ଚଳିତମାସ ୨୨ତାରିଖରୁ ରାଜ୍ୟରେ ପ୍ରଧାନମନ୍ତ୍ରୀ ଆବାସ-ଗ୍ରାମୀଣ ଯୋଜନା ପାଇଁ ସର୍ଭେ ପ୍ରକ୍ରିୟା ଆରମ୍ଭ ହେବ । ଘର ପାଇବାରୁ ବାଦ ପଡ଼ିଥିବା ଯୋଗ୍ୟ ହିତାଧିକାରୀମାନଙ୍କୁ ଏହି ସର୍ଭେ ପ୍ରକ୍ରିୟାରେ ଆୱାସ ପ୍ଲସ ମୋବାଇଲ ଆପ ମାଧ୍ୟମରେ ଚିହ୍ନଟ କରିବାକୁ ରାଜ୍ୟ ସରକାର ଶନିବାର ସମସ୍ତ ଜିଲାପାଳ ଓ ଜିଲାପରିଷଦ କାର୍ଯ୍ୟନିବାହୀ ଅଧିକାରୀଙ୍କୁ ନିର୍ଦ୍ଦେଶ ଜାରି କରିଛନ୍ତି । ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ପକ୍ଷରୁ ଶୁକ୍ରବାର ସମସ୍ତ ଜିଲାପାଳମାନଙ୍କୁ […]

ପଟ୍ଟାମୁଣ୍ଡାଇ ତା ୧୯/୧-ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ଅରଡ଼ପଲ୍ଲୀ ଆଞ୍ଚଳିକ ସରକାରୀ ହାଇସ୍କୁଲ ବାର୍ଷିକ କ୍ରୀଡା ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ପ୍ରଧାନଶିକ୍ଷକ ଶରତ ମଲିକଙ୍କ ପୌରହିତ୍ୟରେ ଆୟୋଜିତ ଉତ୍ସବରେ ଅରଡ଼ପଲ୍ଲୀ ସରପଞ୍ଚ ବୁଦ୍ଧିରାମ ବେହେରା ମୁଖ୍ୟଅତିଥି, ପଞ୍ଚସଖା ସେତୁ ଅଭିଯାନ କମିଟି ସଭାପତି ଚୌଧୁରୀ ସତ୍ୟବ୍ରତ ରାୟ ମୁଖ୍ୟବକ୍ତା ଓ ନାରୀନେତ୍ରୀ ମମତା ଘଡାଇ, ଶିକ୍ଷାବିତ ପ୍ରମୋଦ ତ୍ରିପାଠୀ ସି ଆର ସି ସି ରଞ୍ଜନ ବେହେରା, ରୋଜିନା ରାଉତ […]

ପ୍ରୟାଗରାଜ, ରବିବାର ଅପରାହ୍ନରେ ମହାକୁମ୍ଭମେଳା ଅଞ୍ଚଳରେ ଏକ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ମହାକୁମ୍ଭମେଳାର ସେକ୍ଟର ୨୦ରେ ଏହି ଅଗ୍ନିକାଣ୍ଡ ଘଟିଥିଲା। ଏହି କାରଣରୁ ମେଳା ପରିସରରେ ବିଶୃଙ୍ଖଳା ସୃଷ୍ଟି ହୋଇଥିଲା। ମହାକୁମ୍ଭ ଅଞ୍ଚଳରେ ଅଗ୍ନିକାଣ୍ଡ ଘଟଣାର ତଦନ୍ତ କରିଛନ୍ତି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ। ଦୂରରୁ ନିଆଁ ଏବଂ ଧୂଆଁ ଦେଖାଯାଉଥିଲା , ଅଗ୍ନିକାଣ୍ଡ ପରେ ଅଞ୍ଚଳରେ ଆତଙ୍କ ଖେଳିଯାଇଥିଲା। ଘଟଣା ସମ୍ପର୍କରେ ସୂଚନା ମିଳିବା ମାତ୍ରେ, ଅଗ୍ନିଶମ ବାହିନୀର ଅନେକ […]

