କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ଗ୍ରାମାଂଚଳ ଥାନା ଅନ୍ତର୍ଗତ ଏକ ପ୍ରାଥମିକ ସ୍କୁଲରେ ଜଣେ ଚତୁର୍ଥ ଶ୍ରେଣୀ ଛାତ୍ରୀଙ୍କୁ ଅସଦାଚରଣ କରିବା ଅଭିଯୋଗରେ ପୋଲିସ ଜଣେ ଶିକ୍ଷକଙ୍କୁ ଗିରଫ କରିଛି । ଏହି ଘଟଣା ସମଗ୍ର ପଟ୍ଟାମୁଣ୍ଡାଇ ଅଂଚଳରେ ଆଲୋଡନ ସୃଷ୍ଟି କରିବା ସହିତ ଚର୍ଚ୍ଚାର ବିଷୟ ହୋଇଛି । ରବିବାର ଅଭିଯୋଗ ମିଳିବା ପରେ ପୋଲିସ କେସ୍ ନମ୍ବର ୪୫୧/୨୦୨୪ରେ ଏକ ମାମଲା ରୁଜୁ କରି ତଦନ୍ତ ଚାଲିଛି। ଅଭିଯୁକ୍ତଙ୍କୁ […]

କେନ୍ଦ୍ରାପଡ଼ା,୨୨ା୯: ୨୦୩୬ ସୁଦ୍ଧା ପ୍ରଗତିର ନୂତନ ସୂର୍ଯ୍ୟୋଦୟ ଓ ବିକଶିତ ଓଡ଼ିଶାର ଅଭ୍ୟୁଦୟ ଏବଂ ରାଜ୍ୟ ସରକାରଙ୍କ୧୦୦ଦିନର ପୂର୍ତ୍ତି ଉପଲକ୍ଷେ ସ୍ଥାନୀୟ କେନ୍ଦ୍ରାପଡା ସ୍ୱଂୟଶାସିତ ମହାବିଦ୍ୟାଳୟ ପଡିଆରେ ରବିବାର ଜିଲ୍ଲାସ୍ତରୀୟ ବିକାଶ ମେଳା ଏବଂ ସାଂସ୍କୃତିକ ମହୋତ୍ସବ-୨୦୨୪ ଉଦ୍ଘାଟନ କଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ଓ ଏହି ଅବସରରେ ଶ୍ରୀମତୀ ପରିଡା ବିଜେପି ସରକାରଙ୍କ୧୦୦ଦିନର ସୁଶାସନ ଏବଂ ଜନ ମଙ୍ଗଳକାରୀ ଯୋଜନା ସମ୍ପର୍କରେ ନିଜର ଅଭିଭାଷଣ ପ୍ରଦାନ କରିଥିଲେ। ଏଥିସହ […]

କେନ୍ଦ୍ରାପଡ଼ା, ୨୨ା୯: କେନ୍ଦ୍ରାପଡା ଜିଲ୍ଲା ହିନ୍ଦୀ ଶିକ୍ଷକ ସଙ୍ଘ ଆନୁକୂଲ୍ୟରେ ଜିଲ୍ଲା ସ୍ତରୀୟ ହିନ୍ଦୀ ଦିବସ ସମାରୋହ ଓ ସମ୍ବର୍ଦ୍ଧନା ପର୍ବ ସ୍ଥାନୀୟ ଦୀନବନ୍ଧୁ ସାହୁ ଆଇନ ମହାବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ସଙ୍ଘ ସଭାପତି ଅକ୍ଷୟ କୁମାର ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସମାରୋହକୁ ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରଦୀପ କୁମାର ନାଗ୍ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଆନୁଷ୍ଠାନିକ ଭାବେ ଉଦଘାଟନ କରି ରାଷ୍ଟ୍ର୍ରଭାଷାର ବିକାଶ […]

