କେନ୍ଦ୍ରାପଡ଼ା, ତା୧୪/୧୦: ଅନ୍ତର୍ଜାତୀୟ ବାଳିକା ଦିବସ ଅବସରରେ କ୍ରୀଡ଼ା ମାଧ୍ୟମରେ କିଶୋରୀ ସଶକ୍ତିକରଣ ପାଇଁ ଅଦ୍ୱିକା କପ୍ ୨୦୨୩ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ପ୍ରଶାସନ, ୟୁନିସେଫ୍ ଏବଂ ଆକ୍ସନ୍ ଏଡ୍‌ର ମିଳିତ ଆନୁକୂଲ୍ୟରେ ଆୟୋଜିତ ଏହି ଅଣ-ପାରମ୍ପରିକ କ୍ରୀଡ଼ା ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା କେନ୍ଦ୍ରାପଡ଼ା ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ଥିବା ମିନି ଷ୍ଟାଡିୟମ୍‌ରେ । ଏଥିରେ ଅଂଶଗ୍ରହଣ କରିଥିଲେ ସମସ୍ତ ୯ଟି ବ୍ଲକ୍‌ର କିଶୋରୀ ବାଳିକାମାନେ । […]

କେନ୍ଦ୍ରାପଡା ୧୩/୧୦- ଗତକାଲି ସନ୍ଧ୍ୟାରେ କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ବାରୁଅସ୍ଥିତ ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ ଭାବଗ୍ରାହୀ କଳାନିକେତନ ଏବଂ ରେଡିଓ ଭାବଗ୍ରାହୀର ମିଳିତ ଆନୁକୂଲ୍ୟରେ ଓଡିଆ ସଙ୍ଗୀତ ଜଗତର ଅପ୍ରତିଦ୍ୱନ୍ଦୀ ବାଦଶାହା, ପ୍ରବାଦ ପୁରୁଷ ଚିର ସବୁଜ ସଙ୍ଗୀତଜ୍ଞ ଅକ୍ଷୟ ମହାନ୍ତିଙ୍କ ୮୭ତମ ଜୟନ୍ତୀ ଉତ୍ସବ ଅକ୍ଷୟଙ୍କ ଅନ୍ୟତମ ପଟ୍ଟଶିଷ୍ୟ ତଥା ସଙ୍ଗୀତ ନିର୍ଦ୍ଦେଶକ ବିମଳ ପ୍ରସାଦ ପରିଡାଙ୍କ ଅଧ୍ୟକ୍ଷତାରେ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । କଳା ନିକେତନର ଅକ୍ଷୟ […]

କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ବଡପଡା ଉପ୍ରା ବିଦ୍ୟାଳୟ ଠାରେ ଉତ୍କଳମଣି ନୋଡାଲ କ୍ଲଷ୍ଟର ପକ୍ଷରୁ ଶିଶୁ ମହୋତ୍ସବ ସୁରଭି -୨୦୨୩ ଅନୁଷ୍ଠିତ ହୋଇଯାଇଛି । ପ୍ରଧାନଶିକ୍ଷକ ବିଧୁଭୂଷଣ ମହାନ୍ତିଙ୍କ ପୌରହିତ୍ୟରେ ଆୟୋଜିତ ଉଦଘାଟନୀ ଉତ୍ସବରେ ବଡପଡା ସ୍ୱାସ୍ଥ୍ୟକେନ୍ଦ୍ର ମେଡିକାଲ ଅଫିସର ଡା ନିରାକାର ସେଠୀ ମୁଖ୍ୟଅତିଥି, ବଡପଡା କଲେଜ ଅଧ୍ୟାପକ ମନୋରଞ୍ଜନ ଆଚାର୍ଯ୍ୟ,ମାଟିଆପଡା ଉନ୍ନୀତ ଉଚ୍ଚ ବିଦ୍ୟାଳୟ ପ୍ରଧାନଶିକ୍ଷକ ମନୋଜ ଶତପଥୀ, ବାଲିଆ ଉଚ୍ଚ ବିଦ୍ୟାଳୟ ପ୍ରାକ୍ତନ […]

କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ମଦନପୁର ୟୁ କେ ମହାବୀର ହାଇସ୍କୁଲ ଠାରେ ଲଷ୍ମୀସୁବଳ କ୍ଲଷ୍ଟର ପକ୍ଷରୁ ଶିଶୁମହୋତ୍ସବ ସୁରଭି ବୁଧବାର ଅନୁଷ୍ଠିତ ହୋଇଯାଇଛି । ପ୍ରଧାନଶିକ୍ଷକ ବିଜୟ କୁମାର ବେହେରାଙ୍କ ପୌରହିତ୍ୟରେ ଆୟୋଜିତ ଉଦଘାଟନୀ ଉତ୍ସବରେ ପଟ୍ଟାମୁଣ୍ଡାଇ ବ୍ଲକ ଶିକ୍ଷାଧିକାରୀ ହରିହର ଦଳାଇ ମୁଖ୍ୟଅତିଥି,ବି ଆର ସି ସି ଚନ୍ଦ୍ରଶେଖର ତ୍ରିପାଠୀ ମୁଖ୍ୟବକ୍ତା ଓ ସି ଆର ସି ମଳୟ ଜେନା, ରଞ୍ଜନ କୁମାର ସାହୁ, ବିଶ୍ୱରଞ୍ଜନ […]

କେନ୍ଦ୍ରାପଡା ସଦର ଥାନା ଅନ୍ତର୍ଗତ କଂସାର ଗ୍ରାମପଞ୍ଚାୟତର କାଙ୍କଦିଆ ଗ୍ରାମର ନିଳମଣୀ ମଲିକଙ୍କ ପୁଅ ମୀନକେତନ ମଲିକ(୩୩) କହ୍ନଇପୁର ଗ୍ରାମ ରାସ୍ତାରେ ଏକ ପିକଅପ ଭ୍ୟାନ ଚଳାଇ ଯାଉଥିବା ବେଳେ ହଠାତ୍ ୧୧କେଭି ବିଦ୍ୟୁତ ତାର ସଂସ୍ପର୍ଶରେ ଆସିଯାଇଥିଲା। ଫଳରେ ଚାଳକ ତଳକୁ ଓହ୍ଲାଇଥିବାରୁ ବିଦ୍ୟୁତ ସଂସ୍ପର୍ଶରେ ଆସି ଗୁରୁତର ଆହତ ହୋଇପଡିଥିଲେ। ଘଟଣା ସ୍ଥଳରୁ ସ୍ଥାନୀୟ ଲୋକଙ୍କ ସହାୟତାରେ ତାଙ୍କୁ ଗୁରୁତ୍ତର ଅବସ୍ଥାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି […]

କେନ୍ଦ୍ରାପଡା ପୈାରାଞ୍ଚଳ ଅନ୍ତର୍ଗତ ବଡହାଟସ୍ଥିତ ମଦ୍ରାସା ଆରବିୟା ତାଲିମୁଲ ଇସଲାମରେ ଆନ୍ତର୍ଜାତୀୟ ଶିଶୁକନ୍ୟା ଦିବସ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ମଦ୍ରାସାର ସଭାପତି ମୀର ହସିମୁଲ୍ଲାଙ୍କ ପୈାରହିତ୍ୟରେ ଅନୁଷ୍ଠିତ ସଭାରେ ବିଜେଡି ସଂଖ୍ୟାଲଘୁ ସେଲର ସଭାପତି ସେକ ଇନାୟତ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ବେଳେ ଜିଲ୍ଲା ବୃତ୍ତି ସଂଯୋଜକ ବଳରାମ ପାଣି ମୁଖ୍ୟବକ୍ତା ଓ ଅବସରପ୍ରାପ୍ତ ଶିକ୍ଷକ ସେକ ହେଦାୟାତୁଲ୍ଲା ସମ୍ମାନୀତ ଅତିଥି ଭାବେ ଯୋଗଦେଇ ବକ୍ତବ୍ୟ […]

