କେନ୍ଦ୍ରାପଡ଼ା, ୨୮ା୫: ନିଖିଳ ଭାରତ କଂଗ୍ରେସ କମିଟି ସଦସ୍ୟ ହଳଧର ସେଠୀଙ୍କ ସଭାପତିତ୍ୱରେ କଜଳାସ୍ଥିତ କଂଗ୍ରେସ ଭବନରେ କେନ୍ଦ୍ରାପଡା ବିଧାନସଭା କଂଗ୍ରେସ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ଆଜି ଅପରାହ୍ନରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ କଂଗ୍ରେସର ରାଷ୍ଟ୍ରୀୟ ପ୍ରବକ୍ତା ହମିଦ୍ ହୁସେନ୍ ଯୋଗଦେଇ ଜାତୀୟସ୍ତରରେ ମୋଦି ସରକାର ବିମୁଦ୍ରାକରଣ କରି ଭାରତର ଅର୍ଥନୈତିକ ଅବସ୍ଥାକୁ ଧୂଳିସାତ୍ କରିଛନ୍ତି ବୋଲି କହିଥିଲେ । ଅରୁଣାଚଳ ପ୍ରଦେଶର ୪ହଜାର ବର୍ଗ କି.ମି. […]

କେନ୍ଦ୍ରାପଡା ସଦର ଥାନା ଅନ୍ତର୍ଗତ କଟକ ଚାନ୍ଦବାଲି ରାସ୍ତାର ଚାନ୍ଦୋଳ ଖରିଦା ସାହି ଠାରେ ଓଏସଆରଟିସି ବସ ଧକ୍କାରେ ଜଣେ ମହିଳାଙ୍କର ମୃତ୍ୟୁ ଘଟିଛି । ମୃତ ମହିଳାଙ୍କ ଜଣଙ୍କ ଭାତପଡା ଅଂଚଳର ବୋଲି ଶୁଣିବାକୁ ମିଳୁଛି । ମଙ୍ଗଳବାର ସକାଳେ ଓଏସଆରଟିସି ବସ୍ କେନ୍ଦ୍ରାପଡାରୁ କଟକ ଅଭିମୁଖେ ଯାଉଥିଲା ବେଳେ । ଏହି ସମୟରେ ବୀପରିତ ଦିଗରୁ ଆସୁଥିବା ସ୍କୁଟି ଆରୋହୀ ସହ ବସର ମୁହାଁମୁହିଁ ଧକ୍କା ହୋଇଥିଲା […]

ଲଘୁଚାପ ଜନିତ ମେଘପବନ ପରେ ସୋମବାର କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ଅଞ୍ଚଳରେ ତାପମାତ୍ରା ବଢ଼ିବା ଆରମ୍ଭ କରିଛି । ଆଜି ସହରର ତପମାତ୍ରା ବୃଦ୍ଧି ହେବା ସହ ଅସହ୍ୟ ଗୁଳୁଗୁଳିରେ ସହରବାସୀ କଲବଲ ହେଉଥିବାବେଳେ ସେଥିରେ ଦାଉ ସାଧୁଛି ବିଦ୍ୟୁତ୍ ବିଭ୍ରାଟ ଏବଂ ଲୋ-ଭୋଲଟେଜ୍ ସମସ୍ୟା । ପୂର୍ବାହ୍ନ ୯ଟାରୁ ସନ୍ଧ୍ୟା ୭ଟା ଯାଏ ଗୁଳୁଗୁଳୁ ଲୋକଙ୍କୁ ଅସ୍ତବ୍ୟସ୍ତ କରିପକାଉଛି । ଟିପିସିଓଡିଏଲ ଖାମଖିଆଲ ନୀତି ଯୋଗୁ ଲୋ-ଭୋଲଟେଜ୍ ସମସ୍ୟା […]