ପଟାମୁଣ୍ଡାଇ ୨୧/୯ -କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ଅଂଚଳର ସର୍ବ ପୁରାତନ ଶିକ୍ଷାନୁଷ୍ଠାନ ମନ୍ମଥନାଥ ଉଚ୍ଚ ବିଦ୍ୟାଳୟର ସଭା ଗୃହରେ ପୁରାତନ ଛାତ୍ର ସଂସଦ ବୈଠକ ଅନୁଷ୍ଠିତ ହୋଇଯାଇଛି । ପୁରାତନ ଛାତ୍ର ସଂସଦ ସଭାପତି ପ୍ରଫେସର ଦୁର୍ଯୋଧନ ପରିଡାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ବୈଠକ ପ୍ରଫେସର ଅନିରୁଦ୍ଧ ରାଉଳ, ଉପସଭାପତି ବିଜୟ କୁମାର ସାହୁ, କୋଷାଧ୍ୟକ୍ଷ ଗୋପୀନାଥ ତ୍ରିପାଠୀ, ଉପସଭାପତି ରାଜେନ୍ଦ୍ର କୁମାର ଦାଶ, ସଞ୍ଜୟ କୁମାର ବର୍ମା, ସାଙ୍ଗଠନିକ ସମ୍ପାଦକ […]

ପଟ୍ଟାମୁଣ୍ଡାଇ ୨୧/୯-କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ଗ୍ରାମାଂଚଳ ଥାନା ଅଂଚଳରେ ଜଣେ ଚତୁର୍ଥ ଶ୍ରେଣୀ ଛାତ୍ରୀଙ୍କୁ ଅସଦାଚରଣ କରିଥିବା ନେଇ ଏକ ନିର୍ଦ୍ଦିଷ୍ଟ ସ୍କୁଲର ଶିକ୍ଷକଙ୍କୁ ଅଭିଭାବକ ଓ ଗ୍ରାମବାସୀ ଅଟକ ରଖି ମାଡମାରିଥିଲେ । କୌଣସି ସୂତ୍ରରୁ ଖବର ପାଇ ଗ୍ରାମାଂଚଳ ଥାନା ଆଇଆଇସି ପଦ୍ମାଳୟା ପ୍ରଧାନ ଘଟଣା ସ୍ଥଳରେ ପହଁଚି ଉକ୍ତ ଶିକ୍ଷକଙ୍କୁ ଉଦ୍ଧାର କରି ଥାନା ଆଣି ତଦନ୍ତ ଜାରି ରଖିଥିବା ଜଣାପଡିଛି। ଖବର ଲେଖା ହେବା […]

କେନ୍ଦ୍ରାପଡ଼ା,୨୧ା୯: କେନ୍ଦ୍ରାପଡା ଜିଲ୍ଲା ସଂସ୍କୃତି ବିଭାଗର କେତେକ ମୁଷ୍ଟିମେୟ ସାଂସ୍କୃତିକ ଦଳକୁ ପୂର୍ବ ସରକାରଙ୍କ ସମୟରୁ ଲଗାତର ନୃତ୍ୟ ଓ ସଙ୍ଗୀତ ପରିବେଷଣ ପାଇଁ ସୁଯୋଗ ଦେଇଆସୁଥିବା ବେଳେ ବର୍ତ୍ତମାନ କେନ୍ଦ୍ରାପଡା ଜିଲ୍ଲାସ୍ତରୀୟ ବିକାଶ ମେଳା ଯାହାକି କେନ୍ଦ୍ରାପଡା କଲେଜରେ ୨୨ତାରିଖରୁ ୨୪ତାରିଖ ପର୍ଯ୍ୟନ୍ତ ଚାଲିବ ସେଥିରେ କେବଳ ପୂର୍ବର ସେହି କେତେକ ନିର୍ଦ୍ଧିଷ୍ଟ ଦଳକୁ କଳା ପରିବେଷଣ ପାଇଁ ସୁଯୋଗ ଦିଆଯାଇଛି । ଏହି ସଂକ୍ରାନ୍ତରେ ଜିଲ୍ଲାର ବିଭିନ୍ନ […]

