୋଲିସ ଆକ୍ରମଣର ଶିକାର ମହିଳା ବିରୋଧରେ ମାମଲା ରୁଜୁ କରିବା ଘଟଣା ସାଧାରଣରେ ଆଶ୍ଚର୍ଯ୍ୟଚକିତ କରିଛି। ସେହିପରି ମହିଳା ଜଣକ ପ୍ରଥମେ ଅଭିଯୋଗପତ୍ର ଦେଇଥିବା ବେଳେ ତାଙ୍କ ଅଭିଯୋଗପତ୍ରକୁ ପୋଲିସ ଗୌଣ କରିଦେଇଛି। ଅପରପକ୍ଷରେ ଯେଉଁମାନେ ମହିଳାଙ୍କୁ ଉଲ୍ଲଗ୍ନ କରି ମାଡମାରିଲେ ସେମାନଙ୍କ ଅଭିଯୋଗକୁ ପୋଲିସ […]
କେନ୍ଦ୍ରାପଡ଼ା, ୪ା୩ : ଦଳୀୟ ନିର୍ବାଚନ ନିମନ୍ତେ ବିଜୁ ଜନତାଦଳ ପକ୍ଷରୁ କେନ୍ଦ୍ରାପଡା ଜିଲ୍ଲାର ପ୍ରତ୍ୟେକ ବ୍ଲକ ଓ ପୈାରାଞ୍ଚଳ ପାଇଁ ସହକାରୀ ନିର୍ବାଚନ ଅଧିକାରୀମାନଙ୍କୁ ନିଯୁକ୍ତି ପ୍ରଦାନ କରାଯାଇଛି। ଏନେଇ ମଙ୍ଗଳବାର ଗରାପୁରସ୍ଥିତ ଜିଲ୍ଲା ବିଜେଡି ନିର୍ବାଚନ ଅଧିକାରୀ ଆଇନଜୀବୀ ଭୀମସେନ ଭୂୟାଁଙ୍କ ଅଧ୍ୟକ୍ଷତାରେ ଏକ ପ୍ରାରମ୍ଭିକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ବିଜେଡି ପକ୍ଷରୁ ଆସନ୍ତା ଦଳୀୟ ନିର୍ବାଚନ କିଭଳି ଶାନ୍ତିଶୃଙ୍ଖଳାର ସହିତ ସମାପନ […]
କେନ୍ଦ୍ରାପଡା,୪ା୩: ଭିନ୍ନକ୍ଷମଙ୍କ ସଶକ୍ତିକରଣ ଦିଗରେ କାର୍ଯରତ ପୁନର୍ବାସ ଅନୁଷ୍ଠାନ ତରଫରୁ ଟେକ୍ନୋ-ସକ୍ଷମ ମିଶନର ଶୁଭାରମ୍ଭ ଫାଲଗୁନ ଶୁକ୍ଳ ପଞ୍ଚମୀର ପବିତ୍ର ତିଥିରେ କରାଯାଇଛି। ଏଥି ନିମନ୍ତେ ସ୍ଥାନୀୟ ମାଧପୁରସ୍ଥିତ ଅମର ଉଦ୍ୟାନଠାରେ ଓଡ଼ିଶା ନଲେଜ୍ କର୍ପୋରେସନ ଲିମିଟେଡ୍ର ପ୍ରଚାର ରଥକୁ କେନ୍ଦ୍ରାପଡାର ଅତିରିକ୍ତ ଜିଲ୍ଲାପାଳ ନିଲୁ ମହାପାତ୍ର ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି। ଏହି ଓକେସିଲ ଅଧୀନରେ ଏକ ଅନୁମୋଦିତ ଶିକ୍ଷାକେନ୍ଦ୍ର ଭାବେ ପୁନର୍ବାସଠାରେ ନୂତନ ସ୍କିଲିଂ ଏବଂ କମ୍ପ୍ୟୁଟର […]
