କେନ୍ଦ୍ରାପଡ଼ା, ୩ା୭: କେନ୍ଦ୍ରାପଡା ସ୍ୱୟଂଶାସିତ ମହାବିଦ୍ୟାଳୟର ପଦାର୍ଥ ବିଜ୍ଞାନରେ ୯୧.୮୫ ପ୍ରତିଶତ ନମ୍ବର ରଖି ବରଜ କୁମାର ଦାସ ଟପ୍ପର ହୋଇଛନ୍ତି । ସେ ଜଣେ ଦିବ୍ୟାଙ୍ଗ ହୋଇମଧ୍ୟ କଲେଜ ଟପ୍ପର ହୋଇଥିବାରୁ ବିଭିନ୍ନ ମହଲରେ ତାଙ୍କୁ ସମ୍ବର୍ଦ୍ଧନା ଦିଆଯାଇଛି । ଏହି ଅବସରରେ ଶ୍ରୀ ଦାସଙ୍କୁ ଜାବିର ବିନ କବିର ଶୈକ୍ଷିକ ଅନୁଷ୍ଠାନ ତରଫରୁ ଉତ୍ତରୀୟ, ପୁଷ୍ପଗୁଛ, ମାନପତ୍ର ପ୍ରଦାନ କରି ସମ୍ବର୍ଦ୍ଧିତ କରାଯାଇଛି । ବିଗତ ବର୍ଷମାନଙ୍କରେ […]
featured
କେନ୍ଦ୍ରାପଡା ୩/୭- ଜିଲ୍ଲାର କଳାକାରମାନେ ଆଜି ସହକାରୀ ଜିଲ୍ଲାପାଳଙ୍କୁ ଭେଟି ଜିଲ୍ଲା ସଂସ୍କୃତି ଅଧିକାରିଣୀଙ୍କ ବିରୋଧରେ ବିଭିନ୍ନ ଅଭିଯୋଗ କରିଥିଲେ । ସେମାନଙ୍କ ଅଭିଯୋଗ ଥିଲା କଳାକାରମାନଙ୍କ ଭତ୍ତା ସେମାନଙ୍କୁ ନିୟମିତ ଦିଆନଯାଇ ସାତଆଠ ମାସ କାଳ ତାଙ୍କ କାର୍ଯ୍ୟାଳୟରେ ପକାଇ ରଖୁଛନ୍ତି । ଜୀବିତ ପ୍ରମାଣ ପତ୍ର କଳାକାରମାନଙ୍କଠାରୁ ବର୍ଷକୁ ୨୦ ଥର ନେଉଛନ୍ତି । ବରିଷ୍ଠ ନାଗରିକ ଓ ବୃଦ୍ଧ କଳାକାରମାନଙ୍କୁ ଅସମ୍ମାନ କରୁଛନ୍ତି । ଭତ୍ତା […]
କେନ୍ଦ୍ରାପଡ଼ା, ୩ା୭ : କେନ୍ଦ୍ରାପଡା ଜିଲ୍ଲାର ୨ଟି ପରୀକ୍ଷା କେନ୍ଦ୍ରରେ ଆଜିଠୁ ମାଟ୍ରିକ ପରୀକ୍ଷା ଓ ଷ୍ଟେଟ ଓପନ ସ୍କୁଲ ସାର୍ଟିଫିକେଟ ଏକଜାମିନେସନ ଆରମ୍ଭ ହୋଇଛି । କେନ୍ଦ୍ରାପଡା ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ଏବଂ ପଟ୍ଟାମୁଣ୍ଡାଇ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଏହି ପରୀକ୍ଷା କେନ୍ଦ୍ର ହୋଇଛି । ଆଜି ପ୍ରଥମ ଦିନରେ ଓଡିଆ ବିଷୟରେ ପରୀକ୍ଷା ଥିବା ବେଳେ କେନ୍ଦ୍ରାପଡା ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପରୀକ୍ଷା […]
