ଓଡିଶାର ପ୍ରମୁଖ ବାଣିଜ୍ୟକେନ୍ଦ୍ର ତଥା କେନ୍ଦ୍ରାପଡ଼ା ଜିଲ୍ଲାର ଦ୍ୱିତୀୟ ବୃହତମ ସହର ପଟ୍ଟାମୁଣ୍ଡାଇ ସବଡିଭିଜନ ଘୋଷଣା ପାଇଁ ସମସ୍ତ ଭିତିଭୂମି ରହିଥିବାରୁ ସବଡିଭିଜନ ଘୋଷଣା ପାଇଁ ଓଡିଶା ସରକାରଙ୍କ ନିକଟରେ ପଟ୍ଟାମୁଣ୍ଡାଇର ବିଭିନ୍ନ ସଂଗଟନ ପକ୍ଷରୁ ଦୃଢ ଦାବୀ କରିଅସୁଥରଲେ । ସୀମା ପୁନଃନିର୍ଧାରଣ ପରେ ଗୁରୁତ୍ୱପୂର୍ଣ୍ଣ ପଟ୍ଟାମୁଣ୍ଡାଇ ନିର୍ବାଚନ ଆସନର ବିଲୋପ ଘଟି କେନ୍ଦ୍ରାପଡ଼ା ଓ ରାଜନଗର ବିଧାନସଭା ଆସନରେ ସାମିଲ କରାଯାଇଛି । ପଟ୍ଟାମୁଣ୍ଡାଇବାସୀଙ୍କ ସ୍ୱାଭିମାନ ଓ […]

କେନ୍ଦ୍ରାପଡ଼ା, ୨୭/୦୯: ବିଶିଷ୍ଟ ସମବାୟବିତ୍ ଅମ୍ବିକା ପ୍ରସାଦ ଦାସ ଜାତୀୟ ସ୍ତରରେ ସର୍ବୋଚ୍ଚ ସମବାୟ ସଂସ୍ଥା ରାଜ୍ୟ ସମବାୟ ବ୍ୟାଙ୍କମାନଙ୍କ ମହାସଂଘ (ନାଫ୍‌ସକବ୍‌)ର ନିର୍ଦ୍ଦେଶକ ଭାବେ ନିର୍ବାଚିତ ହୋଇ କେନ୍ଦ୍ରାପଡ଼ା ଜିଲ୍ଲା ପାଇଁ ଗୌରବ ଆଣିଛନ୍ତି । କେନ୍ଦ୍ରାପଡ଼ା ଜନ ଚେତନା ମଲ୍ଟିପରପୋଜ କୋଅପରେଟିଭ୍ ସୋସାଇଟିର ସଭାପତି ତଥା ଓଡିଶା ରାଜ୍ୟ ସମବାୟ ବ୍ୟାଙ୍କର ବରିଷ୍ଠ ନିର୍ଦ୍ଦେଶକ ଥିବା ଶ୍ରୀଦାସ ଗତ ମଙ୍ଗଳବାର ଦିନ ନାଫ୍‌ସକବ୍ ର ନିର୍ଦ୍ଦେଶକ ଭାବେ […]

କେନ୍ଦ୍ରାପଡ଼ା, ତା୨୮/୦୯: କେନ୍ଦ୍ରାପଡା ଜିଲ୍ଲା ଉତ୍କଳ ସମ୍ମିଳନୀ ଜିଲ୍ଲା ଶାଖା ତରଫରୁ ଉତ୍କଳ ସମ୍ମିଳନୀର ଜିଲ୍ଲାର ପ୍ରତିଷ୍ଠା ଦିବସ ଓ କବିବର ରାଧାନାଥ ରାୟଙ୍କ ଜୟନ୍ତୀ ଜିଲ୍ଲା ଶାଖା ସଭାପତି ପ୍ରାଧ୍ୟାପକ ନନ୍ଦ କିଶୋର ପରିଡାଙ୍କ ଅଧ୍ୟକ୍ଷତାରେ ସ୍ଥାନୀୟ ରିଡିଂ ରୁମ ପରିସରରେ ଆଜି ଅପରାହ୍ନରେ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ଶାଖା ସମ୍ପାଦକ ଡଃ ବାସୁଦେବ ଦାସ ଜିଲ୍ଲ୍‌ା ସଂଗଠନର ପ୍ରତିଷ୍ଠା, ରୌପ୍ୟ ଜୟନ୍ତୀ ପାଳନ ଓ ରାଧାନାଥ […]