କେନ୍ଦ୍ରାପଡ଼ା ଜିଲ୍ଲା ପ୍ରାଣୀ ସମ୍ପଦ ବିକାଶ ବିଭାଗ ପକ୍ଷରୁ ଜିଲ୍ଲାସ୍ତରୀୟ “ବିଶ୍ୱ ଅଣ୍ଡା ଦିବସ-୨୦୨୩” କେନ୍ଦ୍ରାପଡା ପୈାରାଞ୍ଚଳ ଅନ୍ତର୍ଗତ ବଡ଼ମଙ୍ଗଳାସ୍ଥିତ କଳିଙ୍ଗ ପ୍ୟାଲେସ୍‌ରେ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀ ଡା ଦୀପ୍ତି ମହାପାତ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥିଭାବେ ଅତିରିକ୍ତ ଜିଲ୍ଲା ଚିକିତ୍ସା ଅଧିକାରୀ ଡା. ସଚ୍ଚିଦାନନ୍ଦ ମିଶ୍ର ଯୋଗ ଦେଇଥିବା ବେଳେ ମୁଖ୍ୟ ବକ୍ତାଭାବେ ଜିଲ୍ଲା ମୁଖ୍ୟ କୃଷି […]

କେନ୍ଦ୍ରାପଡା ଜିଲ୍ଲାରେ ଜନ ଶିକ୍ଷଣ ସଂସ୍ଥାନ ତରଫରୁ ଆଜି ୧୧ ଘଟିକା ସମୟରେ ଜିଲ୍ଲା ଶିଳ୍ପ କେନ୍ଦ୍ର କେନ୍ଦ୍ରାପଡାର ସମ୍ମିଳନୀ ଗୃହରେ ଜନ ଶିକ୍ଷଣ ସଂସ୍ଥାନରୁ ୨୦୨୨-୨୦୨୩ର ପାସ୍ କରିଥିବା ୧୬୦ ଜଣ ଛାତ୍ରଛାତ୍ରୀମାନଙ୍କୁ ସାର୍ଟିଫିକେଟ୍ ପ୍ରଦାନ ଏବଂ କୌଶଳ ଦିକ୍ଷାଂନ୍ତ ସମାରୋହ ହୋଇଥିଲା । ଏଥିରେ ମୁଖ୍ୟ ଅତିଥି ଭାବରେ କେନ୍ଦ୍ରାପଡାର ଜିଲ୍ଲା ନିଯୁକ୍ତି ଅଧିକାରୀ ଘନଶ୍ୟାମ ସା ଯୋଗ ଦେଇଥିଲେ । ସେ ତାଙ୍କ ବକ୍ତବ୍ୟରେ କହିଥିଲେ […]

କେନ୍ଦ୍ରାପଡାରେ ମେଡିକାଲ କଲେଜ ପ୍ରତିଷ୍ଠା ଓ ପୁରୁଣା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଖଡିଅଙ୍ଗ ଠାରେ ମଞ୍ଜୁରୀ ପ୍ରାପ୍ତ ୟୁପିଏଚସି କାର୍ଯ୍ୟକ୍ଷମ କରିବା ଦାବିରେ ଆସନ୍ତା ଅକ୍ଟୋବର ୧୮ତାରିଖରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରିବାକୁ ନଗର କଂଗ୍ରେସ କମିଟି ତରଫରୁ ଏକ ଜରୁରୀ ବୈଠକରେ ନିଷ୍ପତ୍ତି ଗ୍ରହଣ କରାଯାଇଛି । ପୂର୍ବତନ ମନ୍ତ୍ରୀ ଗଣେଶ୍ୱର ବେହେରା କ୍ଷୋଭ ପ୍ରକାଶ କରି କହିଥିଲେ ଯେ ରାଜ୍ୟ ସରକାର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ […]

କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ କଲେଜରେ ଆଜି +୨ ଓ +୩ ଛାତ୍ରଙ୍କ ମଧ୍ୟରେ ବଚସାରୁ ଗଣ୍ଡଗୋଳ ସୃଷ୍ଟି ହୋଇ ପରିସ୍ଥିତି ଉତେଜନାପୂର୍ଣ୍ଣ ହୋଇପଡିଥିଲା । ଖବର ପାଇ ପଟ୍ଟାମୁଣ୍ଡାଇ ପୋଲିସ ଘଟଣାସ୍ଥଳରେ ପହଂଚି ହସ୍ତକ୍ଷେପ କରିବା ପରେ ସ୍ଥିତି ସ୍ୱାଭାବିକ ହୋଇଛି । ପ୍ରକାଶ ଯେ ପଟ୍ଟାମୁଣ୍ଡାଇ କଲେଜରେ +୩ ଶ୍ରେଣୀରେ ପଢ଼ୁଥିବା ରାଜକନିକା ଅଂଚଳର ଜନୈକ ଛାତ୍ରଙ୍କୁ ସେହି କଲେଜରେ +୨ ଶ୍ରେଣୀରେ ପଢ଼ୁଥିବା ପଟ୍ଟାମୁଣ୍ଡାଇ ନୂଆଗାଁ କାକୁଡିପଲ୍ଲୀ […]

କେନ୍ଦ୍ରାପଡ଼ା ଜିଲ୍ଲା ସ୍ୱାସ୍ଥ୍ୟ ସମିତି ପକ୍ଷରୁ ‘ବିଶ୍ୱ ଦୃଷ୍ଟି ଦିବସ-୨୦୨୩’ ପୁରୁଣା ଡାକ୍ତରଖାନା ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ନିମନ୍ତ୍ରିତ ଅତିଥିମାନେ ସୁସ୍ଥ ନେତ୍ର ପାଇଁ ୨୦-୨୦-୨୦ ରୁଲ୍ ସମସ୍ତେ ପାଳନ କରିବା ପାଇଁ ମତ ବ୍ୟକ୍ତ କରିଥିଲେ । ଅର୍ଥାତ୍ ଡିଜିଟାଲ ଯୁଗରେ ଚକ୍ଷୁର ସୁସ୍ଥତା ପାଇଁ ୨୦ ମିନିଟ୍ କମ୍ପୁଟର୍ ଅବା ମୋବାଇଲ ବ୍ୟବହାର କରିବା ପରେ ୨୦ ଫୁଟ ଦୂରରେ ଥିବା ବସ୍ତୁକୁ […]

କେନ୍ଦ୍ରାପଡ଼ା ଗରାପୁରସ୍ଥିତ ଶିବାନନ୍ଦ ଆଶ୍ରମରେ ହବିଷ୍ୟାଳୀଙ୍କ ଉତ୍ସବ ପାଇଁ ଏକ ପ୍ରସ୍ତୁତି ବୈଠକ ଆଶ୍ରମର ଅଧ୍ୟକ୍ଷା ଶ୍ରୀମା ଦିବ୍ୟ ସ୍ୱରୂପାନନ୍ଦ ସରସ୍ୱତୀଙ୍କ ପୈାରହିତ୍ୟରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଜିଲ୍ଲାର ବିଭିନ୍ନ ବ୍ଲକ ଅଞ୍ଚଳରୁ ତୁଳସୀକ୍ଷେତ୍ରରେ ହବିଷ୍ୟ କରିବା ପାଇଁ ଆସୁଥିବା ହବିଷ୍ୟାଳୀଙ୍କ ରହିବା, ଖାଇବା, ସ୍ୱାସ୍ଥ୍ୟ ପରୀକ୍ଷା, ସତସଙ୍ଗ, ରାଇଦାମୋଦର ବେଶ, ଅଁଳା ବେଢା ପରିକ୍ରମା, ମନ୍ଦିର ପରିକ୍ରମା ପ୍ରଭୃତି କରାଯିବାକୁ ସ୍ଥିର କରାଯାଇଥିଲା । ସାଧୁସନ୍ଥମାନଙ୍କ […]

