କେନ୍ଦ୍ରାପଡ଼ା, ୨୮ା୯: ଓଡିଶା ନର୍ସିଂ କର୍ମଚାରୀ ସଙ୍ଘ କେନ୍ଦ୍ରାପଡା ଜିଲ୍ଲା ଶାଖା ପକ୍ଷରୁ ଶ୍ୟାମଗୁଡିଆସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସମ୍ମୁଖରେ ୧୦ଦଫା ସମ୍ବଳିତ ଦାବିରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ସେହି ଦାବି ଗୁଡିକ ମଧ୍ୟରେ ୨୦୧୩ମସିହା ନଭେମ୍ବର ୧୨ତାରିଖ ପୂର୍ବରୁ ନିଯୁକ୍ତି ପାଇଥିବା ନର୍ସିଂ ଅଫିସରମାନଙ୍କର ୬ବର୍ଷ ଚୁକ୍ତି ଭିତ୍ତିକ ଅବଧିକୁ ମୂଳ ଚାକିରୀସୀମାରେ ମିଶାଇ ପଦୋନ୍ନତି ଏବଂ ସମସ୍ତ ଆର୍ଥିକ ସୁବିଧା ପ୍ରଦାନ କରାଯିବା, ଯୋଗ୍ୟ ନର୍ସିଂ ଅଫିସରମାନଙ୍କୁ […]

କେନ୍ଦ୍ରାପଡା, ୨୮/୯: ଶନିବାର ଅପରାହ୍ନ ୪ ଘଟିକା ସମୟରେ କେନ୍ଦ୍ରାପଡା ଟାଉନ୍ ହଲ୍‌ଠାରେ ଆସନ୍ତା ଗାନ୍ଧୀ ଜୟନ୍ତୀଠାରୁ ଏକ ମାସ ବ୍ୟାପି ହେବାକୁ ଥିବା ପଦଯାତ୍ରା କାର୍ଯ୍ୟକ୍ରମ ନିମନ୍ତେ ନଗର ବିଜେଡି ତରଫରୁ ଏକ ପ୍ରସ୍ତୁତି ବୈଠକ ନଗର ସଭାପତି ଯଯାତୀ କେଶରୀ ମହାନ୍ତିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ବୈଠକରେ ଜିଲ୍ଲା ବିଜେଡି ସଭାପତି ଧିରେନ୍ କୁମାର ସାହୁ ଓ କେନ୍ଦ୍ରାପଡାର ବିଧାୟକ ଗଣେଶ୍ୱର ବେହେରା ଯୋଗଦେଇ […]

ପଟ୍ଟାମୁଣ୍ଡାଇ ୨୮/୯ -ରାଜ୍ୟବ୍ୟାପି ନର୍ସିଂ କର୍ମଚାରୀ ସଙ୍ଘ ଡାକରାରେ ସମସ୍ତ ସ୍ୱାସ୍ଥ୍ୟ କେନ୍ଦ୍ରର ନର୍ସିଂ କର୍ମଚାରୀ ଆନ୍ଦୋଳନକୁ ଓହ୍ଲାଇଛନ୍ତି । ପଟ୍ଟାମୁଣ୍ଡାଇ ଉପଖଣ୍ଡ ସ୍ଥରୀୟ ସ୍ୱାସ୍ଥ୍ୟକେନ୍ଦ୍ରର ନର୍ସିଂ କର୍ମଚାରୀ ମାନେ ସିରିଞ୍ଜ ଛାଡ଼ ଆନ୍ଦୋଳନରେ ସାମିଲ ହୋଇ ସ୍ୱାସ୍ଥ୍ୟକେନ୍ଦ୍ର ସମୁଖରେ ବସିଥିଲେ । ପଟ୍ଟାମୁଣ୍ଡାଇ ଉପଖଣ୍ଡ ସ୍ଥରୀୟ ସ୍ୱାସ୍ଥ୍ୟକେନ୍ଦ୍ରକୁ ପ୍ରତ୍ୟେହ ଆସୁଥିବା ପ୍ରାୟ ଦୁଇ ହଜାରରୁ ଅଧିକ ରୋଗୀ ମାନଙ୍କ ସେବା ବାଧା ପ୍ରାପ୍ତ ହୋଇଛି । ଯାହାଫଳରେ ରୋଗୀ […]

