କେନ୍ଦ୍ରାପଡା,୨୭ା୧: ଜାତୀୟ ସ୍ତରୀୟ ପଞ୍ଚମ ଅବଦୁଲ କରିମ ଖାନ ମେମୋରିଆଲ ଟ୍ରଫି ଫୁଟବଲ ଟୁର୍ଣ୍ଣାମେଣ୍ଟ ରବିବାର ଅପରାହ୍ନରେ ଉଦଘାଟିତ ହୋଇଯାଇଛି। ଫକିରାବାଦ ଲକି ସ୍ପୋଟିଂ କ୍ଲବ ଆନୁକୂଲ୍ୟରେ କେନ୍ଦ୍ରାପଡା ସରକାରୀ ହାଇସ୍କୁଲ ଖେଳପଡିଆରେ କ୍ଲବର ସଭାପତି ମହମ୍ମଦ ସଲିମ ଖାନ୍ଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉଦଘାଟନୀ ଉତ୍ସବରେ ପୈାରାଧ୍ୟକ୍ଷା ସରିତା ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହି ଟୁର୍ଣ୍ଣାମେଣ୍ଟକୁ ଉଦଘାଟନ କରିଥିଲେ। ଏଥିସହିତ ଖେଳପଡିଆକୁ ଯାଇ ଉଭୟ ଦଳର ଖେଳାଳୀମାନଙ୍କ […]
ରାଜ୍ୟ
ପଟ୍ଟାମୁଣ୍ଡାଇ ତା ୨୭/୧-ଭୁବନେଶ୍ୱର ବି ଏନ ଆର ଏଜୁକେସନାଲ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ମାଳିପୁର ବି ଏନ ଏନ ଆର ପବ୍ଲିକ ସ୍କୁଲ ଠାରେ ଦିବଂଗତ ସମାଜସେବୀ ଇଂ ବିଭୁତି ଭୂଷଣ ପାତ୍ରଙ୍କ ସ୍ମୃତି ଉଦେଶ୍ୟରେ ପବିତ୍ର ସାଧାରଣତନ୍ତ୍ର ଦିବସ ଅବସରରେ ଏକ ମାଗଣା ସ୍ୱାସ୍ଥ୍ୟ ସେବା ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ସ୍ୱାସ୍ଥସେବା ଶିବିରକୁ ଟ୍ରଷ୍ଟର ଅଧ୍ୟକ୍ଷା ସାମାଜସେବୀ ନିରୁପମା ପାତ୍ର ଉଦଘାଟନ […]
କେନ୍ଦ୍ରାପଡ଼ା,୨୭ା୧: କେନ୍ଦ୍ରାପଡ଼ା ଜିଲ୍ଲା ସଦର ମହକୁମାଠାରେ ଜିଲ୍ଲାସ୍ତରୀୟ ୭୬ତମ ସାଧାରଣତନ୍ତ୍ର ଦିବସ ମହାସମାରୋହରେ ପାଳିତ ହୋଇଯାଇଛି। କେନ୍ଦ୍ରାଞ୍ଚଳ ରାଜସ୍ୱ ଆୟୁକ୍ତ ବି. ପରମେଶ୍ୱରନ୍ ମୁଖ୍ୟ ଅତିଥିଭାବେ ଯୋଗଦେଇ କେନ୍ଦ୍ରାପଡ଼ା ସ୍ୱୟଂଶାସିତ ମହାବିଦ୍ୟାଳୟ ପଡ଼ିଆଠାରେ ଜାତୀୟ ପତାକା ଉତ୍ତୋଳନ କରିବା ସହ ସମ୍ମିଳିତ ପ୍ୟାରେଡ୍ରେ ଅଭିବାଦନ ଗ୍ରହଣ କରିଥିଲେ। ଆମର ସାମ୍ବିଧାନିକ ପିତାମହ ଡ. ବାବାସାହେବ ଆମ୍ବେଦକରଙ୍କ ପ୍ରଣୀତ ସମ୍ବିଧାନ ଆମକୁ ଶିକ୍ଷା, ନ୍ୟାୟ, ଧର୍ମନିରପେକ୍ଷତା ଏବଂ ଲୋକତନ୍ତ୍ର ଯୋଗାଇଛି ବୋଲି […]