କେନ୍ଦ୍ରାପଡ଼ା ଜଜାଙ୍ଗସ୍ଥିତ କେନ୍ଦ୍ରାପଡା କୃଷି ବିଜ୍ଞାନ କେନ୍ଦ୍ର ଏବଂ ସ୍ୱେଛାସେବୀ ଅନୁଷ୍ଠାନ ରାଇଡ୍‌ର ମିଳିତ ସହଯୋଗରେ ବାଲିଆ ଗ୍ରାମରେ କୃଷକ ଓ କୃଷିଜୀବି ମହିଳାଙ୍କ ନିମନ୍ତେ ଏକ ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି । ଏଥିରେ କୃଷି ବିଜ୍ଞାନ କେନ୍ଦ୍ରର ଉଦ୍ୟାନକୃଷି ବୈଜ୍ଞାନିକ ଡଃ. ପ୍ରଭଞ୍ଜନ ମିଶ୍ର ଯୋଗଦେଇ ଉଦ୍ୟାନ ଜାତୀୟ ଫସଲରେ ସୁକ୍ଷ୍ମ ଜଳସେଚନ ପ୍ରୟୋଗ ପଦ୍ଧତି ସମ୍ପର୍କରେ ତାଲିମ ପ୍ରଦାନ କରିଥିଲେ । ମତ୍ସ୍ୟ ବୈଜ୍ଞାନିକ ମାନସରଞ୍ଜନ […]

କେନ୍ଦ୍ରାପଡ଼ା ଜିଲ୍ଲା ପୋଲିସ ପକ୍ଷରୁ କେନ୍ଦ୍ରାପଡା ଜିଲ୍ଲାରେ ଆରମ୍ଭ ହୋଇଥିବା ସାଇବର ସୁରକ୍ଷା ସଚେତନତା କାର୍ଯ୍ୟକ୍ରମରେ ଆଜି କନ୍ଦ୍ରୋପଡା ସେଣ୍ଟ ଯୋଶେଫ ସ୍କୁଲରେ ସଚେତନତା ସୃଷ୍ଟି କରାଇଛି । ଏହି ଉପଲକ୍ଷେ ସେଣ୍ଟ ଯୋଶେଫ ସ୍କୁଲର ଅଧ୍ୟକ୍ଷ ଫାଦର ନବ କିଶୋର ଡିଗଲଙ୍କ ପୈାରହିତ୍ୟରେ ଅନୁଷ୍ଠିତ ସଚେତନତା ସଭାରେ ଡିଏସପି ଜ୍ୟୋତିରଞ୍ଜନ ସାମନ୍ତରାୟ, ସଦର ଥାନା ଅଧିକାରୀ ସଞ୍ଜୟ କୁମାର ଜେନା ପ୍ରମୁଖ ଯୋଗଦେଇ ସାଇବର ସୁରକ୍ଷା ନିମନ୍ତେ କିଭଳି […]

କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ଉତିକଣ ଅଂଚଳର ଆରାଧ୍ୟ ଦେବତା ଚନ୍ଦନନଗରସ୍ଥ ଚନ୍ଦ୍ରମଉଳି ମହାଦେବଙ୍କ କଲ୍ୟାଣ ମଣ୍ଡପ ଓ ମନ୍ଦିର ନବୀକରଣ କାର୍ଯ୍ୟର ଶୁଭ ଶିଳାନ୍ୟାସ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ଉପଲକ୍ଷେ ଆୟୋଜିତ ସ୍ୱତନ୍ତ୍ର ଉତ୍ସବରେ ରାଜନଗର ବିଧାୟକ ଧ୍ରୁବ ସାହୁ ପ୍ରାୟ ୩୦ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ଚନ୍ଦ୍ରମଉଳି କଲ୍ୟାଣମଣ୍ଡପ ଓ ପ୍ରାୟ ୧୫ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ମନ୍ଦିର ନବୀକରଣ କାର୍ଯ୍ୟର ଶୁଭ ଶିଳାନ୍ୟାସ କରି […]

କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ଓଉପଦା ପଂଚାୟତ କଜଳବନ୍ଧ କେବି ସରକାରୀ ଉପ୍ରା ବିଦ୍ୟାଳୟ ଠାରେ ସପ୍ନେଶ୍ୱର ନୋଡାଲ କ୍ଲଷ୍ଟର ପକ୍ଷରୁ ଶିଶୁ ମହୋତ୍ସବ ସୁରଭି ଅନୁଷ୍ଠିତ ହୋଇଯାଇଛି । ଏହି ଉପଲକ୍ଷେ ସି ଆର ସି ସି ଉମାକାନ୍ତ ବେହେରାଙ୍କ ପୌରହିତ୍ୟରେ ଆୟୋଜିତ ଉଦଘାଟନୀ ଉତ୍ସବରେ ପଟ୍ଟାମୁଣ୍ଡାଇ ବ୍ଲକ ବିଇଓ ହରିହର ଦଳାଇ ମୁଖ୍ୟଅତିଥି, ବି.ଆରସିସି ଚନ୍ଦ୍ରଶେଖର ତ୍ରିପାଠୀ ମୁଖ୍ୟବକ୍ତା ଓ ସରପଂଚ ମମତା ସାମଲ, ସମିତିସଭ୍ୟା […]

କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ପେଣ୍ଠପାଳ ପଂଚାୟତ ଦାଣ୍ଡିସାହି ଜୟହିନ୍ଦ ହାଇସ୍କୁଲ ଠାରେ ବନ୍ଦେ ମାତରମ ନୋଡାଲ କ୍ଲଷ୍ଟର ପକ୍ଷରୁ ଶିଶୁ ମହୋତ୍ସବ ସୁରଭି ଅନୁଷ୍ଠିତ ହୋଇଯାଇଛି । ଏହି ଉପଲକ୍ଷେ ଜୟ ହିନ୍ଦ ହାଇସ୍କୁଲ ପ୍ରଧାନଶିକ୍ଷକ ଭାସ୍କର ଚନ୍ଦ୍ର ବେହେରାଙ୍କ ପୌରହିତ୍ୟ ଓ ସି ଆର ସି ସି କଳାକର ସାହୁ ଙ୍କ ସଂଯୋଜନାରେ ଆୟୋଜିତ ଉଦଘାଟନୀ ଉତ୍ସବରେ ପଟ୍ଟାମୁଣ୍ଡାଇ ବ୍ଲକ ପ୍ରାକ୍ତନ ଏ ବି ଇ […]

ପଟ୍ଟାମୁଣ୍ଡାଇ ତାଲୁକ ଆଇନସେବା ସମିତି ଆନୁକୁଲ୍ୟରେ ବିଶ୍ୱ ମାନସିକ ସ୍ୱାସ୍ଥ୍ୟ ଦିବସରେ ଏକ ଆଇନ ସଚେତନତା ଶିବିର ପଟ୍ଟାମୁଣ୍ଡାଇ ଡାକ୍ତରଖାନ ସମ୍ମିଳନୀ ଗୃହରେ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି । ଆଇନସେବା ସମିତିର ଅଧ୍ୟକ୍ଷା ସିନିଅର ସିଭିଲ ଜଜ୍ ସୁଶ୍ରୀ ସଂଗୀତା ମଲ୍ଲିକଙ୍କ ନିର୍ଦ୍ଦେଶକ୍ରମେ ଏହି ସଚେତନତା ଶିବିର ଆୟୋଜିତ ହୋଇଥିଲା ।ଉକ୍ତ କାର୍ଯ୍ୟକ୍ରମରେ ଜେଏମଏଫସି କୋଟ୍ ଜଜ୍ ସମୀକ୍ଷା ମିହାନ୍ତି ତାଙ୍କ ଅଭିଭାଷଣରେ କହିଥିଲେ ଯେ, ମାନସିକ ରୋଗରେ ପୀଡିତ […]

ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ‘ମିଶନଶକ୍ତି ସ୍କୁଟର୍‌ ଯୋଜନାର ଶୁଭାରମ୍ଭ ପରେ ବୁଧବାର କେନ୍ଦ୍ରାପଡା ଜିଲ୍ଲାର ବିଭିନ୍ନ ବ୍ଲକରେ ସ୍କୁଟର ବଣ୍ଟନ କରାଯାଇଛି । କେନ୍ଦ୍ରାପଡା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ସ୍କୁଟର ବଣ୍ଟନ କରାଯାଇଛି । ଜିଲ୍ଲାପାଳ ଅମ୍ରିତ୍ ଋତୁରାଜ, ଜିଲ୍ଲାପରିଷଦ ସଭାପତି ଗୀତାଞ୍ଜଳୀ ସେଠୀ, କେନ୍ଦ୍ରାପଡ଼ା ପୌରାଧ୍ୟକ୍ଷା ସରିତା ସାହୁ, ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧ୍ୱକାରୀ ରାଜେନ୍ଦ୍ର କୁମାର ପଣ୍ଡା, ଉପଜିଲ୍ଲାପାଳ ରବୀନ୍ଦ୍ରକୁମାର ପ୍ରଧାନଙ୍କ ଉପସ୍ଥିତିରେ […]

କେନ୍ଦ୍ରାପଡ଼ା, ତା୧୧/୧୦: ଗତ ଗାନ୍ଧୀ ଜୟନ୍ତୀଠାରୁ ଆରମ୍ଭ ହୋଇଥିବା କେନ୍ଦ୍ରାପଡ଼ା ବିଧାନସଭା ନିର୍ବାଚନ ମଣ୍ଡଳୀସ୍ତରୀୟ ବିଜୁ ଜନତା ଦଳ ପଦଯାତ୍ରା କାର୍ଯ୍ୟକ୍ରମ ଆଜି ଜୟପ୍ରକାଶ ନାରାୟଣ ଜୟନ୍ତିରେ ଶେଷ ହୋଇଛି । କେନ୍ଦ୍ରାପଡା ବିଧାୟକ ଶଶୀ ଭୂଷଣ ବେହେରାଙ୍କ ନେତୃତ୍ୱରେ ଆଗଧାଡିର ବିଜେଡି ନେତା ଓ କର୍ମୀମାନେ ଏହି ପଦଯାତ୍ରାରେ ସାମିଲ ହୋଇଥିଲେ । କେନ୍ଦ୍ରାପଡା ସହର ତିନିମୂହାଣୀ ଛକ ସ୍ଥିତ କେନ୍ଦ୍ରାପଡା ଗାନ୍ଧୀ ପଦଯାତ୍ରା ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଦେଇ […]

ପ୍ରଦେଶ କଂଗ୍ରେସ  ସଭାପତି ଶରତ ପଟ୍ଟନାୟକଙ୍କ ଆହ୍ୱାନରେ ଆଜି କେନ୍ଦ୍ରାପଡା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ କେନ୍ଦ୍ରାପଡା ବ୍ଲକର ୫ନଂ ଜୋନ୍‌ରେ  ‘ଘରେ ଘରେ କଂଗ୍ରେସ, ଘରେ ଘରେ ହାତ’ କାର୍ଯ୍ୟକ୍ରମ  ଅନୁଷ୍ଠିତ ହୋଇଯାଇଛି । ଜୋନ୍ କଂଗ୍ରେସ ସଭାପତି ତଥା ଜିଲ୍ଲା କିଷାନ କଂଗ୍ରେସ ସଭାପତି ନାରାୟଣ ଚନ୍ଦ୍ର ପରିଡାଙ୍କ ନେତୃତ୍ୱରେ ଆୟୋଜିତ ଏହି ପଦଯାତ୍ରା ଧୂମାତ ପଞ୍ଚାୟତ ଅଧିନସ୍ଥ ଧୂମାତ ଗ୍ରାମର ଗାନ୍ଧୀ ପୀଠ ଠାରୁ ଆରମ୍ଭ ହୋଇ […]

