କେନ୍ଦ୍ରାପଡ଼ା, ୧୪ା୮: କେନ୍ଦ୍ରାପଡା ନଗର ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ପକ୍ଷରୁ ୭୮ ସ୍ୱାଧୀନତା ଦିବସ ଓ ଅଖଣ୍ଡ ଭାରତ ସଂକଳ୍ପ ଦିବସ ଅବସରରେ ଆଜି ୩ଶହରୁ ଉର୍ଦ୍ଧ ଛାତ୍ରଛାତ୍ରୀଙ୍କୁ ନେଇ ଏକ ବିଶାଳ ତ୍ରିରଙ୍ଗା ଶୋଭାଯାତ୍ରାର ଆୟୋଜନ କରାଯାଇଥିଲା। ଏହି ଶୋଭାଯାତ୍ରାକୁ ଉଦ୍ଘାଟନ କରିଥିଲେ ସାନ୍ଧ୍ୟ ସ୍ନାତକ ମହାବିଦ୍ୟାଳୟର ଅଧ୍ୟକ୍ଷା ଆଦ୍ୟାରସ୍ମି ମହାପାତ୍ର। ଏହି ଶୋଭାଯାତ୍ରାଟି କେନ୍ଦ୍ରାପଡା ଜିଲ୍ଲା ସଂଯୋଜକ ବିକ୍ରମ କେଶରୀ ରାଉତଙ୍କ ନେତୃତ୍ୱରେ ସାନ୍ଧ୍ୟ ମହାବିଦ୍ୟାଳୟରୁ […]

କେନ୍ଦ୍ରାପଡ଼ା, ୧୪ା୮: ବିଜେପି ଶାସନରେ ଦିନକୁ ଦିନ ନୃଶଂସ ଓ ଅମାନବୀୟ ଘଟଣାର ଆଉ ଏକ ନମୂନା,ଏସ୍ ସି ବି ମେଡିକାଲରେ ରୋଗୀଙ୍କୁ ବଳାତ୍କାର ଘଟଣାକୁ ଅଖିଳ ଭାରତ ମହିଳା ସାଂସ୍କୃତିକ ସଂଗଠନ(ଏଆଇଏମଏସଏସ)ର ଦୃଢ଼ ନିନ୍ଦା  କରିଛି  । କଟକ ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିକାଲ କଲେଜ ଓ ହସପିଟାଲ ରେ ଘଟିଥିବା ଦୁଷ୍କର୍ମ ଘଟଣା ଅତ୍ୟନ୍ତ ନିନ୍ଦନୀୟ ଓ ଲଜ୍ଜାଜନକ ଘଟଣା ଲୋକ ଲୋଚନକୁ ଆସିଛି। ରୋଗୀ ସେବା ସମୟରେ […]

କେନ୍ଦ୍ରାପଡା,୧୪ା୮ : କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଗାଙ୍ଗପଡା ଗ୍ରାମପଞ୍ଚାୟତର ମହିଳା ମହାସଙ୍ଘର ଦୁଇଟି ଜମାଖାତାକୁ ବିଡିଓ ଅଚଳ କରିଦେବା ପ୍ରତିବାଦରେ ବୁଧବାର ମହାସଙ୍ଘ ପକ୍ଷରୁ ଜିଲ୍ଲାପାଳ ସ୍ମୃତିରଞ୍ଜନ ପ୍ରଧାନଙ୍କ ନିକଟରେ ଅଭିଯୋଗ ହୋଇଛି। ମହାସଙ୍ଘର ଶତାଧିକ ମହିଳା ଜିଲ୍ଲାପାଳଙ୍କୁ ଭେଟି ଅଭିଯୋଗ କରିଛନ୍ତି ଯେ (ସି.ଆର.ପି.) କମ୍ୟୁନିଟି ରିସୋର୍ସ ପର୍ସନ ଚୟନକୁ ନେଇ କେନ୍ଦ୍ରାପଡା ବିଡିଓ ପତ୍ରସଂଖ୍ୟା- ୩୪୯/୨୦୨୪ ଜରିଆରେ ଓଡିଶା ଗ୍ରାମ୍ୟ ବ୍ୟାଙ୍କର ଗୋଗୁଆ ଶାଖା ପରିଚାଳକଙ୍କୁ ଜମାଖାତା […]