କେନ୍ଦ୍ରାପଡା ଜିଲା ରାଜନଗର ନିର୍ବାଚନମଣ୍ଡଳୀରେ ବିଜେଡି ବିଜୟକୁ ନିଶ୍ଚିତ କରିବା ପାଇଁ ସୋମବାର ପଟ୍ଟାମୁଣ୍ଡାଇ ବିଜେଡି କାର୍ଯ୍ୟାଳୟ ଠାରେ ଏକ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି । ଏଥିରେ ରାଜନଗର ବ୍ଲକ ପ୍ରଭାତି ଗ୍ରାମର ଶତାଧିକ ଭାଜପା କର୍ମୀ ଓ ଯୁବ ଭୋଟର ବିଧିବଦ୍ଧ ଭାବେ ବିଜୁ ଜନତା ଦଳରେ ସାମିଲ ହୋଇଛନ୍ତି । ଏଥିରେ ରାଜନଗର ବିଧାୟକ ଧ୍ରୁବ ସାହୁ, ପଟ୍ଟାମୁଣ୍ଡାଇ ବ୍ଲକ ବିଜେଡି ସଭାପତି କିଶୋର ସାହୁ, […]

ରାଜ୍ୟ ରାଜନୀତିରେ ମର୍ଯ୍ୟାଦାଜନକ କେନ୍ଦ୍ରାପଡ଼ା ଲୋକସଭା ଓ ବିଧାନସଭା ଆସନର ସ୍ୱତନ୍ତ୍ର ପରିଚୟ ଓ ଗୁରୁତ୍ୱ ରହିଛି  । ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଗଡ଼ ଓ ଅଣକଂଗ୍ରେସ ରାଜନୀତିର ଅଭେଦ୍ୟ ଦୂର୍ଗ କେନ୍ଦ୍ରାପଡ଼ା ଦଖଲ କରିବା ପାଇଁ ବିରୋଧୀ ବିଜେପି ଓ କଂଗ୍ରେସ ଲାଗି ପଡ଼ିଥିବାବେଳେ ଶାସକ ନିଜର ଦୂର୍ଗକୁ ଅକ୍ଷୁର୍ଣ୍ଣ ରଖିବା ପାଇଁ ସ୍ୱତନ୍ତ୍ର ରଣନୀତି ଆପଣାଇବା ସହିତ ଦଳର ଅପରାଜେୟ ନେତାମାନଙ୍କୁ ମୈଦାନରେ ଛାଡ଼ିଛି । […]

କେନ୍ଦ୍ରାପଡ଼ା ଜିଲ୍ଲା ସମେତ ସାରା ଓଡିଶାରେ ଯୋଡି ଶଙ୍ଖ ଇତିହାସ ରଚିବ ଓ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ଷଷ୍ଠ ଥର ମୁଖ୍ୟମନ୍ତ୍ରୀ ହୋଇ ବିରଳ ରେକର୍ଡ ସୃଷ୍ଟି କରିବେ ବୋଲି କେନ୍ଦ୍ରାପଡ଼ା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ପଟ୍ଟାମୁଣ୍ଡାଇ ବ୍ଲକର ବାଲିପାଟଣା ଠାରେ ଆୟୋଜିତ ବିରାଟ କର୍ମୀ ସମ୍ମିଳନୀରେ ଭାଷଣ ଦେଇ ପୂର୍ବତନମନ୍ତ୍ରୀ ତଥା କେନ୍ଦ୍ରାପଡ଼ା ବିଧାନସଭା ବିଜେଡି ପ୍ରାର୍ଥୀ ଗଣେଶ୍ୱର ବେହେରା ପ୍ରକାଶ କରିଛନ୍ତି । ବାଲିପାଟଣା ସରପଞ୍ଚ ଅଜିତ ନାୟକଙ୍କ […]