କେନ୍ଦ୍ରାପଡା,୧୯ା୧: ବିପ୍ଳବୀ ଆନନ୍ଦ ଚନ୍ଦ୍ର ଜେନାଙ୍କ ୮୦ତମ ତିରୋଧାନ ପାଳନ ନିମନ୍ତେ ସ୍ଥାନୀୟ ପବ୍ଲିକ ରିଡିଂରୁମ୍ ପରିସରରେ ଆନନ୍ଦ ଚନ୍ଦ୍ର ଜେନା ସ୍ମୃତି କମିଟି ପକ୍ଷରୁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ସ୍ମୃତି କମିଟି ସ୍ଥାୟୀ ସଭାପତି ବିଚିତ୍ରାନନ୍ଦ ମହାନ୍ତିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ପ୍ରସ୍ତୁତି ବୈଠକରେ ବିପ୍ଳବୀଙ୍କ ତିରୋଧାନ ଦିବସ ପାଳନ ସମ୍ପର୍କରେ ସବିଶେଷ ଆଲୋଚନା କରାଯାଇଥିଲା । ଆସନ୍ତା ୨୭ ତାରିଖରେ ବିପ୍ଳବୀଙ୍କ ତିରୋଧାନ […]

କେନ୍ଦ୍ରାପଡ଼ା,୧୯ା୧: କେନ୍ଦ୍ରାପଡା ଜିଲ୍ଲା କ୍ରିକେଟ୍ ଆସୋସିଏସନ ଏବଂ ଓସିଏର ମିଳିତ ଆନୁକୂଲ୍ୟରେ ଜିଲାସ୍ତରୀୟ ଜୁନିୟର୍ ଆନ୍ତଃକ୍ଲବ ସୁପର ଲିଗ୍ ମ୍ୟାଚ୍ ବିଜୁ ପଟ୍ଟନାୟକ ଷ୍ଟାଡିୟମ୍‌ରେ ଇଲେଭେନଷ୍ଟାର କ୍ରିକେଟ୍ କ୍ଲବ ଓ ବାଲାବାବା କ୍ରିକେଟ୍ କ୍ଲବ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି । ଏହି ମ୍ୟାଚ୍‌ରେ ପ୍ରଥମେ ବାଲାବାବା କ୍ରିକେଟ୍ କ୍ଲବ ଟସ୍ ଜିତି ବୋଲିଂ ନିଷ୍ପତ୍ତି ନେଇଥିଲେ । ପ୍ରଥମେ ଇଲେଭେନଷ୍ଟାର କ୍ରିକେଟ୍ କ୍ଲବ ବ୍ୟାଟିିଂ କରି ୪୦ ଓଭରରେ ୬ […]

କେନ୍ଦ୍ରାପଡା,୧୯ା୧: ବାରୋସ୍ଥିତ ଆୟୁଷ୍ମାନ ଆରୋଗ୍ୟ ମନ୍ଦିର ପରିସରରେ ଗୋଷ୍ଠୀ ସ୍ୱାସ୍ଥ୍ୟ ଅଧିକାରୀଙ୍କ ସଂଯୋଜନାରେ ସୁସ୍ଥ ଗାଁ ଓ ସୁସ୍ଥ ସମାଜ ଗଢି ତୋଳିବାର ଉଦ୍ଦେଶ୍ୟ ରଖି ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟାମାନଙ୍କୁ ନେଇ ସଭାର ଆୟୋଜନ ହୋଇଥିଲା । ଲୋକ ସଚେତନ ହେଲେ ସତ୍‌ସଂକଳ୍ପ ନେଇପାରିବେ ଏବଂ ସଠିକ୍ ମାର୍ଗରେ ପରିଚାଳିତ ହୋଇ ନିଜର ସ୍ୱାସ୍ଥ୍ୟ ରକ୍ଷା କରିପାରିବେ ବୋଲି ଆଲୋଚନା ହୋଇଥିଲା । ଦେହ ଖରାପ ହେଲେ ସ୍ୱାସ୍ଥ୍ୟକେନ୍ଦ୍ରକୁ […]