ପଟ୍ଟାମୁଣ୍ଡାଇ ୨୭/୯ ରାଜ୍ୟ ସରକାରଙ୍କ ନିର୍ଦେଶରେ ପରିବେଶ ସ୍ୱଚ୍ଛ ନିର୍ମଳ ରଖିବା ସହିତ ଲୋକମାନଙ୍କୁ ନିରୋଗ ରହିବା ପାଇଁ ବାର୍ତା ଦେବା ଉଦେଶ୍ୟରେ ଆଜି ପଟ୍ଟାମୁଣ୍ଡାଇ ପୌର ପରିଷଦ ପକ୍ଷରୁ ସ୍ୱଚ୍ଛତା ହିଂ ସେବା ସଚେତନତା ଶୋଭାଯାତ୍ରା ଆୟୋଜନ କରାଯାଇଥିଲା । ପଟ୍ଟାମୁଣ୍ଡାଇ ପୌର ପରିଷଦ ଅଧ୍ୟକ୍ଷ ହେମନ୍ତ ସାହୁଙ୍କ ନେତୃତ୍ୱରେ ଆୟୋଜିତ ଶୋଭାଯାତ୍ରା ପଟ୍ଟାମୁଣ୍ଡାଇ ସହର ପରିକ୍ରମା କରି ପଟ୍ଟାମୁଣ୍ଡାଇ କଲେଜରେ ପହଂଚି ଥିଲା । ଏଥିରେ ପୌର […]

ପଟ୍ଟାମୁଣ୍ଡାଇ୨୭/୯ -ପଟ୍ଟାମୁଣ୍ଡାଇ ପୌରାଂଚଳ ଅନ୍ତର୍ଗତ କଷଣଅଂଟା ହାଇସ୍କୁଲରେ ଜିଲ୍ଲା ସ୍ତରୀୟ କ୍ରୀଡା ଭଲି ବଲ, ଚେସ, ବ୍ୟାଡ଼ିମିଂଟନ ଯୋଗ ଆଦି ଏକ ଦିବସୀୟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଏହି ଉପଲକ୍ଷେ ସିଆରସିସି ମଳୟ ଜେନାଙ୍କ ସଂଯୋଜନାରେ ଆୟୋଜିତ ଉତ୍ସବରେ ପଟ୍ଟାମୁଣ୍ଡାଇ ପୌରପରିଷଦ ଅଧ୍ୟକ୍ଷ ହେମନ୍ତ ସାହୁ ମୁଖ୍ୟଅତିଥି ,କେନ୍ଦ୍ରାପଡ଼ା ଜିଲ୍ଲା ଶିକ୍ଷା ଧିକାରୀ ପ୍ରଦୀପ ନାଗ, ମୁଖ୍ୟବକ୍ତା ରାଜ୍ୟ ପୁରସ୍କୃତ ଶିକ୍ଷକ କଣ୍ଡୁରୀ ଚରଣ ସ୍ୱାଇଁ, ପଟ୍ଟାମୁଣ୍ଡାଇ ବ୍ଲକ […]

କେନ୍ଦ୍ରାପଡ଼ା, ୨୭ା୯: କେନ୍ଦ୍ରାପଡ଼ା ସହର ଉପକଣ୍ଠ ବାରିମୂଳ ଠାରେ ଅବସ୍ଥିତ କେନ୍ଦ୍ରୀୟ ବିଦ୍ୟାଳୟକୁ କେନ୍ଦ୍ରାପଡ଼ା – ଇନ୍ଦୁପୁର ମୁଖ୍ୟ ରାସ୍ତା ସହିତ ସଂଯୋଗ କରୁଥିବା ରାସ୍ତାଟି ଅତ୍ୟନ୍ତ ଅଣଓସାରିଆ ଓ ବ୍ୟସ୍ତବହୁଳ ରାସ୍ତା ହୋଇଯାଇଛି। ଫଳରେ ସେହି ରାସ୍ତା ଦେଇ ଛାତଛାତ୍ରୀମାନେ ବିଦ୍ୟାଳୟ ମଧ୍ୟକୁ ପ୍ରବେଶ କରିବା ଓ ବିଦ୍ୟାଳୟରୁ ଗୃହକୁ ପ୍ରସ୍ଥାନ କରିବା ସମୟରେ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ବିଦ୍ୟାଳୟ ପ୍ରବେଶ ପଥ ଦେଇ ଏକ ରାସ୍ତା […]