କେନ୍ଦଦ୍ରାପଡା ୨୭/୫ – କେନ୍ଦ୍ରାପଡା ଜିଲ୍ଲା ନିକିରାଇ ପଞ୍ଚାୟତର ଏକପଡା ଗାଁର ଏକ ଦରିଦ୍ର ପରିବାରରେ ଜନ୍ମଗ୍ରହଣ କରିଥିବା ବିଶିଷ୍ଟ ଶିକ୍ଷାବିତ୍ ଈଶ୍ୱର ଚନ୍ଦ୍ର ସାହୁ ୯୭ ବର୍ଷ ବୟସରେ ତାଙ୍କ କାକଟ ସ୍ଥିତ ବାସଭବନରେ ଦେହାନ୍ତ ହୋଇଯାଇଛି । ସେ ବହୁ ଦିନ ହେବ ବାର୍ଦ୍ଧକ୍ୟ ଜନିତ ରୋଗରେ ପିଡିତ ହୋଇ ଶଯ୍ୟାସାୟୀ ଥିଲେ । କଜଳା ଶ୍ମଶାନରେ ତାଙ୍କର ଶେଷ କୃତ୍ୟ ସମ୍ପର୍ଣ୍ଣ କରାଯାଇଥିଲା । ବଡ […]

କେନ୍ଦ୍ରାପଡ଼ା, ୨୭ା୫: ରାଜ୍ୟ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ +୨ ପରୀକ୍ଷା ଫଳ ପ୍ରକାଶ ପାଇଛି । କେନ୍ଦ୍ରାପଡା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ +୨କଳାରେ ସାଗରିକା ତ୍ରିପାଠୀ ଓ ବିଶ୍ୱଜିତ ମହାନ୍ତି ୫୨୩ମାର୍କ ରଖି ଯୁଗ୍ମ ବିଭାଗୀୟ ଟପ୍ପର ହୋଇଥିବା ବେଳେ ବାଣିଜ୍ୟରେ ସେଖ ଜିସାନ ଅଲ୍ଲୀ ୫୪୭ ମାର୍କ ରଖି ବିଭାଗୀୟ ଟପ୍ପର ହୋଇଛନ୍ତି । ସେହିଭଳି ବିଜ୍ଞାନରେ ରାଜେଶ କୁମାର ମହାନ୍ତି ୫୬୫ମାର୍କ ରଖି ବିଭାଗୀୟ […]

କେନ୍ଦ୍ରାପଡା ନିର୍ବାଚନୀ ସଭାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଜେଡି ସାଂସଦ ଓ ବିଧାୟକ ପ୍ରାର୍ଥୀଙ୍କୁ ଶଙ୍ଖ ଚିହ୍ନରେ ଭୋଟ ଦେଇ ଜିତାଇବାକୁ କେନ୍ଦ୍ରାପଡାବାସୀଙ୍କୁ ନିବେଦନ   ୨ଲକ୍ଷରୁ ଉର୍ଦ୍ଧ୍ୱ ଲୋକଙ୍କ ସମାଗମ କେନ୍ଦ୍ରାପଡ଼ା, ୨୭ା୫: କେନ୍ଦ୍ରାପଡା ଲୋକସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବାରୁଅ ସିଦ୍ଧବଟ ପଡିଆରେ ଆଜି ପୂର୍ବାହ୍ନରେ ଅନୁଷ୍ଠିତ ନିର୍ବାଚନୀ ସଭାରେ ଓଡିଶାର ଜନପ୍ରିୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଜେପିକୁ ସମାଲୋଚନା କରି କହିଲେ ଯେ ବିରୋଧୀ ଦଳ […]