କେନ୍ଦ୍ରାପଡା,୨୭ା୧: ଜାତୀୟ ସ୍ତରୀୟ ପଞ୍ଚମ ଅବଦୁଲ କରିମ ଖାନ ମେମୋରିଆଲ ଟ୍ରଫି ଫୁଟବଲ ଟୁର୍ଣ୍ଣାମେଣ୍ଟର ଦ୍ୱିତୀୟ ଲିଗ ମ୍ୟାଚ ସୋମବାର ଅନୁଷ୍ଠିତ ହୋଇଯାଇଛି। ଫକିରାବାଦ ଲକି ସ୍ପୋଟିଂ କ୍ଲବ ଆନୁକୂଲ୍ୟରେ କେନ୍ଦ୍ରାପଡା ସରକାରୀ ହାଇସ୍କୁଲ ଖେଳପଡିଆରେ କ୍ଲବର ସଭାପତି ମହମ୍ମଦ ସଲିମ ଖାନ୍ଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ଉତ୍ସବରେ ବିଜେପି ନେତା ତେଜେଶ୍ୱର ପରିଡା ଓ ଲଳିତ କୁମାର ବେହେରା ଅତିଥି ଭାବେ ଯୋଗଦେଇ ଏହି ଦ୍ୱିତୀୟ ଲିଗ ମ୍ୟାଚକୁ […]
ପଟ୍ଟାମୁଣ୍ଡାଇ ୨୭/୧ – କେନ୍ଦ୍ରାପଡା ଜିଲ୍ଲାର ଏକ ଅଗ୍ରଣୀ ମଡର୍ଣ୍ଣ ନୃତ୍ୟାନୁଷ୍ଠାନ ପଟ୍ଟାମୁଣ୍ଡାଇ ସରକାରୀ ଆଇଟିଆଇ ନିକଟରେ ଥିବା ଫିଟ୍ ଅଫ୍ ଫାୟାର୍ ଡ୍ୟାନ୍ସ ଏକାଡେମୀର ୬ଷ୍ଠ ବାର୍ଷିକ ଉତ୍ସବ “ଗ୍ଲୋ ନାଇଟ୍- ୬” ବେଶ୍ ଧୁମ୍ଧାମ୍ରେ ପାଳିତ ହୋଇଯାଇଛି । ପ୍ରଦ୍ୟୁମ୍ନ କୁମାର ଗିରିଙ୍କ ପୌରହିତ୍ୟ କୁଞ୍ଜବିହାରୀ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବାର୍ଷିକ ଉତ୍ସବରେ ଏକାଡେମୀର ପୁରାତନଛାତ୍ର “ଡ୍ୟାନ୍ସ ପ୍ଲସ୍ ପ୍ରୋ”ର ପ୍ରଥମ ରନର୍ସ ଅଫ ରାକେଶ ସାହୁ […]
ଫିଟ୍ ଅଫ୍ ଫାୟାର୍ ଡ୍ୟାନ୍ସ ଏକାଡେମୀର ବାର୍ଷିକ ଉତ୍ସବ ପଟ୍ଟାମୁଣ୍ଡାଇ ୨୭/୧ – କେନ୍ଦ୍ରାପଡା ଜିଲ୍ଲାର ଏକ ଅଗ୍ରଣୀ ମଡର୍ଣ୍ଣ ନୃତ୍ୟାନୁଷ୍ଠାନ ପଟ୍ଟାମୁଣ୍ଡାଇ ସରକାରୀ ଆଇଟିଆଇ ନିକଟରେ ଥିବା ଫିଟ୍ ଅଫ୍ ଫାୟାର୍ ଡ୍ୟାନ୍ସ ଏକାଡେମୀର ୬ଷ୍ଠ ବାର୍ଷିକ ଉତ୍ସବ “ଗ୍ଲୋ ନାଇଟ୍- ୬” ବେଶ୍ ଧୁମ୍ଧାମ୍ରେ ପାଳିତ ହୋଇଯାଇଛି । ପ୍ରଦ୍ୟୁମ୍ନ କୁମାର ଗିରିଙ୍କ ପୌରହିତ୍ୟ କୁଞ୍ଜବିହାରୀ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବାର୍ଷିକ ଉତ୍ସବରେ ଏକାଡେମୀର ପୁରାତନଛାତ୍ର “ଡ୍ୟାନ୍ସ […]