କେନ୍ଦ୍ରାପଡ଼ା, ୨୮ା୯: ସାରା ରାଜ୍ୟରେ ସାଇବର ସୁରକ୍ଷା କ୍ୟାମ୍ପେନ – ୨୦୨୩ ଆସନ୍ତା ସେଫ୍ଟେମ୍ବର ୩୦ରୁ ଅକ୍ଟୋବର ମାସ ୧୫ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଯାଉଥିବାରୁ ଏହି ଅବସରରେ ଜିଲ୍ଲା ପୋଲିସ କାର୍ଯ୍ୟାଳୟ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସଦଭାବନା ସଭାଗୃହରେ ଆଜି ଅପରାହ୍ନରେ ଅନୁଷ୍ଠିତ ହୋଇଯାଇଛି । ଏହି ଉପଲକ୍ଷେ ଆରକ୍ଷୀ ଅଧିକ୍ଷକ ସମ୍ବିତ ସମ୍ପଦ ମଡ଼କରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲାପାଳ […]

କେନ୍ଦ୍ରାପଡ଼ା, ତା୨୮/୦୯: ଗାଙ୍ଗପଡା ପଞ୍ଚାୟତରେ ଏକ କଂଗ୍ରେସ କର୍ମୀ ସମ୍ମିଳନୀ ଭରସିଂହଠାରେ କେନ୍ଦ୍ରାପଡା ବ୍ଲକ କଂଗ୍ରେସ ସଭାପତି ଚିତ୍ରସେନ ପରିଡାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଏହି ସମ୍ମିଳନୀରେ ପଞ୍ଚାୟତ କଂଗ୍ରେସ କମିଟିର ପୁର୍ନଃଗଠନ କରାଯାଇ ଅଙ୍କୁର ଚରଣ ଦାସଙ୍କୁ ପୁର୍ନବାର ସଭାପତି ଭାବେ ନିର୍ବାଚିତ କରାଯାଇଛି । ଏହି କମିଟିରେ ଦିଲ୍ଲୀପ କୁମାର ରାଉତ, ରକିବ ଖାନ, ଅକ୍ଷୟ କୁମାର ଦାସ, ଡ଼ିସେମ୍ବର ଦାସ, ଭରତ ମଲ୍ଲିକ, ସବ୍ୟସାଚୀ […]

କେନ୍ଦ୍ରାପଡ଼ା,୨୮ା୯ : ପ୍ରବଳ ଉତ୍ସାହ ଓ ଉଦ୍ଦିପନା ମଧ୍ୟରେ ମହାପୁରୁଷ ହଜରତ୍ ସଲାଲହୋ ସଲମଙ୍କ ଜୟନ୍ତୀ ମହାସମାରୋହରେ ଆଜି କେନ୍ଦ୍ରାପଡା ସହରରେ ପାଳିତ ହୋଇଯାଇଛି । ଏହି ଉତ୍ସବ ଉପଲକ୍ଷେ ଜସନେ-ଇଦ- ମିଲାଦୁନ ନବି କମିଟି ସଂଯୋଜନାରେ ୫ହଜାରରୁ ଉର୍ଦ୍ଧ୍ୱ ମୁସଲମାନ ଭାଇମାନଙ୍କର ଏକ ବିଶାଳ ଶୋଭାଯାତ୍ରା କେନ୍ଦ୍ରାପଡା ହାଇସ୍କୁଲ ଛକଠାରୁ ବାହାରି ସହରର ମୁଖ୍ୟ ରାସ୍ତାଦେଇ ସହର ପରିକ୍ରମା କରିବାପରେ ନୂଆ ଇଦଘା ପଡିଆଠାରେ ପହଞ୍ଚିଥିଲା । ଏଥିରେ […]