କେନ୍ଦ୍ରାପଡ଼ା ଜିଲା ନିକିରାଇ ଥାନା ଅନ୍ତର୍ଗତ ପଲ୍ଲୀ ରଘୁନାଥପୁର ଗ୍ରାମରେ ପୂର୍ବଶତ୍ରୁତାକୁ କେନ୍ଦ୍ରକରି ଅବସରପ୍ରାପ୍ତ ଆର୍ମି କର୍ମଚାରୀ ସୁଧାଂଶୁ ଜେନାଙ୍କୁ ଚାରିଜଣ ଦୁର୍ବୁତ୍ତ ଜୀବନରୁ ମାରିଦେବା ପାଇଁ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଥିଲେ । ସେ ରକ୍ତାକ୍ତ ଅବସ୍ଥାରେ ଚେତା ଶୂନ୍ୟ ହୋଇ ତଳେ ପଡିଯାଇଥିଲେ । ଘଟଣା ସମ୍ପର୍କରେ ଖବର ପାଇ ପରିବାର ଲୋକେ ନିକଟସ୍ଥ ଇନ୍ଦୁପୁର ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ । ମାତ୍ର ସୁଧାଂଶୁଙ୍କ ମୁଣ୍ଡରେ […]

କେନ୍ଦ୍ରାପଡ଼ା, ୨୬ା୫: +୨ ପରୀକ୍ଷା ଫଳ ଆଜି ପ୍ରକାଶ ପାଇଛି । କେନ୍ଦ୍ରାପଡା ଜିଲ୍ଲାରେ ବିଜ୍ଞାନରେ ୯୦.୭୪ ପ୍ରତିଶତ ଛାତ୍ରଛାତ୍ରୀ ପାସ କରିଥିବା ବେଳେ କଳାରେ ୭୮.୭୩, ବାଣିଜ୍ୟରେ ୮୮.୫୧ ଓ ଭୋକେସନାଲରେ ୭୭.୨୧ପ୍ରତିଶତ ଛାତ୍ରଛାତ୍ରୀ ପାସ କରିଛନ୍ତି । ଜିଲ୍ଲାରେ ବିଜ୍ଞାନରେ ମୋଟ ୩୩୮୧ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବା ବେଳେ ୩୦୬୮ଜଣ ଛାତ୍ରଛାତ୍ରୀ ପାସ କରିଛନ୍ତି । ସେଥିମଧ୍ୟରୁ ପ୍ରଥମ ଶ୍ରେଣୀରେ ୫୮୦ଜଣ ଉତ୍ତୀର୍ଣ୍ଣ ହୋଇଥିବା ବେଳେ ୧୩୩୧ଜଣ […]

କେନ୍ଦ୍ରାପଡ଼ା, ୨୫ା୫: କେନ୍ଦ୍ରାପଡା ଜିଲ୍ଲାରେ ଚଳିତ ବର୍ଷ ମାଟ୍ରିକ ପାସହାର ୯୫.୭୭ ପ୍ରତିଶତ ହୋଇଛି । ଜିଲ୍ଲାର ୯ଟି ବ୍ଲକ ମଧ୍ୟରୁ ୮ଟି ବ୍ଲକରେ ମୋଟ ୩୦ଜଣ ଏ-୧ଗ୍ରେଡ୍‌ରେ ପାସ କରିଛନ୍ତି । ରାଜକନିକା ବ୍ଲକର ଆର.ଏନ. ହାଇସ୍କୁଲ ଛାତ୍ରୀ ଅନନ୍ୟା ବାରିକ ମୋଟ ୬୦୦ ମାର୍କରୁ ୫୬୦ମାର୍କ ଅର୍ଥାତ ୯୩.୩୩ ପ୍ରତିଶତ ମାର୍କ ରଖି ପାସ କରିବା ସହିତ ଜିଲ୍ଲା ଟପ୍ପର ହୋଇଛନ୍ତି । ସେହିପରି ପଟ୍ଟାମୁଣ୍ଡାଇ ବ୍ଲକର […]