କେନ୍ଦ୍ରାପଡା,୨୦/୯: ପ୍ରତିବର୍ଷ ପରି ଚଳିତବର୍ଷ କେନ୍ଦ୍ରାପଡା ପୌର ପରିଷଦ ଆନୁକୂଲ୍ୟରେ ସ୍ୱଚ୍ଛ ଭାରତ ମିଶନ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି । ସ୍ୱଚ୍ଛତା ହିଁ ସେବା ଏହି ପରିପ୍ରେକ୍ଷୀରେ ସେପ୍ଟେମ୍ବର ୧୭ତାରିଖରୁ ଅକ୍ଟୋବର ୧ତାରିଖ ପର୍ଯ୍ୟନ୍ତ ସ୍ୱଚ୍ଛତା ସମ୍ପର୍କିତ ବିଭିନ୍ନ କାର୍ଯ୍ୟକ୍ରମ କରାଯିବ । ଏହି ପରିପ୍ରେକ୍ଷୀରେ ସଫେଇ କର୍ମଚାରୀମାନଙ୍କ ପାଇଁ ସଫେଇ ମିତ୍ର ସୁରକ୍ଷା ଶିବିର ନିମନ୍ତେ ଆଜି କେନ୍ଦ୍ରାପଡା ପୌର ପରିଷଦ ଆନୁକୂଲ୍ୟରେ ଟାଉନ ହଲ୍‌ରେ ମାଗଣା ସ୍ୱାସ୍ଥ୍ୟ […]

କେନ୍ଦ୍ରାପଡ଼ା, ୨୧ା୯: ଲୁଣା-କରାଣ୍ଡିଆ ନଦୀର ବସପୁର ପୋଲ ଉପରୁ ନଦୀକୁ ଡେଇଁ ଆତ୍ମହତ୍ୟା କରୁଥିବା ଘଟଣା ବୃଦ୍ଧି ପାଉଥିବା ଯୋଗୁଁ ପୋଲର ଉଭୟ ପାଶ୍ୱର୍ର ବାଡାକୁ ୬ଫୁଟ ଉଚ୍ଚତାରେ ତାର ଜାଲି ଦେଇ ଆବଦ୍ଧ କରାଯିବାକୁ ଦାବି କରାଯାଇଛି। କେନ୍ଦ୍ରାପଡା ବିକାଶ ପରିଷଦ ପକ୍ଷରୁ ଏସମ୍ପର୍କରେ ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି। ସେହି ଦାବିପତ୍ରରେ ଉଲ୍ଲେଖ ରହିଛି ଯେ ଜିଲ୍ଲା ସଦର ମହକୁମାରୁ ପ୍ରାୟ ୮କିଲୋମିଟର ଦୂରରେ ଥିବା […]

କେନ୍ଦ୍ରାପଡ଼ା ଜିଲ୍ଲାରେ ପ୍ରଥମ ଥର ପାଇଁ ରାଜନଗର ନିର୍ବାଚନମଣ୍ଡଳୀ ବିକାଶ କମିଟି ବୈଠକ ଶୁକ୍ରବାର ପଟ୍ଟାମୁଣ୍ଡାଇ ପୌରପରିଷଦ ପ୍ରେକ୍ଷାଳୟ ଠାରେ ଅନୁଷ୍ଠିତ ହୋଇଯାଇଛି । ରାଜନଗର ବିଧାୟକ ଧ୍ରୁବ ସାହୁଙ୍କ ପୌରହିତ୍ୟରେ ଅନୁଷ୍ଠିତ ବୈଠକରେ କେନ୍ଦ୍ରାପଡ଼ା ଅତିରିକ୍ତ ଜିଲ୍ଲାପାଳ ନିଲୁ ମହାପାତ୍ର, ପଟ୍ଟାମୁଣ୍ଡାଇ ବ୍ଲକ ଅଧ୍ୟକ୍ଷ ପ୍ରଦ୍ୟୁମ୍ନ ସାମନ୍ତରାୟ, ପୌର ଅଧ୍ୟକ୍ଷ ହେମନ୍ତ ସାହୁ, ରାଜନଗର ବ୍ଲକ ଅଧ୍ୟକ୍ଷା ପ୍ରତିଭା ପାତ୍ର, ପଟ୍ଟାମୁଣ୍ଡାଇ ବିଡ଼ିଓ ଶୁଭ୍ରାଂଶୁ ସାହୁ, ରାଜନଗର ବିଡ଼ିଓ […]