କେନ୍ଦ୍ରାପଡ଼ା,୨୮ା୦୯ : ଭୁବନେଶ୍ୱର ଅଞ୍ଚଳରେ ସ୍ୱାତି(ଛଦ୍ମନାମ)ଙ୍କ ସହ କେନ୍ଦ୍ରାପଡା ସହର ସାନ୍ତସାହି ଅଞ୍ଚଳର ଜଣେ ଯୁବକଙ୍କର ପରିଚୟ ହୋଇଥିଲା । ମାଟ୍ରିମୋନିଆଲ୍ ସାଇଟ୍ ଜରିଆରେ ଦୁହେଁ ଦୁହିଙ୍କୁ ଜାଣିଥିଲେ । ସ୍ୱାତିଙ୍କ ଅନିଚ୍ଛା ସତ୍ତ୍ୱେ ଦତ୍ୟ ତାଙ୍କ ସହ ବଳପୂର୍ବକ ଶାରୀରିକ ସମ୍ପର୍କ ରଖିଥିଲେ । ପୀଡିତା ଗର୍ଭବତୀ ହେବାରୁ ତାଙ୍କର ଅଜାଣତରେ ଗର୍ଭପାତ କରାଯାଇଥିଲା । ତାଙ୍କୁ ବିବାହ କରିବାକୁ ଜିଦ୍ ଧରିବାରୁ ୨୦୨୩ ମସିହା ଏପ୍ରିଲ ୧୧ […]

କେନ୍ଦ୍ରାପଡାର ଗଣପର୍ବ ଗଜଲକ୍ଷ୍ମୀ ପୂଜା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଗଲାଣି । ସଦଭାବନା ୟୁଥ କ୍ଲବ ପକ୍ଷରୁ ଧନଦାତ୍ରୀ ମା’ ଗଜଲକ୍ଷ୍ମୀଙ୍କ ପୂଜା ପାଇଁ ଦ୍ୱିତୀୟ ପ୍ରସ୍ତୁତି ବୈଠକ ଆଇନ ମହାବିଦ୍ୟାଳୟ ଛକସ୍ଥିତ ହନୁମାନ ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି । ଚଳିତବର୍ଷର ପୂଜାକୁ ଶାନ୍ତିଶୃଙ୍ଖଳାର ସହିତ ଆୟୋଜନ ଓ ଆକର୍ଷଣୀୟ କରିବା ପାଇଁ ବିଭିନ୍ନ ପଦକ୍ଷେପ ସମ୍ପର୍କରେ ସମୀକ୍ଷା କରାଯାଇଥିଲା । ଚଳିତ ଥର ମଧ୍ୟ କଲିକତାର କାରିଗରମାନଙ୍କ […]

କେନ୍ଦ୍ରାପଡ଼ା, ୨୭ା୯: ପବିତ୍ର ମହମ୍ମଦଙ୍କ ଜନ୍ମଦିନ ଅବସରରେ କେନ୍ଦ୍ରାପଡା ପୈାରାଞ୍ଚଳ ଅନ୍ତର୍ଗତ ଜଇପୁରା ବସ୍ତିର ଫଏଜାନେ ଅଏଲେ ବେତ୍‌(ଇନଷ୍ଟିଟ୍ୟୁଟ ଫର ଲନିଙ୍ଗ କୋରାନ)ର କୁନି କୁନି ପିଲାମାନଙ୍କୁ ନେଇ ଏକ କୁଇଜ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଏହି ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ଅଧିକାର କରିଥିବା କୃତି ପ୍ରତିଯୋଗୀଙ୍କୁ ଏକ ସାଇକେଲ ଓ ଦ୍ୱିତୀୟ ହୋଇଥିବା କୃତି ପ୍ରତିଯୋଗୀଙ୍କୁ ଏକ ସ୍କୁଲ ବ୍ୟାଗ ସହିତ ୫ଶହ ଟଙ୍କା ନଗଦ ପ୍ରଦାନ […]