କେନ୍ଦ୍ରାପଡ଼ା, ୨୬ା୯: କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟ ଗାନ୍ଧୀ ଭବନ ପରିସରରେ ଜିଲ୍ଲା ସ୍ୱାମୀ ବିବେକାନନ୍ଦ ଲୋକ ସଂସଦର ଯୁବ ଶାଖା ଆନୁକୂଲ୍ୟରେ ଲୋକ ସଂସଦର ଉଦବୋଧନୀ ବକ୍ତୃତାମାଳା ଗୁରୁବାର ଅନୁଷ୍ଠିତ ହୋଇଯାଇଛି। ଏହି ଉପଲକ୍ଷେ ଆୟୋଜିତ ସଭାରେ ଜିଲ୍ଲା ଲୋକ ସଂସଦର ସଭାପତି ଅଧିକାରୀ ଲକ୍ଷ୍ମୀନାରାୟଣ ଦାଶ ସଭାପତିତ୍ୱ କରିଥିଲେ। ସ୍ୱାମୀ ବିବେକାନନ୍ଦ ଲୋକ ସଂସଦର କଟକ ଜିଲ୍ଲା ସଭାପତି ଜଗତ କିଶୋର ଦାସ ଏଥିରେ ମୁଖ୍ୟବକ୍ତା ଭାବେ […]

ପଟ୍ଟାମୁଣ୍ଡାଇ ୨୬/୯ – ପଟ୍ଟାମୁଣ୍ଡାଇ ତାଲୁକ ଆଇନସେବା ସମିତି ପକ୍ଷରୁ ପକସୋ ଆଇନ ଉପରେ ଏକ ସଚେତନତା ଶିବିର କଷଣଅଂଟା ପଂଚାୟତ ଉଚ୍ଚ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ୧୮ବର୍ଷରୁ କମ ବୟସର ପିଲାମାନେ ସମ୍ମୁଖୀନ ହେଉଥିବା ଶୋଷଣର ଶିକାର ହୋଇ ଅସୁବିଧାର ସମ୍ମୁଖିନ ହେଉଥିବା ବେଳେ ତାହାର ସମାଧାନ ଓ ସହାୟତା ସମ୍ପର୍କରେ ଆଲୋଚନା ହୋଇଥିଲା । ତାଲୁକ ଆଇନ ସେବା ସମିତି ଅଧକ୍ଷା ତଥା […]

କେନ୍ଦ୍ରାପଡ଼ା, ୨୬ା୯ : ରାଜ୍ୟ ସରକାରଙ୍କ ଅଧିନରେ କାର୍ଯ୍ୟ କରି ଅବସର ନେଉଥିବା କର୍ମଚାରୀଙ୍କ ପାଇଁ ପୁରୁଣା ପେନସନ ବ୍ୟବସ୍ଥା ଲାଗୁ କରିବାକୁ ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ଏକ ସ୍ମାରକପତ୍ର ଜିଲ୍ଲାପାଳଙ୍କୁ ପ୍ରଦାନ କରାଯାଇଛି। ପୁରୁଣା ପେନସନ ପାଇଁ ଜାତୀୟ ଆନ୍ଦୋଳନ, ଓଡିଶା, କେନ୍ଦ୍ରାପଡା ଜିଲ୍ଲା ଶାଖା ପକ୍ଷରୁ ପ୍ରଦାନ କରାଯାଇଥିବା ସ୍ମାରକପତ୍ରରେ ଉଲ୍ଲେଖ କରାଯାଇଛି ଯେ ଗତ ଦୁଇ ଦଶନ୍ଧି ହେବ ପୁରୁଣା ପେନସନ ଉଛେଦ କରାଯାଇଛି। ଏହାଦ୍ୱାରା ଦୁଇ […]