ଆପଣ ତରକାରୀରେ ଅଧିକ ମସଲା ପକାଉଛନ୍ତି କି । ତେବେ ହୋଇ ଯାଆନ୍ତୁ ସତର୍କ ନହେଲେ ମାସିକ ବଜେଟ ଉପରେ ପଡିପାରେ ପ୍ରଭାବ । ମସଲାପାଇଁ ଆବଶ୍ୟକ ହେଉଥିବା ଅଦାର ଦର ବଜାରରେ ବଢିବଢି ଚାଲିଛି । ଏହି କ୍ରମରେ କେନ୍ଦ୍ରାପଡା ଜିଲ୍ଲାରେ ମଧ୍ୟ ଏହାର ପ୍ରଭାବ ଅନୁଭୂତ ହେଉଛି । ବର୍ତମାନ ବଜାରରେ ଅଦା ଦର କିଲୋ ପ୍ରତି ୩ ଶହରୁ ୩୨୦ ଟଙ୍କାରେ ବିକ୍ରି ହେଉଛି […]
ପଟ୍ଟାମୁଣ୍ଡାଇ ୩.୭-ପ୍ରତ୍ୟେକ ଯୋଗ୍ୟ ଲୋକଙ୍କୁ ଛାତ ଘର ଯୋଗାଇ ଦିଆଯିବ ବୋଲି ରାଜନଗର ବିଧାୟକ ଧ୍ରୁବ ସାହୁ ଆଜି ପଟ୍ଟାମୁଣ୍ଡାଇ ବ୍ଲକରେ ପ୍ରଧାନମନ୍ତ୍ରୀ ଆବାସଯୋଜନା କାର୍ଯ୍ୟାଦେଶ ବଣ୍ଟନ ଓ ମୋ ଘର ଯୋଜନା ସଚେତନତା କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଯୋଗ ଦେଇ ପ୍ରକାଶ କରିଛନ୍ତି । ପଟ୍ଟାମୁଣ୍ଡାଇ ବିଡ଼ିଓ ଶୁଭ୍ରାଂଶୁ ସାହୁଙ୍କ ପୌରହିତ୍ୟରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ରାଜନଗର ବିଧାୟକ ଶ୍ରୀସାହୁ କହିଲେ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ୨୦୧୧ ଜନଗଣନା […]
ପଟ୍ଟାମୁଣ୍ଡାଇ ୩.୭-ବନ ମହୋତ୍ସବ ଅବସରରେ ପରିବେଶ ସୁରକ୍ଷା ବାର୍ତା ଦେବା ପାଇଁ ଅଭିପସା ପକ୍ଷରୁ ପରିବେଶ ସମ୍ପର୍କିତ ଶ୍ରେଷ୍ଠ ଚିତ୍ରକର ପ୍ରତିଯୋଗିତା ଆୟୋଜନ କରାଯାଇଥିଲା । ବାଦାମବାଡ଼ି ପ୍ରଶାନ୍ତି ଶିକ୍ଷାଶ୍ରମ ଠାରେ ଆୟୋଜିତ କାର୍ଯ୍ୟକ୍ରମରେ କଟକ ସହର ସମେତ କେନ୍ଦ୍ରାପଡ଼ା, ଯାଜପୁର ଓ ଢେଙ୍କାନାଳ ଜିଲ୍ଲାର ପ୍ରତିଭାବାନ ଛାତ୍ରଛାତ୍ରୀ ଓ ଚିତ୍ରକରମାନେ ଯୋଗ ଦେଇ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ । ରଙ୍ଗତୁଳି ମାଧ୍ୟମରେ ଛାତ୍ରଛାତ୍ରୀମାନେ ପରିବେଶ ସୁରକ୍ଷା ପାଇଁ ବୃକ୍ଷରୋପଣ […]
ପଟ୍ଟାମୁଣ୍ଡାଇ ୩ା୭-ପଟ୍ଟାମୁଣ୍ଡାଇ ସହରରେ ଗାଡି ବେଆଇନ ପାକିଂ କରୁଛନ୍ତି କି ହୋଇଯାଆନ୍ତୁ ସାବଧାନ ! ଯଦି ଆପଣ ମାନେ ରାସ୍ତା ଉପରେ ଗାଡି ପାର୍କ କରୁଛନ୍ତି ତେବେ ସୁଧୁରି ଯାଆନ୍ତୁ ନଚେତ ଏହାପାଇ ଗଣିବାକୁ ପଡିବ ତଣ୍ଡ । ବେଆଇନ ପାର୍କିଂକୁ ନେଇ ଏଭଳି କୋଠର ପଦକ୍ଷେପ ଗ୍ରହଣ କରିଛି ପଟ୍ଟାମୁଣ୍ଡାଇ ଆଦର୍ଶ ଥାନା ପୋଲିସ । ପଟ୍ଟାମୁଣ୍ଡାଇ ସହର ମୁଖ୍ୟ ଜନଗହଳୀ ରାସ୍ତା ବାଇପାସ୍ ଠାରୁ ଆରମ୍ଭ କରି […]