  କେନ୍ଦ୍ରାପଡା ପୌର ପରିଷଦର ସାଧାରଣ ବୈଠକ ଆଜି ପୌର ପରିଷଦ ପୌରପରିଷଦର ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଥିଲା । ନଗରପାଳ ସରିତା ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ବିଧାୟକ ଶଶି ଭୂଷଣ ବେହେରା ଯୋଗ ଦେଇ ଗଜଲକ୍ଷ୍ମୀ ପୂଜାକୁ ଶାନ୍ତି ଶୃଙ୍ଖଳାର ସହିତ ପାଳନ କରିବା ନିମନ୍ତେ ସହଯୋଗ କରିବାକୁ ପୌର ପରିଷଦକୁ ପରାମର୍ଶ ଦେଇଥିଲେ । ଏଥି ନିମନ୍ତେ ଯାହା ଆବଶ୍ୟକ ତାହା କରିବାକୁ କହିଥିଲେ […]

କେନ୍ଦ୍ରାପଡ଼ାର ଗଣପର୍ବ ଗଜଲକ୍ଷ୍ମୀ ପୂଜା ପାଇଁ ଜିଲ୍ଲା ପ୍ରଶାସନର ପ୍ରସ୍ତୁତି ବୈଠକ କେନ୍ଦ୍ରାପଡ଼ା ପୌରପାଳିକା ଟାଉନ୍‌ହଲ୍ ପରିସରରେ ଜିଲ୍ଲାପାଳ ଅମ୍ରିତ୍ ଋତୁରାଜଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଆରକ୍ଷୀ ଅଧୀକ୍ଷକ ସନ୍ଦୀପ୍ ସମ୍ପଦ ମଡ୍‌କର, ଅତରିକ୍ତ ଜିଲ୍ଲାପାଳ( ରାଜସ୍ୱ) ନିଲୁ ମହାପାତ୍ର, ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ଜଳନ୍ଧର ଜାଲି, ଉପଜିଲ୍ଲାପାଳ ରବୀନ୍ଦ୍ର କୁମାର ପ୍ରଧାନ, ଉପଆରକ୍ଷୀ ଅଧୀକ୍ଷକ ଧୀରେନ୍ଦ୍ର କୁମାର ମଲ୍ଲିକ, କେନ୍ଦ୍ରାପଡ଼ା ତହସିଲ୍‌ଦାର ଅଞ୍ଜଳୀ ତରାଇ, […]

କେନ୍ଦ୍ରାପଡ଼ାର ନୂତନ ଉପଜିଲ୍ଲାପାଳ ଭାବେ ବରିଷ୍ଠ ପ୍ରଶାସନିକ ଅଧିକାରୀ ରବିନ୍ଦ୍ର କୁମାର ପ୍ରଧାନ (ଓ.ପ୍ର.ସେ.-ଏସ୍‌) ଆଜି ପୂର୍ବାହ୍ନରେ ଯୋଗଦେଇଛନ୍ତି । କେନ୍ଦ୍ରାପଡ଼ା ଜିଲ୍ଲାପାଳ ଶ୍ରୀ ଅମ୍ରିତ୍ ଋତୁରାଜଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରିବା ସହ ସେ କାର୍ଯ୍ୟରେ ଯୋଗ ଦେଇଛନ୍ତି । ଶ୍ରୀ ପ୍ରଧାନ ପୂର୍ବରୁ ପୁରୀର ଅତିରିକ୍ତ ଉପ-ଜିଲ୍ଲାପାଳ ଭାବେ କାର୍ଯ୍ୟ କରି ବେଶ ସୁନାମ ଅର୍ଜନ କରିଥିବା ବେଳେ ପୂର୍ବରୁ ତହସିଲଦାର ପୁରୀ ଓ କଣାସ ବିଡିଓ ଭାବେ […]