କେନ୍ଦ୍ରାପଡା,୨୫ା୧: ଇଶାନେଶ୍ୱର ଉଚ୍ଚ ବିଦ୍ୟାଳୟର ହିନ୍ଦୀ ଶିକ୍ଷକ ସ୍ୱର୍ଗତ ପ୍ରାଣକୃଷ୍ଣ ନାୟକଙ୍କ ଦ୍ୱାଦଶାହ ଅବସରରେ ଜିଲ୍ଲା ହିନ୍ଦୀ ଶିକ୍ଷକ ସଙ୍ଘ ପକ୍ଷରୁ ଗଭିର ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯିବା ସହିତ ତାଙ୍କ ପରିବାରକୁ ଆର୍ଥିକ ସହାୟତା ପ୍ରଦାନ କରାଯାଇଛି। ଓଷ୍ଟାର ସଭାପତି ଅଶୋକ କୁମାର ପରିଡାଙ୍କ ପୈାରହିତ୍ୟରେ ଅନୁଷ୍ଠିତ ସ୍ମୃତିଚାରଣ ସଭାରେ ଜିଲ୍ଲା ହିନ୍ଦୀ ଶିକ୍ଷକ ସଙ୍ଘର ସଭାପତି ଅକ୍ଷୟ କୁମାର ନାୟକ, ସମ୍ପାଦକ ମହେଶ୍ୱର ସାହୁ, ଯୁଗ୍ମ ସମ୍ପାଦକ ନିର୍ମଳ […]
କେନ୍ଦ୍ରାପଡ଼ା,୨୫ା୧ : କେନ୍ଦ୍ରାପଡା ଜିଲ୍ଲା ସରକାରୀ ଭତ୍ତାଧାରୀ କଳାକାର ସଙ୍ଘ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ଅତିରିକ୍ତ ଜିଲ୍ଲାପାଳ ନିଲୁ ମହାପାତ୍ରଙ୍କୁ ଏକ ୧୭ଦଫା ସମ୍ବଳିତ ଦାବିପତ୍ର ଶନିବାର ପ୍ରଦାନ କରାଯାଇଛି। ସେହି ଦାବିପତ୍ରରେ ଉଲ୍ଲେଖ ରହିଛି ଯେ ସରକାରୀ ଭତ୍ତାଧାରୀ କଳାକାରଙ୍କ ମୃତ୍ୟୁ ପରେ ତାଙ୍କ ପତ୍ନୀ ବା ସ୍ୱାମୀଙ୍କୁ ତିନିମାସ ଭିତରେ କଳାକାର ଭତ୍ତା ପ୍ରଦାନ, ମୃତ କଳାକାରଙ୍କ ସ୍ମୃତିସଭା ପାଇଁ ଜିଲ୍ଲା କଳା ସଂସ୍କୃତି ସଙ୍ଘ କିମ୍ବା […]
କେନ୍ଦ୍ରାପଡା,୨୫ା୧: ରାଜ୍ୟର ଅଗ୍ରଣୀ ସାହିତ୍ୟାନୁଷ୍ଠାନ ରାଜଶ୍ରୀ କଳା ଓ ସାହିତ୍ୟ ସଂସଦର ୩୬ତମ ବାର୍ଷିକ ଉତ୍ସବ ଅବସରରେ ରାଜ୍ୟସ୍ତରୀୟ କବିତା ପାଠୋତ୍ସବ, କବି ପୂଜନ ପର୍ବ, ଆଲୋଚନା ଚକ୍ର, ଆନୁଷ୍ଠାନିକ ସମ୍ବର୍ଦ୍ଧନା ଏବଂ ପୁସ୍ତକ ଲୋକାର୍ପଣ ସହିତ ସାଂସ୍କୃତିକ କାର୍ଯ୍ୟକ୍ରମ ଭୁବନେଶ୍ୱରସ୍ଥିତ ଭଞ୍ଜକଳା ମଣ୍ଡପ ପରିସରରେ ଅନୁଷ୍ଠିତ ହୋଇଯାଇଛି। ପ୍ରଥମ ଅଧିବେଶନ ଉଦ୍ଘାଟନୀ ଉତ୍ସବ କବି ଭକ୍ତଚରଣ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା। ବିଶିଷ୍ଟ ପ୍ରାବନ୍ଧିକ ତଥା ବିଧାନସଭା ସଚିବ […]