Kendrapara, July 3: The Gobari river flowing by Pattamundai area in Kendrapara district for a 20-km stretch is getting buried fast and its existence has been threatened, a report said Sunday. Taking advantage of the situation, land sharks are manipulating the land classification and selling plots on the river bed. […]
କେନ୍ଦ୍ରାପଡା ଜିଲ୍ଲା ରାଜନଗର ବ୍ଲକ ବାଘୁଆ ଗାଁର ଏକ ଘର ଉପରକୁ ମାଡିଗଲା ମାଲବାହି ହାଇଓ୍ଵା । ଫଳରେ ଘରେ ଶୋଇଥିବା ଶାଶୁ ଓ ବୋହୁ ଗୁରୁତର ହୋଇଛନ୍ତି । ସେମାନଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ରାଜନଗର ବ୍ଲକ କୃଷ୍ଣନଗର ବାଘୁଆ ଗାଁରେ ସୋମବାର ଭୋରୁ ଗୋଟିଏ ମାଲବାହୀ ହାଇଓ୍ଵା ଭାରସାମ୍ୟ ହରାଇ ରାସ୍ତା ପାଶ୍ୱର୍କୁ ଓଲଟି ପଡ଼ିଥିଲା । କିନ୍ତୁ ବିଡ଼ମ୍ବନାର ବିଷୟ ହାଇଓ୍ଵାଟି […]
ଖାଦ୍ୟ ପ୍ରସ୍ତୁତିରେ ପ୍ରମୁଖ ମସଲା ଭାବେ ବ୍ୟବହାର କରାଯାଉଥିବା ଅଦାର ବଜାର ଦର ହୁ ହୁ ହୋଇ ବଢିଚାଲିଛି । ବଜାରରେ ଅଦା ଦର ପଚାରିଲେ ଡ଼ର ଲାଗୁଛି । ବେପାରି କହୁଛନ୍ତି, କିଲୋ ପିଛା ଅଦା ଦର ୩ଶହରୁ ୩୨୦ ହେଲାଣି । ଏହି କ୍ରମରେ କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇରେ ମଧ୍ୟ ଏହାର ପ୍ରଭାବ ଅନୁଭୂତ ହେଉଛି । ବର୍ତ୍ତମାନ ପଟ୍ଟାମୁଣ୍ଡାଇ ବଜାରରେ ଅଦା ଦର କିଲୋ ପ୍ରତି […]
