କେନ୍ଦ୍ରାପଡ଼ା,୧୭ା୭: କେନ୍ଦ୍ରାପଡା ପୈାରାଞ୍ଚଳ ଅନ୍ତର୍ଗତ ୨୧ନମ୍ବର ୱାର୍ଡ ସଂଲଗ୍ନ କଟକ-ଚାନ୍ଦବାଲି ରାଜ୍ୟ ରାଜପଥର ଶୁକଦେବ ଏନକ୍ଲାଭ ପାଶ୍ୱର୍ ତଥା କେନ୍ଦ୍ରାପଡା ସାନ୍ଧ୍ୟ ମହାବିଦ୍ୟାଳୟ ସମ୍ମୁଖ ରାସ୍ତାର ଅପରପାଶ୍ୱର୍ରେ ଅଳିଆ ଆବର୍ଜ୍ଜନା ଭର୍ତ୍ତି ହୋଇ ରହିବା ଏବଂ ପଚା ପାଣି ନିଷ୍କାସନ ହୋଇନପାରି ଜମି ରହିଥିବାରୁ ସେଠାରେ ଅତ୍ୟନ୍ତ ଅସ୍ୱାସ୍ଥ୍ୟକର ପରିବେଶ ସୃଷ୍ଟି କରିଛି । ଫଳରେ ମଶା ଡାଆଁଶଙ୍କ ବଂଶ ବୃଦ୍ଧି ପାଇବାରେ ଲାଗିଛି । ସେଥିଯୋଗୁଁ ନିକଟସ୍ଥ ଅଧିବାସୀମାନେ […]

କେନ୍ଦ୍ରାପଡ଼ା, ୧୭ା୭: ପୂର୍ବତନ ମନ୍ତ୍ରୀ ସ୍ୱର୍ଗତ ଭାଗବତ ପ୍ରସାଦ ମହାନ୍ତିଙ୍କ କେନ୍ଦ୍ରାପଡାସ୍ଥିତ ବାସଭବନରେ ମିଳିତ ଟ୍ରେଡ ୟୁନିୟନ ପକ୍ଷରୁ ସାଧାରଣ ସମ୍ପାଦକ ସୌମ୍ୟରଞ୍ଜନ ଧଳଙ୍କ ତତ୍ତ୍ୱାବଧାନରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଶ୍ରମିକମାନଙ୍କର ବିଭିନ୍ନ ସମସ୍ୟା ଓ ସରକାରୀ ସାହାଯ୍ୟ ସହଯୋଗ ବିଷୟରେ ଆଲୋଚନା କରଯାଇଥିଲା । କେନ୍ଦ୍ରାପଡା ଜିଲ୍ଲାର ୨୦୨୩ ନିମନ୍ତେ କର୍ମକର୍ତ୍ତା ଚୟନ ପରେ ମିଳିତ ଟ୍ରେଡ୍ ୟୁନିୟନ ପକ୍ଷରୁ ଏହା […]

କେନ୍ଦ୍ରାପଡ଼ା, ସହରର ସୈାନ୍ଧର୍ଯ୍ୟକରଣ ଅବସରରେ ପ୍ରଭାବିତ ହୋଇଥିବା ସ୍ୱାଧୀନତା ସଂଗ୍ରାମୀ ବିପ୍ଳବୀ ଆନନ୍ଦ ଚନ୍ଦ୍ର ଜେନାଙ୍କ ପ୍ରତିମୂର୍ତ୍ତିକୁ ଜିଲ୍ଲାର ପ୍ରମୁଖ ବିଶିଷ୍ଟ ଲୋକମାନଙ୍କ ଗହଣରେ ଆଡମ୍ବର ସହକାରେ ପ୍ରଶାସନର ପ୍ରତ୍ୟକ୍ଷ ତତ୍ୱାବଧାନରେ ଗୋପସ୍ଥିତ ତୁଳସୀ ପାର୍କ ନିକଟରେ ଉନ୍ମୋଚିତ କରାଯାଇଛି । ଏହି ଉତ୍ସବରେ ଉଦଘାଟକ ଭାବେ ଜିଲ୍ଲା ପରିଷଦ ସଭାପତି ଗୀତାଞ୍ଜଳୀ ସେଠୀ ଯୋଗଦେଇ ବିପ୍ଲବୀଙ୍କ ପ୍ରତିମୂର୍ତ୍ତିକୁ ଉନ୍ମୋଚନ କରିଥିଲେ । ମୁଖ୍ୟ ଅତିଥି ଭାବେ ଜିଲ୍ଲାପାଳ ଅମ୍ରିତ […]