କେନ୍ଦ୍ରାପଡା,୨୬ା୫: ଚଳିତ ବର୍ଷ କେନ୍ଦ୍ରାପଡା ଜିଲ୍ଲାର ବାଣିଜ୍ୟରେ କେନ୍ଦ୍ରାପଡା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଛାତ୍ର ସେଖ୍ ଜିସାନ୍ ଅଲ୍ଲୀ ୫୪୭ ନମ୍ବର ରଖି ଶୀର୍ଷରେ ରହିଛନ୍ତି । ତାଙ୍କର ଏହି ସଫଳତା ଶ୍ରେୟ ସେ ତାଙ୍କ ବାପା ମା ଓ ଆଇ.ଏ.ପି କମର୍ସ ଏକାଡେମୀର ଶିକ୍ଷକମାନଙ୍କୁ ଶ୍ରେୟ ଦେଇଛନ୍ତି । ସେ ଆଗକୁ ଜଣେ ସୁନାଗରିକ ସହିତ ଚାଟାର୍ଡ ଆକାଉଟାଣ୍ଟ ହେବା ପାଇଁ ଲକ୍ଷ୍ୟ ରଖିଛନ୍ତି । ଏଥିସହିତ ସନ୍ଧ୍ୟାରାଣୀ […]

କେନ୍ଦ୍ରାପଡ଼ା, ତା ୨୫/୦୫: ଜିଲ୍ଲାରେ ଜୁନ୍ ୧ ତାରିଖରେ ଭୋଟ୍‌ଗ୍ରହଣ ପାଇଁ ଇଭିଏମ୍ ମେସିନ୍‌ର କମିସନିଂ କାର୍ଯ୍ୟ ଶେଷ ହୋଇଛି । ଭାରତର ନିର୍ବାଚନ ଆୟୋଗଙ୍କ ନିୟମାନୁସାରେ ସାଧାରଣ ପର୍ଯ୍ୟବେକ୍ଷକ ଭରତ କୁମାର ଭାସବା ଓ ସାକେତ ମାଲବିୟଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ, ନିର୍ବାଚନରେ ପ୍ରତିଦ୍ୱନ୍ଦିତା କରୁଥିବା ପ୍ରାର୍ଥୀଙ୍କ ପ୍ରତିନିଧିମାନଙ୍କ ଉପସ୍ଥିତିରେ ଏବଂ ରିଟର୍ଣ୍ଣିଂ ଅଫିସରମାନଙ୍କ ପରିଚାଳନାରେ ଚୂଡ଼ାନ୍ତ ଇଭିଏମ୍ କମିସନିଂ କାର୍ଯ୍ୟ ସମ୍ପାଦିତ ହୋଇଛି । କେନ୍ଦ୍ରାପଡ଼ା ସ୍ୱୟଂଶାସିତ ମହାବିଦ୍ୟାଳୟଠାରେ […]

କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ନିର୍ବାଚନ ମଣ୍ଡଳୀ ଭାରତୀୟ ଜନତା ପାଟୀ ବିରୋଧରେ ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନ ଅଭିଯୋଗ ହୋଇଛି । ଭାଜପା ନିର୍ବାଚନୀ ପ୍ରଚାର କ୍ୟାସେଟରେ ବିରୋଧୀ ପାର୍ଥୀଙ୍କ ନାମରେ ମିଥ୍ୟା ଅପପ୍ରଚାର କରିବା ସହ ନିର୍ବାଚନ କମିଶନରଙ୍କ ଆଦର୍ଶ ଆଚରଣ ବିଧି ଗାଇଡଲାଇନକୁ ଉଲଂଘନ କରି ନିଜର ବ୍ୟକ୍ତିଗତ ବିଧିରେ ପରିଣତ କରି ପ୍ରଚାର ଓ ରାଲି କରୁଛନ୍ତି । ଏଥି ନେଇ ରାଜନଗର ନିର୍ବାଚନ ମଣ୍ଡଳୀ […]