କେନ୍ଦ୍ରାପଡ଼ା, ୧ା୭ : କେନ୍ଦ୍ରାପଡା ବିଜୁ ଦକ୍ଷତା ବିକାଶ କେନ୍ଦ୍ରରେ ପ୍ରଶିକ୍ଷଣ ନିମନ୍ତେ ଏକ ପରାମର୍ଶ ଶିବିର କେନ୍ଦ୍ରାପଡା ଜିଲ୍ଲା ପ୍ରଶାସନ ଆନୁକୂଲ୍ୟରେ ଅନୁଷ୍ଠିତ ହୋଇଯାଇଛି । ଆସିଷ୍ଠାଣ୍ଟ ଇଲେକ୍ଟ୍ରୀସିଆନ ଟ୍ରେଡ ନିମନ୍ତେ ଦଶମରୁ ଉର୍ଦ୍ଧ୍ୱ ପାସ ପିଲାଙ୍କୁ ଆଡମିଶନ ଏବଂ ତାଲିମ ଦେବା ନିମନ୍ତେ ସୁଯୋଗ ପ୍ରଦାନ କରାଯାଉଛି । ଏହି ଶିବିରକୁ ଡେରାବିଶ ମଣ୍ଡଳ ଉନ୍ନୟନ ଅଧିକାରୀ ଦାଶରଥି ଜେନା ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିବା ବେଳେ […]
କେନ୍ଦ୍ରାପଡା ୧/୭- ପ୍ରବାଦ ଅଛି ଆଜି ଶ୍ରୀ ଜଗନ୍ନାଥଙ୍କ ନିଳାଦ୍ରି ବିଜେ ବେଳେ ମା ଲକ୍ଷ୍ମୀ ସିଂହ ଦ୍ୱାର ବନ୍ଦ କରିଦିଅନ୍ତି । ପ୍ରଭୂ ଶ୍ରୀ ଜଗନ୍ନାଥ ରସଗୋଲା ଦେଇ ମାଁ ଲକ୍ଷ୍ମୀଙ୍କୁ ମାନ ଭଞ୍ଜନ କରିଥାନ୍ତି । ତେଣୁ ଆଜି ଦିନଟିକୁ ରସଗୋଲା ଦିବସ ଭାବରେ ପାଳନ କରାଯାଏ । ଏହି ଅବସରରେ କେନ୍ଦ୍ରାପଡା ସହରର ବଣିଆମାଳ ଗ୍ରାମର ଚିତ୍ରଶିଳ୍ପୀ ବିଭୂତି ମହାନ୍ତି ନିଆରା ପ୍ରୟାସ କରିଛନ୍ତି । […]
କେନ୍ଦ୍ରାପଡା ୧ /୭-ପୁରାଣ ପ୍ରସିଦ୍ଧ ତୁଳସୀକ୍ଷେତ୍ର କେନ୍ଦ୍ରାପଡାର ଆରାଧ୍ୟ ପ୍ରଭୁ ବଳଦେବଜୀଉଙ୍କ ଅପାର କରୁଣାରୁ ବହୁ ପ୍ରତିକ୍ଷୀତ “ବଳଦେବ ପଞ୍ଜିକା” ପବିତ୍ର ନୀଳାଦ୍ରି ବିଜୟ ଅବସରରେ “ଶ୍ରୀ ବଳଦେବ ପଞ୍ଜିକା” ରଥ ଉପରେ ପ୍ରଭୁଙ୍କୁ ସମର୍ପିତ ହୋଇଥିଲା । ପ୍ରକାଶ ଥାଉକି ଦୋଳପୂର୍ଣ୍ଣିମା ଦିନ ଉକ୍ତ ପଞ୍ଜିକା ବଳଦେବଙ୍କ ପୀଠରେ ପୂଜା ପାଠ ପରେ ପଠନ କରାଯାଇଥିବା ବେଳେ ମହାବିଷୁବ ସଂକ୍ରାନ୍ତି ଦିନ ରାଜଭବନରେ ମହାମହିମ ରାଜ୍ୟପାଳ ଗଣେଶୀ ଲାଲଙ୍କ […]
କେନ୍ଦ୍ରାପଡା ୧/୭- ସ୍ଥାନୀୟ କେନ୍ଦ୍ରୀୟ ବିଦ୍ୟାଳୟରେ ୨୦୨୩-୨୪ ଶିକ୍ଷାବର୍ଷର ପ୍ରଥମ ଶ୍ରେଣୀ ପିଲାମାନଙ୍କର ଆଜି ପାଠପଢା ଆରମ୍ଭ ହୋଇଛି । ସକାଳ ୮ଟାରେ ପିଲାମାନଙ୍କ ସହିତ ସେମାନଙ୍କ ଅଭିଭାବକମାନେ ସ୍କୁଲ ପରିସରରେ ପହଞ୍ôଚଥିଲେ । ପ୍ରଧାନ ଶିକ୍ଷକ ସେକ୍ ଇଦ୍ରିସ ଅଲ୍ଲୀ ସେମାନଙ୍କୁ ଶ୍ରେଣୀଗୃହକୁ ପାଛୋଟି ନେଇଥିଲେ । ଏହାପରେ ଅଭିଭାବକ, ଛାତ୍ରଛାତ୍ରୀ ଏବଂ ଶିକ୍ଷକମାନଙ୍କୁ ନେଇ ଏକ ଅଭ୍ୟର୍ଥନା ସଭା ଅନୁଷ୍ଠିତ ହୋଇଥିଲା । ସେହି ସଭାରେ ଅଧ୍ୟକ୍ଷ […]