କେନ୍ଦ୍ରାପଡ଼ା ୨୫/୧- କେନ୍ଦ୍ରାପଡ଼ାସ୍ଥିତ କେନ୍ଦ୍ରୀୟ ବିଦ୍ୟାଳୟ ଠାରେ ପରାକ୍ରମ ଦିବସ ଅବସରରେ ଭାରତ ସରକାରଙ୍କ ତରଫରୁ ପରୀକ୍ଷା ପେ ଚର୍ଚ୍ଚା କାର୍ଯକ୍ରମ ଅନ୍ତର୍ଗତ ଏକ କୁଇଜ୍ ପ୍ରତିଯୋଗିତାର ଆୟୋଜନ କରାଯାଇଥିଲା । ଜିଲ୍ଲାର ବିଭିନ୍ନ ବିଦ୍ୟାଳୟରୁ ୧୦୦ ଜଣ ପ୍ରତିଯୋଗୀ ଭାଗ ନେଇଥିଲେ। କେନ୍ଦ୍ରୀୟ ବିଦ୍ୟାଳୟର ଅଧ୍ୟକ୍ଷ ଶଶି କୌଶଲ୍ ପିଲାମାନଙ୍କୁ ପରୀକ୍ଷା ସମୟରେ ଚାପମୁକ୍ତ ଓ ସକାରାତ୍ମକ ରହିବା ସହିତ ଆନନ୍ଦମୟ ଶିକ୍ଷା ଲାଭ କରିବା ପାଇଁ ପ୍ରୋତ୍ସାହିତ […]
କେନ୍ଦ୍ରାପଡା,୨୪ା୧: ସ୍ଥାନୀୟ ଅଗ୍ରଣୀ ଶିକ୍ଷାନୁଷ୍ଠାନ ନେତାଜୀ ସ୍କୁଲର ୨୩ତମ ବାର୍ଷିକ ଉତ୍ସବ ଗୁରୁବାର ମୁନିସିପାଲଟି ଟାଉନ ହଲ୍ରେ ଅନୁଷ୍ଠିତ ହୋଇଯାଇଛି । ଆଇନଜୀବୀ ନଳିନୀକାନ୍ତ ତ୍ରିପାଠୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ଉତ୍ସବରେ କେନ୍ଦ୍ରାପଡା ବିଧାୟକ ଗଣେଶ୍ୱର ବେହେରା ଯୋଗଦେଇ ଉତ୍ସବକୁ ଉଦ୍ଘାଟନ କରିଥିଲେ । ମୁଖ୍ୟ ଅତିଥି ଭାବେ ଡଃ ଅନିଲ ଧିର ଯୋଗଦେଇ ଓଡିଶା ତଥା ସାରା ପୃଥିବୀରେ ନେତାଜୀଙ୍କ ଆଦର୍ଶ ଓ ବୀରତ୍ୱର ଗାଥା ବର୍ଣ୍ଣନା କରିଥିଲେ […]
କେନ୍ଦ୍ରାପଡା,୨୪ା୧: ଆସନ୍ତା ୨୬ତାରିଖରେ ପଞ୍ଚମ ଅବଦୁଲ କରିମ ଖାନ ମେମୋରିଆଲ ଟ୍ରଫି ଜାତୀୟ ସ୍ତରୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦଘାଟିତ ହେବାକୁ ଯାଉଛି। ଏହି ଟୁର୍ଣ୍ଣାମେଣ୍ଟଫକିରାବାଦ ଲକି ସ୍ପୋଟିଂ କ୍ଲବ ଆନୁକୂଲ୍ୟରେ ୨୬ତାରିଖରେ କେନ୍ଦ୍ରାପଡା ସରକାରୀ ହାଇସ୍କୁଲ ଖେଳପଡିଆରେ ଆରମ୍ଭ ହୋଇ ଆସନ୍ତା ଫେବୃୟାରୀମାସ ୨ତାରିଖରେ ଉଦଯାପିତ ହେବ। ପ୍ରତ୍ୟେକ ଦିନ ଅପରାହ୍ନ ୨ଟାରୁ ୫ଟା ପର୍ଯ୍ୟନ୍ତ ଏହି ଟୁର୍ଣ୍ଣମେଣ୍ଟଅନୁଷ୍ଠିତ ହେବ। ଏହି ଜାତୀୟ ସ୍ତରୀୟ ଫୁଟବଲ୍ ଟୁର୍ଣ୍ଣାମେଣ୍ଟରେ କଟକର ଓଡିଶା […]