କେନ୍ଦ୍ରାପଡ଼ା,୧୪ା୮: କେନ୍ଦ୍ରାପଡା ଓରମାସ ପକ୍ଷରୁ ପବିତ୍ର ରାକ୍ଷୀ ପୂର୍ଣ୍ଣିମା ଉପଲକ୍ଷେ କେନ୍ଦ୍ରାପଡା ଅର୍ବାନ କୋପରେଟିଭ ବ୍ୟାଙ୍କ, ମୁଖ୍ୟ ଶାଖା ସମ୍ମୁଖରେ ହୋଇଥିବା ରାକ୍ଷୀ ଷ୍ଟଲକୁ ବୁଧବାର ଜିଲ୍ଲାପାଳ ସ୍ମୃତି ରଞ୍ଜନ ପ୍ରଧାନ ଉଦ୍‌ଘାଟନ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ଅତିଥିମାନଙ୍କ ମଧ୍ୟରେ ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟନିର୍ବାହୀ ଅଧିକାରୀ ନିଲୁ ମହାପାତ୍ର, ଅତିରିକ୍ତ କାର୍ଯ୍ୟନିର୍ବାହୀ ଅଧିକାରୀ ଦୟାସିନ୍ଧୁ ପରିଡା, ଓରମାସର ନିର୍ବାହୀ ଅଧିକାରୀ ନିରୋଦ କୁମାର […]

କେନ୍ଦ୍ରାପଡ଼ା ଜିଲା ଇନ୍ଦୁପୁର ପାଖ ଦେଇ ଯାଇଥିବା ବିରୂପା ନଦୀରେ ଜଣେ ଯୁବକଙ୍କୁ କେତେଜଣ ଦୁର୍ବୃତ୍ତ ଠେଲି ଦେଇ ଫେରାର୍‌ ହୋଇଯାଇଥିବା ଜଣାପଡ଼ିଛି। ଯୁବକ ଜଣକ ନଦୀରେ ନିଖୋଜ ହୋଇଯାଇଥିବାବେଳେ ସମସ୍ତ ଦୃଶ୍ୟ ନିକଟସ୍ଥ ଏକ ଦୋକାନରେ ଲାଗିଥିବା ସିସିଟିଭିରେ କଏଦ ହୋଇଛି । ଏହି ଘଟଣାରକୁ ନେଇ  ନିକିରାଇ ଥାନାରେ ଅଭିଯୋଗ ପରେ ପୋଲିସ ନଦୀ କୂଳରେ ପହଞ୍ଚି ତଦନ୍ତ କରିଛି। ପୋଲିସ ଅଗ୍ନିଶମ ବିଭାଗକୁ ଜଣାଇବାରେ ଅଗ୍ନିଶମ […]

କେନ୍ଦ୍ରାପଡ଼ା,୧୩ା୮: କେନ୍ଦ୍ରାପଡ଼ା ଜିଲ୍ଲା ଉନ୍ନୟନ ସମନ୍ୱୟ ଏବଂ ପରିଚାଳନା କମିଟି(ଦିସା) ବୈଠକ ଜିଲ୍ଲାପରିଷଦ ସମ୍ମିଳନୀ କକ୍ଷରେ ଆଜି ଅନୁଷ୍ଠିତ ହୋଇଯାଇଛି। କେନ୍ଦ୍ର ସରକାରଙ୍କ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରଣାଳୟ ଏବଂ ରାଜ୍ୟ ସରକାରଙ୍କ ପଞ୍ଚାୟତରାଜ ଓ ପାନୀୟଜଳ ଯୋଗାଣ ବିଭାଗର ମିଳିତ ଆନୁକୂଲ୍ୟରେ ଅନୁଷ୍ଠିତ ଏହି ବୈଠକରେ ଜିଲ୍ଲାର ଜଳ ଜୀବନ ମିଶନ, ଜାତୀୟ ସ୍ୱାସ୍ଥ୍ୟ ମିଶନ ଅନ୍ତର୍ଗତ ବିଭିନ୍ନ ପ୍ରକଳ୍ପର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରାଯାଇଥିଲା। କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ […]