ପଟ୍ଟାମୁଣ୍ଡାଇ,୧୮/୧- ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ନିମପୁର ଶାସନ ନୋଡାଲ ହାଇସ୍କୁଲ ବାର୍ଷିକ ପୁରସ୍କାର ବିତରଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ପ୍ରଧାନ ଶିକ୍ଷକ ତପନ କୁମାର ରାୟଙ୍କ ପୌରହିତ୍ୟ ରେ ଆୟୋଜିତ ଉତ୍ସବରେ ପଟ୍ଟାମୁଣ୍ଡାଇ ବ୍ଳକ ଶିକ୍ଷା ଅଧିକାରୀ ହରିହର ଦଳାଇ ମୁଖ୍ୟଅତିଥି ସାମ୍ବାଦିକ ଜଗନ୍ନାଥ ଆଚାର୍ଯ୍ୟ, ପୂର୍ବତନ ପ୍ରଧାନଶିକ୍ଷକ ସଚିତ୍ର ବେହୁରା, ଆଳି ବ୍ଳକ ଅତିରିକ୍ତ ଶିକ୍ଷା ଅଧିକାରୀ ଉଦକର ସାମଲ, ପୂର୍ବତନ ପ୍ରଧାନଶିକ୍ଷକ ବିଜୟ କୁମାର ଆଚାର୍ଯ୍ୟ, ଶାସନ […]

ପଟ୍ଟାମୁଣ୍ଡାଇ ତା ୧୮/୧- ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ଗଙ୍ଗାରାମପୁର ପଂଚାୟତ ଗଙ୍ଗାରାମ ହାଇସ୍କୁଲ ଓ ସିଦ୍ଧ ପରମହଂସ ନୋଡାଲ ଉ ପ୍ରା ସ୍କୁଲର ମିଳିତ ୨୮ତମ ବାର୍ଷିକ କ୍ରୀଡା ଉତ୍ସବ ୩ଦିନ ଧରି ଅନୁଷ୍ଠିତ ହୋଇଯାଇଛି । ପ୍ରଧାନଶିକ୍ଷକ ଚିତରଞ୍ଜନ କବିଙ୍କ ପୌରହିତ୍ୟରେ ଆୟୋଜିତ ଉତ୍ସବରେ କେନ୍ଦ୍ରାପଡ଼ା ଅତିରିକ୍ତ ଜିଲ୍ଲାପାଳ ନିଲୁ ମହାପାତ୍ର ମୁଖ୍ୟଅତିଥି, ପ୍ରଦୀପ କୁମାର ଦାସ ମୁଖ୍ୟବକ୍ତା ଓ କେନ୍ଦ୍ରାପଡ଼ା ଜିଲ୍ଲା ବିଜ୍ଞାନ ପରିଦର୍ଶକ ନିଷିଦ୍ଧ ବାରିକ, […]

ପଟ୍ଟାମୁଣ୍ଡାଇ ୧୮/୧ -ପଟ୍ଟାମୁଣ୍ଡାଇ ତାଲୁକ ଆଇନ ସେବା ସମିତି ପକ୍ଷରୁ ପୋକ୍ସୋ ଆକ୍ଟ ସମ୍ପର୍କରେ ଆଇନଗତ ସଚେତନତା ସୃଷ୍ଟି କରିବା ପାଇଁ ଏକ ସଚେତନତା ଶିବିର ପଟ୍ଟାମୁଣ୍ଡାଇ କଲେଜରେ ଅନୁଷ୍ଠିତ ହୋଇଯାଇଛି । ପଟ୍ଟାମୁଣ୍ଡାଇ କୋର୍ଟର ନୂତନ ଅତିରିକ୍ତ ଜିଲ୍ଲା ଜଜ (ଏ ଡ଼ି ଜେ ) ବିଦ୍ୟାଧର ପୃଷ୍ଟିଙ୍କ ପୌରହିତ୍ୟ ଓ ସିନିୟର୍ ସିଭିଲ୍ ଜଜ୍ ତଥା ତାଲୁକ୍ ଆଇନ ସେବା ସମିତି ଅଧ୍ୟକ୍ଷା ସୁଶ୍ରୀସଙ୍ଗୀତା ମଲ୍ଲିକଙ୍କ ସଂଯୋଜନାରେ […]