ପଟ୍ଟାମୁଣ୍ଡାଇ,୨୦ା୯ – ପାର୍ବଣ ଋତୁର ଆଗମନରେ ଆସନ୍ତା ଅକ୍ଟୋବର ୯ରେ ପଟ୍ଟାମୁଣ୍ଡାଇ ସହରରେ ୨୬ଟି ମଣ୍ଡପରେ ଦୁର୍ଗା ପୂଜା ଅନୁଷ୍ଠିତ ହେବ। ଦୁର୍ଗାପୁଜା ଶାନ୍ତି ଶୃଙ୍ଖଳାର ସହିତ ପାଳନ କରିବା ପାଇଁ ଶୁକ୍ରବାର ସଂନ୍ଧ୍ୟାରେ ପଟ୍ଟାମୁଣ୍ଡାଇ ଆଦର୍ଶ ଥାନା ପରିସରରେ ଏକ ଶାନ୍ତି କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି । ଆଦର୍ଶ ଥାନା ଆଇଆଇସି ଶୁସାନ୍ତ କୁମାର ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ପୌରାଧ୍ୟକ୍ଷ ହେମନ୍ତ ସାହୁ, ଅତିରିକ୍ତ ତହସିଲଦାର […]

କେନ୍ଦ୍ରାପଡ଼ା,୨୦ା୯: ଛାତ୍ର କଂଗ୍ରେସର ରାଷ୍ଟ୍ରୀୟ ସଂଯୋଜକ ଭାବେ କେନ୍ଦ୍ରାପଡା ମାଟିର ପୁଅ ବିଶ୍ୱରଞ୍ଜନ ମହାପାତ୍ରଙ୍କୁ ନିଯୁକ୍ତି ପ୍ରଦାନ କରାଯାଇଛି। ଜାତୀୟ ଛାତ୍ର କଂଗ୍ରେସର ସଭାପତି ବରୁନ୍ ଚୈାଧୁରୀ ବିଶ୍ୱରଞ୍ଜନଙ୍କୁ ଏହି ନିଯୁକ୍ତି ପ୍ରଦାନ କରିଛନ୍ତି। ଦେଶରେ ଛାତ୍ର ସଂଗଠନକୁ ସୁଦୃଢ କରିବା ପାଇଁ ଶ୍ରୀ ମହାପାତ୍ରଙ୍କୁ ଏହି ନିଯୁକ୍ତି ଦିଆଯାଇଛି। ଶ୍ରୀ ମହାପାତ୍ର ହେଉଛନ୍ତି ବରିଷ୍ଠ ଆଇନଜୀବୀ ତଥା କଂଗ୍ରେସ ନେତା ବିଧୁଭୂଷଣ ମହାପାତ୍ରଙ୍କ ସୁପୁତ୍ର। ବିଶ୍ୱଭୂଷଣ ଦୀର୍ଘଦିନ ହେବ […]

କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ଗ୍ରାମାଂଚଳ ଥାନା ଅନ୍ତର୍ଗତ ଅଳଭା ଭାୟା ଗଣ୍ଡାଖିଆ କେନ୍ଦ୍ରାପଡା ଯାଇଥିବା ରାସ୍ତାରେ ଗୁରୁବାର ସକାଳେ ଭାରସାମ୍ୟ ହରାଇ ଏକ ଆମ୍ବୁଲାନ୍ସ ଓଲଟିପଡିଛି। ଏହି ଦୁର୍ଘଟଣାରେ କାହାର କିଛି କ୍ଷତି ହୋଇନଥିବା ବେଳେ ଚାଳକ ଅଳ୍ପକେ ବର୍ତିଯାଇଥିବା ସୂଚନା ମିଳିଛି। ସୂଚନାଯୋଗ୍ୟ, ଆଳି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରୁ ରୋଗିକୁ ନେଇ ଆମ୍ବୁଲାନ୍ସଟି କେନ୍ଦ୍ରାପଡା ମୁଖ୍ୟ ମେଡିକାଲ ଯାଇଥିଲା । ସେଠାରେ ରୋଗୀକୁ ଛାଡି ଫେରିବା ବାଟରେ ଭୋର […]