କେନ୍ଦ୍ରାପଡ଼ା, ୧ା୭ : ଦେଶର ଉତ୍ତର ପୂର୍ବ ରାଜ୍ୟ ମଣିପୁରରେ ଦୀର୍ଘ ୨ମାସରୁ ଅଧିକ କାଳ ଧରି ଲାଗି ରହିଥିବା ଦଙ୍ଗାରେ ଶତାଧିକ ନିରୀହ ଲୋକ ମୃତ୍ୟୁବରଣ କରିଥିବା ବେଳେ ହଜାର ହଜାର ଘର ପୋଡି ପାଉଁଶ ଗଦାରେ ପରିଣତ ହୋଇଗଲାଣି । ଲକ୍ଷାଧିକ ଲୋକ ଗୃହଶୂନ୍ୟ ହୋଇ ଅତ୍ୟନ୍ତ ଦୟନୀୟ ସ୍ଥିତିରେ କାଳାତିପାତ କରୁଛନ୍ତି । ସରକାରଙ୍କ ନୀତି ପଦକ୍ଷେପ ଲୋକଙ୍କର ଆସ୍ଥା ଭାଜନ ହୋଇପାରୁନାହିଁ । ମଣିପୁରବାସୀଙ୍କକର […]
କେନ୍ଦ୍ରାପଡ଼ା, ୧ା୭ : ତୁଳସୀକ୍ଷେତ୍ରର ଆରାଧ୍ୟ ପ୍ରଭୁ ସିଦ୍ଧ ଶ୍ରୀବଳଦେବଜୀଉଙ୍କ ବାହୁଡା ଯାତ୍ରା ଅବସରରେ ଶ୍ରୀଜୀଉଙ୍କ ଇଛାପୁରସ୍ଥିତ ରଥଦାଣ୍ଡରେ କପାଳେଶ୍ୱର ଗ୍ରାମପଞ୍ଚାୟତର ସରପଞ୍ଚଙ୍କ ପ୍ରତିନିଧି ତଥା ବିଜୁ ଯୁବ ଜନତାଦଳର ସମ୍ପାଦକ ଲୋହିତ କୁମାର ମହାନ୍ତିଙ୍କ ନେତୃତ୍ୱରେ ଏକ ନିଶୁଳ୍କ ଖାଦ୍ୟ ବିତରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ୩ହଜାରରୁ ଉର୍ଦ୍ଧ୍ୱ ଲୋକମାନଙ୍କୁ ଦହିବରା ଓ ଆଳୁଦମ ବିତରଣ କରାଯିବା ସହିତ ରଥଟଣା ସମୟରେ ଉପସ୍ଥିତ ସେବକ […]
ଭୁବନେଶ୍ବର ୧ା୭- ଆଉ ପୁଜାପାଠ କରିବାକୁ ମିଳିବେ ନାହିଁ ବ୍ରାହ୍ନଣ । ବ୍ରାହ୍ମଣ ପୁଅ ଏବେ ଜଜମାନ କର୍ମ ଛାଡି ବିଦେଶ ଚାକିରି କରିବାକୁ ବାହାରିଲେଣି । କାରଣ ପୁଜା ପାଠ କରୁଥିବା ବ୍ରାହ୍ମଣ ବରକୁ ମିଳୁନି କନିଆ । ବ୍ରାହ୍ମଣ ଜାତିର ଝିଅ ମିଳୁ ନଥିବାରୁ ଏବେ ସେମାନେ ଚିନ୍ତାରେ । ତେଣୁ ବ୍ରାହ୍ମଣ ପୁଅ ଜଜ୍ମାନ କର୍ମ ଛାଡି ଦିଲ୍ଲି ବମ୍ବେ ଯିବାକୁ ଅଭିଜାନ ଆରମ୍ଭ କରିଛନ୍ତି […]