କେନ୍ଦ୍ରାପଡା,୨୩ା୧: ଓଲସାହି ଗୋବର୍ଦ୍ଧନପୁରର ରବୀନ୍ଦ୍ର ସାମଲ ବିଦ୍ୟୁତ୍ ଆଘାତଜନିତ ଦୁର୍ଘଟଣାରେ ଶାରିରୀକ ଭିନ୍ନକ୍ଷମ ହୋଇପଡି ନିଜର ଗୋଟିଏ ଗୋଡ ଓ ଡାହାଣ ହାତର ପାପୁଲି ହରାଇଥିଲେ। ସିଏ ନିଜେ ଶତକଡା ସତୁରି ଭାଗ ଚଳନଶକ୍ତି ବାଧିତ ଭିନ୍ନକ୍ଷମ ରହିଥିବାବେଳେ ତାଙ୍କର ସ୍ତ୍ରୀ କାଜଲ ସାମଲ ମଧ୍ୟ ଶତକଡା ପଚାଶ ଭାଗ ଶାରିରୀକ ଭିନ୍ନକ୍ଷମ ଅଟନ୍ତି। ଏହି ଦମ୍ପତି ଜୀବିକା ନିର୍ବାହ ତଥା ସହାୟକ ଉପକରଣ ପାଇଁ ଜିଲ୍ଲାରେ ଭିନ୍ନକ୍ଷମମାନଙ୍କ ପାଇଁ […]
କେନ୍ଦ୍ରାପଡ଼ା,୨୩ା୧: କେନ୍ଦ୍ରାପଡା ଜିଲ୍ଲା ବରିଷ୍ଠ ନାଗରିକ ମଞ୍ଚ ଆନୁକୂଲ୍ୟରେ ‘ସ୍ୱଚ୍ଛଭାରତ ଅଭିଯାନ’ କାର୍ଯ୍ୟକ୍ରମ ମାଧ୍ୟମରେ ଏକ ସଫେଇ କାର୍ଯ୍ୟ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସର ଓ ତତ୍ସଂଲଗ୍ନ ଅଞ୍ଚଳରେ ଅନୁଷ୍ଠିତ ହୋଇଯାଇଛି । ଉଦ୍ଘାଟନୀ ସମାବେଶରେ ମଞ୍ଚର ସଭାପତି ବରିଷ୍ଠ ଆଇନଜୀବୀ ଅକ୍ଷୟ କୁମାର ମହାନ୍ତି ସଭାପତିତ୍ୱ କରିଥିଲେ । କେନ୍ଦ୍ରାପଡା ପୌରପାଳିକାର ଅଧ୍ୟକ୍ଷା ସରିତା ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ନାଗରିକ ମଞ୍ଚର ପତାକା ହଲାଇ କାର୍ଯ୍ୟକ୍ରମକୁ […]
କେନ୍ଦ୍ରାପଡା,୨୩ା୧: କେନ୍ଦ୍ରାପଡା ସହରର କେଶପୁର ବଜାରସ୍ଥିତ ସମୀର ମୋଟର୍ସ ପକ୍ଷରୁ ନେତାଜୀ ଜୟନ୍ତୀ ଉପଲକ୍ଷେ ଏକ ସ୍ୱେଛାକୃତ ରକ୍ତଦାନ ଶିବିର ପ୍ରତିବର୍ଷ ଭଳି ଗୁରୁବାର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରରେ ମୁଖ୍ୟ ଅତିଥି ଭାବେ କେନ୍ଦ୍ରାପଡା ବିଧାୟକ ଗଣେଶ୍ୱର ବେହେରା, ପୂର୍ବତନ କାଉନସିଲର ରଞ୍ଜିତ ସାହୁ, କାଉନସିଲର ହିବ୍ଜୁର ରହେମାନ, ସାମ୍ବାଦିକ ସୁବ୍ରତ କୁମାର ସାମଲ, ସମ୍ବିତ ଶ୍ରୀଚନ୍ଦନ ପ୍ରମୁଖ ଯୋଗଦେଇ ନେତାଜୀ ସୁବାଷ ଚନ୍ଦ୍ର ବୋଷ ଜଣେ […]