କେନ୍ଦ୍ରାପଡା ଜିଲ୍ଲାର ବହୁ ଚର୍ଚ୍ଚିତ ମାର୍ଶାଘାଇ ବିଭୁ ସାହୁ ହତ୍ୟା ମାମଲାର ମୁଖ୍ୟ ଆସାମୀ ସମେତ ୬ ଜଣଙ୍କୁ ପୋଲିସ ଗିରଫ କରିବା ସହିତ ବ୍ୟବହୃତ ୨ଟି କାର, ୩ଟି ବାଇକ, ୫ଟି ମୋବାଇଲ ଫୋନ ଓ ଦୁଇଟି କୋଦାଳ ବେଣ୍ଟ ଜବତ କରିଛି ପୋଲିସ । ସୋମବାର ଅପରାହ୍ନରେ ମାର୍ଶାଘାଇ ଥାନାରେ ଅନୁଷ୍ଟିତ ସାମ୍ବାଦିକ ସମ୍ମିଳନୀରେ ଏସପି ମଡ଼କର ସମ୍ବିତ ସମ୍ପଦ ଏସମ୍ପର୍କରେ ସୂଚନା ଦେଇଛନ୍ତି । ସୂଚନା […]

କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଲକର ବାଛରା ପଂଚାୟତରେ ସୋମବାର ପଲ୍ଲୀରେ ପ୍ରଶାସନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ପଟ୍ଟାମୁଣ୍ଡାଇ ବ୍ଲକ ଅଧକ୍ଷ ପ୍ରଦ୍ୟୁମ୍ନ ସାମନ୍ତରାୟ , ବାଛରା ସରପଂଚ ରଂଜିତା ସାହୁ (ରାଉତ ), ସମିତିସଭ୍ୟା ସୁମିତ୍ରା ସାହୁ ଯୋଗ ଦେଇ ପଲ୍ଲୀ ପ୍ରଶାସନର ଲକ୍ଷ୍ୟ ଓ ଆଭିମୁଖ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ । ଏହି ନିଆରା ସରକାରୀ କାର୍ଯ୍ୟକ୍ରମ ପ୍ରତି ଲୋକମାନଙ୍କ ସମର୍ଥନ ଥିବା ଦେଖିବାକୁ ମିଳିଥିଲା । […]

ଶ୍ରାବଣ ମାସରେ ବିଭିନ୍ନ ଶୈବ ପୀଠରେ ଜଳାଭିଷେକ କରିବା ବୋଲବମ ଭକ୍ତଙ୍କ ଭିଡ଼ ଦେଖିବାକୁ ମିଳିଥାଏ । ସାରା ରାଜ୍ୟର ବିଭିନ୍ନ ଅଂଚଳରେ ସକାଳ ଠାରୁ ରାତ୍ରୀ ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନରେ ବୋଲବମ ଭକ୍ତଙ୍କ ଶୋଭାଯାତ୍ରା ଚାଲିଥାଏ । ବୋଲବମ ଭକ୍ତ ଶୁଦ୍ଧ ପୁତ ଭାବେ ନୂତନ ଗେରୁଆ ବସ୍ତ୍ର ପରିଧାନ କରିବା ସହିତ କାନ୍ଧରେ ପାଣି ଭରା କଳସୀ ଧରି ଶୋଭାଯାତ୍ରାରେ ବିଭିନ୍ନ ଶୈବ ପୀଠକୁ ଯାତ୍ରା କରିଥାନ୍ତି […]

କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଲକ ଶିକ୍ଷାଧିକାରୀ ୧୧୩ ଜଣ ଶିକ୍ଷକଙ୍କୁ ପଦୋନ୍ନତି ଦେଇଛନ୍ତି । ଏଥିରେ ୨ ଜଣ ଶିକ୍ଷକ ଲେବୁଲ-୩କୁ ଉନ୍ନୀତ ହୋଇ ପ୍ରାଥମିକ ବିଦ୍ୟାଳୟ ପ୍ରଧାନଶିକ୍ଷକ ଭାବେ ପଦୋନ୍ନତି ପାଇଥିବାବେଳେ ୪୨ଜଣ ଶିକ୍ଷକ ଲେବେଲ-୩କୁ ଉନ୍ନୀତ ହୋଇ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପ୍ରଧାନଶିକ୍ଷକ ଭାବେ ପଦୋନ୍ନତି ପାଇଛନ୍ତି । ସେହିପରି ୨୪ଜଣ ଶିକ୍ଷକ ଲେବଲ ୪କୁ ପଦୋନ୍ନତି ପାଇଥିବାବେଳେ ୪୫ଜଣ କଳା ଓ ବିଜ୍ଞାନର ଗ୍ରାଜୁଏଟ ଶିକ୍ଷକ […]

କେନ୍ଦ୍ରାପଡା  ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଲକ ଦିହୁଡିପୁର ପଂଚାୟତର ସମିତିସଭ୍ୟ ପଦବୀ ପାଇଁ ଉପନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି । ଏଥି ପାଇଁ ସ୍ଥାନୀୟ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି ଚୂଡାନ୍ତ କରାଯାଇଛି । ଏହି ପଂଚାୟତର କଂଗ୍ରେସ ସମର୍ôଥତ ସମିତି ସଭ୍ୟା ପୁଷ୍ପଲତା ସ୍ୱାଇଁଙ୍କ ଅକାଳ ବିୟୋଗ ଯୋଗୁଁ ଉପନିର୍ବାଚନ ଅନୁଷ୍ଠିତ ହେଉଛି । ଦିହୁଡିପୁର ସମିତିସଭ୍ୟ ପଦବୀ ହାସଲ ପାଇଁ ଶାସକ ବିଜେଡି, ବିରୋଧୀ କଂଗ୍ରେସ ଓ ବିଜେପି […]

କେନ୍ଦ୍ରାପଡ଼ା ୧୭/୭ କଂଗ୍ରେସ ଦଳର ପ୍ରଭାବଶାଳୀ ନେତା, ପୂର୍ବତନ ବିଧାୟକ ଚିରଞ୍ଜୀବ ବିଶ୍ବାଳ ଓ କଟକ ବାରବାଟି ବିଧାୟକ ମହମ୍ମଦ ମୋକୀମଙ୍କୁ ଦଳରୁ ନିଲମ୍ବନ କରାଯିବା ପରେ କେନ୍ଦ୍ରାପଡା କଂଗ୍ରେସରେ ଏକ ପ୍ରକାର କମ୍ପନ ସୃଷ୍ଟି ହୋଇଛି। ଏହି ଘଟଣାକୁ ବିରୋଧ କରି କେନ୍ଦ୍ରାପଡ଼ା ଜିଲ୍ଲା ଯୁବ କଂଗ୍ରେସ ସଭାପତି ସତ୍ୟପ୍ରିୟ ସାମଲଙ୍କ ନେତୃତ୍ୱରେ କେନ୍ଦ୍ରାପଡ଼ା ଜିଲ୍ଲାପାଳ ଅଫିସ ସମ୍ମୁଖରେ ପିସିସି ସଭାପତି ଶରତ ପଟ୍ଟନାୟକଙ୍କ କୁଶପୁତ୍ତଳିକା ଦାହ କରାଯାଇଛି […]