କେନ୍ଦ୍ରାପଡା, ୩୦ା୬: କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟର +୩ ପରୀକ୍ଷା ଫଳ ଶୁକ୍ରବାର ପ୍ରକାଶ ପାଇଛି । ଏଥିରେ +୩ ବିଜ୍ଞାନ ବିଭାଗ ପ୍ରାଣୀ ବିଜ୍ଞାନ ସମ୍ମାନ ଛାତ୍ରୀ ଆଶା ଭୂୟାଁ କଲେଜ ଟପ୍ପର ହୋଇଥିବା ଜଣାପଡିଛି । ସେହିପରି କଳା ବିଭାଗ ହିନ୍ଦୀ ସମ୍ମାନର ଛାତ୍ରୀ ମୋନାଲିଶା ଜେନା କଳା ବିଭାଗରେ ଟପ୍ପର ହୋଇଥିବା ବେଳେ ବାଣିଜ୍ୟ ବିଭାଗ ସମ୍ମାନ ଛାତ୍ର ତଫିକ ଖାନ ବାଣିଜ୍ୟ ବିଭାଗର ଟପ୍ପର […]
କେନ୍ଦ୍ରାପଡା,୩୦ା୬: ରାଜ୍ୟ ସରକାରଙ୍କ ନିରାମୟ ଉପଦେଷ୍ଟା ରଞ୍ଜନ ବିଶ୍ୱାଳ ଆଜି କେନ୍ଦ୍ରାପଡା ଜିଲ୍ଲା ଗସ୍ତରେ ଆସି କେନ୍ଦ୍ରାପଡାରେ ପହଞ୍ଚିବା ପରେ ପ୍ରଥମେ ଶ୍ୟାମଗୁଡିଆ ସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପରିଦର୍ଶନରେ ଯାଇଥିଲେ । ସେଠାରେ ପହଞ୍ଚି ନିରାମୟ କେନ୍ଦ୍ର ପରିଦର୍ଶନ କରିବା ସହ ରୋଗୀ ଓ ସେମାନଙ୍କ ସମ୍ପର୍କୀୟମାନଙ୍କୁ ଭେଟି ନିରାମୟ କେନ୍ଦ୍ରରେ ସେମାନେ ସମ୍ମୁଖୀନ ହେଉଥିବା ବିଭିନ୍ନ ସମସ୍ୟା ସମ୍ପର୍କରେ ପଚାରି ବୁଝିଥିଲେ । ଏଥିସହିତ ଶ୍ରୀ ବିଶ୍ୱାଳ […]
କେନ୍ଦ୍ରାପଡା, ୩୦ା୬: କେନ୍ଦ୍ରାପଡା ଜିଲ୍ଲାର ଏକମାତ୍ର ସ୍ୱୟଂଶାସିତ ମହାବିଦ୍ୟାଳୟ କେନ୍ଦ୍ରାପଡା ସ୍ୱୟଂ ଶାସତ ମହାବିଦ୍ୟାଳୟର ଯୁକ୍ତ ତିନି ପରୀକ୍ଷା ଫଳ ଆଜି ପ୍ରକାଶ ପାଇଛି । ଏଥିରେ ମୋଟ ପାସ ହାର ୯୫.୪୯ ପ୍ରତିଶତ ହୋଇଥିବା ବେଳେ ଏହା ଗତବର୍ଷ ତୁଳନାରେ ଅଧିକ ହୋଇଛି । ମହାବିଦ୍ୟାଳୟ ବିଜ୍ଞାନ ବିଭାଗର ପ୍ରାଣୀ ବିଜ୍ଞାନ ସମ୍ମାନ ଛାତ୍ରୀ ତଥା ଜିଲ୍ଲାର ରାଜନଗରର ବ୍ଲକ ଅନ୍ତର୍ଗତ କେରେଡାଗଡ ବାଲିସାହି ପାଟଣା ଗ୍ରାମର ପିତା […]
କେନ୍ଦ୍ରାଡା ୩୦.୦୬: ତମାଖୁ ସେବନ ଜନିତ କୁପ୍ରଭାବରୁ ଧନ, ଜୀବନ ଓ ସ୍ୱାସ୍ଥ୍ୟ ଜନିତ କ୍ଷୟକ୍ଷତିରୁ ଜନଜୀବନକୁ ଦୂରେଇ ରଖିବା ଉଦ୍ଦେଶ୍ୟରେ ପ୍ରଣୀତ ଜାତୀୟ ତମାଖୁ ନିୟନ୍ତ୍ରଣ କାର୍ଯ୍ୟକ୍ରମ ଆନୁକୂଲ୍ୟରେ ଜିଲ୍ଲା ସ୍ତରୀୟ ସମନ୍ୱୟ କମିଟି ବୈଠକ ଆଜି ମଧ୍ୟାହ୍ନରେ ଜିଲ୍ଲା ସ୍ୱାସ୍ଥ୍ୟ ସମିତି ସମ୍ମିଳନୀ ପ୍ରକୋଷ୍ଠରେ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ ଚିକିତ୍ସା ଓ ଜନ ସ୍ୱାସ୍ଥ୍ୟ ଅଧିକାରିଣୀ ଡ଼ା.ଅନିତା ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଅତିରିକ୍ତ ଜିଲ୍ଲା […]