ବିତ୍ର ଇନ୍ଦୂପୂର୍ଣୀମା ଓ ଭାଗବତ ଜନ୍ମ ଉତ୍ସବ ଅବସରରେ ପଟ୍ଟାମୁଣ୍ଡାଇ ବ୍ଲକ ଖଡିାଂଟା ପଂଚାୟତ ଜିଗରଣ ସ୍ଥିତ ଶ୍ରୀ ଶ୍ରୀ ସିଦ୍ଧେଶ୍ୱର ଭାଗବତ ଟୁଙ୍ଗି ଆନୁକୁଲ୍ୟରେ ଧର୍ମ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା । ବାବାଜୀ ରାମହରି ଦାସ ଭାଗବତ ଜନ୍ମ ବିଷୟରେ ଆଲୋକପାତ କରିବା ସହିତ ଭାଗବତ କିପରି ଧର୍ମ, ସଂସ୍କୃତି ଓ ଜନ ମାନସରେ ଗଭୀର ପ୍ରଭାବ ପକାଇଛି ବର୍ଣ୍ଣନା କରିଥିଲେ । ସନ୍ଧ୍ୟାରେ ନଗର କୀର୍ତନ […]

କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ଦାଣ୍ଡିସାହି ବ୍ରାହ୍ମଣୀ କଲେଜ ଏନ ଏସ ଏସ ପକ୍ଷରୁ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରକୁ ବ୍ରାହ୍ମଣୀ କଲେଜ ଅଧକ୍ଷ ଡ଼ ଗୌରୀ କୁମାର ସାମଲ ଉଦଘାଟନ କରିଥିଲେ । ଏନ ଏସ ଏସ ସଂଯୋଜକ ଅଧ୍ୟାପକ ନଟବର ସୂତାରଙ୍କ ସଂଯୋଜନାରେ ଆୟୋଜିତ କାର୍ଯ୍ୟକ୍ରମରେ ଅଧ୍ୟାପକ ପ୍ରଶାନ୍ତ ସାମଲ,ଅଧ୍ୟାପକ ଡ଼ ସତ୍ୟଜିତ ବେହେରା, ଅଧ୍ୟାପକ ଡ଼ ଚିନ୍ମୟ ପ୍ରଧାନ, ଅଧ୍ୟାପକ […]

ଓଡ଼ିଶାରେ ନୂଆ ସରକାର ଭାଜପାକୁ ଗୁରୁବାର ୧୦୦ ଦିନ ପୂରିଛି। ଚଳିତ ୨୦୨୪ ବିଧାନସଭା ନିର୍ବାଚନରେ ଭାଜପା ପକ୍ଷରୁ ଅନେକ ପ୍ରତିଶ୍ରୁତି ଓ ଆଶ୍ୱାସନା ଦେଇ ଦଳ ଲୋକଙ୍କ ଭରସା ଜିତିବା ସହ ୨୪ ବର୍ଷର ବିଜେଡି ଗଡ଼କୁ ଭେଦିବାରେ ସଫଳ ହୋଇ ରାଜ୍ୟରେ କ୍ଷମତାକୁ ଆସିଥିଲା । ଭାଜପା ଦଳ ଏକକ ରୂପେ ଦୀର୍ଘ ୧୫ ବର୍ଷ ପରେ ପ୍ରଥମ ଥର ପାଇଁ ବହୁମତ ପାଇ ରାଜ୍ୟରେ ସରକାର […]