ପଟ୍ଟାମୁଣ୍ଡାଇ,୨୬/୯ -ପଟ୍ଟାମୁଣ୍ଡାଇ କଲେଜ ଶିକ୍ଷା ବିଭାଗ ପକ୍ଷରୁ ମୂଲ୍ୟବୋଧ ଶିକ୍ଷା ଦୃଷ୍ଟିକୋଣରେ ଶିକ୍ଷକମାନଙ୍କ ଭୂମିକା ଶୀର୍ଷକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି । କଲେଜ ଅଧ୍ୟକ୍ଷ ପ୍ରଫେସର ଦିଲ୍ଲୀପ ଭୂୟାଁଙ୍କ ପୌରହିତ୍ୟରେ ଆୟୋଜିତ ଆଲୋଚନାଚକ୍ରରେ କେନ୍ଦ୍ରାପଡ଼ା ସ୍ୱୟଂ ଶାସିତ କଲେଜ ଅଧ୍ୟାପିକା ଡ଼ ରତ୍ନମଞ୍ଜରୀ ଦାସ ଯୋଗ ଦେଇ ବିଷୟ ଭିତିକ ଆଲୋଚନା କରିଥିଲେ । କଲେଜ ଶିକ୍ଷା ବିଭାଗ ମୁଖ୍ୟ ନିବେଦିତା ନାୟକ ସ୍ୱାଗତଭାଷଣ ଓ ଅତିଥିପରିଚୟ ପ୍ରଦାନ କରିଥିଲେ […]

ପଟ୍ଟାମୁଣ୍ଡାଇ,୨୬/୯-କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ଜଳସେଚନ ଉପଖଣ୍ଡ ଅଳଭା-୨ ନିମପୁର ଦେଇ ପ୍ରଭାବିତ ହେଉଥିବା ବ୍ରାହ୍ମଣୀ ନଦୀର ପୋଖରୀସାହି ନିକଟରେ ବୁଧବାର ନଦୀପଠାରୁ ଅତଡା ଖସି ବନ୍ଧ ପାଇଁ ବିପଦ ସୃଷ୍ଟି କରିଛି। ଏହି ବନ୍ଧ ପଟ୍ଟାମୁଣ୍ଡାଇ ଉତିକଣ ଅଂଚଳ ସମେତ ରାଜନଗର ଓ ମହାକାଳପଡା ବ୍ଲକ ଲୋକମାନଙ୍କୁ ସୁରକ୍ଷା ଦେଇ ଆସିଛି । ଗତକାଲି ରାଜନଗର ବିଧାୟକ ଧ୍ରୁବ ସାହୁ, ଅଧିକ୍ଷଣଯନ୍ତ୍ରୀ ଉମେଶ ଚନ୍ଦ୍ର ସେଠୀ, କେନ୍ଦ୍ରାପଡ଼ା ଜିଲ୍ଲାପାଳ ସ୍ମୃତି […]

କେନ୍ଦ୍ରାପଡ଼ା, ୨୬/୯: ବର୍ତ୍ତମାନ ବରିଷ୍ଟ ନାଗରିକ ହେଉ କିମ୍ବା ସାଧାରଣ ଲୋକମାନେ ହୁଅନ୍ତୁ ବିଭିନ୍ନ ପ୍ରକାର ରୋଗରେ ପିଡିତ ହେଉଛନ୍ତି । ବିଷେଶ କରି ପିଟି ଓ ଅଣ୍ଟା ଯନ୍ତ୍ରଣା, ମାଂସପେଶୀ ଜନିତ ଯନ୍ତ୍ରଣା, ସ୍ନାୟୁଗତ ସମସ୍ୟା,ପକ୍ଷଘାତ, ଗଣ୍ଠି ବ୍ୟଥା କିମ୍ବା ଲିଗାମେଣ୍ଟ ସମସ୍ୟା ଦେଖାଯାଉଛି । ଏହାକୁ ଲକ୍ଷ୍ୟକରି କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଗୁଲନଗର ପଞ୍ଚାୟତର ରାମନଗର ପାଟଣା ଠାରେ ନିୟୁ ହୋପ ଫିଜିଓ ଥେରାପି କେନ୍ଦ୍ର ଡା. […]