କେନ୍ଦ୍ରାପଡ଼ା,୪ା୩: ରାଜନଗରର ସମନ୍ୱିତ ଶିଶୁ ବିକାଶ ଅଧିକାରୀ (ସିଡିପିଓ)ଙ୍କ ଅଙ୍ଗନୱାଡି କର୍ମୀଙ୍କ ପ୍ରତି ଅଶାଳୀନ ବ୍ୟବହାରରେ ଅତିଷ୍ଟ ହୋଇ ନ୍ୟାୟ ପାଇଁ ରାଜନଗର ଅଙ୍ଗନୱାଡି କର୍ମୀମାନେ ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି । ଦୁର୍ନୀତି ଖୋର ସିଡିପିଓଙ୍କୁ ଅନ୍ୟତ୍ର ବଦଳି କରିବାକୁ ଜିଲ୍ଲାପାଳଙ୍କ ନିକଟରେ ଦାବି କରିଛନ୍ତି । ଗତମାସ ୨୪ ତାରିଖରେ ରାଜନଗର ସେକ୍ଟର ଅଙ୍ଗନୱାଡି କର୍ମୀଙ୍କ ଏକ ବୈଠକ ରାଜନଗର ସିଡିପିଓଙ୍କ କାର୍ଯ୍ୟାଳୟଠାରେ ଅନୁଷ୍ଠିତ ହେଉଥିଲା । […]
କେନ୍ଦ୍ରାପଡ଼ା, ୪ା୩ : ନେହେରୁ ଯୁବକେନ୍ଦ୍ର ଓ ମୋ ଭାରତ ପକ୍ଷରୁ ଜିଲ୍ଲା ସ୍ତରୀୟ କ୍ରୀଡା ପ୍ରତିଯୋଗିତା କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ବଗଡା ଖେଳପଡିଆରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ କବାଡି, ଫୁଟବଲ୍, ସ୍ଲୋ ସାଇକେଲ ରେସ୍, ବ୍ୟାଡମିଣ୍ଟନ, ଟାଇବୁଣ୍ଡ ଓ ଦୈାଡ ପ୍ରଭୃତି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଏହି ପ୍ରତିଯୋଗିତାରେ ଜିଲ୍ଲାର ପ୍ରତ୍ୟେକ ବ୍ଲକରୁ ୧୫ରୁ ୨୯ବର୍ଷ ବୟସ ବର୍ଗର କ୍ରୀଡାବିତମାନେ ଅଂଶଗ୍ରହଣ କରିଥିଲେ।ଏହି ପ୍ରତିଯୋଗିତାକୁ କ୍ରୀଡା ଶିକ୍ଷକ ଉମାକାନ୍ତ […]
ଦୁବାଇ ୪ା୩- ଆଇସିସି ଚାମ୍ପିୟନ୍ସ ଟ୍ରଫିର ଫାଇନାଲରେ ପ୍ରବେଶ କରିଛି ଟିମ ଇଣ୍ଡିଆ। ମଙ୍ଗଳବାର ଦୁବାଇ ଇଣ୍ଟରନ୍ୟାସନାଲ ଷ୍ଟାଡିୟମଠାରେ ଖେଳାଯାଇଥିବା ପ୍ରଥମ ସେମିଫାଇନାଲ ମ୍ୟାଚରେ ଅଷ୍ଟ୍ରେଲିଆକୁ ୪ ୱିକେଟରେ ପରାସ୍ତ କରି ଭାରତ ଫାଇନାଲରେ ପ୍ରବେଶ କରିଛି । ଏହା ସହିତ ୨୦୨୩ ବିଶ୍ୱକପ ଫାଇନାଲ ପରାଜୟର ପ୍ରତିଶୋଧ ନେଇଛି ଭାରତ । ଏହି ମ୍ୟାଚରେ ଅଷ୍ଟ୍ରେଲିଆ ପକ୍ଷରୁ ଭାରତ ଆଗରେ ବିଜୟ ପାଇଁ ୨୬୫ ରନର ଲକ୍ଷ୍ୟ ରଖାଯାଇଥିଲା […]