କେନ୍ଦ୍ରାପଡା,୧୮ା୧: ଡେରାବିଶ ବ୍ଲକ ଅନ୍ତର୍ଗତ ବେଣୀପୁର ସରକାରୀ ହାଇସ୍କୁଲର ତିନିଦିନ ବ୍ୟାପି ବାର୍ଷିକ କ୍ରୀଡା ଉତ୍ସବ ଉଦ୍‌ଯାପିତ ହୋଇଯାଇଛି । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶଶୀକାନ୍ତ ସାହୁଙ୍କ ସଭାପତିତ୍ୱରେ ଆୟୋଜିତ ଉଦ୍‌ଯାପନ ଉତ୍ସବରେ ବେଣୀପୁର ଗ୍ରାମପଞ୍ଚାୟତର ସରପଞ୍ଚ ମୋହନ ଚରଣ ସାହୁ, ମୁଖ୍ୟବକ୍ତା ଭାବେ ଓଡିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ(ଓଷ୍ଟା)ର ରାଜ୍ୟ ସମ୍ପାଦକ ଶିକ୍ଷକ ନେତା ପ୍ରଣବ କୁମାର ଜେନା ଯୋଗଦେଇ ଆଜିର ଅବକ୍ଷୟମୂଖୀ ସମାଜରେ ଶ୍ରବଣ କୁମାରର […]

କେନ୍ଦ୍ରାପଡ଼ା,୧୮ା୧: କେନ୍ଦ୍ରାପଡାସ୍ଥିତ ନିୟନ୍ତ୍ରିତ ବଜ଼ାର କମିଟି ସଭାଗୃହରେ ଜି.ଏସ.ଟି.ସର୍ବକ୍ଷମା ଯୋଜନାର ଏକ ସଚେତନତା କର୍ମଶାଳା ଶନିବାର ଅନୁଷ୍ଠିତ ହୋଇଯାଇଛି। କର୍ମଶାଳାରେ ଜି. ଏସ୍‌. ଟି ବିଭାଗର ଅତିରିକ୍ତ ଆୟୁକ୍ତ ମୁକ୍ତି ରଞ୍ଜନ ଆଚାର୍ଯ୍ୟ, ଯୁଗ୍ମ ଆୟୁକ୍ତ ରମେଶ କୁମାର ମଣ୍ଡଳ ଓ ଉପ ଆୟୁକ୍ତ ଅମରେନ୍ଦ୍ର ପ୍ରସାଦ ମହାଳିକ ପ୍ରମୁଖ ଉପସ୍ଥିତ ରହି ଏହି ସର୍ବକ୍ଷମା ଯୋଜନାର ଆଭିମୁଖ୍ୟ ଉପସ୍ଥାପନ କରିଥିଲେ। ୨୦୧୭-୧୮, ୨୦୧୮-୧୯ ଏବଂ ୨୦୧୯-୨୦ ଆର୍ôଥକ ବର୍ଷ […]

କେନ୍ଦ୍ରାପଡ଼ା,୧୮ା୧: କେନ୍ଦ୍ରାପଡା ଜିଲ୍ଲାର ଆଇନଜୀବୀ ଗୌର ପ୍ରସାଦ ମହାପାତ୍ର ନିଖିଳ ଓଡିଶା ଆଇନଜୀବୀ ସଂଘର ଉପସଭାପତି ଭାବେ ନିର୍ବାଚିତ ହୋଇଛନ୍ତି । ଭଞ୍ଜନଗରଠାରେ ୫୩ତମ ନିଖିଳ ଓଡିଶା ଆଇନଜୀବୀ ସଂଘର ବାର୍ଷିକ ସାଧାରଣ ଅଧିବେଶନ ଅନୁଷ୍ଠିତ ହୋଇଥିଲା । ଏହି ଅଧିବେଶନରେ ଆଗାମୀ ଦୁଇବର୍ଷ ପାଇଁ ସଂଘର କର୍ମକର୍ତ୍ତା ନିର୍ବାଚନ ଅନୁଷ୍ଠିତ ହୋଇଥିଲା । କେନ୍ଦ୍ରାପଡାର ପୁଅ ତଥା କେନ୍ଦ୍ରାପଡା ଜିଲ୍ଲା ଓକିଲ ସଂଘର ସଦସ୍ୟ ଗୌରପ୍ରସାଦ ମହାପାତ୍ରଙ୍କୁ ନିଖିଳ […]