କେନ୍ଦ୍ରାପଡ଼ା, ୨୫ା୯: କେନ୍ଦ୍ରାପଡା ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ କେନ୍ଦ୍ରାପଡ଼ା ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟ ପକ୍ଷରୁ ଟିଇ ଏବଂ ଏସସିଇଆରଟି ସହାୟତାରେ ଏକ ଜିଲ୍ଲା ସ୍ତରୀୟ ବିଜ୍ଞାନ ଆଲୋଚନାଚକ୍ର ବୁଧବାର ଅନୁଷ୍ଠିତ ହୋଇଯାଇଛି। ଏହି ଉପଲକ୍ଷେ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ରଶ୍ମିତା ପରିଡାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଆଲୋଚନାଚକ୍ରରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରଦୀପ କୁମାର ନାଗ୍ ଯୋଗଦେଇ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ। ଏଥିରେ ମୁଖ୍ୟବକ୍ତା ଭାବେ […]

ପଟ୍ଟାମୁଣ୍ଡାଇ ୨୫/୯ -ଅଲ ଓଡିଶା ଜିପିଏଲଏଫ କର୍ମୀ ସଂଘ ଆହ୍ୱାନରେ ପଟ୍ଟାମୁଣ୍ଡାଇ ଜିପିଏଲଏଫ କର୍ମୀ ସଂଘ ପକ୍ଷରୁ କାର୍ଯ୍ୟ ବନ୍ଦ ଆନ୍ଦୋଳନ ଡାକରା ଦିଆଯାଇଚ୍ଛି । ପଟ୍ଟାମୁଣ୍ଡାଇ ବ୍ଲକର ୬ଟି ସିଏସଏସ ଦୀର୍ଘ ୧୨ବର୍ଷ ଧରି ନୀରବଛିନ୍ନ ଭାବେ ବିଭିନ୍ନ ସରକାରୀ କାର୍ଯ୍ୟକ୍ରମ କରିଆସୁଛନ୍ତି । ଦୀର୍ଘ ୬ମାସ ହେଲା ପଟ୍ଟାମୁଣ୍ଡାଇ ବ୍ଲକର ତୃଣମୂଳସ୍ତରରେ କାର୍ଯ୍ୟ କରୁଥିବା ଏମବିକେ, ବ୍ୟାଙ୍କ ମିତ୍ର, ସିଆରପିସିଏମ, ପ୍ରାଣୀ ମିତ୍ର, କୃଷି ମିତ୍ର ଏଲଏସପି […]

ପଟ୍ଟାମୁଣ୍ଡାଇ ୨୫/୯ -ପଟ୍ଟାମୁଣ୍ଡାଇ କଲେଜ ଓଡ଼ିଆ ଭାଷା ସାହିତ୍ୟ ବିଭାଗ ପକ୍ଷରୁ ଓଡ଼ିଆ ଭାଷାର ଅସ୍ମିତା ଶୀର୍ଷକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି । ପଟ୍ଟାମୁଣ୍ଡାଇ କଲେଜ ଅଧ୍ୟକ୍ଷ ପ୍ରଫେସର ଦିଲ୍ଲୀପ ଭୂୟାଁଙ୍କ ପୌରହିତ୍ୟରେ ଆୟୋଜିତ ଆଲୋଚନାଚକ୍ରରେ ଗବେଷକ ଡ଼ ନୀଳମଣି ଲେଙ୍କା ଯୋଗ ଦେଇ ଓଡ଼ିଆ ଅସ୍ମିତା ଉପରେ ଆଲୋକପାତ କରି କହିଥିଲେ ଯେ . ଗୋଟିଏ ଜାତିର ଅସ୍ମିତା ତା’ର ସାମୁହିକ ପରିଚୟ । ସେଥିରେ ଥାଏ ତା’ର ଜୀବନ […]