କେନ୍ଦ୍ରାପଡ଼ା, ତା୨୭/୦୯: ୨୬/୦୯/୨୩ ରିଖ ପୂର୍ବାହ୍ନ ୧୦ ଘଟିକା ସମୟରେ ରାଜ୍ୟ ସରକାରଙ୍କ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ତଥା ସଂଖ୍ୟାଲଘୁ ଉନ୍ନୟନ ବିଭାଗ ଦ୍ୱାରା ପରିଚାଳିତ ବେରୁହାଁ ଆବାସିକ ସେବାଶ୍ରମ ବିଦ୍ୟାଳୟରେ ଚଳିତ ବର୍ଷର ପ୍ରଥମ ଅଭିଭାବକଙ୍କ ସମ୍ମିଳନୀ “ଆମେ ଜାଣିବା ଆମେ ଜିଣିବା ” କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ମହାସମାବେଶରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ଶିଶୁ ସୁରକ୍ଷା ପ୍ରଧାନ ଶିକ୍ଷକ ବିଜୟ […]

କେନ୍ଦ୍ରାପଡ଼ା, ୨୭/୦୯: ଇଭିଏମ୍ ମେସିନ୍‌ର ପ୍ରଥମ ପର୍ଯ୍ୟାୟ ପରୀକ୍ଷଣ ନେଇ ଏକ ସର୍ବଦଳୀୟ ବୈଠକ ଜିଲ୍ଲାପାଳଙ୍କ ସଦ୍‌ଭାବନା ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ଅତିରିକ୍ତ ଜିଲ୍ଲା ନିର୍ବାଚନ ଅଧିକାରୀ ତଥା ଅତିରିକ୍ତ ଜିଲ୍ଲାପାଳ(ସାଧାରଣ) ପୀତାମ୍ବର ସାମଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ପ୍ରସ୍ତୁତି ବୈଠକରେ ସମସ୍ତ ଜାତୀୟ ଓ ରାଜ୍ୟ ରାଜନୈତିକ ଦଳର ପ୍ରତିନିଧିମାନେ ଯୋଗ ଦେଇଥିଲେ । ରାଜ୍ୟ ରାଜନୈତିକ ଦଳ ବିଜେଡି ପକ୍ଷରୁ ପ୍ରଦୀପ୍ତ କୁମାର ମହାନ୍ତି […]

କେନ୍ଦ୍ରାପଡା ପୈାରପରିଷଦ ପକ୍ଷରୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ହିତାଧିକାରୀମାନଙ୍କୁ କାର୍ଯ୍ୟାଦ୍ଦେଶ ବଣ୍ଟନ କରାଯାଇଛି । ଏହି ଉପଲକ୍ଷେ ଟାଉନହଲ ପରିସରରେ ନଗରପାଳ ସରିତା ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ନିର୍ବାହୀ ଅଧିକାରୀ ପ୍ରଫୁଲ୍ଲ କୁମାର ବିଶ୍ୱାଳ, ଉପନଗରପାଳ ଆକବରୀ ଖାତୁନ ଓ ପୈାରପରିଷଦର କାଉନସିଲରମାନେ ଉପସ୍ଥିତ ଥିଲେ । ଏହି ଅବସରରେ କେନ୍ଦ୍ରାପଡା ପୈାରାଞ୍ଚଳର ୨୧ଟି ୱାର୍ଡର ୨୭୫ ଜଣ ହିତାଧିକାରୀଙ୍କ ମଧ୍ୟରୁ ୨ଶହରୁ ଉର୍ଦ୍ଧ୍ୱ ହିତାଧିକାରୀମାନଙ୍କୁ ଅଧ୍ୟକ୍ଷା ଶ୍ରୀମତୀ […]

ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ଖଡ଼ିଅଂଟା ପଂଚାୟତ ଜିଗରଣ ୟୁଜିଏମ ଏଇ ସ୍କୁଲରେ ୧ମ ରୁ ୮ମ ପର୍ଯ୍ୟନ୍ତ ୧୭୨ଜଣ ଛାତ୍ରଛାତ୍ରୀ ଅଧ୍ୟୟନ କରୁଥିଲେ ବେଳେ ମାତ୍ର ୪ଜଣ ଶିକ୍ଷକରେ ପାଠପଢା ହେଉଛି । ଯାହାଫଳରେ ଶିକ୍ଷାଦାନ ବ୍ୟାହତ ହୋଇପଡିଛି । ଆବଶ୍ୟକ ଶିକ୍ଷକ ନିଯୁକ୍ତି ଦାବୀରେ ଅଜୟ ବିଶ୍ୱାଳ, ଅକ୍ଷୟ ବଳ,ନରହରି ଦାସ, ଗୋକୁଳ ରାଉତ, ବେଲାଲସେନ ପରିଡା, ସଚ୍ଚିଦାନନ୍ଦ ରାଉତ, ସୁଦର୍ଶନ ଦାସ, ଅମୁଲ୍ୟ ଦାସ, ବ୍ରଜ କିଶୋର […]

ସ୍ୱଚ୍ଛ ଭାରତ ଅଭିଯାନକୁ ସଫଳ କରିବା ସହିତ ପଟ୍ଟାମୁଣ୍ଡାଇ ସହରକୁ ଆବର୍ଜନା ମୁକ୍ତ କରି ସ୍ୱଚ୍ଛ ସବୁଜ ପଟ୍ଟାମୁଣ୍ଡାଇ ଗଢିବା ପାଇଁ ଆଜି ପଟ୍ଟାମୁଣ୍ଡାଇ ପୌର ପରିଷଦ, ପଟ୍ଟାମୁଣ୍ଡାଇ କଲେଜ ଓ ମହିଳା କଲେଜ ଏନସିସି ଓ ସ୍କାଉଟ, ମହିଳା ସମିତି,ସ୍ୱଚ୍ଛଭାରତ ସୁପରଭାଇଜର, ସ୍ୱଚ୍ଚ ସାଥୀ, ପୋଲିସ ଓ ଦମକଳ ବାହିନୀ ମିଳିତ ସହଯୋଗରେ ନିଆରା ସଚେତନତା ଶୋଭାଯାତ୍ରା କରାଯାଇଥିଲା । ପଟ୍ଟାମୁଣ୍ଡାଇ ପୌର ପରିଷଦ ଅଧକ୍ଷ ହେମନ୍ତ ସାହୁ, […]

କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ବଡ଼ପଡ଼ା ପଂଚାୟତ ସାହୁପଡ଼ା ଗ୍ରାମର ପକ୍ଷାଘାତ ପୀଡିତା ଅସହାୟ ବୃଦ୍ଧା ସରୋଜିନୀ ଓ ତାଙ୍କ ଦିବ୍ୟାଙ୍ଗ କନ୍ୟା ଶଶୀକଳାଙ୍କ ଦୁଃଖ ଯାତନା ସମ୍ପର୍କରେ ଶୁଣିବା ପରେ କେନ୍ଦ୍ରାପଡ଼ା ଜିଲ୍ଲା କଂଗ୍ରେସ ସଭାପତି ରାଜନଗର ର ପୂର୍ବତନ ବିଧାୟକ ଅଂଶୁମାନ ମହାନ୍ତି ଏହି ଦୁସ୍ଥ ଅସହାୟ ପରିବାରକୁ ଭେଟି ଆର୍ôଥକ ସହାୟତା ପ୍ରଦାନ କରିଛନ୍ତି । ଏହି ପରିବାରକୁ ସମସ୍ତ ସରକାରୀ ସହାୟତା ଓ […]

କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ଅଞ୍ଚଳରେ ଚୋରି ଓ ଲୁଟ୍ ନିତିଦିନିଆ ଘଟଣା ହୋଇଥିବା ବେଳେ ଏବେ ଏକ ଦୋକାନ ଚୋରି ଘଟଣାରେ ଜଣେ ଅପରାଧୀଙ୍କୁ ଶାସ୍ତି ମିଳିଛି ।  ୪ ମାସ ଭିତରେ ପଟ୍ଟାମୁଣ୍ଡାଇ ପ୍ରଥମଶ୍ରେଣୀ ବିଚାର ବିଭାଗୀୟ ଅଦାଲତ ଜଣେ ଲୁଟେରାଙ୍କୁ ୩ ବର୍ଷ ଜେଲ୍ ଦଣ୍ଡାଦେଶ ଦେବା ସହିତ ୫ ହଜାର ଟଙ୍କା ଜରିମାନା କରିଛନ୍ତି । ଜରିମାନା ଅନାଦେୟ ଅଧିକ ୩ ମାସ ଜେଲଦଣ୍ଡ ଭୋଗିବାକୁ ପଡିବ ବୋଲି […]

ରାଜ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କୃଷି ଓ କୃଷକର ବିକାଶ ଉପରେ ସର୍ବାଧିକ ଗୁରୁତ୍ୱାରୋପ କରୁଥିବାରୁ ସରକାର କୃଷି ଓ କୃଷକ କଲ୍ୟାଣ ପାଇଁ ଯୋଜନା ପରେ ଯୋଜନା କାର୍ଯ୍ୟକାରୀ କରୁଥିବାରୁ ସମସ୍ତ କୃଷି ବିକାଶ ଯୋଜନାର ସଫଳ ରୂପାୟନ କରି ନିଜକୁ ଉପାର୍ଜନକ୍ଷମ କରିବା ସହିତ ଆର୍ôଥକ ଭାବେ ସଶକ୍ତ ହେବାକୁ ପଟ୍ଟାମୁଣ୍ଡାଇ ବ୍ଲକ ଗଙ୍ଗାରାମପୁର ପଂଚାୟତ ସଭା ଗୃହରେ ଜିଲ୍ଲା କୃଷି ବିଭାଗ ପକ୍ଷରୁ ଆୟୋଜିତ ଦିନିକିଆ […]

କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଲକରେ ଦୀର୍ଘ ଦିନ ଧରି ଚାଲି ଆସୁଥିବା ଭ୍ରଷ୍ଟାଚାର ଓ ଦୁର୍ନୀତି , ଶାସକଦଳ ପ୍ରେମ. ସାଧାରଣ ଜନତାଙ୍କ ହକରେ ବାଧକ ସାଜିଥିବା ଧୃତରାଷ୍ଟ୍ର ସଦୃଶ୍ୟ ବିଡିଓଙ୍କ ବିରୁଦ୍ଧରେ ବୁଧବାର ପୂର୍ବତନ ବିଧାୟକ ତଥା କଂଗ୍ରେସ ଜିଲା ସଭାପତି ଅଂଶୁମାନ ମହାନ୍ତିଙ୍କ ନେତୃତ୍ୱରେ ଶତାଧିକ କଂଗ୍ରେସ ନେତା, କର୍ମୀ ଓ ଜନସାଧାରଣ ବିଡିଓଙ୍କ ନିଜସ୍ୱ କାର୍ଯ୍ୟାଳୟରେ ପହଁଚି ବିଡିଓଙ୍କ ସହିତ କଥା କଟାକଟି ହୋଇଥିଲେ । […]