କେନ୍ଦ୍ରାପଡ଼ା, ୧୯ା୯: କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ପଶ୍ଚିମ ନିକିରାଇସ୍ଥିତ ସ୍ୱର୍ଗତ ଦିବ୍ୟସିଂହ ଜେନାଙ୍କ ଭାଗବତ ମନ୍ଦିରଠାରେ ସାତ ଦିନ ଧରି ଚାଲିଥିବା ଭାଗବତ ପାରାୟଣ ଇନ୍ଦୁ ପୂର୍ଣ୍ଣିମା ଦିନ ମହା ସମାରୋହରେ ସମାପ୍ତ ହୋଇଛି । ଭାଗବତ ଜୟନ୍ତୀ ପାଳନ ଅବସରରେ ଗ୍ରାମ ତଥା ଆଖପାଖ ଅଞ୍ଚଳର ଶତାଧିକ ଭକ୍ତ ବୃନ୍ଦ ସମେତ ଜିଲ୍ଲା ପରିଷଦ ଚେୟାରମ୍ୟାନ ସୁଶ୍ରୀ ଲିଲିତା ଦାସ, ନିକିରାଇ ମଠ ମହନ୍ତ ମହାରାଜ ଅଭୟ ଦାଶ, […]

କେନ୍ଦ୍ରାପଡ଼ା,୧୮ା୯: କେନ୍ଦ୍ରାପଡ଼ା ସହରର ଇଛାପୁର ସରକାରୀ ହାଇସ୍କୁଲ ପରିସରରେ ଟି.ଇ. ଓ ଏସସିଇଆରଟି ନିର୍ଦେଶାଳୟ, ଓଡିଶା ସହାୟତାରେ ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟ ପକ୍ଷରୁ ଏକ ଜୋନ ସ୍ତରୀୟ ବିଜ୍ଞାନ ଡ୍ରାମା ପ୍ରତିଯୋଗିତା ବୁଧବାର ଅନୁଷ୍ଠିତ ହୋଇଯାଇଛି। ଏହି ଉପଲକ୍ଷେ ସହକାରୀ ଜିଲ୍ଲା ଶିକ୍ଷା ଅଧିକାରୀ ସୁରମା ମହାପାତ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉଦଘାଟନୀ ଉତ୍ସବରେ ମହାକାଳପଡା ମଣ୍ଡଳ ଶିକ୍ଷା ଅଧିକାରୀ ତନ୍ମୟ ବେହେରା, ମାର୍ଶାଘାଇ ମଣ୍ଡଳ ଶିକ୍ଷା ଅଧିକାରୀ ପ୍ରଫୁଲ୍ଲ କୁମାର […]

କେନ୍ଦ୍ରାପଡ଼ା,୧୮ା୯: ସହର ଉପକଣ୍ଠ ଭରତପୁର ଗ୍ରାମର ପ୍ରସିଦ୍ଧ କଳ୍ପତରୁ ଆଶ୍ରମର କିମ୍ବଦନ୍ତୀ ମହାପୁରୁଷ ଅନନ୍ତ ଦାସଙ୍କ ୪୦ତମ ବାର୍ଷିକ ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି । ରାଜ୍ୟର ସହସ୍ରାଧିକ ସାଧୁସନ୍ଥମାନଙ୍କ ଗହଣରେ ମନ୍ଦିରରେ ଥିବା ଚତୁର୍ଦ୍ଧା ମୂର୍ତ୍ତି ସାରାବିଶ୍ୱର ପାଳନ କର୍ତ୍ତା ଜଗନ୍ନାଥଙ୍କୁ ପୂଜାର୍ଚ୍ଚନା ସହିତ ମହାପୁରୁଷ ଅନନ୍ତ ଦାସଙ୍କୁ ଜଳାଭିଷେକ ଓ ହୋମ କାର୍ଯ୍ୟ ସମାପନ କରାଯାଇଛି । ଜିଲ୍ଲାର ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ ବାଗ୍‌ଦେବୀ କଳାମନ୍ଦିର ଆନୁକୂଲ୍ୟରେ […]