ପଟ୍ଟାମୁଣ୍ଡାଇ ୨୯.୬-ପଟ୍ଟାମୁଣ୍ଡାଇ ପୋଖରୀଆପଡା ସ୍ଥିତ ପତିତପାବନଜୀଉଙ୍କ ସୁନାବେଶ ଅନୁଷ୍ଠିତ ହୋଇଯାଇଛି । ପ୍ରଭୁ ବଳଭଦ୍ର, ଜଗନ୍ନାଥ, ମା ସୁଭଦ୍ରା ଓ ସୁଦର୍ଶନ ଚତୁର୍ଦ୍ଧା ମୂର୍ତିଙ୍କ ସୁନାବେଶ ଦେଖିବା ପାଇଁ ହଜାର ହଜାର ଭକ୍ତଙ୍କ ସମାବେଶ ହୋଇଥିଲା । ଗତକାଲି ଶ୍ରୀଜୀଉମାନେ ବକ୍ତାରପୁରସ୍ଥିତ ମାଉସୀମା ମନ୍ଦିରରୁ ବାହୁଡା ଯାତ୍ରାରେ ଆସିବା ପରେ ଚତୁର୍ଦ୍ଧା ମୂର୍ତିଙ୍କୁ ନେଇ ଆସିଥିବା ନନ୍ଦିଘୋଷଙ୍କ ପ୍ରତୀକ ରଥ ପତିତପାବନ ମନ୍ଦିର ସମ୍ମୁଖରେ ଅଟକିଥିଲା । ଆଜି […]
ପଟ୍ଟାମୁଣ୍ଡାଇ୨୮.୬-ଚଳିତବର୍ଷ ଅନିୟମିତ ବୃଷ୍ଟିପାତ ଯୋଗୁ ଚାଷୀକୁଳ ହତାଶ ହୋଇପଡିଛନ୍ତି । ପାଣିପାଗ ବିଭାଗର ସୂଚନା ଅନୁଯାୟୀ, ଜୁନ୍ ଦ୍ୱିତୀୟ ସପ୍ତାହରେ ମୌସୁମୀ ଓଡ଼ିଶାରେ ପହଁଚିବ । ଏହି ଜୁନ ପ୍ରଥମ ସପ୍ତାହରେ ମୌସୁମୀର ଆଗମନ ଜାଣି ଚାଷୀମାନଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଥିଲା । ମାତ୍ର ଆଉ ଦିନକ ପରେ ଜୁଲାଇ ମାସ ଚାଲିବ । ଏ ପର୍ଯ୍ୟନ୍ତ ପଟ୍ଟାମୁଣ୍ଡାଇ ଅଂଚଳରେ ଟୋପଏ ବି ବର୍ଷା ହେଉନାହିଁ । ଦିନ […]
କେନ୍ଦ୍ରାପଡ଼ା ଜିଲ୍ଲା ଇନ୍ଦୁପୁର ଅନ୍ତର୍ଗତ ଘାଘରା ପଂଚାୟତ ଘାଗରାଡିଆ ଗ୍ରାମର ଜଣେ ବ୍ୟକ୍ତିଙ୍କୁ କୁମ୍ଭୀର ଟାଣି ନେଇ ଥିବା ଖବର ମିଳିଛି । ସକାଳୁ ସକାଳୁ ପାଖ ବ୍ରାହ୍ମଣୀ ନଦୀକୁ ଶୌଚ ହେବା ପାଇଁ ଯାଇଥିବା ବେଳେ ଛକି ରହିଥିବା କୁମ୍ଭୀର ପାଣି ଭିତରକୁ ଟାଣି ନେଇଥିଲା । ସେ ହେଲେ ଘାଗରାଡିଆ ଗ୍ରାମର ଗଙ୍ଗାଧର ତରାଇ (୫୬) । ତାଙ୍କୁ ଉଦ୍ଧାର ପାଇଁ ଅଗ୍ନିଶମ ବାହିନୀ ଓ ଗ୍ରାମବାସୀଙ୍କ […]