ଗୋବରୀ ପୁନଉଦ୍ଧାର ନାଆଁରେ ୧୧ କୋଟି ଚଳୁ ପଟ୍ଟାମୁଣ୍ଡାଇ ୧୭/୧- -କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ସହର ପାଖ ଦେଇ ପ୍ରବାହିତ ଗୋବରୀ ନଦୀ ଏବେ ଶୁଷ୍କ ହୋଇପଡିଛି । ଫଳରେ ଏହି ନଦୀ ଉପରେ ନିର୍ଭର କରୁଥିବା ଉଭୟପାର୍ଶବର ଶତାଧିକ ଗ୍ରାମବାସୀ ହଇରାଣ ହରକତ ହେଉଛନ୍ତି। ଏଥିସହ ପାଣି ଅଭାବ ଯୋଗୁ ହଜାର ହଜାର ଏକର ଉର୍ବର ଚାଷଜମି ପଡ଼ିଆ ପଡୁଛି । ଯାହାଦ୍ୱାରା ଲୋକମାନଙ୍କ ଅର୍ଥନୈତିକ ଓ ସାମାଜିକ […]

କେନ୍ଦ୍ରାପଡ଼ା,୧୮ା୧: ନିକିରାଇସ୍ଥିତ ବୀରହନୁମାନଜୀଉ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଆନୁକୂଲ୍ୟରେ ବାଳିକା ଆତ୍ମ ସୁରକ୍ଷା ତାଲିମ ଶିବିର ଉଦଯାପିତ ହୋଇଯାଇଛି। ଗତ ୭ତାରିଖ ଠାରୁ ୧୬ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ଏହି ତାଲିମ ଶିବିରରେ ୧୦୨ଜଣ ଛାତ୍ରୀ ଯୋଗଦେଇ ଆତ୍ମ ସୁରକ୍ଷା କୈାଶଳ ତାଲିମ ଗ୍ରହଣ କରିଥିଲେ। ଏହି ଉପଲକ୍ଷେ ଅନୁଷ୍ଠିର ଉଦଯାପନୀ ଉତ୍ସବରେ ଅଧ୍ୟକ୍ଷ ପ୍ରଫେସର ତୁଷାରକାନ୍ତ ବରାଳ ଅଧ୍ୟକ୍ଷତା କରି ସରକାରଙ୍କ ଏଭଳି କାର୍ଯ୍ୟକ୍ରମର ପ୍ରଶଂସା କରି ଛାତ୍ରୀମାନଙ୍କ ଭବିଷ୍ୟତ […]

ପଟ୍ଟାମୁଣ୍ଡାଇ ୧୭/୧-ପଟ୍ଟାମୁଣ୍ଡାଇ କଲେଜ ପଦାର୍ଥ ବିଜ୍ଞାନ ବିଭାଗ ଓ କେନ୍ଦ୍ରାପଡ଼ା ସ୍ୱୟଂ ଶାସିତ କଲେଜ ପଦାର୍ଥ ବିଜ୍ଞାନ ବିଭାଗ ମିଳିତ ଆନୁକୂଲ୍ୟରେ ଇର୍ମର୍ଜିଙ୍ଗ ଟ୍ରେଣ୍ଡସ ଇନ ହାଇ ଏନେର୍ଜି ଫିଜକସ ଶୀର୍ଷକ ରାଜ୍ୟସ୍ତରୀୟ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି । କଲେଜ ଅଧ୍ୟକ୍ଷ ପ୍ରଫେସର ଦିଲ୍ଲୀପ ଭୂୟାଁଙ୍କ ପୌରହିତ୍ୟରେ ଆୟୋଜିତ ଆଲୋଚନାଚକ୍ରରେ ମଧ୍ୟପ୍ରଦେଶ ଇନ୍ଦୋର ଆଇ ଆଇ ଟିର ଫିଜିକ୍ସ ପ୍ରଫେସର ରଘୁନାଥ ସାହୁ, ଇଟାଲୀ ଆଇ ଏନ ଏଫ ଏନ […]

