କେନ୍ଦ୍ରାପଡା,୨୯ା୬ – ତୁଳସୀ କ୍ଷେତ୍ର କେନ୍ଦ୍ରାପଡାରେ ବାହୁଡାର ୨ୟ ଦିବସରେ ଆରାଧ୍ୟ ଦେବ ଶ୍ରୀ ବଳଦେବଜୀଉଙ୍କ ବ୍ରହ୍ମତାଳଧ୍ୱଜ ରଥ ମନ୍ଦିରର ସିଂହଦ୍ୱାର ନିକଟରେ ପହଁଞ୍ଚିଯାଇଛି । କେନ୍ଦ୍ରାପଡାର ପରମ୍ପରା ଅନୁଯାୟୀ ୨ୟ ଦିନ ରଥ ଟଣା ଦିନ ୩ଟା ସମୟରେ ଆରମ୍ଭ ହୋଇଥିଲା । ଭକ୍ତମାନେ ଆନନ୍ଦ ଉଲ୍ଲାସରେ ରଥକୁ ଟାଣିଟାଣି ନେଇଥିଲେ । ଅପରାହ୍ନ ୫ଟା୩୦ରେ ରଥ ମନ୍ଦିର ନିକଟରେ ପହଞ୍ôଚଯାଇଥିଲା । ଅନୁକୂଳ ପାଗ ଥିବାରୁ ରଥ ଟଣାରେ କୌଣସି ବ୍ୟାଘାତ ସୃଷ୍ଟି ହୋଇନଥିଲା । ଲକ୍ଷାଧିକ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ସମାଗମରେ ବାହୁଡା ଯାତ୍ରା ଅନୁଷ୍ଠିତ ହୋଇଥିଲା । ସତ୍ୟ ସାଇ ସେବା ସମିତି ପକ୍ଷରୁ ଜଳ ବିତରଣ କେନ୍ଦ୍ର ଓ ମାଗଣା ଭୋଜନ କେନ୍ଦ୍ର ଖୋଲାଯାଇ ଦୂରଦୂରାନ୍ତରୁ ଆସିଥିବା ଶ୍ରଦ୍ଧାଳୁଙ୍କୁ ପ୍ରସାଦ ବଣ୍ଟନ କରାଯାଇଥିଲା । ଗୋକୁଳ ଚନ୍ଦ୍ର ସଙ୍ଗୀତ ସଦନ ପକ୍ଷରୁ ଅନ୍ତେବାସୀ ଛାତ୍ରଛାତ୍ରୀମାନେ ରଥ ଦାଣ୍ଡରେ ନୃତ୍ୟ ପରିବେଷଣ କରିଥିଲେ । ବହୁ କାଳାକାର ଓଡିଶୀ, ଦଶ ଅବତାର ନୃତ୍ୟ ପରିବେଷଣ କରି ଆଧ୍ୟାତ୍ମିକ ପରିବେଶ ସୃଷ୍ଟି କରିଥିଲେ । ଶୁକ୍ରବାର ସନ୍ଧ୍ୟାରେ ରଥ ଉପରେ ଜୀଉମାନଙ୍କର ରଘୁନାଥ ବେଶ ଅନୁଷ୍ଠିତ ହେବା ପରେ ଅଧର ପଣା ଲାଗି ହେବ । ଶ୍ରୀଜୀୟୁ ବିଳମ୍ବିତ ରାତିରେ ନିଳାଦ୍ରୀ ବିଜେ କରିବେ । ପୂର୍ବତନ ମନ୍ତ୍ରୀ ଗଣେଶ୍ୱର ବେହେରା, ବରିଷ୍ଠ ବିଜେପି ନେତା ରଥ ଟାଣିଥିଲେ । ଟ୍ରଷ୍ଟ ବୋର୍ଡର ସଭାପତି ନିରଞ୍ଜନ ବେହେରା, ନଗରପାଳ ସରୀତା ସାହୁ ଉପସ୍ଥିତ ଥିଲେ ।
kanikanews.in
Next Post
ବାଇକର ବିକଟାଳ ଶଦ୍ଦରେ କୋକୁଆ ଭୟ
Thu Jun 29 , 2023
କେନ୍ଦ୍ରାପଡା,୨୯ା୬ – ଜିଲ୍ଲା ପ୍ରଶାସନ ଓ ପୁଲିସ ପ୍ରଶାସନ କେନ୍ଦ୍ରାପଡା ଜିଲ୍ଲାରେ ସକ୍ରିୟ ଥିବାର ଅନୁଭବ ହେଉନାହିଁ । ସରକାରୀ ସମ୍ପତ୍ତିର ସୁରକ୍ଷା ନାହିଁ । ଜିଲ୍ଲା ଅଧିବାସୀଙ୍କ ସ୍ୱାର୍ଥପ୍ରତି ପ୍ରଶାସନର ନଜର ରହୁନାହି । ପ୍ରଶାସନୀକ ଅଭିଯୋଗ ଜନ ଶୁଣାଣିରେ ଯେତେ ଅଭିଯୋଗ କଲେ ମଧ୍ୟ କାଁ ଭାଁ କେତୋଟି ଛୋଟମୋଟ କାମ ହେଉଛି । କେନ୍ଦ୍ରାପଡା ସହରର ଅବସ୍ଥା କହିଲେ ନ ସରେ । ଶୃଙ୍ଖଳା ଅଛି […]

You May Like
- 1 year ago
ବିଶ୍ୱ ସ୍ତରୀୟ ଆଇନ ଉପଭୋକ୍ତା ସଚେତନତା କର୍ମଶାଳା
- 6 months ago
ସଂଗ୍ରାମୀ ଦୁଃଖିଶ୍ୟାମ ଜେନାଙ୍କ ସ୍ମ୍ରୁତି ଚାରଣ ସଭା
- 11 months ago
‘ଶିଶୁଙ୍କ ପାଇଁ ଦିନଟିଏ’ କେନ୍ଦ୍ରାପଡ଼ା ଜିଲ୍ଲାରେ ପାଳିତ