ପଟ୍ଟାମୁଣ୍ଡାଇ ୨୫/୯ -କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ଜଳସେଚନ ଉପଖଣ୍ଡ ଅଳଭା-୨ ନିମପୁର ଦେଇ ପ୍ରଭାବିତ ହେଉଥିବା ବ୍ରାହ୍ମଣୀ ନଦୀର ପୋଖରୀସାହି ନିକଟରେ ୬୦ ଫୁଟରୁ ଅଧିକ ଲମ୍ବର ମାଟି ଅତଡା ଧସି ନଦୀ ଗର୍ଭରେ ମିଶି ଯାଇଛି । ଫଳରେ ଆଖପାଖ ଅଂଚଳ ଲୋକେ ଆତଙ୍କିତ ଅବସ୍ଥାରେ ରହିଛନ୍ତି । ନଦୀ ବନ୍ଧଟି ଧସିବା ଯୋଗୁଁ ସ୍ଥାନୀୟ ଅଂଚଳବାସୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । ଯଦି ନଦୀରେ […]

କେନ୍ଦ୍ରାପଡ଼ା,୨୪ା୯: କେନ୍ଦ୍ରାପଡ଼ା ଜିଲ୍ଲା ପ୍ରଶାସନ ଆନୁକୁଲ୍ୟରେ କେନ୍ଦ୍ରାପଡା ସ୍ୱୟଂଶାସିତ ମହାବିଦ୍ୟାଳୟ ପଡିଆରେ ଚାଲିଥିବା ଜିଲ୍ଲାସ୍ତରୀୟ ବିକାଶ ମେଳା ଏବଂ ସାଂସ୍କୃତିକ ମହୋତ୍ସବ ମଙ୍ଗଳବାର ସନ୍ଧ୍ୟାରେ ଉଦଯାପିତ ହୋଇଯାଇଛି। ତିନିଦିନ ଧରି ରାଜ୍ୟ ସରକାରଙ୍କ ପ୍ରଣୀତ ଯୋଜନା ସମ୍ପର୍କରେ ଜନ ସଚେତନତା ସୃଷ୍ଟି ପାଇଁ ଚାଲିଥିବା ଏହି କାର୍ଯ୍ୟକ୍ରମ ଆଜି ଉଦଯାପିତ ହୋଇଯାଇଛି। ଉଦଯାପନୀ ଦିବସରେ ସମସ୍ତ ବିଭାଗର ସହଯୋଗୀତା ଯୋଗୁଁ ଏହା ସଫଳ ହୋଇପାରିଥିବା ମୁଖ୍ୟ ଅତିଥି ମତବ୍ୟକ୍ତ କରିଥିଲେ। […]

କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ଅଂଚଳରେ ବହୁଳ ପଲିଥିନ ପ୍ଲାଷ୍ଟିକ୍ ବର୍ଜ୍ୟ ଲୋକମାନଙ୍କ ପାଇଁ ଅଭିଶାପ ପାଲଟିଛି। ପ୍ଲାଷ୍ଟିକ୍‌ର ମାତ୍ରାଧିକ ବ୍ୟବହାର ଯୋଗୁ ଏହା ବାର୍ଯ୍ୟବସ୍ତୁରେ ପରିଣତ ହୋଇ ଚାରିଆଡେ ପଡିରହୁଛି । ଏହା ଦ୍ୱାରା ଗାଇଗୋରୁ ଛେଳିମାଣ୍ଢା ପ୍ରଭୁତି ପ୍ରଣୀ ମାନେ ପ୍ରଭାବିତ ହେଉଛନ୍ତି। ଏପରିକି କିଛି ଗୃହପାଳିତ ପ୍ରଣୀ ପଲିଥିନକୁୁ ଖାଦ୍ୟ ଭାବି ଗିଳି ଦେଉଛନ୍ତି । ଯାହାଙ୍କ ଖିର ଲୋକେ ଖାଇ ରୋଗର ଶିକାର ହେଉଛନ୍ତି ବୋଲି […]