ପଟ୍ଟାମୁଣ୍ଡାଇ ୧୭/୧-ପଟ୍ଟାମୁଣ୍ଡାଇ ଉଚ୍ଚମାଧ୍ୟମିକ ବିଦ୍ୟାଳୟ ଓ ସରକାରୀ ଧନ୍ଦାମୂଳକ ଉଚ୍ଚମାଧ୍ୟମିକ ବିଦ୍ୟାଳୟ ମିଳିତ ଆନୁକୂଲ୍ୟରେ ୮ଦିନ ଧରି ବାଳିକା ଆତ୍ମସୁରକ୍ଷା ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି । ପଟ୍ଟାମୁଣ୍ଡାଇ କଲେଜ ଅଧ୍ୟକ୍ଷ ପ୍ରଫେସର ଦିଲ୍ଲୀପ ଭୂୟାଁଙ୍କ ପୌରହିତ୍ୟରେ ଆୟୋଜିତ ଶିବିରରେ ପଟ୍ଟାମୁଣ୍ଡାଇ କଲେଜ ଆଡ଼ମିନଷ୍ଟେଟିଭ ବର୍ଷର ପ୍ରାଧ୍ୟାପକ ସର୍ବେଶ୍ୱର ସାହୁ, ଏନସିସି ଅଫିସର ଅଧ୍ୟାପକ ଜିତେନ୍ଦ୍ର ମଲ୍ଲିକ, ମହିଳା ଏନସିସି ଅଫିସର ଅଧ୍ୟାପିକା ଆରଏନ ମଧୁସ୍ମିତା ପରିଡା ଯୋଗ ଦେଇ […]

କେନ୍ଦ୍ରାପଡା,୧୭ା୧:କେନ୍ଦ୍ରାପଡା ଜିଲ୍ଲା ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଂଘର ବଣଭୋଜି ଓ ବନ୍ଧୁମିଳନ ଶୁକ୍ରବାର ନରେନ୍ଦ୍ରପୁର ଯଜ୍ଞ ପଡିଆ(ବଡଗୋବରୀ ଅଣ୍ଟା)ଠାରେ ସଭାପତି ଡଃ ଉପେନ୍ଦ୍ରନାଥ ପ୍ରଧାନଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ ହୋଇଯାଇଛି । ସଂଘର ଉପଦେଷ୍ଟା ପ୍ରାକ୍ତନ ଅଧ୍ୟକ୍ଷ ଅଜୟ ସାମଲ ସମସ୍ତଙ୍କୁ ସ୍ୱାଗତ କରି ସମସ୍ତଙ୍କର ସୁସ୍ଥ ଓ ନିରାମୟ ସୁଖପ୍ରଦ ଜୀବନ କାମନା କରିଥିଲେ । ପରିବେଶ ସୁରକ୍ଷା ନିମନ୍ତେ ସମସ୍ତେ ସଜାଗ ରହିବା ପାଇଁ ବରିଷ୍ଠ ସଭ୍ୟ ଡଃ […]

କେନ୍ଦ୍ରାପଡ଼ା,୧୬ା୧: କେନ୍ଦ୍ରାପଡା ଜିଲ୍ଲା ଗସ୍ତରେ ଥିବା ଯୁବ ବ୍ୟାପାର, କ୍ରୀଡ଼ା ଓ ଉଚ୍ଚ ଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜଙ୍କୁ ବିଶ୍ୱର ସର୍ବ ବୃହତ ଛାତ୍ର ସଂଗଠନ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ କେନ୍ଦ୍ରାପଡାର କାର୍ଯ୍ୟକର୍ତ୍ତର୍ାମାନେ ଭେଟି ଏକ ଦାବିପତ୍ର ପ୍ରଦାନ କରିଛନ୍ତି। ସେହି ଦାବିପତ୍ରରେ ଉଲ୍ଲେଖ ରହିଛି ଯେ ଜିଲ୍ଲାର ସର୍ବ ବୃହତ ମହାବିଦ୍ୟାଳୟ କେନ୍ଦ୍ରାପଡା ସ୍ୱୟଂଶାସିତ ମହାବିଦ୍ୟାଳୟର ୫-ଟି ନାମରେ ନିର୍ମିତ ହେଇଥିବା ଭତ୍ତିଭୂମିର ମହାଦୁର୍ନୀତି ହୋଇଛି ଓ […]