ସାଧାରଣ ନିର୍ବାଚନ ଯେତେ ପାଖେଇ ଆସୁଛି, ବିଭିନ୍ନ ଦଳର ନିର୍ବାଚନ ପ୍ରଚାର ସେତେ ଜୋରଦାର ହେବାରେ ଲାଗିଛି । ପ୍ରବାଦପୁରୁଷ ବିଜୁ ପଟ୍ଟନାୟକଙ୍କ ଗଡ଼ ଭାବେ ପରିଚିତ ରାଜନଗର ନିର୍ବାଚନ ମଣ୍ଡଳୀରେ ବିଜେଡିର ପ୍ରଚାର ଅଭିଯାନ ଜୋରଦାର ହୋଇଛି । ଏକ ବୃହତ ରେକର୍ଡ ବ୍ୟବଧାନରେ ଉଭୟ ସାଂସଦ ଓ ବିଧାୟକ ପ୍ରାର୍ଥୀଙ୍କୁ ବିଜୟୀ କରି ଇତିହାସ ସୃଷ୍ଟି କରିବାକୁ ସ୍ୱତନ୍ତ୍ର ରଣନୀତି ପ୍ରସ୍ତୁତ କରିଛି ବିଜେଡି । ବିକାଶ […]

କେନ୍ଦ୍ରାପଡ଼ା ଜିଲ୍ଲା ସମେତ ସାରା ଓଡିଶାରେ ଯୋଡି ଶଙ୍ଖ ଇତିହାସ ରଚିବ ଓ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ଷଷ୍ଠ ଥର ମୁଖ୍ୟମନ୍ତ୍ରୀ ହୋଇ ବିରଳ ରେକର୍ଡ ସୃଷ୍ଟି କରିବେ ବୋଲି ଆଜି କେନ୍ଦ୍ରାପଡ଼ା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ପଟ୍ଟାମୁଣ୍ଡାଇ ବ୍ଲକର ନୀଳକଣ୍ଠପୁର ଠାରେ ଆୟୋଜିତ ବିରାଟ କର୍ମୀ ସମ୍ମିଳନୀରେ ଭାଷଣ ଦେଇ ପୂର୍ବତନମନ୍ତ୍ରୀ ତଥା କେନ୍ଦ୍ରାପଡ଼ା ବିଧାନସଭା ବିଜେଡି ପ୍ରାର୍ଥୀ ଗଣେଶ୍ୱର ବେହେରା ପ୍ରକାଶ କରିଛନ୍ତି । ନୀଳକଣ୍ଠପୁର ସରପଞ୍ଚ ଜ୍ଞାନେଦ୍ର […]

କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇରେ ଥିବା ଜିଲ୍ଲା କୃଷି କାର୍ଯ୍ୟାଳୟରେ କାର୍ଯ୍ୟରତ କୃୃଷି କର୍ମଚାରୀ ରାଜେନ୍ଦ୍ର ସିଂ (୪୨)ଙ୍କ ଚିକିତ୍ସାଧିନ ଅବସ୍ଥାରେ ମ୍ୟୃତ୍ୟୁ ହୋଇଛି ।ସୁଚନା ଅନୁଯାଇ ମୟୁରଭଞ ଜିଲା ବଦସାହି ବ୍ଲକ ଭାଲୁକଦୁବି ଗ୍ରାମର ରାଜେନ୍ଦ୍ର ଗତ ୬ ବର୍ଷ ହେବ ପଟ୍ଟାମୁଣ୍ଡାଇ ଜିଲା କୃଷି କେନ୍ଦ୍ରରେ ଗ୍ରମ୍ୟ କୃଷି କର୍ମଚାରୀ ଭାବେ କାର୍ଯ୍ୟ କରି ଆସୁଥିଲେ । ଗତ ଶନିବାର ସେ ସକାଳୁ ଅଫିିସ ଆସିଥିବା ବେଳେ ହଟାତ […]