ଗୋପାଳଦାସ ସ୍ମାରକୀ କଳାମନ୍ଦିରର ଉପଦେଷ୍ଟା ପ୍ରଭାତ ଚନ୍ଦ୍ର ପାଣି ଙ୍କ ବିୟୋଗରେ (ଗଡମେକର) ପକ୍ଷରୁ ଏକ ଶୋକସଭା ଅନୁଷ୍ଠିତ ହୋଇଯାଇଛି । ଗଡମେକର ସାଧାରଣ ସଂପାଦକ ଦୟାନିଧି ବଳଙ୍କ ପୈାରହିତ୍ୟରେ ଅନୁଷ୍ଠିତ ଶୋକସଭାରେ ଗଡମେକର ପ୍ରତିଷ୍ଠାତା ଗୀତିକବି ସୁଶାନ୍ତ ପାଣି , ଗୁରୁ ସମୀର ରଞ୍ଜନ ଦାସ , ରମେଶ କୁମାର ଦେ, ରବିନ୍ଦ୍ର ମଲ୍ଲିକ, ଇନ୍ଦୁମତୀ ପରିଡା, ସ୍ମୃତିପ୍ରୀୟା ପ୍ରଧାନ, ଇପସାରାଣୀ ବେହେରା, ଧ୍ରୁବ ଚରନ ସାହୁଙ୍କ ସମେତ […]

ଦେଶରେ କେହି ଯେପରି ଭେକିଲା ନରହୁନ୍ତି ସେଥିପାଇଁ ଖାଦ୍ୟ ସୁରକ୍ଷା ଯୋଜନା କରି ସମସ୍ତ ଗରିବ ପରିବାରକୁ ଖାଦ୍ୟ ସୁରକ୍ଷା ଯୋଜନାରେ ସାମିଲ କରିଛନ୍ତି । ସେଥିପାଇଁ ପ୍ରତି ରାଶନ କାର୍ଡଧାରୀଙ୍କୁ ସରକାର ମାସିକିଆ ଚାଉଳ ସହ ଗହମ ପ୍ରଦାନ କରୁଥିଲେ । ହେଲେ ୮ ମାସ ହେଲା ଗହମ ଯୋଗାଣକୁ ସମ୍ପୂର୍ଣ୍ଣ ବନ୍ଦ କରାଯାଇଛି । କାର୍ଡଧାରୀଙ୍କୁ କେବଳ ଚାଉଳ ଧରାଇ ଦିଆଯାଉଥିବାରୁ ଏ ନେଇ ସେମାନଙ୍କ ମଧ୍ୟରେ […]

କେନ୍ଦ୍ରାପଡ଼ା,୧୬ା୭: କେନ୍ଦ୍ରାପଡ଼ା ବିଧାନସଭା ନିର୍ବାଚନମଣ୍ଡଳୀ ସ୍ତରୀୟ ବିଜେଡିର ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ ରବିବାର ଇଛାପୁରସ୍ଥିତ ଶ୍ୟାମକାଳୀ ମଣ୍ଡପରେ ଅନୁଷ୍ଠିତ ହୋଇଯାଇଛି । କେନ୍ଦ୍ରାପଡ଼ା ବିଧାୟକ ଶଶିଭୂଷଣ ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ବିଜେଡି ଦଳୀୟ ପର୍ଯ୍ୟବେକ୍ଷକ ତଥା ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ପ୍ରମିଳା ମଲ୍ଲିକ ଯୋଗଦେଇଥିଲେ । ବିଧାୟକ ଶ୍ରୀ ବେହେରା ରାଜ୍ୟର ବିକାଶ ସହିତ କେନ୍ଦ୍ରାପଡାର ବିକାଶ ପାଇଁ ସମସ୍ତେ ଶପଥ ନେବାକୁ ଆହ୍ୱାନ […]