ପଟ୍ଟାମୁଣ୍ଡାଇ ଭାଜପା ପକ୍ଷରୁ ପଟ୍ଟାମୁଣ୍ଡାଇ ପୌରାଂଚଳ ଅନ୍ତର୍ଗତ ଷଣ୍ଢପଲ୍ଲୀ ଗ୍ରାମରେ ମୋ ଦେଶ ଓ ମୋ ମାଟି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ରାଜନଗର ନିର୍ବାଚନମଣ୍ଡଳୀ ଭାଜପା ନେତା ଅଲେଖ ଜେନାଙ୍କ ନେତୃତ୍ୱରେ ଭାଜପା କାର୍ଯ୍ୟକର୍ତା ମାନେ ବନ୍ଦେ ମା ତରଙ୍ଗ ଧ୍ୱନି ସହ ଜାତୀୟ ପତାକା ଉଡାଇ ଶୋଭାଯାତ୍ରା କରିବା ସହ ମାଟି ସଂଗ୍ରହ କରିଥିଲେ । ଏଥିରେ ନଗର ମହିଳା ସଭାନେତ୍ରୀ ରଶ୍ମିତା ସାହୁ,ଭାଜପା ଯୁବନେତା ବସନ୍ତ […]

କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ଅଂଚଳର ବିଶିଷ୍ଟ କବି ଡାଃ ମନୋରଞ୍ଜନ ଦାଶଙ୍କ ୮ମ କବିତା ସଙ୍କଳନ “ବନ୍ଦେ ମାତରମ୍‌” ଉନ୍ମୋଚିତ ହୋଇଯାଇଛି । ଏହି ଉପଲକ୍ଷେ ପୋଖରୀଆପଡାସ୍ଥ ଟାଉନ କ୍ଲବ ଠାରେ ଉନ୍ମୋଚନ ସମାରୋହରେ ଅଧ୍ୟାପକ ବିରଜାନନ୍ଦ ମହାନ୍ତିଙ୍କ ପୌରହିତ୍ୟରେ ଆୟୋଜିତ ଉନ୍ମୋଚନ ଉତ୍ସବରେ କଥାକାର ତଥା କବି ଡଃ ନୀଳମଣି ଲେଙ୍କା ମୁଖ୍ୟଅତିଥି, ସଂଗୀତଜ୍ଞ ରବୀନ୍ଦ୍ର ନାଥ ମିଶ୍ର, ପଲକ ପତ୍ରିକା ସଂପାଦକ ଶଶୀକାନ୍ତ ଦାସ, ଭାବଗ୍ରାହୀ କଳାନିକେତନର […]

କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ପୌରପାଳିକାର ସମସ୍ତ ୨୦ ଗୋଟି ୱାର୍ଡର ପରିମଳ ବ୍ୟବସ୍ଥା ସମ୍ପୂର୍ଣ୍ଣ ଭୁଶୁଡି ପଡି ଠିକାଦାରଙ୍କ କବଜାରେ ଥିବାଭଳି ମନେ ହେଉଥିବା ନେଇ ସାଧାରଣରେ ଅଭିଯୋଗ ହେଉଛି । ରାଜ୍ୟରେ ଏବେ ମାରାତ୍ମକ ଜ୍ୱର ଡେଙ୍ଗୁ ତାର କାୟା ବିସ୍ତାର କରିଚାଲିଛି । ପଟ୍ଟାମୁଣ୍ଡାଇ ସହରବିଭିନ୍ନ ସ୍ଥାନରେ ଅଳିଆ ଅବର୍ଯନା କାଣ୍ଡି ହୋଇରହିଛି । ଏବେ ପଟ୍ଟାମୁଣ୍ଡାଇ ଉପଖଣ୍ଡ ଚିକିତ୍ସାଳୟକୁ ଦୈନିକ ୧/୨ ଡେଙ୍ଗୁ ରୋଗୀ ଆସୁଛନ୍ତି […]