ସାଧାରଣ ନିର୍ବାଚନ ଯେତେ ପାଖେଇ ଆସୁଛି, ବିଭିନ୍ନ ଦଳର ନିର୍ବାଚନ ପ୍ରଚାର ସେତେ ଜୋରଦାର ହେବାରେ ଲାଗିଛି । ପ୍ରବାଦପୁରୁଷ ବିଜୁ ପଟ୍ଟନାୟକଙ୍କ ଗଡ଼ ଭାବେ ପରିଚିତ ରାଜନଗର ନିର୍ବାଚନ ମଣ୍ଡଳୀରେ ବିଜେଡି ତାର ପ୍ରଚାର ଅଭିଯାନ ଜୋରଦାର ଚଳାଇଛି । ଉଭୟ ସାଂସଦ ଓ ବିଧାୟକ ପ୍ରାର୍ଥୀଙ୍କୁ ରେକର୍ଡ ବ୍ୟବଧାନରେ ବିଜୟୀ କରି ଇତିହାସ ସୃଷ୍ଟି କରିବାକୁ ସ୍ୱତନ୍ତ୍ର ରଣନୀତି ପ୍ରସ୍ତୁତ କରିଛି ରାଜନଗର ବିଜେଡି । ବିକାଶ […]

କେନ୍ଦ୍ରାପଡା,୨୪/୫ – ଭାରତୀୟ ଜନତାପାର୍ଟି କେନ୍ଦ୍ରାପଡା ଲୋକସଭା କ୍ଷେତ୍ରରେ ସାମ୍ବାଦିକ ସମ୍ମିଳନୀ ଗରାପୁର ସ୍ଥିତ ସ୍ୱୟଂସିଦ୍ଧା ମଣ୍ଡପ ଠାରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ସାମ୍ବାଦିକ ସମ୍ମିଳନୀରେ କେନ୍ଦ୍ରାପଡାର ପୂବର୍ତନ ସାଂସଦ ତଥା ମହାକାଳପଡାର ନାରୀନେତ୍ରୀ ଅଚ୍ଚର୍ନା ନାୟକ, ଟାଙ୍ଗୀ ସାଲେପୁର ଅଂଚଳର ଯୁବନେତା ଓ ଓଡିଶା ପ୍ରଦେଶର ପୂବର୍ତନ ଯୁବେମାର୍ଚ୍ଚାର ଉପସଭାପତି ପ୍ରଫୁଲ୍ଲ ସ୍ୱାଇଁ ଏବଂ ମିଡିଆ ସେଲର ପ୍ରମୁଖ ନେହେରୁ କୁମାର ସାହୁ ଯୋଗ ଦେଇଥେôଲ । […]

କେନ୍ଦ୍ରାପଡ଼ା ଜିଲ୍ଲାର ସୂଚନା ଅଧିକାର କର୍ମୀ ଚାଷୀ ନେତା ପ୍ରତାପ ଚନ୍ଦ୍ର ମହାନ୍ତି କେନ୍ଦ୍ରାପଡ଼ା ଲୋକସଭା ଆସନରୁ ସ୍ୱାଧୀନ ପ୍ରାର୍ଥୀ ଭାବେ ନିର୍ବାଚନ ମୈଦାନରେ ଅବତୀର୍ଣ୍ଣ ହୋଇଛନ୍ତି । ତାଙ୍କ ପ୍ରାର୍ଥୀତ୍ୱକୁ ରାଜ୍ୟ ଜନଶକ୍ତି ପାର୍ଟି ସମର୍ଥନ ଜଣାଇଛି । ଶୁକ୍ରବାର ସ୍ୱାଧୀନ ସାଂସଦ ପ୍ରାର୍ଥୀ ମହାନ୍ତି ପଟ୍ଟାମୁଣ୍ଡାଇର ବିଭିନ୍ନ ଅଂଚଳ ବୁଲି ନିର୍ବାଚନ ପ୍ରଚାର କରିବା ସହିତ ଜନ ସମର୍ଥନ ଭିକ୍ଷା କରିଥିଲେ । ତାଙ୍କ ସହିତ ରାଜ୍ୟ […]