କେନ୍ଦ୍ରାପଡ଼ା,୧୬ା୭: ରାଜ୍ୟରେ ବିଭିନ୍ନ ପ୍ରକାର ଅପରାଧିକ କାର୍ଯ୍ୟକଳାପ ସାଙ୍ଗକୁ ସଡକ ଦୁର୍ଘଟଣା ଜନିତ ଜୀବନ ହାନୀ ଓ ଅନେକ ସାମାଜିକ ସମସ୍ୟା ବହୁ ପରିମାଣରେ ବଢି ଚାଲିଥିବା ବେଳେ ଏସବୁର ମୂଳ କାରଣ ମଦ ଓ ଅନ୍ୟାନ୍ୟ ନିଶା ଦ୍ରବ୍ୟ କାରବାରକୁ ସମ୍ପୂର୍ଣ୍ଣ ନିଷିଦ୍ଧ କରିବା ପରିବର୍ତ୍ତେ ସରକାର ନିଶା ପ୍ରସାରକୁ ନିଜର ନୀତି ଭାବରେ ଗ୍ରହଣ କରି ପ୍ରତିବର୍ଷ ଅଧିକରୁ ଅଧିକ ମଦ ଦୋକାନ ଖୋଲି ଚାଲିଛନ୍ତି ଏବଂ […]

ପଟ୍ଟାମୁଣ୍ଡାଇ ୧୫.୭-ପଟ୍ଟାମୁଣ୍ଡାଇ ବ୍ଲକରେ ବିଭିନ୍ନ ବିଦ୍ୟାଳୟରେ ଲାଗିରହିଥିବା ଶିକ୍ଷକ ଅଭାବ ସମସ୍ୟାକୁ ନେଇ ଆଜି ଶିକ୍ଷା ଅଧିକାରୀ କାର୍ଯ୍ୟାଳୟରେ ତାଲା ପକାଇ ଗଣ ଧାରଣାରେ ବସିଲେ ଅଭିଭାବକ ଓ ସ୍କୁଲ ପରିଚାଳନା କମିଟି । ବିଭିନ୍ନ ବିଦ୍ୟାଳୟରେ ଶିକ୍ଷକ ଅଭାବ ଥିବାରୁ ପାଠପଢା ବ୍ୟାହତ ହେଉଥିବା ନେଇ ସ୍କୁଲ ପରିଚାଳନା କମିଟି ଓ ଅବିଭାବକ ସଂଘ ବାରମ୍ବାର ବିଭାଗୀୟ ଅଧିକାରୀଙ୍କୁ ଅଭିଯୋଗ କରି ଆସୁଥିଲେ । ନିକଟରେ ହୋଇଥିବା ଶିକ୍ଷକ […]

ଜଣେ ୮୦ ବର୍ଷିୟା ବୃଦ୍ଧାଙ୍କୁ ଝିଅ ଘରେ ଛାଡ଼ି ଦେବା ବାହାନା ଦେଖାଇ ବାଇକ୍‌ରେ ନେଇ ବଳାତ୍କାର କରି ଫେରାର ହୋଇଯାଇଥିବା ଘଟଣାକୁ ଏକମାସରୁ ଅଧିକ ହୋଇଥିଲେ ମଧ୍ୟ ପୋଲିସ ଏ ପର୍ଯ୍ୟନ୍ତ ବଳାତ୍କାରୀଙ୍କୁ ଧରିବାରେ ବିଫଳ ହୋଇଛି। ଏହିଘଟଣା ଅତ୍ୟନ୍ତ ସ୍ପର୍ଶକାତର ହୋଇଥିବାରୁ ବିଭିନ୍ନ ମହଲରେ ଉଦବେଗ ପ୍ରକାଶ ପାଉଛି । କେନ୍ଦ୍ରାପଡା ଏସ.ପି ମଡକର ସନ୍ଦିପ ସମ୍ପଦ ଅଭିଯୁକ୍ତକୁ ଧରିବା ପାଇଁ ରାଜକନିକା, ଆଳି, ପଟ୍ଟାମୁଣ୍ଡାଇ, ରାଜନଗର […]