କେନ୍ଦ୍ରାପଡ଼ା,୨୩ା୧: କେନ୍ଦ୍ରାପଡ଼ା ଜିଲ୍ଲାର ବରିଷ୍ଠ ଚିତ୍ରଶିଳ୍ପୀ ଅଶୋକ ନାୟକଙ୍କୁ ଭାରତ ସରକାରଙ୍କ ସଂସ୍କୃତି ମନ୍ତ୍ରଣାଳୟ ପକ୍ଷରୁ କଳା ଓ ସଂସ୍କୃତିର ବିକାଶ ପାଇଁ ସିନିୟର ଫେଲୋସିପ ପ୍ରଦାନ କରାଯାଇଛି। ଏହି ଫେଲୋସିପ ତାଙ୍କୁ ଆଗାମୀ ଦୁଇ ବର୍ଷ ପର୍ଯ୍ୟନ୍ତ ମିଳିବ। ଏହି ସମୟ ମଧ୍ୟରେ ସେ କଳା ଓ ସଂସ୍କୃତିର ବିକାଶ ନିମନ୍ତେ ଗବେଷଣା କରିବେ। ବର୍ଷ ଶେଷ ବେଳକୁ ଭାରତ ସରକାରଙ୍କୁ ନିଜର ଗବେଷଣାତ୍ମକ ସନ୍ଦର୍ଭ ଉପସ୍ଥାପନ କରିବେ। […]
ପଟ୍ଟାମୁଣ୍ଡାଇ ୨୩/ ୧ -କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ବରିଷ୍ଠ ନାଗରିକ ମଂଚ ପକ୍ଷରୁ ଚିତ ବିନୋଦନ ଗୃହ ପରିସରରେ ନେତାଜୀ ଶୁଭାସ ଚନ୍ଦ୍ର ବୋଷଙ୍କ ୧୨୮ ତମ ଜୟନ୍ତୀ ମହା ସମାରୋହରେ ପାଳତ ହୋଇଯାଇଛି । ମଂଚ ବରିଷ୍ଠ ସଭ୍ୟ ଚତୃର୍ଭୁଜ ରାଉଳଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସମାରୋହରେ ମହାନ ସ୍ୱାଧୀନତା ସଂଗ୍ରାମୀଙ୍କ ଫଟୋ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ ସହିତ ଧୂପଦୀପରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯଇଥିଲା । ଉକ୍ତ ଉସ୍ତବରେ ଶିକ୍ଷାବିତ […]
କେନ୍ଦ୍ରାପଡ଼ା,୨୩ା୧: କେନ୍ଦ୍ରାପଡା ବ୍ଲକ ପ୍ରାଥମିକ ଶିକ୍ଷକ ସଂଘର ବାର୍ଷିକ ଉତ୍ସବ ଗରାପୁରସ୍ଥିତ ‘ଶିକ୍ଷକ ଭବନ’ ରେ ମହାସମାରୋହରେ ଗୁରୁବାର ଅନୁଷ୍ଠିତ ହୋଇଯାଇଛି । ଏହି ଉପଲକ୍ଷେ ସଂଘର ସଭାପତି ରାଜକିଶୋର ବିଶ୍ୱାଳଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉତ୍ସବରେ କେନ୍ଦ୍ରାପଡା ବିଧାୟକ ଗଣେଶ୍ୱର ବେହେରା ମୁଖ୍ୟ ଅତିଥି, ମଣ୍ଡଳ ଶିକ୍ଷାଧିକାରୀ କୈଳାସ ଚନ୍ଦ୍ର ଦଳାଇ ମୁଖ୍ୟବକ୍ତା, କେନ୍ଦ୍ରାପଡା ବ୍ଲକ ଉପାଧ୍ୟକ୍ଷ ପ୍ରତାପ ନାରାୟଣ ମହାପାତ୍ର, କପାଳେଶ୍ୱର ପଞ୍ଚାୟତ ସରପଞ୍ଚ କଳ୍ପନା ମହାନ୍ତି, ଉପଦେଷ୍ଟା […]