ପଟ୍ଟାମୁଣ୍ଡାଇ ୨୪/୯ ଜମିଦାର ଅମଳରୁ ପଟ୍ଟାମୁଣ୍ଡାଇରେ ପ୍ରଚଳିତ ହୋଇଆସୁଥିବା ଗଣପର୍ବ ଦୂର୍ଗାପୂଜା କେନ୍ଦ୍ରାପଡା ଜିଲ୍ଲାର ସର୍ବପୁରାତନ ସାଂସ୍କୃତିକ ପର୍ବ । ଏହି ପର୍ବକୁ ପୁରୁଷ ପୁରୁଷ ଧରି ପଟ୍ଟାମୁଣ୍ଡାଇବାସୀ ଗଣପର୍ବ ଭାବେ ପାଳନ କରି ଆସୁ ଥିବା ବେଳେ ଏହି ଉତ୍ସବର ଏକ ଲମ୍ବା ଇତିହାସ ରହିଛି । ସାମ୍ପ୍ରଦାୟିକ ସଂପ୍ରୀତିର ସହର ପଟ୍ଟାମୁଣ୍ଡାଇ ଅଂଚଳରେ ଆୟୋଜିତ ଶାରଦୀୟ ଦୁର୍ଗା ପୂଜା ଉତ୍ସବରେ ଉଭୟ ହିନ୍ଦୁ ଓ ମୁସଲମାନମାନେ ଭାଗ […]

ଡେରାବିଶ ୨୪/୯ ବେବର୍ତା ଅଜୟ ଦାସ-କେନ୍ଦ୍ରାପଡା ସଦର ଥାନା ଅଧିନ ଡେରାବିଶ ବ୍ଲକ ଜଅଁରାବାରିମୁଳ ପଂଚାୟତ ତେରମା ଗ୍ରାମରେ ଜମି ଭାଗବଂଟାକୁ ନେଇ ମଙ୍ଗଳବାର ରାତ୍ର ସାଢେ ୮ ବେଳେ ଗଣ୍ଡଗଳେ ଘଟି ୨ ଟି ପରିବାର ମଧ୍ୟରେ ୩ ଜଣ ଗୁରୁତର ହୋଇଛନ୍ତି । ସେମାନଙ୍କୁ ଚିକିତ୍ସା ନିମନ୍ତେ ଜିଲା ମୁଖ୍ୟଚିକିତ୍ସାଳୟରେ ଭର୍ତି କରାଯାଇଛି । ଏହି ଘଟଣାରେ ଜଣଙ୍କ ଗୁହାଳ ଘର ନିଆଁ ଲାଗିଯାଇଥିବା ବେଳେ ୨ […]

କେନ୍ଦ୍ରାପଡ଼ା,୨୩ା୯: ନବ ନିର୍ବାଚିତ ଜିଲ୍ଲା ଓଷ୍ଟାର ପ୍ରଥମ କାର୍ଯ୍ୟକାରିିଣୀ ବୈଠକ ସଭାପତି ଅଶୋକ କୁମାର ପରିଡାଙ୍କ ସଭାପତିତ୍ୱରେ କେନ୍ଦ୍ରାପଡା ବ୍ଲକ ଅଧିନ କୁତୁରଙ୍ଗ ପଞ୍ଚାୟତ ସିଦ୍ଧ ସେଢୁଆ ମହାପୁରୁଷ ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି । ପ୍ରାରମ୍ଭରେ ନୂତନ ରୂପେ ଦାୟିତ୍ୱ ଗ୍ରହଣ କରିଥିବା ସମ୍ପାଦକ ଭଗବାନ ସାହୁ ବୈଠକର ଉଦ୍ଦେଶ୍ୟ ଜ୍ଞାପନ କରିବା ସହିତ ସମସ୍ତଙ୍କୁ ସ୍ୱାଗତ କରିଥିଲେ । ପ୍ରାକ୍ତନ ନେତୃତ୍ୱ ତୈଲୋକ ସ୍ୱାଇଁ, କାଳୀ ପ୍ରସାଦ ନାୟକ, […]