କେନ୍ଦ୍ରାପଡା, ତା.୦୪.୦୩.୨୦୨୫ରିଖ:- ପାଟକୁରା ବିଧାନସଭା ନିର୍ବାଚନ ମଣ୍ଡଳୀର ଉନ୍ନୟନ କମିଟିର ଏକ ବୈଠକ ଆଜି ପୂର୍ବାହ୍ଣ ଘ. ୧୦:୩୦ ମିନିଟ ସମୟରେ ଜିଲ୍ଲା ପରିଷଦ ସଭାଗୃହଠାରେ ଅରବିନ୍ଦ ମହାପାତ୍ର, ମାନ୍ୟବର ବିଧାୟକ, ପାଟକୁରାଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ବିଧାୟକ ଶ୍ରୀ ମହାପାତ୍ର ପାଟକୁରା ବିଧାନସଭା ନିର୍ବାଚନ ମଣ୍ଡଳୀର ସମସ୍ତ ବିଭାଗୀୟ ବିକାଶମୂଳକ କାର୍ଯ୍ୟକ୍ରମର ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ । ଆଲୋଚ୍ୟ ବିଷୟବସ୍ତୁ ମଧ୍ୟରେ ରାସ୍ତା […]
କେନ୍ଦ୍ରାପଡା,୧ା୪: ପଞ୍ଚାୟତିରାଜ ଦିବସ ପରିବର୍ତ୍ତନକୁ ପ୍ରତିବାଦ କରି ବ୍ଲକ ଓ ନଗର ବିଜୁ ଜନତା ଦଳ କେନ୍ଦ୍ରାପଡା ଜିଲ୍ଲାପାଳଙ୍କ ଜରିଆରେ ରାଜ୍ୟପାଳଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି । ସୂଚନା ଯେ ରାଜ୍ୟ ସରକାର ଏକ ନିଷ୍ପତ୍ତି ନେଇ ମାର୍ଚ୍ଚ ୫ ତାରିଖ ପଞ୍ଚାୟତରାଜ ଦିବସ ଭାବେ ପାଳନ କରାଯିବ ନାହିଁ ବୋଲି ଗତକାଲି ଘୋଷଣା କରିଛନ୍ତି । ଏହି ନିଷ୍ପତ୍ତି ଦୁର୍ଭାଗ୍ୟଜନକ । ଓଡିଶାର ବରପୁତ୍ର ତଥା ରାଷ୍ଟ୍ରନାୟକ ବିଜୁ […]
କେନ୍ଦ୍ରାପଡ଼ା,୩ା୩: ବାଞ୍ଛାନିଧି ଦାସ ଓ ଶ୍ରୀମତୀ ଦେବୀ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ଜଣେ କର୍କଟ ପିଡିତଙ୍କୁ ଆର୍ଥିକ ସହାୟତା ପ୍ରଦାନ କରାଯାଇଛି। ଟ୍ରଷ୍ଟର ମୁଖ୍ୟ ପୃଷ୍ଟପୋଷକ ଆମେରିକାସ୍ଥିତ ଆଲାସ୍କା ବିଶ୍ୱବିଦ୍ୟାଳୟର ଏମରିଟସ ପ୍ରଫେସର ଡ. ଦେବେନ୍ଦ୍ର କୁମାର ଦାସ ଏସମ୍ପର୍କରେ ଜିଲ୍ଲାର ଜଣାଶୁଣା ସମାଜସେବୀ ପ୍ରଦୀପ କୁମାର ମହାନ୍ତିଙ୍କ ଠାରୁ ଖବର ପାଇବା ପରେ ଟ୍ରଷ୍ଟ ପକ୍ଷରୁ ତୁରନ୍ତ ସହାୟତା ପ୍ରଦାନ କରିବାକୁ ପରାମର୍ଶ ଦେଇଥିଲେ। ଟ୍ରଷ୍ଟି ଭୁବନମୋହନ ଦାସ […]