କେନ୍ଦ୍ରାପଡା,୧୬ା୧: ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନା ଅଧିନରେ ଗୁରୁବାର କେନ୍ଦ୍ରାପଡା ଟାଉନହଲ୍‌ଠାରୁ ୧୦୧ଜଣ ବରିଷ୍ଠ ତୀର୍ଥଯାତ୍ରୀ ଶିରିଡି-ନାସିକ ଅଭିମୁଖେ ଯାତ୍ରା ଆରମ୍ଭ କରିଛନ୍ତି । ଏହି ଉପଲକ୍ଷେ ଅପରାହ୍ନ ୩ଟାରେ ଅତିରିକ୍ତ ଜିଲ୍ଲାପାଳ ନିଲୁ ମହାପାତ୍ର ପତାକା ଦେଖାଇ ଯାତ୍ରାର ଶୁଭାରମ୍ଭ କରିଥିଲେ । ଟାଉନହଲ୍‌ରେ ବରିଷ୍ଠ ନାଗରିକଙ୍କ ପଞ୍ଜିକରଣ ଓ ସ୍ୱାସ୍ଥ୍ୟପରୀକ୍ଷା କରାଯାଇଥିଲା । ସ୍ୱାସ୍ଥ୍ୟ ଯାଞ୍ଚ ପରେ ୧୦୧ଜଣ ବରିଷ୍ଠ ନାଗରିକ ଯୋଗ୍ୟ ବିବେଚିତ ହେବା ପରେ […]

କେନ୍ଦ୍ରାପଡା,୧୬ା୧: କେନ୍ଦ୍ରାପଡା ସରକାରୀ ଉଚ୍ଚ ବିଦ୍ୟାଳୟ ଖେଳ ପଡିଆରେ କଲେକ୍ଟୋରେଟ୍ ଷ୍ଟାଫ୍ କମିଟି ଓ ଜିଲ୍ଲା ପ୍ରଶାସନ ମିଳିତ ଆନୁକୂଲ୍ୟରେ ଦ୍ୱିଦିବସୀୟ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ବୁଧବାର ଦିନ ଉଦ୍‌ଯାପିତ ହୋଇଯାଇଛି । ଏହି ଟୁର୍ଣ୍ଣାମେଣ୍ଟ ଫାଇନାଲ ମ୍ୟାଚରେ ପୋଲିସ ଏକାଦଶକୁ ହରାଇ ମେଡିଆ ଏକାଦଶ(ବି) ଚମ୍ପିଆନ ହୋଇଛି । ମେଡିଆ ଏକାଦଶ(ବି) ପ୍ରଥମେ ଟସ୍ ଜିତି ବ୍ୟାଟିଂ କରି ୧୦ ଓଭରରେ ୧୯୯ରନ କରିଥିଲେ । ଏହାର ଜବାବରେ ପୋଲିସ […]

କେନ୍ଦ୍ରାପଡ଼ା,୧୬ା୧: କେନ୍ଦ୍ରାପଡା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ମହିଳା ଆତ୍ମରକ୍ଷା ପ୍ରଶିକ୍ଷଣ ଶିବିର ଉଦଯାପିତ ହୋଇଯାଇଛି। ଏହି ଶିବିର ଗତ ୬ତାରିଖରେ ଆରମ୍ଭ ହୋଇଥିବା ବେଳେ ୧୫ତାରିଖରେ ଉଦଯାପିତ ହୋଇଯାଇଛି। ଉଦଯାପନୀ ଉତ୍ସବରେ ମହାବିଦ୍ୟାଳୟ ଅଧ୍ୟକ୍ଷ ପ୍ରାଧ୍ୟାପକ ଅଭିଜିତ ବୋଷ ଅଧ୍ୟକ୍ଷତା କରି କହିଥିଲେ ଯେ ଛାତ୍ରୀମାନେ ଭବିଷ୍ୟତ ଜୀବନରେ ଆବଶ୍ୟକ ପଡିଲେ ଏହି କୈାଶଳକୁ କାର୍ଯ୍ୟରେ ଲଗାଇ ନିଜକୁ ସୁରକ୍ଷା ପ୍ରଦାନ କରିପାରିବେ। ସମ୍ମାନୀତ ଅତିଥି ଭାବେ ପଦାର୍ଥ […]