କେନ୍ଦ୍ରାପଡା, ୨୩ା୫- ଆଜି ଅଲ୍ ଓଡିଶା ଓବିସି ମଞ୍ଚର ସଭାପତି ଅନାଦି ଚରଣ ସାହୁ ବିଧିବଦ୍ଧ ଭାବେ କଂଗ୍ରେସ ଦଳରେ ଯୋଗ ଦେଇଛନ୍ତି । ଏହି ଅବସରରରେ ଆଜି କେନ୍ଦ୍ରାପଡା ଲୋକସଭା ପାର୍ଥୀ ଯୁବ ଇଂ ସିଦ୍ଧାର୍ଥ ସ୍ୱରୂପ ଦାଶ କେନ୍ଦ୍ରାପଡା କଜଳାସ୍ଥିତ କାର୍ଯ୍ୟାଳୟଠାରେ ଅନୁଷ୍ଠିତ ଏକ ମିଶ୍ରଣ କାର୍ଯ୍ୟକ୍ରମରେ ଅଲ୍ ଓଡିଶା ଓବିସି ମଞ୍ଚର ସଭାପତି ଅନାଦି ଚରଣ ସାହୁଙ୍କୁ ଉତ୍ତରୀୟ ଓ ପୁଷ୍ପଗୁଚ୍ଛ ପ୍ରଦାନ କରି ସ୍ୱାଗତ […]

ପଟ୍ଟାମୁଣ୍ଡାଇ ତାଲୁକ ଆଇନ ସେବା ସମିତି ପକ୍ଷରୁ ବୁଧବାର ପ୍ରକଳ୍ପ ୟୁ ପି ବିଦ୍ୟାଳୟ ବେଲତଳ ଠାରେ ଲୋକଙ୍କ ଉପଯୋଗୀ ସେବା ସମ୍ବନ୍ଧୀୟ ବିବାଦର ସମାଧାନ ସମ୍ପର୍କରେ ଏକ ସଚତେନତା ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ତାଳୁକ ଆଇନ ସେବା ସମିତିର ଅଧ୍ୟକ୍ଷା ସିନିଅର ସିଭିଲ ଜର୍ଜ ସୁଶ୍ରୀ ସଂଗୀତା ମଲ୍ଲିକଙ୍କ ନିର୍ଦ୍ଦେଶ କ୍ରମେ ଆୟୋଜିତ ହୋଇଥିଲା । ପଟ୍ଟାମୁଣ୍ଡାଇ ବାର ଆଶୋସିଏସନ ଉପସଭାପତି ସୁରେଶ ନରେନ୍ଦ୍ରଙ୍କ […]

କେନ୍ଦ୍ରାପଡ଼ା, ୨୨ା୫: କେନ୍ଦ୍ରାପଡା ଲୋକସଭା କ୍ଷେତ୍ର ଅନ୍ତର୍ଗତ ପାଟକୁରା ବିଧାନସଭା କ୍ଷେତ୍ରରେ ବିଜେଡି ସଂସଦ ପ୍ରାର୍ଥୀ ଅଂଶୁମାନ ମହାନ୍ତି ଓ ବିଜେଡି ବିଧାୟକ ପ୍ରାର୍ଥୀ ଅରବିନ୍ଦ ମହାପାତ୍ର ସେମାନଙ୍କ ନିର୍ବାଚନ ପ୍ରଚାରକୁ ଶାଣିତ କରିଛନ୍ତି । ମଙ୍ଗଳବାର ଏକ ବିଶାଳ ଶୋଭାଯାତ୍ରାରେ ହଜାର ହଜାର ବିଜେଡି କର୍ମୀଙ୍କ ସହିତ ଉଭୟପ୍ରାର୍ଥୀ ଗୋଟିଏ ବୁଲେଟ୍‌ରେ ମାର୍ଶାଘାଇ ବ୍ଲକ ଅଧିନ ବଛରେଇ, ବନ୍ଧକଟା, ମେହେନ୍ଦିନଗର, ଜମପଡା, କରିଲୋପାଟଣା ପ୍ରଭୃତି ଗ୍ରାମ ପଞ୍ଚାୟତକୁ ଯାଇ […]