କେନ୍ଦ୍ରାପଡ଼ା,୩ା୩: ନଡିଆବରେଇ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ମା’ଗଜଲକ୍ଷ୍ମୀ ସାଂସ୍କୃତିକ ପରିଷଦ ଓ ନଡିଆବରେଇ ଗ୍ରାମପଞ୍ଚାୟତର ଯୁବକସଙ୍ଘ ଦ୍ୱାରା ହାଇଟେକ ମେଡିକାଲ କଲେଜର ଅଭିଜ୍ଞ ଡାକ୍ତରମାନଙ୍କ ଦ୍ୱାରା ଏକ ମାଗଣା ବହୁବିଧ ମେଗା ସ୍ୱାସ୍ଥ୍ୟସେବା ଶିବିର ଅନୁଷ୍ଠିତ ହୋଇଯାଇଛି। ଏଥିସହିତ ଏହି ଶିବିରରେ ୭୫୦ଜଣ ରୋଗୀଙ୍କୁ ପରୀକ୍ଷା କରାଯାଇ ମାଗଣା ଔଷଧ ମଧ୍ୟ ବଣ୍ଟନ କରାଯାଇଥିଲା। ଏହି ଉପଲକ୍ଷେ ଧର୍ମପ୍ରକାଶ ମହାପାତ୍ରଙ୍କ ପୈାରହିତ୍ୟରେ ଅନୁଷ୍ଠିତ ସ୍ୱାସ୍ଥ୍ୟ ଶିବିର ଉଦଘାଟନୀ ଉତ୍ସବରେ […]
କେନ୍ଦ୍ରାପଡ଼ା, ୩ା୩: କେନ୍ଦ୍ରାପଡ଼ା ସଦର ମହକୁମାରେ ସୋମବାର ମିଳିତ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ପୂର୍ବାହ୍ଣ ୧୦ ଟାରୁ ଅପରାହ୍ଣ ଗୋଟାଏ ପର୍ଯ୍ୟନ୍ତ କେନ୍ଦ୍ରାପଡ଼ା ପୈାରସଂସ୍ଥା ଟାଉନ୍ହଲ୍ରେ ଜିଲ୍ଲାପାଳ ସ୍ମୃତିରଞ୍ଜନ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ମିଳିତ ଜନ ଅଭିଯୋଗ ଶୁଣାଣି ଶିବିରରେ ଆରକ୍ଷୀ ଅଧୀକ୍ଷକ ସିଦ୍ଧାର୍ଥ କଟାରିଆ, ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ନୀଲୁ ମହାପାତ୍ର, ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ […]
କେନ୍ଦ୍ରାପଡ଼ା, ୩ା୩: କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟକୁ ସରକାରୀ ମାନ୍ୟତା ପ୍ରଦାନ, କଲେଜରେ ସ୍ଥାୟୀ ଅଧ୍ୟକ୍ଷ ନିଯୁକ୍ତି, ୫ବର୍ଷରୁ ଉର୍ଦ୍ଧ୍ୱ ସମୟ ଧରି ରହିଥିବା ଅଧ୍ୟାପକ/ଅଧ୍ୟାପିକାଙ୍କୁ ବଦଳି କରାଯିବା, ବର୍ଷବର୍ଷ ଧରି ଚାଲିଥିବା ବ୍ୟାପକ ହରିଲୁଟ, ଅନିୟମିତତା ଓ ଅରାଜକତା ପ୍ରଭୃତିର ତୁରନ୍ତ ଭିଜିଲାନ୍ସ ବିଭାଗ ଦ୍ୱାରା ତଦନ୍ତ କରାଯିବା ଦାବିରେ ପୁରାତନ ଛାତ୍ରମାନଙ୍କ ପକ୍ଷରୁ ଉଚ୍ଚଶିକ୍ଷା ମନ୍ତ୍ରୀ ସୂରଜ ସୂର୍ଯ୍ୟବଂଶୀଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି। ଉଚ୍ଚଶିକ୍ଷା ମନ୍ତ୍ରୀ […]