କେନ୍ଦ୍ରାପଡ଼ା,୧୮ା୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଫଟୋଚିତ୍ର ଆଙ୍କି ପ୍ରଶଂସିତ ହୋଇଛନ୍ତି କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଗୋପ ଗ୍ରାମର ଭାଇ ଓ ଭଉଣୀ । ଅଙ୍କନ କରିଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସୁନ୍ଦର ଚିତ୍ର ପ୍ରଧାନମନ୍ତ୍ରୀଙ୍କ ମନକୁ ସୁନ୍ଦର ଲାଗିଛି । ଏଥିପାଇଁ ଭାଇଭଉଣୀଙ୍କୁ ମିଳିଛି ପ୍ରଶଂସା ପତ୍ର । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସାଧାରଣ ନିର୍ବାଚନ ସମୟରେ କେନ୍ଦ୍ରାପଡା ବ୍ଲକ ଅଧିନ ବାରୁଅ ଗ୍ରାମ ପଡିଆକୁ ଭୋଟ ପ୍ରଚାରରେ ଆସିଥିବା […]

କେନ୍ଦ୍ରାପଡା ତା.୧୮ା୯: ଆଜି ଷଷ୍ଠ କେନ୍ଦ୍ରାପଡ଼ା ଜିଲ୍ଲା ପରିଷଦର ଏକ ସ୍ୱତନ୍ତ୍ର ବୈଠକ ଜିଲ୍ଲା ପରିଷଦର ସଭାପତି ଲିଲିତା ଦାସଙ୍କଅଧକ୍ଷ୍ୟତାରେ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । କନିଷ୍ଠ ଶିକ୍ଷକ (ଚୁକ୍ତିଭିତ୍ତିକ) ପଦବୀ ନିମନ୍ତେ ବଛା ଯାଇଥିବା ଚୂଡ଼ାନ୍ତ ତାଲିକାର ଅନୁମୋଦନ ନିମନ୍ତେ ଉକ୍ତ ବୈଠକ ଆହ୍ୱାନ କରାଯାଇଥିଲା । ଉକ୍ତ ବୈଠକରେ ଆଳିର ମାନ୍ୟବର ବିଧାୟକ ପ୍ରତାପ କେଶରୀ ଦେବ, ରାଜନଗରର ମାନ୍ୟବର ବିଧାୟକ ଧ୍ରୁବଚରଣ […]

କେନ୍ଦ୍ରାପଡା,୧୮ା୯: ଶୁକ୍ରବାର ଇନ୍ଦୁପୂର୍ଣ୍ଣିମା ତଥା ଭାଗବତ ଜନ୍ମ ଉତ୍ସବ ଅବସରରେ ଶ୍ରୀ ଗୋପିନାଥ ଜୀୟୁ, ବିନୋଦବିହାରୀଜୀୟୁ ଓ ବାଲାବାବା ଟ୍ରଷ୍ଟ ପରିଚାଳନା କମିଟି ଆନୁକୂଲ୍ୟରେ ଶ୍ରୀ ସିଦ୍ଧ ମହାପୁରୁଷ ବାଲାବାବାଙ୍କର ଜନ୍ମ ଉତ୍ସବ ତଥା ବାର୍ଷିକୋତ୍ସବ ସ୍ଥାନୀୟ ଗଣାମାହାଲ ବାଲାବାବା ମନ୍ଦିରଠାରେ ମହାସମାରୋହରେ ଅନୁଷ୍ଠିତ ହେଇଯାଇଛି । ଏହି ଉପଲକ୍ଷେ ମଙ୍ଗଳବାର ଦିନ ଅପରାହ୍ନ ୫ଟା ସମୟରେ ସହରର ତିନିମୁହାଣିଠାରୁ ସାନ୍ତସାହି ପର୍ଯ୍ୟନ୍ତ ବାଲାବାବାଙ୍କର ଏକ ଫଟୋଚିତ୍ର ସହ ନଗରକୀର୍ତ୍ତନ […]