କେନ୍ଦ୍ରାପଡ଼ା, ୨୩ା୯: ବିଭିନ୍ନ ଶ୍ରମିକ ସଂଗଠନ ପକ୍ଷରୁ ସୋମବାର କଳା ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ଶ୍ରମିକ ସଂଗଠନର ନେତାମାନେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ସେମାନେ ଦର୍ଶାଇଥିଲେ ଯେ ୨୦୧୯ ଶ୍ରମ ଆଇନ, ୨୦୨୦ ଶିଳ୍ପ ଆଇନ ଓ ୨୦୨୦ ସାମାଜିକ ସୁରକ୍ଷା ଆଇନ ଶ୍ରମିକମାନଙ୍କ ବିରୋଧରେ ପାରିତ ହୋଇଥିଲା। କର୍ପୋରେଟ ହାଉସକୁ ସୁହାଇଲା ଭଳି ଏହି ତିନୋଟି ଆଇନ କେନ୍ଦ୍ର ସରକାର ଆଣିଥିଲେ। […]

ପଟ୍ଟାମୁଣ୍ଡାଇ ୨୩/୯ -ପଟ୍ଟାମୁଣ୍ଡାଇ ପଂଚାୟତ ସମିତି କାର୍ଯ୍ୟାଳୟ ପରିସରରେ ଜିଲ୍ଲା ପ୍ରଶାସନ ପକ୍ଷରୁ ମିଳିତ ଜନଶୁଣାଣୀ ଶିବିର ଅନୁଷ୍ଠିତ ହୋଇଯାଇଛି । ଏଥିରେ କେନ୍ଦ୍ରାପଡ଼ା ଜିଲ୍ଲାପାଳ ସ୍ମୃତି ରଞ୍ଜନ ପ୍ରଧାନ, ଏସପି ସିଦ୍ଧାର୍ଥ କଟାରିଆ, ଅତିରିକ୍ତ ଜିଲ୍ଲାପାଳ ତଥା ପିଡ଼ି ନିଲୁ ମହାପାତ୍ର, ସହକାରୀ ଜିଲ୍ଲାପାଳ ପଲ୍ଲବୀ ପ୍ରିୟଦର୍ଶନୀ, ପଟ୍ଟାମୁଣ୍ଡାଇ ବ୍ଲକ ଅଧକ୍ଷ ପ୍ରଦ୍ୟୁମ୍ନ ସାମନ୍ତରାୟ ଉପାଧକ୍ଷା ଜୟନ୍ତୀ ସ୍ୱାଇଁ, ବିଡ଼ିଓ ଶୁଭ୍ରାଂଶୁ ସାହୁ, ତହସିଲଦାର ପଂଚାନନ ନାୟକ ପ୍ରମୁଖ […]

କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ଗ୍ରାମାଂଚଳ ଥାନା ଅନ୍ତର୍ଗତ ଏକ ପ୍ରାଥମିକ ସ୍କୁଲରେ ଜଣେ ଚତୁର୍ଥ ଶ୍ରେଣୀ ଛାତ୍ରୀଙ୍କୁ ଅସଦାଚରଣ କରିବା ଅଭିଯୋଗରେ ପୋଲିସ ଜଣେ ଶିକ୍ଷକଙ୍କୁ ଗିରଫ କରିଛି । ଏହି ଘଟଣା ସମଗ୍ର ପଟ୍ଟାମୁଣ୍ଡାଇ ଅଂଚଳରେ ଆଲୋଡନ ସୃଷ୍ଟି କରିବା ସହିତ ଚର୍ଚ୍ଚାର ବିଷୟ ହୋଇଛି । ରବିବାର ଅଭିଯୋଗ ମିଳିବା ପରେ ପୋଲିସ କେସ୍ ନମ୍ବର ୪୫୧/୨୦୨୪ରେ ଏକ ମାମଲା ରୁଜୁ କରି ତଦନ୍ତ ଚାଲିଛି। ଅଭିଯୁକ୍ତଙ୍କୁ […]