କେନ୍ଦ୍ରାପଡା,୧୩ା୮ : କେନ୍ଦ୍ରାପଡା ଗୋପବନ୍ଧୁ ପାଠାଗାରକୁ ଦୈନିକ ବିଭିନ୍ନ ପ୍ରତିଯୋଗିତାମୂଳକ ପରୀକ୍ଷାର ପ୍ରସ୍ତୁତି ପାଇଁ ଆସୁଥିବା ଶିକ୍ଷାର୍ଥୀମାନେ ଆଜି କେନ୍ଦ୍ରାପଡା ସାଂସଦ ବୈଜୟନ୍ତ ପଣ୍ଡାଙ୍କୁ ଭେଟି ଏକ ଦାବିପତ୍ର ପ୍ରଦାନ କରିଛନ୍ତି। ସେହି ଦାବିପତ୍ରରେ ଉଲ୍ଲେଖ ରହିଛି ଯେ ଏହି ପାଠାଗାରକୁ ଦୈନିକ ଶତାଧିକ ଛାତ୍ରଛାତ୍ରୀ ବିଭିନ୍ନ ପ୍ରତିଯୋଗିତାମୂଳକ ପରୀକ୍ଷାର ପ୍ରସ୍ତୁତି ପାଇଁ ଆସୁଥିବା ବେଳେ ପାଠାଗାରରେ ସେମାନଙ୍କ ପାଇଁ ମାତ୍ର ୬୦ଟି ଚେୟାର ରହିଛି। ଫଳରେ ସେମାନେ ତଳେ […]

ଇନ୍ଦୁପୁର ଅରୋବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ର ପକ୍ଷରୁ ଏକ ଗଭୀର ନଳକୂପ ଖୋଳାଯିବାକୁ କେନ୍ଦ୍ରାପଡା ଲୋକସଭା ସାଂସଦ ବୈଜୟନ୍ତ ପଣ୍ଡାଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି। ସେହି ଦାବିପତ୍ରରେ ଉଲ୍ଲେଖ ରହିଛି ଯେ ୧୯୯୦ମସିହାରେ ଇନ୍ଦୁପୁର ଠାରେ ଏହି ଶିକ୍ଷାକେନ୍ଦ୍ର ପ୍ରତିଷ୍ଠା କରାଯାଇଥିଲା। ଏହି ଶିକ୍ଷାକେନ୍ଦ୍ର ନବ ଜୀବନ ଶିକ୍ଷା ସଂସଦର ସ୍ୱୀକୃତିପ୍ରାପ୍ତ ଅନୁଷ୍ଠାନ। ଏହି ଶିକ୍ଷାକେନ୍ଦ୍ରରେ ଆଖପାଖ ଅଞ୍ଚଳର ୪/୫ଟି ଗ୍ରାମର ୨ଶହ ଛାତ୍ରଛାତ୍ରୀ ଅଧ୍ୟୟନ କରନ୍ତି। ଶିକ୍ଷାକେନ୍ଦ୍ର ପରିସରରେ ଥିବା […]

କେନ୍ଦ୍ରାପଡା,୧୩ା୮ : କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟକୁ ସରକାରୀ ମହାବିଦ୍ୟାଳୟର ମାନ୍ୟତା ପ୍ରଦାନ କରିବା ପାଇଁ ଛାତ୍ରଛାତ୍ରୀମାନେ ସାଂସଦ ବୈଜୟନ୍ତ ପଣ୍ଡାଙ୍କ ନିକଟରେ ଦାବି କରିଛନ୍ତି। ଛାତ୍ରଛାତ୍ରୀମାନେ ଦାବିପତ୍ରରେ ଉଲ୍ଲେଖ କରିଛନ୍ତି କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟ ହେଉଛି ଜିଲ୍ଲାର ସର୍ବପୁରାତନ ମହାବିଦ୍ୟାଳୟ। ଏହା ୧୯୫୯ମସିହାରେ ପ୍ରତିଷ୍ଠା ହୋଇଥିଲା। ଏହି ମହାବିଦ୍ୟାଳୟରୁ ଅଧ୍ୟୟନ କରି ବହୁ ଛାତ୍ରଛାତ୍ରୀ ଦେଶ ବିଦେଶରେ ସୁନାମ ଅର୍ଜ୍ଜନ କରିଛନ୍ତି। ଏହି ମହାବିଦ୍ୟାଳୟରେ ଏବେ ୨୫ଶହରୁ […]