ସମ୍ବର୍ଦ୍ଧିତ ହେଲେ ଶତାଧିକ ଭିନ୍ନକ୍ଷମ ପଟ୍ଟାମୁଣ୍ଡାଇ ତା ୧୭/୯- ବ୍ରାହ୍ମଣୀ ମହାବିଦ୍ୟାଳୟର ପ୍ରାକ୍ତନ ଅଧକ୍ଷ ନିର୍ମଳ ଚନ୍ଦ୍ର ବିଶ୍ୱାଳଙ୍କ ଧର୍ମପତ୍ନୀ ଦିବଂଗତl ବିଦ୍ୟୁତଲତା ଦେଵୀଙ୍କ ୪ର୍ଥ ବାର୍ଷିକୀ ଶ୍ରାଦ୍ଧ ଉତ୍ସବ ସମାରୋହରେ ଅନୁଷ୍ଠିତ ହୋଇଯାଇଛି। ଏହି ଉପଲକ୍ଷେ ପଟ୍ଟାମୁଣ୍ଡାଇ ବ୍ଲକ ତରଡ଼ିପାଳ ଠାରେ ଡ଼ ଦେବପ୍ରସାଦ ସାମଲଙ୍କ ପୌରହିତ୍ୟ ଓ ସାମ୍ବାଦିକ ଚିତ୍ତରଞ୍ଜନ ମଲ୍ଲିକଙ୍କ ସଂଯୋଜନା ରେ ଆୟୋଜିତ ଶ୍ରଦ୍ଧାଞ୍ଜଳି ସଭା ରେ ହୋଇଥିବା ସଭାରେ କେନ୍ଦ୍ରା ପଡ଼ା ବିଧାୟକ […]

କେନ୍ଦ୍ରାପଡ଼ା ଜିଲ୍ଲାର ସର୍ବପୁରାତନ ଆଧ୍ୟାତ୍ମିକ ପୀଠ ରାଧାରମଣ ମଠ ଠାରେ ଠାକୁର ଶ୍ରୀଶ୍ରୀ ହରି ଦାସଙ୍କ ତିରୋଭାବ ଉତ୍ସବ ସମାରୋହରେ ଅନୁଷ୍ଠିତ ହୋଇଯାଇଛି I ଏହି ଉପଲକ୍ଷେ ପୁରୀ ଗୋବର୍ଧନ ପୀଠ ସନ୍ଥ ସଂରକ୍ଷକ ପଟ୍ଟାମୁଣ୍ଡାଇ ରାଧାରମଣ ମଠ ମହନ୍ତ ସ୍ୱାମୀ ଅସୀମାନନ୍ଦ ଦାସ ମହାରାଜଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ପ୍ରତ୍ୟୁଷରୁ ପ୍ରଭୁ ରାଧାରମଣ, ପ୍ରଭୁ ଶ୍ରୀ ଜଗନ୍ନାଥ,ପ୍ରଭୁ ବଳଭଦ୍ର ଓ ମା ସୁଭଦ୍ରା, ପ୍ରଭୁ ଗୋପେଶ୍ୱର ମହାଦେବ ଓ ପ୍ରଭୁ […]

କେନ୍ଦ୍ରାପଡ଼ା,୧୭ା୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ଭୁବନେଶ୍ୱରରେ ସୁଭଦ୍ରା ଯୋଜନାର ଶୁଭାରମ୍ଭ କରିଛନ୍ତି। ସେହି କାର୍ଯ୍ୟକ୍ରମର ସିଧା ପ୍ରସାରଣ ଦେଖିବା ନିମନ୍ତେ କେନ୍ଦ୍ରାପଡା ବ୍ଲକ ପକ୍ଷରୁ କେନ୍ଦ୍ରାପଡା ସହରର ଇଛାପୁର ରଥଦାଣ୍ଡରେ ବ୍ୟବସ୍ଥା କରାଯାଇଥିଲା। ବ୍ଲକର ବିଡିଓ ବନ୍ଦନା ଖଟୁଆ ବ୍ଲକର ସମସ୍ତ ପଞ୍ଚାୟତ ଗୁଡିକରେ ଥିବା ଗ୍ରାମପଞ୍ଚାୟତ ମିଶନଶକ୍ତି ମହାସଙ୍ଘର ସିଆରପିମାନଙ୍କୁ ନିର୍ଦେଶ ଦେଇଥିଲେ ଯେ ସେହି ମହାସଙ୍ଘ ଅଧିନରେ ଥିବା ମହିଳା ସ୍ୱୟଂ ସହାୟିକା ଗୋଷ୍ଠି ଗୁଡିକର […]