କେନ୍ଦ୍ରାପଡା,୧ା୩: ଜିଲ୍ଲା ଉନ୍ନୟନ ସମନ୍ୱୟ ଏବଂ ପର୍ଯ୍ୟବେକ୍ଷଣ କମିଟି (ଦିଶା)ର ଦ୍ୱିତୀୟ ବୈଠକ କେନ୍ଦ୍ରାପଡା ସାଂସଦ ବୈଜୟନ୍ତ ଜୟ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଶନିବାର ଜିଲ୍ଲା ପରିଷଦ ସଭାଗୃହଠାରେ ଅନୁଷ୍ଠିତ ହୋଇଯାଇଛି। ପ୍ରଥମେ ପୂର୍ବ ବୈଠକରେ ଆଲୋଚିତ ହୋଇଥିବା ବିଷୟବସ୍ତୁ ଯଥା ଜଳ ଜୀବନ ମିଶନ ଓ ଜାତୀୟ ସ୍ୱାସ୍ଥ୍ୟ ମିଶନ ସମ୍ବଦ୍ଧୀୟ କାର୍ଯ୍ୟାନୁଷ୍ଠାନ ଉପରେ ଆଲୋଚନା କରାଯାଇଥିଲା। ଏହାପରେ ଆଜିର ବିଷୟବସ୍ତୁ ଯଥା ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା ଓ […]
କେନ୍ଦ୍ରାପଡ଼ା,୧ା୩: ଡେରାବିଶ ବ୍ଲକ ଅନ୍ତର୍ଗତ ଚାଟରାଚକଡା ପଞ୍ଚାୟତର ରାମଚନ୍ଦ୍ର ନୋଡାଲ ଉଚ୍ଚବିଦ୍ୟାଳୟ କ୍ଲଷ୍ଟରର ସରକାରୀ ଓଲଢି ଉର୍ଦ୍ଦୁ ପ୍ରାଥମିକ ବିଦ୍ୟାଳୟରେ କମ୍ପ୍ୟୁଟର ଶିକ୍ଷାର ଉଦ୍ଘାଟନ ଉତ୍ସବ ପାଳନ ହୋଇଯାଇଛି । ଏହି ଉଦ୍ଘାଟନ ଉତ୍ସବରେ ଡେରାବିଶ ଶିକ୍ଷା ମଣ୍ଡଳ ଶିକ୍ଷା ଅଧିକାରୀ ଶ୍ରୀକାନ୍ତ କୁମାର ବେହେରା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ସମ୍ମାନିତ ଅତିଥି ଭାବେ ଡେରାବିଶ ଶିକ୍ଷା ମଣ୍ଡଳର ମଣ୍ଡଳ ଶିକ୍ଷା ସାଧନ ସଂଯୋଜକ ଦେବଦତ୍ତ […]
କେନ୍ଦ୍ରାପଡ଼ା,୧ା୩: କେନ୍ଦ୍ରାପଡ଼ା ଟାଉନ ଓ ନିକିରାଇ ଥାନା ଅନ୍ତର୍ଗତ ବିଭିନ୍ନ ସ୍ଥାନରେ ଅବକାରୀ ବିଭାଗ ପକ୍ଷରୁ ଚଢାଉ କରାଯାଇ ବିପୁଳ ପରିମାଣର ଚୋରାମଦ ଜବତ କରାଯାଇଛି। ସୂଚନା ଅନୁଯାୟୀ ଚୋରା ମଦ ବିକ୍ରି ହେଉଥିବାର ଏକ ବିଶେଷ ସୁତ୍ରରୁ ଖବର ମିଳିବା ପରେ ଜିଲା୍ଲପାଳଙ୍କ ନିର୍ଦ୍ଦେଶକ୍ରମେ ଅବକାରୀ ଅଧିକ୍ଷକ ବିପ୍ରଚରଣ ମଣ୍ଡଳଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ଅବକାରୀ ବିଭାଗର ଏକ ସ୍ୱତନ୍ତ୍ର ଟିମ ବିଭିନ୍ନ ସ୍ଥାନରେ ଚଢାଉ କରି ୪୭ ଲିଟର […]