କେନ୍ଦ୍ରାପଡ଼ା,୧୩ା୮: ଆଜି ଶ୍ରାବଣ ମାସ ଶେଷ ସୋମବାର ଦିନ କେନ୍ଦ୍ରାପଡା ସାନ୍ତସାହିସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ଶିଶୁବାଟିକା ଶ୍ରେଣୀର ଶିଶୁ ଭାଇଭଉଣୀମାନେ କାଉଡି ଯାତ୍ରାରେ ଯୋଗ ଦେଇଥିଲେ । ଏଥିରେ ୧୫ଜଣ ଶିଶୁ ପାଣି ଭାର ନେଇଥିଲେ । ଅନ୍ୟ ଶିଶୁମାନେ ବିଦ୍ୟାଳୟ ପରିସରରୁ ଏକ ଭବ୍ୟ ଶୋଭାଯାତ୍ରାରେ ବାହାରି ସାନ୍ତସାହିସ୍ଥିତ ଆଖଣ୍ଡଳମଣୀ ମନ୍ଦିରରେ ଜଳାଭିଷେକ କରିଥିଲେ । ଏଥିରେ ସମସ୍ତ ଗୁରୁଜୀ/ଗୁରୁମାଙ୍କ ସହଯୋଗରେ କାର୍ଯ୍ୟକ୍ରମ କରାଯାଇଥିଲା ।

କେନ୍ଦ୍ରାପଡ଼ା,୧୩ା୮: ଓଡିଶା ସ୍କୁଲ କଲେଜ ଶିକ୍ଷକ ଓ କର୍ମଚାରୀ ସମନ୍ୱୟ ସମିତି, କେନ୍ଦ୍ରାପଡା ଜିଲ୍ଲା ଶାଖାର ଏକ ଜରୁରୀ ବୈଠକ ପଞ୍ଚାୟତ ହାଇସ୍କୁଲ ବାରିମୂଳଠାରେ ଜିଲ୍ଲା ଓଷ୍ଟା ସଭାପତି ପ୍ରମୋଦ କୁମାର ବେହେରାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ପ୍ରାରମ୍ଭରେ ସମନ୍ୱୟ ସମିତି ଆବାହକ ତଥା ଜିଲ୍ଲା ଓଷ୍ଟା ସମ୍ପାଦକ ନିର୍ମଳ କୁମାର ନାୟକ ଉଦ୍ଦେଶ୍ୟ ଜ୍ଞାପନ କରିବା ସହ ଶିକ୍ଷକ କର୍ମଚାରୀମାନଙ୍କର ବିବିଧ ସମସ୍ୟାକୁ ନେଇ ୫ ଦଫା […]

କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ଗ୍ରାମାଂଚଳ ଥାନା ଅଂଚଳରେ ଏକ ଲଜ୍ୟା ଜନକ ଘଟଣା ସାମ୍ନାକୁ ଆସିଛି। ଘରେ ଛାଡିଦେବାକୁ କହି ଚକୋଲେଟ୍ ଲୋଭ ଦେଖାଇ ଜଣେ ୮ ବର୍ଷର ନିଷ୍ପାପ ଓ ନିରୀହ ଶିଶୁ କନ୍ୟା ସହ ବଳାତ୍କାର ହୋଇଥିବା ଅଭିଯୋଗ ହୋଇଛି। ପୀଡିତା ନାବାଳିକାଙ୍କୁ ଉଦ୍ଧାର କରାଯାଇ ମେଡିକାଲରେ ଭର୍ତିି କରାଯାଇଛି। ଉକ୍ତ ଘଟଣାରେ ପଟ୍ଟାମୁଣ୍ଡାଇ ଗ୍ରାମାଂଚଳ ଥାନା ପୋଲିସ ଅଭିଯୁକ୍ତକୁ ଗିରଫ କରି ଡାକ୍ତରୀ ପରୀକ୍ଷା ପରେ […]

କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ପୌରାଂଚଳ ଅନ୍ତର୍ଗତ ବକ୍ତାରପୁର ନୋଡାଲ ଉପ୍ରା ବିଦ୍ୟାଳୟର ତୃତୀୟ ଶ୍ରେଣୀ ଛାତ୍ର ଜ୍ୟୋତିରଞ୍ଜନ ମହାନ୍ତି ଇଣ୍ଡିଆ ବୁକ୍ ଅଫ ରେକର୍ଡସରେ ସ୍ଥାନ ପାଇଥିବା ଜଣାପଡିଛି । ସେ ୮ ବର୍ଷ ବୟସରେ ଏହିଭଳି କ୍ଷାତି ଅର୍ଜନ କରିବା ସମଗ୍ର ଜିଲ୍ଲାରେ ଚର୍ଚ୍ଚାର ବିଷୟ ପାଲଟିଛି । ସେ ଏହି ପ୍ରତିଯୋଗିତାରେ ବିଭିନ୍ନ ଦେଶ ବିଦେଶର ମୌଖିକ ପ୍ରଶ୍ନର ଉତର ସକ୍ଷିପ୍ତ ସମୟ ମଧ୍ୟରେ ପତିପାଦନ କରିଥିବାରୁ […]

କେନ୍ଦ୍ରାପଡ଼ା,୧୩ା୮: ଦେଶ ପାଇଁ ତ୍ୟାଗ କରିଥିବା ସହିଦ୍‌ମାନଙ୍କ ସମ୍ମାନରେ “ଆଜାଦିର ଅମୃତ ମହୋତ୍ସବ” ପାଳନ କରାଯାଉଛି । ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜାତୀୟ ଦିବସକୁ ଶ୍ରଦ୍ଧାର ସହିତ ପାଳନ କରିବା ପାଇଁ ସମସ୍ତ ଦେଶବାସୀଙ୍କୁ ଆହ୍ୱାନ ଦେଇଛନ୍ତି । ତେଣୁ ଦେଶର ପ୍ରତେକ ପରିବାର ଅଗଷ୍ଟ ୯ତାରିଖରୁ ୧୫ତାରିଖ ପର୍ଯ୍ୟନ୍ତ ଜାତୀୟ ପତାକା ସମସ୍ତଙ୍କ ଘରେ ପହଁଞ୍ଚାଇବା ଲକ୍ଷ୍ୟରଖି କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଗୁଲନଗର ପଞ୍ଚାୟତରେ ହରଘର […]

ବ୍ରାହ୍ମଣୀ ନଦୀରେ ସୋମବାର ଅପରାହ୍ନରେ କୁମ୍ଭୀର ଟାଣି ନେଇଥିବା ମହିଳାଙ୍କର ମୃତଦେହ ମଙ୍ଗଳବାର ସକାଳେ ଉଦ୍ଧାର କରାଯାଇଛି। ପ୍ରାୟ ୬ କିମି ଦୂର ପେଣ୍ଠପାଳ ନିକଟ ବ୍ରାହ୍ମଣୀ ନଦୀରୁ କ୍ଷତବିକ୍ଷତ ମୃତଦେହ ଉଦ୍ଧାର କରାଯାଇଛି। ମୃତ ମହିଳା ଜଣଙ୍କ ହେଲେ କେନ୍ଦ୍ରପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ତହସିଲ ଅଧିନ ଅଳପୁଆଡିଆ ଗାଁର ମଞ୍ଜୁଲତା ଭଞ୍ଜ । ମଞ୍ଜୁଲତା ସୋମବାର ଅପରାହ୍ଣରେ ଖାଇବା ସାରି ବାସନ ମାଜିବା ପାଇଁ ବ୍ରାହ୍ମଣୀ ନଦୀକୁ ଯାଇଥିଲେ। […]

କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ଅଂଚଳରେ କଡାକଡା ଆଇନଶୃଙ୍ଖଳା ପରିସ୍ଥିତି ବଜାୟ ରଖିବା ପାଇଁ ଆଦର୍ଶ ଥାନା ପୋଲିସ ଆକ୍ସନ ମୋଡ଼କୁ ଆସିଯାଇଛି । ବିଶେଷ କରି ବରିଷ୍ଠ ଅଭିଜ୍ଞ ପୋଲିସ ଇନ୍ସପେକ୍ଟର ସୁଶାନ୍ତ କୁମାର ସାହୁ ପଟ୍ଟାମୁଣ୍ଡାଇ ଆଦର୍ଶ ଥାନା ଆଇ ଆଇ ସି ଭାବେ ଦାୟିତ୍ୱ ଗ୍ରହଣ କରିବା ପରେ ଅପରାଧୀଙ୍କୁ ଦମନ କରି ଆଇନ ଶୃଙ୍ଖଳା ପରିସ୍ଥିତି ବଜାୟ ରଖିବା ପାଇଁ କଠୋର ନିଷ୍ପତି ନେଇଛନ୍ତି । […]

  କେନ୍ଦ୍ରାପଡ଼ା,୧୨ା୮: ଆଜିକାଲି ସାରା ବିଶ୍ୱରେ ମାନବାଧିକାର ଲୋପ ପାଇବାକୁ ଲାଗିଲାଣି। ହିଂସା ଦ୍ୱେଷର ଲେଲିହାନ ଶିଖାରେ ବିଶ୍ୱର ଅନେକ ରାଷ୍ଟ୍ର ଆଜି ଜର୍ଜରିତ। ଋଷ୍ ଓ ୟୁକ୍ରେନ ଏବଂ ଇସ୍ରାଏଲ ଓ ପାଲେଷ୍ଟାଇନ୍ ମଧ୍ୟରେ ଚାଲିଥିବା ଯୁଦ୍ଧରେ ହଜାର ହଜାର ନିରୀହ ନାଗରିକ ମୃତ୍ୟୁ ବରଣ କଲେଣି। ଅନେକ ବାସହରା ହୋଇ ଶରଣାର୍ଥୀ ଭାବରେ ଜୀବନ କାଟୁଛନ୍ତି। ଦେଶରୁ ସ୍ଥାନ ସଂରକ୍ଷଣ ହଟାଇବା ଆନ୍ଦୋଳନରେ ବାଙ୍ଗଲାଦେଶରେ ନିର୍ବାଚିତ ସରକାରର […]

କେନ୍ଦ୍ରାପଡା,୧୨ା୮ : ରାଜ୍ୟର ଅଗ୍ରଣୀ ସ୍ୱେଛାସେବୀ ସଂଗଠନ ବାଞ୍ଛାନିଧି ଦାସ, ଶ୍ରୀମତୀ ଦେବୀ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ କେନ୍ଦ୍ରାପଡା ଜିଲ୍ଲାର ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ନରସିଂହପୁର ଗ୍ରାମପଞ୍ଚାୟତର ଅଢାଖଣ୍ଡ ମଠସାହି ଗ୍ରାମର କିଡନୀ ପିଡିତ କୃତିବାସ ସାହଙ୍କୁ ଆର୍ଥିକ ସହାୟତା ପ୍ରଦାନ କରାଯାଇଛି। ଟ୍ରଷ୍ଟର ମୁଖ୍ୟ ପୃଷ୍ଟପୋଷକ ଆମେରିକାସ୍ଥିତ ଆଲାସ୍କା ବିଶ୍ୱ ବିଦ୍ୟାଳୟର ପ୍ରଫେସର ଡ. ଦେବେନ୍ଦ୍ର କୁମାର ଦାସ ଏସମ୍ପର୍କରେ ଖବର ପାଇବା ପରେ ତୁରନ୍ତ ତାଙ୍କୁ ସହାୟତା […]