କେନ୍ଦ୍ରାପଡ଼ା,୨୧ା୧: କେନ୍ଦ୍ରାପଡାର ଗରାପୁରସ୍ଥିତ ଦିବ୍ୟଜୀବନ ସଙ୍ଘ ଶିବାନନ୍ଦ ଆଶ୍ରମର ପ୍ରତିଷ୍ଠାତା ଶ୍ରୀମା ସ୍ୱାମୀ ଦିବ୍ୟସ୍ୱରୂପାନନ୍ଦ ସରସ୍ୱତୀଙ୍କ ପ୍ରଚେଷ୍ଟାରେ ଓଡିଶାର ସମସ୍ତ ଜିଲ୍ଲାରେ ଦୀର୍ଘ ୮ବର୍ଷ ହେବ ବିଶ୍ୱ ପ୍ରାର୍ଥନା ଦିବସ ପାଳିତ ହୋଇଆସୁଅଛି। ବିଶ୍ୱରେ ଶାନ୍ତି ପ୍ରତିଷ୍ଠା ନିମନ୍ତେ ଶ୍ରୀମା’ଙ୍କ ଏହି ସାଧୁ ଉଦ୍ୟମ ଯୋଗୁଁ କେବଳ ଏହା ସମ୍ଭବ ହୋଇପାରିଛି। ଚଳିତବର୍ଷ ମଧ୍ୟ ସାରା ରାଜ୍ୟରେ ବିଶ୍ୱ ପ୍ରାର୍ଥନା ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ଶ୍ରୀକ୍ଷେତ୍ର ପୁରୀରେ […]
କେନ୍ଦ୍ରାପଡା,୨୧ା୧: ତୁଳସୀକ୍ଷେତ୍ର ପଣ୍ଡିତ ସଭା ଆନୁକୂଲ୍ୟରେ ସାମୁଷିକ ବ୍ରତୋପନୟନ ତଳବାରଙ୍ଗସ୍ଥ ଶ୍ରୀ ଗୋପୀନାଥଜୀଉ ମନ୍ଦିର ପ୍ରାଙ୍ଗଣରେ ସୋମବାର ଦିନ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ପବିତ୍ର ସାମୂହିକ ବ୍ରତୋପନୟନରେ ବିଲବଳରାମପୁରର ଦୀପ୍ତି ରଞ୍ଜନ କର, ଗରଦପୁରର ଦିବ୍ୟଦର୍ଶନ ପତି, ଜଜାଙ୍ଗର ଲକ୍ଷ୍ମୀକାନ୍ତ ତ୍ରିପାଠୀ, ଆଳି, ନେମାଳର ସଞ୍ଜୟ ଦୀକ୍ଷିତ, ପଟ୍ଟାମୁଣ୍ଡାଇ-ଅଣ୍ଡରା ଗ୍ରାମର ସୁଧାଂଶୁ ଶେଖର ପଣ୍ଡା ବ୍ରହ୍ମଚାରୀ ଭାବରେ ଉପବୀତ ଗ୍ରହଣ କରିଛନ୍ତି । ତୁଳସୀକ୍ଷେତ୍ର ପଣ୍ଡିତ ସଭାର ଉପଦେଷ୍ଟା […]
କେନ୍ଦ୍ରାପଡ଼ା,୨୦ା୧: ପରମପୂଜ୍ୟ ବାବା ବୈକୁଣ୍ଠନାଥ ବ୍ରହ୍ମଚାରୀଙ୍କ ୧୧୪ତମ ଜନ୍ମ ଉତ୍ସବ ଗରାପୁରସ୍ଥିତ ହନୁମାନଜୀଉ ମନ୍ଦିର ଆଶ୍ରମ ପରିସରରେ ସୋମବାର ଅନୁଷ୍ଠିତ ହୋଇଯାଇଛି। ଏହି ଉପଲକ୍ଷେ ପ୍ରାତଃ ୪ଟାରେ ଶୁଭ ଶଙ୍ଖଧ୍ୱନୀ ସହ ପ୍ରାର୍ଥନା ଓ କୀର୍ତ୍ତନ କରାଯିବା ପରେ ସାଢେ ୪ଟାରେ ମଙ୍ଗଳ ଆରତୀ, ପ୍ରାତଃ ୫ଟାରେ ନଗର କୀର୍ତ୍ତନ, ସକାଳ ୯ଟାରେ ଜନ୍ମୋତ୍ସବ ପୂଜା, ଆରତି, ପ୍ରାର୍ଥନା କରାଯାଇଥିଲା। ପୂର୍ବାହ୍ନ ୧୧ଟାରେ ପରିଚାଳନା ସମିତି ସଭାପତି ବାବାଜୀ ଚେତନାନନ୍ଦ […]