କେନ୍ଦ୍ରାପଡ଼ା,୧୬ା୧: କେନ୍ଦ୍ରାପଡ଼ା ବ୍ଲକ ଅନ୍ତର୍ଗତ କଂସାର ସାହସପୁର ନୋଡାଲ ଉଚ୍ଚ ବିଦ୍ୟାଳୟରେ ପୋଷାକ ବିତରଣ ଅନୁଷ୍ଠିତ ହୋଇଯାଇଛି। ଏହି ଉପଲକ୍ଷେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ରମେଶ ଚନ୍ଦ୍ର ରାଉଳ ଅଧକ୍ଷତାରେ ଅନୁଷ୍ଠିତ ଉତ୍ସବରେ କଂସାର ପଞ୍ଚାୟତ ସରପଞ୍ଚ ସରୋଜିନୀ ନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପୋଷାକ ବଣ୍ଟନ କରିଥିଲେ। ଏହି ବୈଠକରେ ପ୍ରଥମ ଶ୍ରେଣୀ ଠାରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ୩୫୩ ଜଣ ଛାତ୍ରଛାତ୍ରୀକୁ ପୋଷାକ ଓ ଜୋତା […]

କେନ୍ଦ୍ରାପଡ଼ା,୧୬ା୧: ଯୁବ ସମାଜସେବୀ ଦିଲ୍ଲିପ କୁମାର ସାହୁ(ବିଜୁ)ଙ୍କର ଚିକିତ୍ସିତ ଅବସ୍ଥାରେ ଗୁରୁବାର ପ୍ରାତଃ ୪ଟାରେ ଭୁବନେଶ୍ୱରସ୍ଥିତ ଏକ ବେସରକାରୀ ଡାକ୍ତରଖାନାରେ ଚିକିତ୍ସାଧିନ ଅବସ୍ଥାରେ ପରଲୋକ ହୋଇଯାଇଛି। ମୃତ୍ୟୁ ବେଳକୁ ବିଜୁଙ୍କୁ ୪୯ବର୍ଷ ବୟସ ହୋଇଥିଲା। ତାଙ୍କ ମୃତ୍ୟୁ ଶଯ୍ୟା ନିକଟରେ ସାନଭାଇ ବିଶ୍ୱପ୍ରକାଶ, ଝିଅ ଲିକି, ଧର୍ମପତ୍ନୀ ଲୋପାମୁଦ୍ରା, ପୁତୁରା ରୋହିତ ପ୍ରମୁଖ ଉପସ୍ଥିତ ଥିଲେ। ତାଙ୍କ ମର ଶରୀରକୁ ଗୁଲନଗରସ୍ଥିତ ବାସଭବନକୁ ଅଣାଯିବା ପରେ ସେଠାରେ ବହୁ ବିଶିଷ୍ଟ […]

କେନ୍ଦ୍ରାପଡ଼ା,୧୫ା୧:କେନ୍ଦ୍ରାପଡ଼ା ମହାବିଦ୍ୟାଳୟକୁ ଖୁବଶୀଘ୍ର ସରକାରୀ ମହାବିଦ୍ୟାଳୟର ମାନ୍ୟତା ପ୍ରଦାନ କରାଯିବ ବୋଲି ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି। କେନ୍ଦ୍ରାପଡ଼ା ଜିଲ୍ଲାକୁ ବୁଧବାର ଏକ ସରକାରୀ କାର୍ଯ୍ୟକ୍ରମରେ ଯୋଗଦେବାକୁ ଆସିଥିବା ଅବସରରେ ସେ ଏହି ଘୋଷଣା କରିଛନ୍ତି। ସେହିପରି ଦୀର୍ଘଦିନ ଧରି କେନ୍ଦ୍ରାପଡ଼ା ସ୍ୱୟଂ ଶାସିତ ମହାବିଦ୍ୟାଳୟରେ ସ୍ଥାୟୀ ଅଧ୍ୟକ୍ଷ ନଥିବାରୁ ତୁରନ୍ତ ସ୍ଥାୟୀ ଅଧ୍ୟକ୍ଷ ନିଯୁକ୍ତ କରାଯିବ ବୋଲି ଉଚ୍ଚଶିକ୍ଷା ମନ୍ତ୍ରୀ ଶ୍ରୀ ସୂରଜ […]