କେନ୍ଦ୍ରାପଡ଼ା,୧୨ା୮: ଉତ୍ତର ପ୍ରଦେଶର ବାରଣାସୀ ସ୍ଥିତ ସର୍ବୋଦୟ ସାଧନା କେନ୍ଦ୍ରକୁ କେନ୍ଦ୍ର ସରକାର ଉତ୍ତର ପ୍ରଦେଶ ପୋଲିସ ସହାୟତାରେ ଜୋରଜବରଦସ୍ତ ବୁଲଡୋଜର ଲଗାଇ ଭାଙ୍ଗି ମାଟିରେ ମିଶାଇଦେବା ସହ ସେଠାରେ ଥିବା ଗାନ୍ଧୀ-ସର୍ବୋଦୟ ପ୍ରକାଶନ ସଂସ୍ଥା ଓ ହଜାର ହଜାର ଦୁର୍ଲଭ ପୁସ୍ତକକୁ ନଷ୍ଟ କରିଦେବା ପରି କୁଖ୍ୟାତ କାର୍ଯ୍ୟର ପ୍ରଥମ ବାର୍ଷିକ ଉପଲକ୍ଷେ କେନ୍ଦ୍ରାପଡ଼ା ସହରର ପୁରୁଣା ବସ୍‌ଷ୍ଟାଣ୍ଡ ସ୍ଥିତ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତିର୍ି ସମ୍ମୁଖରେ ଧ୍ୟାନ ଆକର୍ଷଣ […]

କେନ୍ଦ୍ରାପଡ଼ା, ୧୨ା୮: କେନ୍ଦ୍ରାପଡାର ନୂତନ ଜିଲ୍ଲାପାଳ ଭାବେ ଭାରତୀୟ ପ୍ରଶାସନିକ ସେବା ଅଧିକାରୀ ସ୍ମୃତିରଞ୍ଜନ ପ୍ରଧାନ ଯୋଗ ଦେଇଛନ୍ତି । ଆଜି ସକାଳେ ତୁଳସୀକ୍ଷେତ୍ରର ଆରାଧ୍ୟ ଦେବତା ଶ୍ରୀ ଶ୍ରୀ ସିଦ୍ଧ ବଳଦେବଜୀଉଙ୍କୁ ସେ ଦର୍ଶନ ଓ ପୂଜାର୍ଚ୍ଚନା କରିବା ପରେ ପୂର୍ବାହ୍ନ ୧୧ଟାରେ କାର୍ଯ୍ୟରେ ଯୋଗଦାନ କରିଛନ୍ତି । ଶ୍ରୀ ପ୍ରଧାନ ଏହାପୂର୍ବରୁ ଗଜପତି ଜିଲ୍ଲାର ଜିଲ୍ଲାପାଳ ଭାବେ କାର୍ଯ୍ୟକରି ଉଚ୍ଚ ପ୍ରଶଂସିତ ହୋଇଛନ୍ତି । ସୂଚନାଯୋଗ୍ୟ ଯେ […]

କେନ୍ଦ୍ରାପଡା ୧୨/୮ – ବାରୋ ସ୍ଥିତ ଅଗ୍ରଣୀ ସ୍ୱେଚ୍ଛାସବୀ ଅନୁଷ୍ଠାନ ରୁରାଲ୍ ଡେଭ୍‌ଲପ୍‌ମେଂଟ୍ କଲ୍‌ଚ୍‌ରାଲ୍ ୟୁଥ୍ ଅର୍ଗାନାଇଜେସନ୍ ଆନୁକୂଲ୍ୟରେ ଭାବଗ୍ରାହୀ କଳା ନିକେତନର ଚିର ସବୁଜ ଅକ୍ଷୟ ମହାନ୍ତି କକ୍ଷରେ ଆନ୍ତର୍ଜାତୀୟ ଯୁବ ଦିବସ-୨୦୨୪ ଯଥାବିଧି ପାଳିତ ହୋଇଯାଇଛି । ସଂଗଠନର ଯୁବ ସଂପାଦକ ଚିତରଂଜନ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯକ୍ରମରେ ଭାବଗ୍ରାହୀ କଳା ନିକେତନର ପ୍ରତିଷ୍ଠାତା ସଂଗୀତଜ୍ଞ ବିମଳ ପ୍ରସାଦ ପରିଡା ଯୋଗଦେଇ ଯେ କୌଣସି ରାଷ୍ଟ୍ରର ନିର୍ମାଣ […]

କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ଧୋୟାଂଚଳ ଅନ୍ତର୍ଗତ ଅଳପୁଆ ପଂଚାୟତ ଅଳପୁଆଡିଆ ଗ୍ରାମରେ ସୋମବାର ଏକ ଦୁଃଖଦ ଘଟଣା ଘଟିଛି। ଗ୍ରାମର ମଞ୍ଜୁଲତା ଭଞ୍ଜ(୫୦) ବ୍ରାହ୍ମଣୀ ନଦୀକୁ ବାସନ ମାଜିବାକୁ ଯାଇଥିଲେ । ତେବେ ବହୁ ସମୟ ଧରି ସେ ଘରକୁ ନଫେରିବାରୁ ପରିବାର ଲୋକମାନେ ବ୍ୟସ୍ତ ହୋଇ ନଦୀ କୁଳକୁ ଖୋଜିବାକୁ ଯାଇଥିଲେ । ନଦୀ କୁଳରେ ତାଙ୍କ ଜୋତା ଥିବା ପରିବାର ଲୋକ ଓ ଗ୍ରାମବାସୀ ଦେଖିବାକୁ ପାଇଥିଲେ […]

କେନ୍ଦ୍ରାପଡ଼ା,୧୧ା୮:ବିପ୍ଳବୀ ଆନନ୍ଦ ଚନ୍ଦ୍ର ଜେନା ସ୍ମୃତି କମିଟିର ନୂତନ କର୍ମକର୍ତ୍ତା ନିର୍ବାଚନ ସ୍ଥାନୀୟ ପବ୍ଲିକ ରିଡିଂରୁମ ପରିସରରେ ଆଜି ଅପରାହ୍ନରେ ଅନୁଷ୍ଠିତ ହୋଇଯାଇଛି। କମିଟିର ସଭାପତି କରୁଣାକର ଦାସଙ୍କ ସଭାପତିତ୍ୱରେ ଏହି ବୈଠକ ଅନୁଷ୍ଠିତ ହୋଇଥିଲା। ପ୍ରଥମେ ଶ୍ରୀ ଦାସ କହିଥିଲେ ଯେ ବିପ୍ଳବୀ ଆନନ୍ଦ ଚନ୍ଦ୍ର ଜେନାଙ୍କର କନିକା ପ୍ରଜା ଆନ୍ଦୋଳନ ଓ ସ୍ୱାଧୀନତା ସଂଗ୍ରାମ ପ୍ରତି ଅତୁଳନୀୟ ଅବଦାନ ଥିଲା। ସେ ଥିଲେ ମହାତ୍ମାଗାନ୍ଧୀଙ୍କ ସାବରମତି ଆଶ୍ରମର […]

କେନ୍ଦ୍ରାପଡା,୧୧ା୮ : କେନ୍ଦ୍ରାପଡ଼ା ସହରର ବଡହାଟ ସ୍ଥିତ ପୂଜାରିଣୀ ଶାଢୀ ଦୋକାନ ସମ୍ମୁଖରେ ଥିବା ଏକ ବୁଲେଟ ହଠାତ ଜଳି ଉଠିଥିବା ଦେଖାଯାଇଥିଲା। ସ୍ଥାନୀୟ ଦୋକାନୀମାନେ ପାଣି ପକାଇ ସେହି ନିଆଁକୁ ଲିଭାଇବାକୁ ଚେଷ୍ଟା କରିଥିଲେବି ତାହା ସମ୍ଭବ ହୋଇନଥିଲା। ପରେ ସ୍ଥାନୀୟ ଏକ ଦୋକାନରେ ଥିବା ଅଗ୍ନି ନିର୍ବାପକ ଯନ୍ତ୍ର ଆଣି ତା ସାହାଯ୍ୟରେ ନିଆଁକୁ ଆୟତ କରାଯାଇଥିଲା। ସୂଚନା ଅନୁଯାୟି ଜନୈକ ଗ୍ରାହକ କପଡା କିଣିବାକୁ ଆସି […]