କେନ୍ଦ୍ରାପଡ଼ା,୧୫ା୭: ଆସନ୍ତା ୨୫ତାରିଖରୁ ଜିଲ୍ଲାର ବିଭିନ୍ନ ବ୍ଲକରେ ବ୍ଲକ ସ୍ତରୀୟ ପରାମର୍ଶ ଶିବିର(ଦକ୍ଷତା ମେଳା) ଅନୁଷ୍ଠିତ ହେବ । ଓଡିଶା ଦକ୍ଷତା ପ୍ରାଧିକରଣ ଓ କେନ୍ଦ୍ରାପଡା ଜିଲ୍ଲା ପ୍ରଶାସନର ମିଳିତ ଆନୁକୂଲ୍ୟରେ ଜିଲ୍ଲାର ସମସ୍ତ ୯ଟି ବ୍ଲକରେ ଚଳିତମାସ ୨୫ତାରିଖରୁ ଅଗଷ୍ଟମାସ ୫ତାରିଖ ପର୍ଯ୍ୟନ୍ତ ନିଯୁକ୍ତି ଭିତ୍ତିକ ତାଲିମ କାର୍ଯ୍ୟକ୍ରମ ପାଇଁ ଏକ ସ୍ୱତନ୍ତ୍ର ବ୍ଲକ ସ୍ତରୀୟ ପରାମର୍ଶ ଶିବିର(ଦକ୍ଷତା ମେଳା) ଅନୁଷ୍ଠିତ ହେବାକୁ ଯାଉଛି । ଏହି ପରାମର୍ଶ […]

କେନ୍ଦ୍ରାପଡ଼ା, ୧୪ା୭ : କେନ୍ଦ୍ରାପଡା ଜିଲ୍ଲା ଓକିଲ ସଙ୍ଘ ପକ୍ଷରୁ ପାଠାଗାର ପରିସରରେ ଦୁଇ ଲୋକପ୍ରିୟ ବରିଷ୍ଠ ଆଇନଜୀବୀ ସ୍ୱର୍ଗତ ରାଜେନ୍ଦ୍ର ଚନ୍ଦ୍ର ମହାନ୍ତି ଓ ସ୍ୱର୍ଗତ ଭାଗବତ ପ୍ରସାଦ ମହାନ୍ତିଙ୍କ ତୈଳଚିତ୍ର ଉନ୍ମୋଚିତ ହୋଇଯାଇଛି । ଏହି ଉପଲକ୍ଷେ ଜିଲ୍ଲା ଓକିଲ ସଙ୍ଘର ସଭାପତି ବିଚିତ୍ରାନନ୍ଦ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉତ୍ସବରେ ଜିଲ୍ଲା ଦୈାରାଜଜ ବିଶ୍ୱଜିତ ମହାନ୍ତି ମୁଖ୍ୟଅତିଥି ଭାବେ ଯୋଗଦେଇ ଲୋକପ୍ରିୟ ଓଡିଶା ଉଚ୍ଚ ନ୍ୟାୟାଳୟର ବରିଷ୍ଠ […]

ଓଡିଶାର ସୁନାମଧନ୍ୟ ପଞ୍ଚକଳା ପ୍ରତିଷ୍ଠାନ ଗୋପାଳ ଦାସ ସ୍ମାରକୀ କଳାମନ୍ଦିର(ଗଡ଼ମେକର ),ନସିପୁର (ପଟ୍ଟାମୁଣ୍ଡାଇ )ର ଛାତ୍ରୀ ତଥା ବାଲିପଡ଼ା ଗ୍ରାମର ଶିକ୍ଷକ ଅଶୋକ କୁମାର ସାହୁ ଓ ମନୋରମା ସାହୁଙ୍କ ସୁପୁତ୍ରୀ ଅନନ୍ୟା ସ୍ଥିତିପ୍ରଜ୍ଞI ସାହୁ ସର୍ବଭାରତୀୟ ସି ସି ଆର ଟି ବୃତ୍ତି ପାଇବାକୁ ଯୋଗ୍ୟ ବିବେଚିତ ହୋଇଛନ୍ତି । ନିକଟରେ କେନ୍ଦ୍ର ସରକାରଙ୍କ ସାଂସ୍କୃତିକ ଗବେଷଣା ଓ ପ୍ରଶିକ୍ଷଣ କେନ୍ଦ୍ର (ସି ସି ଆର ଟି) ପକ୍ଷରୁ […]

କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଲକ ଦିହୁଡିପୁର ପଂଚାୟତର ସମିତିସଭ୍ୟ ପଦବୀ ପାଇଁ ଅଗଷ୍ଟ ମାସ ୯ ତାରିଖ ଦିନ ଉପନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି । ଏଥି ପାଇଁ ସ୍ଥାନୀୟ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି ଚୂଡାନ୍ତ କରାଯାଇଛି । ଏହି ପଂଚାୟତର କଂଗ୍ରେସ ସମର୍ଥିତ ସମିତି ସଭ୍ୟା ପୁଷ୍ପଲତା ସ୍ୱାଇଁଙ୍କ ଅକାଳ ବିୟୋଗ ଯୋଗୁଁ ଉପନିର୍ବାଚନ ଅନୁଷ୍ଠିତ ହେଉଛି । ଦିହୁଡିପୁର ସମିତିସଭ୍ୟ ପଦବୀ ହାସଲ ପାଇଁ ଶାସକ […]

କେନ୍ଦ୍ରାପଡ଼ା, ୧୩ା୭ : ତିନିମୁହାଣି- ଅଙ୍ଗୁଳେଇ ରାସ୍ତାର ନୁଆ ବସଷ୍ଟାଣ୍ଡ ନିକଟସ୍ଥ ମୁଖ୍ୟ ରାସ୍ତା କଡରେ ଥିବା ଶ୍ରୀଗୋବିନ୍ଦଜୀଉଙ୍କ ଜମିକୁ ଦୀର୍ଘ ୨୫ବର୍ଷ ଧରି ଜବରଦଖଲରେ ଦୋକାନ ଘର କରି ବ୍ୟବସାୟ କରୁଥିବା ବେଳେ ଶ୍ରୀଜୀଉ ବୋର୍ଡଙ୍କୁ  କୈାଣସି ଭଡା ପଇଠ କରୁନଥିଲେ । ଏବାବଦରେ ଶ୍ରୀଜୀଉଙ୍କ ଟ୍ରଷ୍ଟବୋର୍ଡ ପକ୍ଷରୁ ବିଭିନ୍ନ ସମୟରେ ଜବରଦଖଲକାରୀ ବ୍ୟବସାୟୀମାନଙ୍କୁ ଦୋକାନ ଘର ଭଡା ପଇଠ କରିବାକୁ କୁହାଯାଉଥିଲେ ମଧ୍ୟ ସେମାନେ ଏସବୁ କର୍ଣ୍ଣ […]

କେନ୍ଦ୍ରାପଡ଼ା, ୧୩ା୭ : କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟ ପରିସରରେ ଜାତୀୟ ସେବା ଯୋଜନା ଆନୁକୂଲ୍ୟରେ ବନ ମହୋତ୍ସବ ସପ୍ତାହ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ଅନୁଷ୍ଠିତ କାର୍ଯ୍ୟକ୍ରମକୁ ମହାବିଦ୍ୟାଳୟର ଭାରପ୍ରାପ୍ତ ଅଧ୍ୟକ୍ଷ ପ୍ରଫେସର ଜ୍ଞାନେନ୍ଦ୍ର ଦାସ ଉଦଘାଟନ କରିଥିଲେ । ଜାତୀୟ ସେବା ସଂସ୍ଥାର ପ୍ରୋଗ୍ରାମ ଅଫିସର ପ୍ରଫେସର ପ୍ରମୋଦ କୁମାର ବେହେରାଙ୍କ ତତ୍ୱାବଧାନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସ୍ୱେଛାସେବୀ ଛାତ୍ରଛାତ୍ରୀ, ଅଧ୍ୟାପକ ଓ ଅଧ୍ୟାପିକାମାନେ ମହାବିଦ୍ୟାଳୟ […]