କେନ୍ଦ୍ରାପଡ଼ା,୨୮ା୨: କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଜମଧର ଗ୍ରାମପଞ୍ଚାୟତର ଜଣ୍ଟିଲୋ ଗ୍ରାମରେ ଗ୍ରାମେଶ୍ୱର ମହୋତ୍ସବ ପବିତ୍ର ଜାଗର ଅବସରରେ ଅନୁଷ୍ଠିତ ହୋଇଯାଇଛି। ଏହି ଉପଲକ୍ଷେ ଅବସରପ୍ରାପ୍ତ କର୍ମଚାରୀ ରବୀନ୍ଦ୍ର ବାରିକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ମହୋତ୍ସବରେ କୃଷିବିଜ୍ଞାନକେନ୍ଦ୍ରର ବୈଜ୍ଞାନିକ ଡ. ତାପସରଞ୍ଜନ ସାହୁ ମୁଖ୍ୟଅତିଥି, ଅବସରପ୍ରାପ୍ତ ମନସ୍ତତ୍ୱ ବିଭାଗ ପ୍ରାଧ୍ୟାପକ ଡ. ମୂରଲୀଧର ରଥ ମୁଖ୍ୟବକ୍ତା ଓ ପୂର୍ବତନ ଆରକ୍ଷୀ ଅଧୀକ୍ଷକ ନାରାୟଣ ବାରିକ, ଜମଧର ସରପଞ୍ଚ ରାଜକିଶୋର ଖୁଣ୍ଟିଆ, ସମଗ୍ରଶିକ୍ଷା ଅଭିଯାନର […]
କେନ୍ଦ୍ରାପଡା,୨୮ା୨: ଆସନ୍ତ ମାର୍ଚ୍ଚ ୧୩ ତାରିଖରେ ଅନୁଷ୍ଠିତ ହେବ ପ୍ରସିଦ୍ଧ ଓଳକଣା ମେଳଣ। ଏଥିପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚି ସାରିଛି। ଏହି ମେଳଣଟି କେନ୍ଦ୍ରାପଡା ଓ କଟକ ଜିଲ୍ଲାର କେନ୍ଦ୍ରସ୍ଥଳରେ ଅନୁଷ୍ଠିତ ହୁଏ। ତେବେ ଶୁକ୍ରବାର ମେଳଣ ପଡିଆ ସ୍ଥିତ ଭଗବାନ ବିଦୁରଙ୍କ ମନ୍ଦିର ବେଢାରେ ପ୍ରଶାସନିକ ବୈଠକ ଅନୁଷ୍ଠିତ ହୋଇଯାଇଛି। ମେଳଣ ସମନ୍ୱୟ କମିଟି ସଭାପତି ଡ. ନାମାନନ୍ଦ ଦାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଉଭୟ […]
କେନ୍ଦ୍ରାପଡା,୨୮ା୨: କେନ୍ଦ୍ରାପଡା ସ୍ୱୟଂଶାସିତ ମହାବିଦ୍ୟାଳୟର ଶିକ୍ଷା ବିଭାଗ ପ୍ରାଧ୍ୟାପକ ଡକ୍ଟର ପ୍ରଭାକର ମଲ୍ଲିକ ଶୁକ୍ରବାର ଚାକିରୀରୁ ଅବସର ଗ୍ରହଣ କରିଛନ୍ତି। ସେ ସୁଭଦ୍ରା ମହତାବ ମହାବିଦ୍ୟାଳୟ, ଅସୁରେଶ୍ୱରରୁ ଚାକିରୀ ଆରମ୍ଭ କରି ତୁଳସୀ ମହିଳା ମହାବିଦ୍ୟାଳୟ ଏବଂ ଶେଷରେ କେନ୍ଦ୍ରାପଡା ସ୍ୱୟଂଶାସିତ ମହାବିଦ୍ୟାଳୟରେ ଚାକିରୀରୁ ଅବସର ଗ୍ରହଣ କରିଛନ୍ତି। ଶିକ୍ଷା ବିଭାଗର ଜଣେ ଆଦର୍ଶ ଅଧ୍ୟାପକ ଭାବେ ସୁନାମ ଅର୍ଜନ କରି ଚାକିରୀ କାଳରେ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ବହନ କରି […]