କେନ୍ଦ୍ରାପଡା,୧୯ା୧: ବାରୋସ୍ଥିତ ଆୟୁଷ୍ମାନ ଆରୋଗ୍ୟ ମନ୍ଦିର ପରିସରରେ ଗୋଷ୍ଠୀ ସ୍ୱାସ୍ଥ୍ୟ ଅଧିକାରୀଙ୍କ ସଂଯୋଜନାରେ ସୁସ୍ଥ ଗାଁ ଓ ସୁସ୍ଥ ସମାଜ ଗଢି ତୋଳିବାର ଉଦ୍ଦେଶ୍ୟ ରଖି ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟାମାନଙ୍କୁ ନେଇ ସଭାର ଆୟୋଜନ ହୋଇଥିଲା । ଲୋକ ସଚେତନ ହେଲେ ସତ୍ସଂକଳ୍ପ ନେଇପାରିବେ ଏବଂ ସଠିକ୍ ମାର୍ଗରେ ପରିଚାଳିତ ହୋଇ ନିଜର ସ୍ୱାସ୍ଥ୍ୟ ରକ୍ଷା କରିପାରିବେ ବୋଲି ଆଲୋଚନା ହୋଇଥିଲା । ଦେହ ଖରାପ ହେଲେ ସ୍ୱାସ୍ଥ୍ୟକେନ୍ଦ୍ରକୁ […]
କେନ୍ଦ୍ରାପଡା ୨୦/୧- ଚଳିତ ଜାନୁୟାରୀ ୧୬ ତାରିଖରେ ସମାପ୍ତ ହୋଇଥିବା ନବମ ଜାତୀୟ ୱୋସିଆ ଚମ୍ପିୟାନସିପ୍ ୨୦୨୪-୨୫ ରେ କେନ୍ଦ୍ରାପଡ଼ାର ପାରାକ୍ରୀଡ଼ାବିତ୍ ସୁଧୀର ମଲିକ ସର୍ବଭାରତୀୟ ସ୍ତରରେ ଦ୍ୱିତୀୟ ସ୍ଥାନ ଅଧିକାର କରି ରୌପ୍ୟ ପଦକ ହାସଲ କରିଥିବାରୁ ଭିନ୍ନକ୍ଷମମାନଙ୍କ ନିମନ୍ତେ କାର୍ଯ୍ୟରତ ଅନୁଷ୍ଠାନ ପୁନର୍ବାସ ପକ୍ଷରୁ ସମ୍ବର୍ଦ୍ଧନା ଓ ପ୍ରୋତ୍ସାହନ ରାଶି ପ୍ରଦାନ କରା ଯାଇଛି। ଏଥି ନିମନ୍ତେ ପୁନର୍ବାସ ଥେରାପି କେନ୍ଦ୍ରରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ […]
କେନ୍ଦ୍ରାପଡ଼ା,୨୦ା୧: ମା’ତାରିଣୀ ସ୍ୱୟଂ ସହାୟିକା ଗୋଷ୍ଠି ହଟାଅ ରାଜକନିକାରେ ଶିଶୁମାନଙ୍କୁ ଅପପୃଷ୍ଟିରୁ ବଞ୍ଚାଓ ନେଇ ସୋମବାର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଏକଦିବସୀୟ ଧାରଣା ଦେଇଛନ୍ତି କେନ୍ଦ୍ରାପଡା ଜିଲ୍ଲାର ଆଳି ବ୍ଲକ ଅନ୍ତର୍ଗତ ମହୁ ଗ୍ରାମର ସୂଚନା ଅଧିକାର କର୍ମୀ ତଥା ଓଡିଶା ସୂଚନା ଅଧିକାର ଅଭିଯାନର ଜଣେ ସକ୍ରୀୟ ସଦସ୍ୟ ଦୁଷ୍ମନ୍ତ ନାରାୟଣ ଆଚାର୍ଯ୍ୟ । ଗତ ୩ତାରିଖରେ ଶ୍ରୀ ଆଚାର୍ଯ୍ୟ ଏନେଇ ଜିଲ୍ଲା ପଶାସନକୁ ଲିଖିତ ଭାବେ ଜଣାଇଥିଲେବି […]