କେନ୍ଦ୍ରାପଡା ୧୩ା୭- ଚଳିତ ବର୍ଷ ବିଳମ୍ବିତ ବର୍ଷା ଯୋଗୁଁ ପଟ୍ଟାମୁଣ୍ଡାଇ ଅଂଚଳରେ ଚାଷ କାର୍ଯ୍ୟ ପଛେଇ ଯାଇଛି । ବର୍ତମାନ ଯେଉଁଠି ରୁଆ ବିହୁଡା ହେବା କଥା ଏବେ ସେଇଠି ଧାନ ବୁଣାବୁଣି ଓ ତଳିପକା କାର୍ଯ୍ୟ ଚାଲିଛି । ଏପରିକି ଅନେକ ସ୍ଥାନରେ ଜମିରେ ଲଙ୍ଗଳ ଧାର ପଡିନଥିବାରୁ ସେଗୁଡିକ ପଡ଼ିଆ ପଡିଛି । କୃଷି ବିଭାଗ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ପଟ୍ଟାମୁଣ୍ଡାଇ ଅଂଚଳରେ ୧୦,୪୦୦ ହେକ୍ଟର […]

କୃଷି ଆମର ଅର୍ଥନୀତିର ମୂଖ୍ୟ ଆଧାର । ଆମ ରାଜ୍ୟ ଏକ କୃଷି ଭିତିକ ରାଜ୍ୟ ହୋଇଥିବା ବେଳେ ବହୁଲୋକ କୃଷି ଉପରେ ନିର୍ଭରଶୀଳ । ରାଜ୍ୟର ବିକାଶ କ୍ଷେତ୍ରରେ କୃଷିର ଅଭିବୃଦ୍ଧି ମୂଖ୍ୟ କ୍ଷେତ୍ର ଭାବେ ଚିହ୍ନଟ କରାଯାଇଛି । କୃଷିର ଅଭିବୃଦ୍ଧି ହାରରେ ଉନ୍ନତି ପାଇଁ ରାଜ୍ୟ ସରକାର ବିଭିନ୍ନ ଯୋଜନା ପ୍ରଣୟନ କରିଛନ୍ତି । ଆମ ରାଜ୍ୟର ଅଧିକାଂଶ ଚାଷୀ କ୍ଷୁଦ୍ର ଓ ନାମମାତ୍ର ହୋଇଥିବାରୁ […]

କେନ୍ଦ୍ରାପଡା ୧୨/୭- କେନ୍ଦ୍ରାପଡା ସହର ଉପଖଣ୍ଡ ଗୁଲନଗରସ୍ଥିତ ସଂଜୀବନୀ ବିଦ୍ୟାମନ୍ଦିର ପରିସରରେ ବନ ମହୋତ୍ସବ ପାଳନ ଅବସରରେ ବିଦ୍ୟାଳୟର ପ୍ରତିଷ୍ଠାତା ଅଧ୍ୟକ୍ଷ ଚିତ୍ତରଞ୍ଜନ ଆଚାର୍ଯ୍ୟଙ୍କ ନେତୃତ୍ୱରେ ବିଦ୍ୟାଳୟ ପରିସରରେ ଆଜି ଚାରାରୋପଣ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ଉପସଭାପତି କୂଳମଣି ନାୟକ, କେନ୍ଦ୍ରାପଡା ସାନ୍ଧ୍ୟ ସ୍ନାତକ ମହାବିଦ୍ୟାଳୟର ଜାତୀୟ ସେବା ଯୋଜନା ଅଧିକାରୀ ଅଧ୍ୟାପକ ମୃତ୍ୟୁଞ୍ଜୟ ମହାନ୍ତି, ସମାଜସେବୀ ଶ୍ରୀଧର ମହାନ୍ତି ପ୍ରମୁଖ ଅତିଥିଭାବେ ଯୋଗ ଦେଇଥିଲେ । […]