କେନ୍ଦ୍ରାପଡ଼ା,୨୬ା୯: କେନ୍ଦ୍ରାପଡା ଜିଲ୍ଲାର ଗରଦପୁର ବ୍ଲକ ଅନ୍ତର୍ଗତ ମଧୁଶାସନ ଗ୍ରାମପଞ୍ଚାୟତର ପ୍ରାକ୍ତନ ପଞ୍ଚାୟତ ନିର୍ବାହୀ ଅଧିକାରୀ ଏସ.ବିନୟଲକ୍ଷ୍ମୀ ମଲ୍ଲିକଙ୍କୁ ତଥ୍ୟ ପ୍ରଦାନରେ ଅବହେଳା ପାଇଁ ରାଜ୍ୟ ସୂଚନା କମିଶନ ୧୦ହଜାର ଟଙ୍କା ଜୋରିମାନାରେ ଦଣ୍ଡିତ କରିଛନ୍ତି । ଏହି ଅର୍ଥକୁ ସେ ଟ୍ରେଜେରୀ ଚାଲାଣ ମାଧ୍ୟମରେ ଜମା କରିବାକୁ ନିର୍ଦେଶ ପ୍ରଦାନ କରାଯାଇଛି । ନଚେତ ଗରଦପୁର ମଣ୍ଡଳ ଉନ୍ନୟନ ଅଧିକାରୀ ସଂପୃକ୍ତ ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କ ଦରମା କିମ୍ବା […]

କେନ୍ଦ୍ରାପଡା ଜିଲ୍ଲା ରାଜନଗର ଥାନା ଅଂଚଳରେ ଜନୈକା ନାବାଳିକାକୁ ଦୁଷ୍କର୍ମ ଉଦ୍ୟମ ଘଟଣାରେ ଜଣେ ଯୁବକକୁ ପୋଲିସ କୋର୍ଟ ଚାଲାଣ କରିଛି । ଖୁଦୁରୁକୁଣୀ ଓଷା ସରିବା ପରେ ମୂର୍ତି ବିସର୍ଜନ କରିବା ପାଇଁ ନାବାଳିକା ସାଙ୍ଗମାନଙ୍କ ସହିତ ନଦୀକୂଳକୁ ଯାଇଥିଲା । ଏହା ମଧ୍ୟରେ ଓସ୍ତିଆ ଗ୍ରାମର ଚନ୍ଦ୍ରଶେଖର ବଳ(୨୮) ଜନୈକା ନାବାଳିକା ନିକଟରେ ପହଂଚି ତାର ପାଟିକୁ ଚାପିଦେଇ ଗଛମୂଳକୁ ଟାଣି ନେଇ ଦୁଷ୍କର୍ମ ଉଦ୍ୟମ କରିଥିଲା […]

ସାରା ରାଜ୍ୟରେ ବିଜୁଳି ସଙ୍କଟ ଦେଖାଦେଉଥିବା ବେଳେ ବାରମ୍ବାର ଅଘୋଷିତ ବିଦ୍ୟୁତକାଟ ହେଉଛି । ମାତ୍ର ପଟ୍ଟାମୁଣ୍ଡାଇ ପୌରପରିଷଦରେ ରାତି ଦିନ ୨୪ ଘଂଟା ବିଜୁଳି ଷ୍ଟ୍ରଟ ବତୀ ଜଳୁଛି । ବିଦ୍ୟୁତ ଅପଚୟ ହେବା ସହ କୋଟି କୋଟି ଟଙ୍କା ବିଲ ବାବଦକୁ ବିଦ୍ୟୁତ କମ୍ପାନୀକୁ ଦିଆଯାଉଛି । ଦିନରେ ଅପଚୟ ହେଉଥିବା ବିଦ୍ୟୁତକୁ ଯଦି ସଠିକଭାବେ ପରିଚାଳନା ହୋଇପାରନ୍ତା ତେବେ ଅଯଥାରେ ଦିଆଯାଉଥିବା କୋଟି କୋଟି ଟଙ୍କା […]